logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ଛାତ୍ରାବାସ ଖୋଲିବାରେ ଅସହଯୋଗ ଯୋଗୁଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୋଡାଘାଟ ଅଧକ୍ଷ ନିଲମ୍ବନ* *ମାଲକାନଗିରି, ୧/୮/୨୬:* ବାଳିକା ଶିକ୍ଷାକୁ ବୃଦ୍ଧି କରିବା ଏବଂ ଡ୍ରପ ଆଉଟ୍ କମ୍ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ଵାରା ମାସିକ ଶିକ୍ଷା ବିଭାଗ ସମୀକ୍ଷା ବୈଠକରେ ଖଇରପୁଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ତୁରନ୍ତ ଛାତ୍ରାବାସ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଦେଶ ଦେବାର ଦୁଇମାସ ବିତିଯାଇଥିଲେ ବି ଅଧକ୍ଷ ରାଜୀବ କୁମାର ଦତ୍ତଙ୍କ ଖାମଖିଆଲି ନୀତି ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ। ଚିଠି ନଂ ୩୨୦୪ ତାରିଖ ୧୮-୭-୨୦୨୭ ମାଧ୍ୟମରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଚିଠି ନଂ ୩୨୫୨ ତାରିଖ ୩୧-୭-୨୦୨୬ ଆଦେଶରେ ଅଧକ୍ଷ ଙ୍କୁ ତୁରନ୍ତ କାର୍ଯ୍ୟର ଅବହେଳା ଓ ଅସହଯୋଗ କାରଣ ଦର୍ଶାଇ ନିଲମ୍ବନ କରିଛନ୍ତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ମାଲକାନଗିରିକୁ ରିପୋର୍ଟ କରିବାକୁ କହିଛନ୍ତି।

5 hrs ago
user_Update Malkangiri news
Update Malkangiri news
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
5 hrs ago
2ba5a200-abe4-41c4-99f8-c128334d99de

*ଛାତ୍ରାବାସ ଖୋଲିବାରେ ଅସହଯୋଗ ଯୋଗୁଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୋଡାଘାଟ ଅଧକ୍ଷ ନିଲମ୍ବନ* *ମାଲକାନଗିରି, ୧/୮/୨୬:* ବାଳିକା ଶିକ୍ଷାକୁ ବୃଦ୍ଧି କରିବା ଏବଂ ଡ୍ରପ ଆଉଟ୍ କମ୍ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ଵାରା ମାସିକ ଶିକ୍ଷା ବିଭାଗ ସମୀକ୍ଷା ବୈଠକରେ ଖଇରପୁଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ତୁରନ୍ତ ଛାତ୍ରାବାସ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଦେଶ ଦେବାର ଦୁଇମାସ ବିତିଯାଇଥିଲେ ବି ଅଧକ୍ଷ ରାଜୀବ କୁମାର ଦତ୍ତଙ୍କ ଖାମଖିଆଲି ନୀତି ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ। ଚିଠି ନଂ ୩୨୦୪ ତାରିଖ ୧୮-୭-୨୦୨୭ ମାଧ୍ୟମରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଚିଠି ନଂ ୩୨୫୨ ତାରିଖ ୩୧-୭-୨୦୨୬ ଆଦେଶରେ ଅଧକ୍ଷ ଙ୍କୁ ତୁରନ୍ତ କାର୍ଯ୍ୟର ଅବହେଳା ଓ ଅସହଯୋଗ କାରଣ ଦର୍ଶାଇ ନିଲମ୍ବନ କରିଛନ୍ତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ମାଲକାନଗିରିକୁ ରିପୋର୍ଟ କରିବାକୁ କହିଛନ୍ତି।

More news from ଓଡ଼ିଶା and nearby areas
  • ବକେୟା ଦରମାକୁ ନେଇ ଆନ୍ଦୋଳନରେ ପୂର୍ତ୍ତ ବିଭାଗର ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ #Jeypore #National24
    1
    ବକେୟା ଦରମାକୁ ନେଇ ଆନ୍ଦୋଳନରେ ପୂର୍ତ୍ତ ବିଭାଗର ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ #Jeypore #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    17 min ago
  • ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହସ୍ତକ୍ଷେପ ପରେ ଜୟପୁର R&B ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହସ୍ତକ୍ଷେପ ପରେ ଜୟପୁର R&B ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ।
    1
    ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହସ୍ତକ୍ଷେପ ପରେ ଜୟପୁର R&B ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ।
ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହସ୍ତକ୍ଷେପ ପରେ ଜୟପୁର R&B ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।
    1
    ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ 
ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    12 hrs ago
  • ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତ ର ରାସ୍ତା ନିର୍ମାଣ ବିଳମ୍ବ ଯୋଗୁଁ ପଞ୍ଚାୟତର ୨୨ ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି
    3
    ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତ ର ରାସ୍ତା ନିର୍ମାଣ ବିଳମ୍ବ ଯୋଗୁଁ ପଞ୍ଚାୟତର ୨୨ ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି
    user_Uttam Nayak
    Uttam Nayak
    ବନ୍ଧୁଗାଁ, କୋରାପୁଟ, ଓଡ଼ିଶା•
    9 hrs ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା #Kalahandi #MandaiYatra #OdishaCulture #Temera #MaaBasteren କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।
    1
    ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା
#Kalahandi #MandaiYatra #OdishaCulture #Temera #MaaBasteren 
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।
    user_ଅମୋଜ ଧରୁଆ
    ଅମୋଜ ଧରୁଆ
    କୋକସରା, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।
    1
    ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର  ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର।
କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।  ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି  ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ  ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    1 hr ago
  • ଜୟପୁର R & B SEଙ୍କ ମନ୍ତବ୍ୟ ପରେ ତୀବ୍ର ହେଲା ବକେୟା ଦରମା ଦାବି ଧାରଣା ଜୟପୁର R & B SEଙ୍କ ମନ୍ତବ୍ୟ ପରେ ତୀବ୍ର ହେଲା ବକେୟା ଦରମା ଦାବି ଧାରଣା
    1
    ଜୟପୁର R & B SEଙ୍କ ମନ୍ତବ୍ୟ ପରେ ତୀବ୍ର ହେଲା ବକେୟା ଦରମା ଦାବି ଧାରଣା
ଜୟପୁର R & B SEଙ୍କ ମନ୍ତବ୍ୟ ପରେ ତୀବ୍ର ହେଲା ବକେୟା ଦରମା ଦାବି ଧାରଣା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.