୧୦୦% ସିଜେରିଆନ୍ ଡେଲିଭେରି କରୁଥିବା ହସ୍ପିଟାଲ ନଜରରେ: ଲାଇସେନ୍ସ ବାତିଲ ପର୍ଯ୍ୟନ୍ତ କଡ଼ା କାର୍ଯ୍ୟାନୁଷ୍ଠାନର ସତର୍କବାଣୀ ୧୦୦% ସିଜେରିଆନ୍ ଡେଲିଭେରି କରୁଥିବା ହସ୍ପିଟାଲ ନଜରରେ: ଲାଇସେନ୍ସ ବାତିଲ ପର୍ଯ୍ୟନ୍ତ କଡ଼ା କାର୍ଯ୍ୟାନୁଷ୍ଠାନର ସତର୍କବାଣୀ ବାଲେଶ୍ୱର, ଜିଲ୍ଲାର କିଛି ବେସରକାରୀ ହସ୍ପିଟାଲରେ ଅସାମାନ୍ୟ ଭାବରେ ବଢ଼ୁଥିବା ସିଜେରିଆନ୍ (C-section) ଡେଲିଭେରି ହାରକୁ ନେଇ ଜିଲ୍ଲା ପ୍ରଶାସନ କଡ଼ା ମନୋଭାବ ଗ୍ରହଣ କରିଛି। ଏହାକୁ ନେଇ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବେସରକାରୀ ହସ୍ପିଟାଲ ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ ଯେ, ଜିଲ୍ଲାର କେତେକ ବେସରକାରୀ ହସ୍ପିଟାଲରେ ଡେଲିଭେରିର ହାର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ସିଜେରିଆନ୍ ମାଧ୍ୟମରେ କରାଯାଉଛି, ଯାହା ସାଧାରଣ ଚିକିତ୍ସା ପ୍ରଚଳନ ସହ ସମନ୍ୱୟଶୀଳ ନୁହେଁ। ଅନେକ ସମୟରେ ଏପରି ଡେଲିଭେରି ଚିକିତ୍ସାଜନିତ ଆବଶ୍ୟକତା ବିନା କରାଯାଉଥିବା ସନ୍ଦେହ ଥିବାରୁ ଏହା ମାତୃ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହେବା ସହ ରୋଗୀ ପରିବାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ସୃଷ୍ଟି କରୁଥିବା କଥା ସେ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ଶ୍ରୀ ବିକାଶ ବୈଠକରେ ସଫା ସନ୍ଦେଶ ଦେଇଥିଲେ ଯେ, ସିଜେରିଆନ୍ ଡେଲିଭେରି କେବଳ ଚିକିତ୍ସାଜନିତ ଆବଶ୍ୟକତା ଥିଲେ ମାତ୍ର କରାଯିବା ଉଚିତ ଏବଂ ଏହାକୁ ରୁଟିନ୍ ପ୍ରକ୍ରିୟା ଭାବେ ଗ୍ରହଣ କରାଯିବ ନାହିଁ। ଯେହେତୁ ଏହା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସହ ସିଧାସଳଖ ସମ୍ପର୍କିତ, ତେଣୁ ଏଥିରେ କୌଣସି ପ୍ରକାର ଅନିୟମିତତା ବର୍ଦ୍ଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରିଥିଲେ। ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ଓ ଚିକିତ୍ସା ନିୟମର କଡ଼ା ପାଳନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ତରରେ ଏକ ବିଶେଷ ମନିଟରିଂ ଟିମ୍ ଗଠନ କରାଯିବ। ଏହି ଟିମ୍ ନିୟମିତ ଓ ଆକସ୍ମିକ ଭାବରେ ବେସରକାରୀ ହସ୍ପିଟାଲଗୁଡ଼ିକର ପରିଦର୍ଶନ କରି ସିଜେରିଆନ୍ ଡେଲିଭେରି ସମ୍ପର୍କିତ ତଥ୍ୟ ଓ ରେକର୍ଡ ଯାଞ୍ଚ କରିବେ। ଯେକୌଣସି ହସ୍ପିଟାଲ ଯଦି ଅନୁଚିତ ବା ଅନୈତିକ ଭାବରେ ସିଜେରିଆନ୍ ଡେଲିଭେରି କରୁଥିବା ଧରାପଡ଼େ, ସେମାନଙ୍କ ବିରୋଧରେ କଡ଼ା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସହ ଲାଇସେନ୍ସ ବାତିଲ ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସତର୍କ କରାଯାଇଛି। ଏହାସହିତ ସମସ୍ତ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ରେକର୍ଡରେ ପାରଦର୍ଶିତା ରଖିବା, ରୋଗୀଙ୍କୁ ଯଥାର୍ଥ ସୂଚନା ଦେବା ଓ ପ୍ରଚଳିତ ଚିକିତ୍ସା ନିୟମ ଓ ନୈତିକ ମାନଦଣ୍ଡକୁ କଡ଼ା ଭାବରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି କଡ଼ା ମନୋଭାବ ପରେ ବେସରକାରୀ ହସ୍ପିଟାଲ ମହଳରେ ଚଞ୍ଚଳତା ସୃଷ୍ଟି ହୋଇଥିବା ଦେଖାଯାଇଛି।
୧୦୦% ସିଜେରିଆନ୍ ଡେଲିଭେରି କରୁଥିବା ହସ୍ପିଟାଲ ନଜରରେ: ଲାଇସେନ୍ସ ବାତିଲ ପର୍ଯ୍ୟନ୍ତ କଡ଼ା କାର୍ଯ୍ୟାନୁଷ୍ଠାନର ସତର୍କବାଣୀ ୧୦୦% ସିଜେରିଆନ୍ ଡେଲିଭେରି କରୁଥିବା ହସ୍ପିଟାଲ ନଜରରେ: ଲାଇସେନ୍ସ ବାତିଲ ପର୍ଯ୍ୟନ୍ତ କଡ଼ା କାର୍ଯ୍ୟାନୁଷ୍ଠାନର ସତର୍କବାଣୀ ବାଲେଶ୍ୱର, ଜିଲ୍ଲାର କିଛି ବେସରକାରୀ ହସ୍ପିଟାଲରେ ଅସାମାନ୍ୟ ଭାବରେ ବଢ଼ୁଥିବା ସିଜେରିଆନ୍ (C-section) ଡେଲିଭେରି ହାରକୁ ନେଇ ଜିଲ୍ଲା ପ୍ରଶାସନ କଡ଼ା ମନୋଭାବ ଗ୍ରହଣ କରିଛି। ଏହାକୁ ନେଇ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବେସରକାରୀ ହସ୍ପିଟାଲ ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ ଯେ, ଜିଲ୍ଲାର କେତେକ ବେସରକାରୀ ହସ୍ପିଟାଲରେ ଡେଲିଭେରିର ହାର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ସିଜେରିଆନ୍ ମାଧ୍ୟମରେ କରାଯାଉଛି, ଯାହା ସାଧାରଣ ଚିକିତ୍ସା ପ୍ରଚଳନ
ସହ ସମନ୍ୱୟଶୀଳ ନୁହେଁ। ଅନେକ ସମୟରେ ଏପରି ଡେଲିଭେରି ଚିକିତ୍ସାଜନିତ ଆବଶ୍ୟକତା ବିନା କରାଯାଉଥିବା ସନ୍ଦେହ ଥିବାରୁ ଏହା ମାତୃ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହେବା ସହ ରୋଗୀ ପରିବାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ସୃଷ୍ଟି କରୁଥିବା କଥା ସେ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ଶ୍ରୀ ବିକାଶ ବୈଠକରେ ସଫା ସନ୍ଦେଶ ଦେଇଥିଲେ ଯେ, ସିଜେରିଆନ୍ ଡେଲିଭେରି କେବଳ ଚିକିତ୍ସାଜନିତ ଆବଶ୍ୟକତା ଥିଲେ ମାତ୍ର କରାଯିବା ଉଚିତ ଏବଂ ଏହାକୁ ରୁଟିନ୍ ପ୍ରକ୍ରିୟା ଭାବେ ଗ୍ରହଣ କରାଯିବ ନାହିଁ। ଯେହେତୁ ଏହା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସହ ସିଧାସଳଖ ସମ୍ପର୍କିତ, ତେଣୁ ଏଥିରେ କୌଣସି ପ୍ରକାର ଅନିୟମିତତା ବର୍ଦ୍ଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରିଥିଲେ। ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ଓ ଚିକିତ୍ସା ନିୟମର କଡ଼ା ପାଳନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ତରରେ
ଏକ ବିଶେଷ ମନିଟରିଂ ଟିମ୍ ଗଠନ କରାଯିବ। ଏହି ଟିମ୍ ନିୟମିତ ଓ ଆକସ୍ମିକ ଭାବରେ ବେସରକାରୀ ହସ୍ପିଟାଲଗୁଡ଼ିକର ପରିଦର୍ଶନ କରି ସିଜେରିଆନ୍ ଡେଲିଭେରି ସମ୍ପର୍କିତ ତଥ୍ୟ ଓ ରେକର୍ଡ ଯାଞ୍ଚ କରିବେ। ଯେକୌଣସି ହସ୍ପିଟାଲ ଯଦି ଅନୁଚିତ ବା ଅନୈତିକ ଭାବରେ ସିଜେରିଆନ୍ ଡେଲିଭେରି କରୁଥିବା ଧରାପଡ଼େ, ସେମାନଙ୍କ ବିରୋଧରେ କଡ଼ା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ସହ ଲାଇସେନ୍ସ ବାତିଲ ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସତର୍କ କରାଯାଇଛି। ଏହାସହିତ ସମସ୍ତ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ରେକର୍ଡରେ ପାରଦର୍ଶିତା ରଖିବା, ରୋଗୀଙ୍କୁ ଯଥାର୍ଥ ସୂଚନା ଦେବା ଓ ପ୍ରଚଳିତ ଚିକିତ୍ସା ନିୟମ ଓ ନୈତିକ ମାନଦଣ୍ଡକୁ କଡ଼ା ଭାବରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି କଡ଼ା ମନୋଭାବ ପରେ ବେସରକାରୀ ହସ୍ପିଟାଲ ମହଳରେ ଚଞ୍ଚଳତା ସୃଷ୍ଟି ହୋଇଥିବା ଦେଖାଯାଇଛି।
- ବାଲେଶ୍ଵର ସଦର କଂଗ୍ରେସ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ; ପ୍ରତି ପଂଚାୟତ ଦଖଲ କରିବା ପାଇଁ ମତଦାତାଙ୍କୁ ସଚେତନ କରିବାକୁ ପଡିବ ବୋଲି କହିଲେ ସରୋଜ ଲେଙ୍କା4
- Post by Bikash mallik4
- monaranjan pai nayaranga matha gobindapur distiki1
- ସିମୁଳିଆ -ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବାଉରୀପଦା ପଞ୍ଚାୟତର କୁରୁକୁରିଆ ଠାରେ ବିଜେପି କୃଷକ ମୋର୍ଚ୍ଚାର ବ୍ଳକ ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଅକ୍ଷୟ ତୃତୀୟ ଦିବସ ପାଳନ ଅବସରରେ ମାର୍କୋଣା ମଣ୍ଡଳ ସଭାପତି ଅଭିନାସ ବେହେରା, ସ୍ଥାନୀୟ ସରପଞ୍ଚ ଧରଣୀଧର ନାୟକ, ବିଜେପି ପଞ୍ଚାୟତ ସଭାପତି ମନୋରଞ୍ଜନ ହାତୀ, ନାଏବ ସରପଞ୍ଚ ସନାତନ ବନ୍ଧ, ମହିଳା ଗ୍ରୁପ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଅଖିମୁଠି ଅନୁକୂଳ କରିଥିଲେ l1
- ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତର ରପେୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ସାଂସଦ ଅଭିମନ୍ୟୁ ସେଠିଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଶିଳାନ୍ୟାସ l1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by MN.NEWS ODIA1
- ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ବାଲେଶ୍ବର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଘୋଷଣା ହେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା ଓ ଯୂବନେତା ନୀଳମାଧବ ପଣ୍ଡା, ସିମୁଳିଆ ଖଇରାର ସମସ୍ତ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପହଁଚିଥିଲେ ।4