Shuru
Apke Nagar Ki App…
ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି
KADAMBINI
ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି
More news from ଓଡ଼ିଶା and nearby areas
- ଗଜପତି:- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । -------------------------------------------- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଗୁମ୍ମା ବ୍ଲକର ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ'ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଗତ ୨୮ ବର୍ଷ ପୂର୍ବେ ଏହି ଅନୁଷ୍ଠାନର ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିବା ବେଳେ ଆଜି ଏହା ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ରୂପେ ହୋଇପାରିଛି । ସେହି ସମୟରେ ଏହି ଅନୁଷ୍ଠାନର ପ୍ରାରମ୍ଭରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ , କିନ୍ତୁ ବର୍ତ୍ତମାନ୍ ଏହି ଅନୁଷ୍ଠାନରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗୁମ୍ମା ଭଳି ଆଦିବାସୀ ବହୁଳ ବ୍ଳକାଞ୍ଚଳରେ ଶିକ୍ଷାର ସଂଚାର ଜାତ କରାଇବାରେ ତାଙ୍କର ବାପା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଯଥେଷ୍ଟ ଅବଦାନ ରହିଛି । ସେହି ଅନୁଷ୍ଠାନକୁ ଆହୁରି ଅଧିକ ବିକାଶ କରିବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅଡିଟୋରିଅମ୍ ନିର୍ମାଣ ଏବଂ ଦକ୍ଷତା ଏକ ସ୍ବତନ୍ତ୍ର ଶ୍ରେଣୀ କକ୍ଷ ସହାୟତା କରିବେ ବୋଲି କହିଥିଲେ । ଅନ୍ୟପକ୍ଷରେ , ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ଗଠନ କରି ଜଣେ ଶ୍ରେଷ୍ଠ ନାଗରିକ ହେବା ପାଇଁ ନିଷ୍ଠା , ପରିଶ୍ରମ ଓ ଧୈର୍ଯ୍ୟର ସହ ପଢ଼ାପଢ଼ି କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଅନୁଷ୍ଠାନର ଗଭର୍ଣିଁଙ୍ଗ ବଡି ସଭାପତି ଶ୍ରୀ ଅନୁପ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ଆହରଣର ବିଭିନ୍ନ ଉପାଦେୟ କୌଶଳ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗୁମ୍ନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଏସ: ଶ୍ରୀନିବାସ ରାଓ , ଜୀବା ସରପଞ୍ଚ ଶ୍ରୀ ଏଡାଙ୍ଗ ଶବର , ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ ଅତିଥି ମାନେ ମୁଖ୍ୟତଃ ଶିକ୍ଷା ସହିତ ବିଭିନ୍ନ ଜ୍ଞାନ କୌଶଳର ଦକ୍ଷତା ବୃଦ୍ଧି ଓ ନିଜର ଜ୍ଞାନ ବଳରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମାଜ'କୁ ଉଚିତ ମାର୍ଗରେ ପ୍ରଭାବିତ କରିବା ପାଇଁ ସମସ୍ତେ ନିଜ ନିଜ ବକ୍ତ୍ୟବ୍ୟରେ ଉପସ୍ଥାପନ କରି ମୋବାଇଲ ଓ ନିଶା ଠାରୁ ନିଜକୁ ଦୂରରେ ରଖିବା ପାଇଁ ଅହ୍ୱାନ କରଥିଲେ | ନିଜ ଭବିଷ୍ୟତ'କୁ ସୁରକ୍ଷିତ କରିବା ପାଇଁ ସର୍ବଦା ତତ୍ପର ରୁହନ୍ତୁ ବୋଲି ଅତିଥିମାନେ କହିଥିଲେ । ଏହା ଛଡା ପରିବେଶ ସୁରକ୍ଷା ବିଷୟ ରେ ମଧ୍ଯ ସଜାଗ ରହିବା ପାଇଁ ବୁଝାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ଵାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ବରିଷ୍ଠ ଅଧ୍ୟାପକ ସୀତାରାମ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ , ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ଏବଂ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ । ସମସ୍ତ କାର୍ଯ୍ୟକ୍ରମ'କୁ ଅଧ୍ୟାପକ ଗଣ ଯଥା:- ସୀତାରାମ ପ୍ରଧାନ , ରଣେନ୍ଦ୍ର ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ରଥ ଏବଂ ମାନସୀ ସାହୁ ପ୍ରମୁଖ'ଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ । ଓଡ଼ିଆ ସେଲିବ୍ରିଟି ଓ ସିନେ ଅଭିନେତ୍ରୀ ତଥା "ଚାରିଧାମ" ଓଡ଼ିଆ ସିନେମା'ର ନାୟିକା ଡଃ ଅନୁରାଧା ପାଣିଗ୍ରାହୀ ଯୋଗ ଦେଇ ପୁରା କାର୍ଯ୍ୟକ୍ରମକୁ ଯୋସ୍ ଭରି ଦେଇଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ଯ ଅଭିନେତ୍ରୀ ଙ୍କ ସହ ନାଚ ଗୀତରେ ମସଗୁଲ ହୋଇ ପଡ଼ିଥିଲେ ।1
- Post by AK14TV1
- ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ1
- Post by Jay kala _ jay Kalinga1
- ଗଞ୍ଜାମ ଧରାକୋଟ ବରଡାବିଲି ବଡ଼ ଭାଇକୁ ପ୍ରେଟ୍ରୋଲ ପକାଇ ପୋଡି ଦେଲା ସାନ ଭାଇ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପାଟଣାଗଡ଼ ଧୁବଲପଡା ଠାରେ କାର ଦୁର୍ଘଟଣା।1
- ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ1
- ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା l ଆସିକା:(୧୦/୧/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ) ଧରାକୋଟ ବ୍ଲକର ଢଉଗାଁ ସ୍ଥିତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ତରଫରୁ ପାଣି ପଞ୍ଚାୟତ ରଥ କୁ ପୂଜାର୍ଚ୍ଚନା କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏହି ରଥ ପାଇଁ ଗାଁକୁ ଗାଁ ଯାଇ ଚାଷୀମାନଙ୍କୁ ସଚେତନତା କରିବ । ଢଉଗାଁ ଜଳସେଚନ ବିଭାଗ କାର୍ଯ୍ୟାଳୟ ରୁ ବାହାରି ଏହି ରଥ ଧରାକୋଟ ବଡ଼ଗଡ଼,ସୋରଡ଼ା ଦେଇ ହରଭଂଗି ଜଳସେଚନ କାର୍ଯ୍ୟଳୟ ଠାରେ ପହଞ୍ଚିବ । ସଂପୃକ୍ତ ରାସ୍ତା ଦେଇ ପାଣି ପଞ୍ଚାୟତ ରଥ ଯାଉଥିବା ସମୟରେ ବିଭିନ୍ନ ଅଞ୍ଚଳରେ ପାଣି ପଞ୍ଚାୟତ ର ସଭ୍ୟ ମାନେ ତାକୁ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ରଥ ପରିକ୍ରମା କରିବାର ମୂଳ ଲକ୍ଷ୍ୟ ହେଉଛି ପାଣି ପଞ୍ଚାୟତ ର ଉଦେଶ୍ୟ , ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଚାଷୀଙ୍କୁ ସଚେତନତା କରିବା। ଏହି ରଥର ପୂଜା କରିବା ଓ ସମ୍ବର୍ଦ୍ଧନା ସମୟରେ ଜଳସେଚନ ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ କେ.ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ , ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ , ଯୋଗେନ୍ଦ୍ର ସାସମଲ, ଢଉଗାଁ ସରପଞ୍ଚ ମନୁ ପାତ୍ର ,ପାଣି ପଞ୍ଚାୟତ ସଭାପତି ସଞ୍ଜୟ ପାତ୍ର ଙ୍କ ସମେତ ବହୁ ସଭ୍ୟ ଓ ଚାଷୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ5
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1