ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୮ ତାରିଖ ରବିବାର ଦିନ ହେବାକୁ ଥିବା ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବର ଚୁଡାନ୍ତ ପ୍ରସ୍ତୁତି ବୈଠକ ବରଗଡ଼ର ଏ. ଇ. ମିସନ ସ୍କୁଲ ଠାରେ ଜୁନ୍ ୨୧, ୨୦୨୬ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସଂଯୋଜକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଏବଂ ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ସମ୍ପନ୍ନ ହୋଇଥିଲା। ଶ୍ରୀ ଦଧିବାବନ ଶତପଥୀଙ୍କ ସଭାପତିତ୍ବରେ ସମ୍ପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ। ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନାରେ ମହୋତ୍ସବର ସଫଳ ଆୟୋଜନ ପାଇଁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ମହୋତ୍ସବରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବରେ ବରଗଡ଼ ପୌରାଧିକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ମୁଖ୍ୟ ବକ୍ତା ଭାବରେ କବି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ଯୋଗଦାନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏହି ଅବସରରେ ଆନ୍ତର୍ଜାତିୟ ସଞ୍ଚାର ଗାୟକ ବାହାକ ଶ୍ରୀ ଅଲେଖ ସାହୁ ଏବଂ ବୟୋଜ୍ୟେଷ୍ଠ ଦଣ୍ଡ ନୃତ୍ୟ ଗୁରୁ ଶ୍ରୀ ବିଶ୍ବମ୍ବର ଷାଣ୍ଢ (ଟିହା) ଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଗୁରୁଙ୍କ ପ୍ରଚାର ପ୍ରସାର କରିଆସୁଥିବା ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରୁ ପ୍ରତି ବର୍ଷ ଚାରି ଜଣଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ, ଚଳିତ ବର୍ଷ ବୟୋଜ୍ୟେଷ୍ଠ ସାମ୍ବାଦିକ ଶ୍ରୀ ସୁନିଲ ମିଶ୍ର (ବଲାଙ୍ଗିର), ଶ୍ରୀ ନିରଞ୍ଜନ ତ୍ରିପାଠୀ (ପାଇକମାଳ ବ୍ଲକ୍), ଶ୍ରୀ ସୁଦୀପ୍ତ ଷଡ଼ଙ୍ଗୀ, ଏବଂ ଶ୍ରୀ ସରୋଜ କୁମାର ଷଡ଼ଙ୍ଗୀ (ବରଗଡ଼) ଙ୍କୁ ସମ୍ମାନିତ କରାଯିବ। ଏଥିସହ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଇବ ସାହିତ୍ୟ ପରିବାର ସୁନ୍ଦରଗଡ଼, ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗିର, ଜନ କଲ୍ୟାଣ କୁଲିତା ସମାଜ ଅତାବିରା ବ୍ଲକ, ଗୁରୁ ଭଜମନ ଦାସ କଳା ପରିଷଦ କୁଟାସିଂହା ବଲାଙ୍ଗିର, ମା ଚରଦେଇ ଲୋକ ମହୋତ୍ସବ କମିଟି ବିନିକା ସୁବର୍ଣ୍ଣପୁର, ସଚେତନ ହେମା ଢୋଲବନ୍ଧ ପଦ୍ମପୁର, ଏବଂ ଆମର୍ ସାହିତ୍ୟ ସେବା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରକୁ ମଧ୍ୟ ସମ୍ମାନିତ କରାଯିବ। ମହୋତ୍ସବରେ “ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ଏବଂ ଗୁରୁ ଭଗବାନ” ଶିର୍ଷକ ଏକ ରାଜ୍ୟସ୍ତରୀୟ କବିତା ଆସର ମଧ୍ୟ ଅନୁଷ୍ଠିତ ହେବ। ବୈଠକ ଶେଷରେ ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଉଦ୍ଧବ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରାମର୍ଶଦାତା ଯୁଗଳ ପ୍ରସାଦ ସିଂ, ସନ୍ତୋଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ, ସହସମ୍ପାଦକ ଡ଼ ଯଶବୀର ସିଂ ସୈନୀ, ବରିଷ୍ଠ ସଦସ୍ୟ ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ସନ୍ତୋଶିନି ଦାଶ, ଜୟଶ୍ରୀ ପଣ୍ଡା, ପ୍ରଦୀପ କୁମାର ମିଶ୍ର, ମନୋଜ ବାଗ, ଜଟାଧାରୀ ପ୍ରଧାନ, ମାନସ ରଂଜନ ଦାଶ ପ୍ରମୁଖ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରକାଶ କରିବା ସହ ସ୍ମରଣୀୟ ଓ ସଫଳ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

- ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।1
- ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦ ଏକ ଗୁଳି କାଣ୍ଡ ଘଟଣା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରତିକ୍ରିୟା ଶୁଣିବା ପାଇଁ ସୂଚନା ଦିଆଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।1
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।3
- ଖଡ଼ିଆଳ ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହା ବ୍ୟତୀତ ଅଗ୍ରସେନ ଭବନ, ଶ୍ରୀଜୀ ମଣ୍ଡପ, ଶିଶୁ ବିଦ୍ୟା ମନ୍ଦିର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି।1
- ଗଜପତି ଜିଲ୍ଲାର ଉଦୟଗିରିସ୍ଥିତ ଶିବପୀଠରେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ଉଦୟନାଥ ମନ୍ଦିର ପରିସରରେ ଥିବା ଏହି ମନ୍ଦିରରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି, ଶୀତକାଳୀନ ସଂକ୍ରାନ୍ତିର ଷଷ୍ଠ ଦିନରେ, ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଧୁମ୍ଧାମ୍ରେ ସମ୍ପନ୍ନ ହୋଇଥିଲା। ମନ୍ଦିର କମିଟି ଓ ଗ୍ରାମବାସୀମାନେ ମନ୍ଦିର ପରିସରକୁ ସୁନ୍ଦର ତୋରଣ, ମାଳା ଓ ଫୁଲରେ ସଜାଇଥିଲେ। ମନ୍ଦିର ପରିସରରେ ନାମ ଜପ ଓ ଭୋଜନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମନ୍ଦିରର ପୂଜକ କୈବଲ୍ୟ ବେହେରା ଓ ବର କୁରେଶ ପାଇକ ଉପସ୍ଥିତ ଥିଲେ। ଗୁରୁବାର ସକାଳେ ବୈଦିକ ରୀତିନୀତି ଅନୁଯାୟୀ ଦେବ ଦମ୍ପତିଙ୍କ ନିର୍ବନ୍ଧ, ଗୁଆ ଅନୁକୂଳ, ନିମନ୍ତ୍ରଣ, ପାଠ ପାରା, ବିବାହ, ହାତ ବନ୍ଧା କୁଦଖେଳ ସଂଗ ଓ ଦେବୀଙ୍କ ମନୋରଞ୍ଜନ କରାଯାଇଥିଲା। ବେଦୀ ଉପରେ ବର ଓ କନ୍ୟାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଶିବ ବିବାହର ରୀତି ସମ୍ପୂର୍ଣ୍ଣ କରାଯାଇଥିଲା। ଗୁରୁବାର ସକାଳେ ମହାଦେବଙ୍କ ମୃତ୍ୟୁଞ୍ଜୟ ମନ୍ତ୍ର ସହିତ ଅଭିଷେକ ମଧ୍ୟ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ବାରବିକ୍ୟୁ ସହିତ ସହର ପରିକ୍ରମା କରାଯାଇଥିଲା। ହାତଗଣ୍ଠି ପଡ଼ିବା ସମୟରେ ମନ୍ଦିର ପରିସର ଘଣ୍ଟ, ମୃଦଙ୍ଗ, ଗିନି ଓ ହୁଳହୁଳିର ଉତ୍ସବମୁଖର ଧ୍ୱନିରେ ଗୁଞ୍ଜରିତ ହୋଇଉଠିଥିଲା। ମୁଖ୍ୟ ପୂଜକ ଗାୟ ଚନ୍ଦ୍ର ମିଶ୍ର, ମିହିର ଦାସ, ନିତାଇ ମିଶ୍ର ବିଲିପି ଶତପଥୀ ଏବଂ ରଞ୍ଜନ ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।1
- ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଡିଓ ଯୁଗଳ କିଶୋର ବିଶ୍ୱାଳ ଏବଂ ତହସିଲଦାର ଅନିତା କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଅଧୀନରେ ୧୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ମୋବାଇଲ୍ ପ୍ରଦାନ କରାଯାଇଥିଲା। ଏହା ସହ ହିତାଧିକାରୀମାନଙ୍କୁ ୧୫ଟି ଅନ୍ନପୂର୍ଣ୍ଣା କାର୍ଡ, ୧୦ଟି ବୟୋ ବନ୍ଦନା କାର୍ଡ, ୧୦ଟି ଅନ୍ତ୍ୟୋଦୟ ଗୃହ ଯୋଜନା (AGY) କାର୍ଯ୍ୟାଦେଶ, ୧୨ଟି ଭୂମି ଅଧିକାର ପଟ୍ଟା (RoR), ୧୦ଟି ଆୟୁଷ୍ମାନ ଭାରତ କାର୍ଡ, ୧୦ଟି ଆଇଏଚଏଚଏଲ୍ (IHHL) କାର୍ଯ୍ୟାଦେଶ, ୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମଞ୍ଜୁରୀ ପତ୍ର, ୧ଟି ଲକ୍ଷପତି ଦିଦି ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ଏଥିସହ MBPY ଯୋଜନାରେ ୩ଟି ବୃଦ୍ଧାଭତ୍ତା (OAP) ଏବଂ ୧ଟି UMW ଭତ୍ତା ଅନୁମୋଦନ ପତ୍ର, ୮ଟି ଶ୍ରମିକ ପରିଚୟ ପତ୍ର ଏବଂ ୫୦ ହଜାର ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଅତିଥିମାନେ ସେମାନଙ୍କ ଉଦ୍ବୋଧନରେ କହିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ସଦା ତତ୍ପର ରହିଛି। ସେମାନେ ଆହ୍ୱାନ କରିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସେବା ଓ ସହାୟତା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରୁଛି, ତେଣୁ ଜନ ସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଯୋଜନାର ଲାଭ ଉଠାଇ ଦୃତ ପ୍ରଗତି କରନ୍ତୁ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଏ ବି ଡି ଓ ସୁଦାମ ସାମଲଙ୍କ ସହିତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଜନପ୍ରତିନିଧି, ବହୁ ସଂଖ୍ୟକ ହିତାଧିକାରୀ, ଜନସାଧାରଣ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।1
- ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଦର୍ଶାଯାଇଛି। ଏପରି ପରିସ୍ଥିତିରେ ସାଧାରଣ ଜନତା ପୁଲିସକୁ ଭୟ କରୁଥିବାବେଳେ, ଅପରାଧୀ ଓ ଆତତାୟୀମାନଙ୍କ ମନରେ ପୁଲିସ ପ୍ରତି କୌଣସି ଭୟ ନାହିଁ।1
- ବିନିକା ଥାନା ଅନ୍ତର୍ଗତ ଜାମଛାପର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଚାଳକଙ୍କର ମୃତ୍ୟୁ ହୋଇଛି।1