Shuru
Apke Nagar Ki App…
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ଅଞ୍ଚଳରେ ସ୍ୱୀକୃତି ପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ପୁଣିଥରେ ସାରକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କୃଷକମାନଙ୍କୁ ଶୋଷଣ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ, ଯାହାକୁ ନେଇ ପ୍ରଶାସନିକ ନୀରବତା ଉପରେ ପ୍ରଶ୍ନ ଉଠିଛି।
MSP TV (Reporter:-MiHiR)
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ଅଞ୍ଚଳରେ ସ୍ୱୀକୃତି ପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ପୁଣିଥରେ ସାରକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କୃଷକମାନଙ୍କୁ ଶୋଷଣ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ, ଯାହାକୁ ନେଇ ପ୍ରଶାସନିକ ନୀରବତା ଉପରେ ପ୍ରଶ୍ନ ଉଠିଛି।
- User5460Umarkote, Nabarangpur👏7 hrs ago
More news from ଓଡ଼ିଶା and nearby areas
- ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ଅଞ୍ଚଳରେ ସ୍ୱୀକୃତି ପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ପୁଣିଥରେ ସାରକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କୃଷକମାନଙ୍କୁ ଶୋଷଣ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ, ଯାହାକୁ ନେଇ ପ୍ରଶାସନିକ ନୀରବତା ଉପରେ ପ୍ରଶ୍ନ ଉଠିଛି।1
- କୋଷାଗୁମୁଡ଼ାଠାରେ ଆଜି ସନ୍ଧ୍ୟା ସମୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଲେମ୍ପସ ପରିଚାଳକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀମାନେ କିପରି ସୁବିଧା ଓ ସରଳ ଭାବରେ ସାର ପାଇପାରିବେ ତାହା ସୁନିଶ୍ଚିତ କରିବା। ସେ ସରକାରୀ ମୂଲ୍ୟରେ ସମସ୍ତ ଚାଷୀଙ୍କୁ ସଠିକ୍ ଭାବରେ ସାର ଯୋଗାଇ ଦେବା ପାଇଁ ଲେମ୍ପସ ପରିଚାଳକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନା ସମୟରେ ଉପସ୍ଥିତ କିଛି ବ୍ୟକ୍ତିବିଶେଷଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା। ତେବେ ବିଧାୟକ ଶ୍ରୀ ମାଝୀ ତୁରନ୍ତ ଏହାର ସମାଧାନ କରିଥିଲେ ଏବଂ ଚାଷୀଙ୍କୁ ସହଜରେ ସାର ଯୋଗାଇବା ପାଇଁ ପୁଣିଥରେ ଲେମ୍ପସ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ।1
- କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ମଦ ବାର୍ରୁ ବଟି ମାଗିବା ଘଟଣାକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଏହି ସମ୍ପର୍କିତ ଆଉ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ବାର୍ ମ୍ୟାନେଜରକୁ ପାଣି ପିଆଇ ଦେଉଥିବା ବା ସମ୍ପୂର୍ଣ୍ଣ ନାକେଦମ କରୁଥିବା ଶୁଣିବାକୁ ମିଳୁଛି। ଏହି ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ସ୍ଥିତିରେ ପ୍ରକୃତରେ ଭୁଲ୍ କାହାର, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- କଳାହାଣ୍ଡି ଜିଲ୍ଲାରେ ଏକ ତାର ବାଡ଼ରେ ଭାଲୁ ଫଶିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।1
- କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।1
- ଦାମନଯୋଡ଼ି ସ୍ଥିତ ନବରତ୍ନ ନାଲକୋର ପ୍ରଶାସନିକ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ଚନ୍ଦ୍ର ମୋହନ ମହନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୭ ମସିହାରୁ ନାଲକୋରେ କାର୍ଯ୍ୟ କରିଆସୁଥିବା ବେଳେ ମାନବ ସମ୍ବଳ ଏବଂ ପ୍ରଶାସନିକ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଭିନ୍ନ ପଦବୀରେ ନିଜର ଦାୟିତ୍ୱ ତୁଲାଇଛନ୍ତି। ଜାଭିୟର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିବା ଚନ୍ଦ୍ର ମୋହନଙ୍କର ନାଲକୋ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଦାମନଯୋଡ଼ି ନାଲକୋର ପାରିପାର୍ଶ୍ୱିକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ସେ ସେଠାରେ ରହିଥିବା ଅନେକ ସମସ୍ୟାର ସମାଧାନ କରିଥିବାରୁ ସେ 'ସି ଏମ୍ ମହନ୍ତ' ଭାବେ ଗାଁ ଗାଁରେ ବେଶ୍ ପରିଚିତ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଗ୍ରାମାଞ୍ଚଳରେ ନାଲକୋର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନେଇ ମତବ୍ୟକ୍ତ କରିଛନ୍ତି।1
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଥାନା ପରିସରରେ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଶୁକ୍ରବାର ଦିନ ଏକ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଲାଞ୍ଜିଗଡ଼ର ଗୁଣ୍ଡିଚାଯାତ୍ରା ଏବଂ ବାହୁଡ଼ା ଯାତ୍ରାକୁ କିପରି ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳା ସହିତ ସମାପନ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତି କରାଯାଇଛି।1
- ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାରେ ଜଣେ ନାବାଳକର ଶବକୁ ବାଇକରେ ବୁହାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।1