ନବରଙ୍ଗପୁର ବସଷ୍ଟାଣ୍ଡରୁ ଏକ ବିଶାଳ ସଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଛି। ଭାରତୀୟ ମଜଦୁର ସଂଘ ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମୀ ସଂଘ ଓ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଆଶା କର୍ମୀ ସାମିଲ ହୋଇଥିଲେ। ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦେଶବ୍ୟାପୀ 'ସରକାର ଜଗାଓ' ପଦକ୍ଷେପ ଅନ୍ତର୍ଗତ ଆଶା କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟ ସେବା, ଟୀକାକରଣ, ମାତୃ ଓ ଶିଶୁ ସେବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟ ସୂଚାରୁ ରୂପେ ତୁଲାଉଥିଲେ ମଧ୍ୟ ସେମାନଙ୍କୁ ସମ୍ମାନଜନକ ବେତନ ମିଳୁନାହିଁ। କେବଳ ସ୍ୱଳ୍ପ ପ୍ରୋତ୍ସାହନ ରାଶି ଦେଇ ସରକାର ଶୋଷଣ କରୁଥିବା ଆଶା କର୍ମୀମାନେ ଅଭିଯୋଗ କରିଛନ୍ତି। ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବେତନ ବୃଦ୍ଧି ନହେବାରୁ ସେମାନେ ପ୍ରତାରିତ ଅନୁଭବ କରୁଛନ୍ତି। ଆଶା କର୍ମୀମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମସ୍ତଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ମାସିକ ୧୮,୦୦୦ ଟଙ୍କା ବେତନ, ESI ଓ EPFO ଅନ୍ତର୍ଭୁକ୍ତ, ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅକ୍ଷମତା ପାଇଁ ବୀମା, ଏବଂ ଅବସର ପରେ ୧୦ ଲକ୍ଷ ଟଙ୍କାର ସହାୟତା ରହିଛି। ଏହାଛଡ଼ା, କାର୍ଯ୍ୟସ୍ଥଳରେ ନିରାପତ୍ତା, ଉନ୍ନତମାନର ୫-ଜି (5G) ମୋବାଇଲ୍ ପ୍ରଦାନ, ଏବଂ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଏଏନଏମ୍ (ANM) ପଦବୀକୁ ପଦୋନ୍ନତି ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘର ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ ଏବଂ ସମ୍ପାଦିକା ଗୀତାଞ୍ଜଳି ହରିଜନ ପରିଚାଳନା କରିଥିଲେ।
ନବରଙ୍ଗପୁର ବସଷ୍ଟାଣ୍ଡରୁ ଏକ ବିଶାଳ ସଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଛି। ଭାରତୀୟ ମଜଦୁର ସଂଘ ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମୀ ସଂଘ ଓ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଆଶା କର୍ମୀ ସାମିଲ ହୋଇଥିଲେ। ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦେଶବ୍ୟାପୀ 'ସରକାର ଜଗାଓ' ପଦକ୍ଷେପ ଅନ୍ତର୍ଗତ ଆଶା କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟ ସେବା, ଟୀକାକରଣ, ମାତୃ ଓ ଶିଶୁ ସେବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟ ସୂଚାରୁ ରୂପେ ତୁଲାଉଥିଲେ ମଧ୍ୟ ସେମାନଙ୍କୁ ସମ୍ମାନଜନକ ବେତନ ମିଳୁନାହିଁ। କେବଳ ସ୍ୱଳ୍ପ ପ୍ରୋତ୍ସାହନ ରାଶି ଦେଇ ସରକାର
ଶୋଷଣ କରୁଥିବା ଆଶା କର୍ମୀମାନେ ଅଭିଯୋଗ କରିଛନ୍ତି। ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବେତନ ବୃଦ୍ଧି ନହେବାରୁ ସେମାନେ ପ୍ରତାରିତ ଅନୁଭବ କରୁଛନ୍ତି। ଆଶା କର୍ମୀମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମସ୍ତଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ମାସିକ ୧୮,୦୦୦ ଟଙ୍କା ବେତନ, ESI ଓ EPFO ଅନ୍ତର୍ଭୁକ୍ତ, ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଅକ୍ଷମତା ପାଇଁ ବୀମା, ଏବଂ ଅବସର ପରେ ୧୦ ଲକ୍ଷ ଟଙ୍କାର ସହାୟତା ରହିଛି। ଏହାଛଡ଼ା, କାର୍ଯ୍ୟସ୍ଥଳରେ ନିରାପତ୍ତା, ଉନ୍ନତମାନର ୫-ଜି (5G) ମୋବାଇଲ୍ ପ୍ରଦାନ, ଏବଂ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଏଏନଏମ୍ (ANM) ପଦବୀକୁ ପଦୋନ୍ନତି ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘର ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ ଏବଂ ସମ୍ପାଦିକା ଗୀତାଞ୍ଜଳି ହରିଜନ ପରିଚାଳନା କରିଥିଲେ।
- କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ମଦ ବାର୍ରୁ ବଟି ମାଗିବା ଘଟଣାକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ସମ୍ପର୍କିତ ଆଉ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ବାର୍ ମ୍ୟାନେଜରକୁ ପାଣି ପିଆଇ ଦେଉଥିବା ବା ସମ୍ପୂର୍ଣ୍ଣ ନାକେଦମ କରୁଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ସ୍ଥିତିରେ ପ୍ରକୃତରେ ଭୁଲ୍ କାହାର, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ଅଞ୍ଚଳରେ ସ୍ୱୀକୃତି ପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ପୁଣିଥରେ ସାରକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କୃଷକମାନଙ୍କୁ ଶୋଷଣ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ, ଯାହାକୁ ନେଇ ପ୍ରଶାସନିକ ନୀରବତା ଉପରେ ପ୍ରଶ୍ନ ଉଠିଛି।1
- କୋଷାଗୁମୁଡ଼ାଠାରେ ଆଜି ସନ୍ଧ୍ୟା ସମୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଲେମ୍ପସ ପରିଚାଳକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀମାନେ କିପରି ସୁବିଧା ଓ ସରଳ ଭାବରେ ସାର ପାଇପାରିବେ ତାହା ସୁନିଶ୍ଚିତ କରିବା। ସେ ସରକାରୀ ମୂଲ୍ୟରେ ସମସ୍ତ ଚାଷୀଙ୍କୁ ସଠିକ୍ ଭାବରେ ସାର ଯୋଗାଇ ଦେବା ପାଇଁ ଲେମ୍ପସ ପରିଚାଳକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନା ସମୟରେ ଉପସ୍ଥିତ କିଛି ବ୍ୟକ୍ତିବିଶେଷଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା। ତେବେ ବିଧାୟକ ଶ୍ରୀ ମାଝୀ ତୁରନ୍ତ ଏହାର ସମାଧାନ କରିଥିଲେ ଏବଂ ଚାଷୀଙ୍କୁ ସହଜରେ ସାର ଯୋଗାଇବା ପାଇଁ ପୁଣିଥରେ ଲେମ୍ପସ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ।1
- କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।1
- କଳାହାଣ୍ଡି ଜିଲ୍ଲାରେ ଏକ ତାର ବାଡ଼ରେ ଭାଲୁ ଫଶିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।1
- ଦାମନଯୋଡ଼ି ସ୍ଥିତ ନବରତ୍ନ ନାଲକୋର ପ୍ରଶାସନିକ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ଚନ୍ଦ୍ର ମୋହନ ମହନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୭ ମସିହାରୁ ନାଲକୋରେ କାର୍ଯ୍ୟ କରିଆସୁଥିବା ବେଳେ ମାନବ ସମ୍ବଳ ଏବଂ ପ୍ରଶାସନିକ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଭିନ୍ନ ପଦବୀରେ ନିଜର ଦାୟିତ୍ୱ ତୁଲାଇଛନ୍ତି। ଜାଭିୟର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିବା ଚନ୍ଦ୍ର ମୋହନଙ୍କର ନାଲକୋ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଦାମନଯୋଡ଼ି ନାଲକୋର ପାରିପାର୍ଶ୍ୱିକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ସେ ସେଠାରେ ରହିଥିବା ଅନେକ ସମସ୍ୟାର ସମାଧାନ କରିଥିବାରୁ ସେ 'ସି ଏମ୍ ମହନ୍ତ' ଭାବେ ଗାଁ ଗାଁରେ ବେଶ୍ ପରିଚିତ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଗ୍ରାମାଞ୍ଚଳରେ ନାଲକୋର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନେଇ ମତବ୍ୟକ୍ତ କରିଛନ୍ତି।1
- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ପୁକାଲି ସାପ୍ତାହିକ ଶନିବାର ହାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ହାଟ ବସୁଥିବା ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଥିସହ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ଓ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ପୁକାଲି ସାପ୍ତାହିକ ହାଟ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ବଜାର ବସିବା ଯୋଗୁଁ ହିଁ ଏହି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜୁଛି।1
- କୋରାପୁଟ ଜିଲ୍ଲା କୋଟପାଡ଼ରେ ମହିଳାଙ୍କ ଆଗରେ ଶେଷରେ ପ୍ରଶାସନ ହାର ମାନିଛି। ଏହି ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆକ୍ସନ୍ ମୁଡ଼କୁ ଆସିଯାଇଛି।1