ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ

- ବ୍ଲକ ସ୍ତରୀୟ ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ & ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ରେ ବ୍ଲକ ସ୍ତରୀୟ ମେଗା ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ 60 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତ ରେ ସାମିଲ ହୋଇଛନ୍ତି l ଯେଉଁମାନେ ଅଧାରୁ ପାଠ ଛାଡି ଦେଇଥିଲେ ସେହି ଛାତ୍ର ଛାତ୍ରୀ ମାନେ ସରକାର ଙ୍କ ଦ୍ୱାରା ସ୍ଥାପିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ମାଟ୍ରିକ & ଯୁକ୍ତ ୨ ଶିକ୍ଷାରେ ନାମ ଲେଖାଇ ପୁଣି ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ରହିଛି l ଏନେଇ ଛାତ୍ର ଛାତ୍ରୀ ଓ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶତାଧିକ ଅବିଭାବକ ଙ୍କୁ ଅବଗତ କରାଇଥିଲେ ଅତିଥି ମାନେ l ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ.ଗିରିଧର, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାଏକ ଯୋଗଦେଇଥିବା ବେଳେ ଅଧାରୁ ପାଠ ଛାଡିଥିବା ଚତୁର୍ଥ ଶ୍ରେଣୀ ପାସ କରିଥିବା ଛାତ୍ର ଛାତ୍ରୀ ଚନ୍ଦ୍ରଗିରି ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ଦଶମ & ଯୁକ୍ତ ୨ ଶ୍ରେଣୀ ରେ ନାମ ଲେଖାଇ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ସୁନିତା ଭୂୟାଁ ପରିଚାଳନା କରିଥିବା ବେଳେ ଶିକ୍ଷକ ଏମ. ଦିଲ୍ଲୀପ କୁମାର, ସିଲୁ ପ୍ରଧାନ, ଗୌତମୀ ପରିଡ଼ା, ଚିନୁସ୍ମିତା ପ୍ରଧାନ, ରଶ୍ମିତା କାର୍ଜୀ, ସୁଶାନ୍ତ କୁମାର ପ୍ରଧାନ, ବିଶ୍ଵନାଥ ପାଇକ, ମଦନ ମୋହନ ଦଣ୍ଡସେନା, ଜିତେନ ନାୟକ,ମୋନାଲିସା ବିଶ୍ଵାଳ,କେଦାର ଗୌରୀ ସାହୁ, ଅଶୋକ କୁମାର ବୈଠାରୁ,ଗାୟତ୍ରୀ ପାଇକ ସହଯୋଗ କରିଥିଲେ l1
- Post by AK14TV1
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1
- Post by Jay kala _ jay Kalinga1
- ଗଞ୍ଜାମ ଧରାକୋଟ ବରଡାବିଲି ବଡ଼ ଭାଇକୁ ପ୍ରେଟ୍ରୋଲ ପକାଇ ପୋଡି ଦେଲା ସାନ ଭାଇ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ନନ୍ଦପୁର ବ୍ଲକ ହିକିମପୁଟରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରଜାତିର ପ୍ରଜାପତି,ଭୟ ଭିତ ମଧ୍ୟରେ ଆନନ୍ଦ1
- #ANM_ଦିଦିଙ୍କ_ଔଦ୍ଧତ୍ୟ_ସାମ୍ବାଦିକଙ୍କୁ_ଦୁର୍ବ୍ୟବହାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମେଡିକାଲରେ ANM ଦିଦିଙ୍କ ଔଦ୍ଧତ୍ୟ। ମେଡିକାଲରେ ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ୪ଟି ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । #Ganjam #ANM #Journalist #Misbehaviour #Odisha1
- ଗଜପତି:- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । -------------------------------------------- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଗୁମ୍ମା ବ୍ଲକର ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ'ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଗତ ୨୮ ବର୍ଷ ପୂର୍ବେ ଏହି ଅନୁଷ୍ଠାନର ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିବା ବେଳେ ଆଜି ଏହା ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ରୂପେ ହୋଇପାରିଛି । ସେହି ସମୟରେ ଏହି ଅନୁଷ୍ଠାନର ପ୍ରାରମ୍ଭରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ , କିନ୍ତୁ ବର୍ତ୍ତମାନ୍ ଏହି ଅନୁଷ୍ଠାନରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗୁମ୍ମା ଭଳି ଆଦିବାସୀ ବହୁଳ ବ୍ଳକାଞ୍ଚଳରେ ଶିକ୍ଷାର ସଂଚାର ଜାତ କରାଇବାରେ ତାଙ୍କର ବାପା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଯଥେଷ୍ଟ ଅବଦାନ ରହିଛି । ସେହି ଅନୁଷ୍ଠାନକୁ ଆହୁରି ଅଧିକ ବିକାଶ କରିବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅଡିଟୋରିଅମ୍ ନିର୍ମାଣ ଏବଂ ଦକ୍ଷତା ଏକ ସ୍ବତନ୍ତ୍ର ଶ୍ରେଣୀ କକ୍ଷ ସହାୟତା କରିବେ ବୋଲି କହିଥିଲେ । ଅନ୍ୟପକ୍ଷରେ , ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ଗଠନ କରି ଜଣେ ଶ୍ରେଷ୍ଠ ନାଗରିକ ହେବା ପାଇଁ ନିଷ୍ଠା , ପରିଶ୍ରମ ଓ ଧୈର୍ଯ୍ୟର ସହ ପଢ଼ାପଢ଼ି କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଅନୁଷ୍ଠାନର ଗଭର୍ଣିଁଙ୍ଗ ବଡି ସଭାପତି ଶ୍ରୀ ଅନୁପ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ଆହରଣର ବିଭିନ୍ନ ଉପାଦେୟ କୌଶଳ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗୁମ୍ନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଏସ: ଶ୍ରୀନିବାସ ରାଓ , ଜୀବା ସରପଞ୍ଚ ଶ୍ରୀ ଏଡାଙ୍ଗ ଶବର , ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅତିଥି ମାନେ ମୁଖ୍ୟତଃ ଶିକ୍ଷା ସହିତ ବିଭିନ୍ନ ଜ୍ଞାନ କୌଶଳର ଦକ୍ଷତା ବୃଦ୍ଧି ଓ ନିଜର ଜ୍ଞାନ ବଳରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମାଜ'କୁ ଉଚିତ ମାର୍ଗରେ ପ୍ରଭାବିତ କରିବା ପାଇଁ ସମସ୍ତେ ନିଜ ନିଜ ବକ୍ତ୍ୟବ୍ୟରେ ଉପସ୍ଥାପନ କରି ମୋବାଇଲ ଓ ନିଶା ଠାରୁ ନିଜକୁ ଦୂରରେ ରଖିବା ପାଇଁ ଅହ୍ୱାନ କରଥିଲେ | ନିଜ ଭବିଷ୍ୟତ'କୁ ସୁରକ୍ଷିତ କରିବା ପାଇଁ ସର୍ବଦା ତତ୍ପର ରୁହନ୍ତୁ ବୋଲି ଅତିଥିମାନେ କହିଥିଲେ । ଏହା ଛଡା ପରିବେଶ ସୁରକ୍ଷା ବିଷୟ ରେ ମଧ୍ଯ ସଜାଗ ରହିବା ପାଇଁ ବୁଝାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ଵାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ବରିଷ୍ଠ ଅଧ୍ୟାପକ ସୀତାରାମ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ , ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ଏବଂ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ । ସମସ୍ତ କାର୍ଯ୍ୟକ୍ରମ'କୁ ଅଧ୍ୟାପକ ଗଣ ଯଥା:- ସୀତାରାମ ପ୍ରଧାନ , ରଣେନ୍ଦ୍ର ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ରଥ ଏବଂ ମାନସୀ ସାହୁ ପ୍ରମୁଖ'ଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ । ଓଡ଼ିଆ ସେଲିବ୍ରିଟି ଓ ସିନେ ଅଭିନେତ୍ରୀ ତଥା "ଚାରିଧାମ" ଓଡ଼ିଆ ସିନେମା'ର ନାୟିକା ଡଃ ଅନୁରାଧା ପାଣିଗ୍ରାହୀ ଯୋଗ ଦେଇ ପୁରା କାର୍ଯ୍ୟକ୍ରମକୁ ଯୋସ୍ ଭରି ଦେଇଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ଯ ଅଭିନେତ୍ରୀ ଙ୍କ ସହ ନାଚ ଗୀତରେ ମସଗୁଲ ହୋଇ ପଡ଼ିଥିଲେ ।1