ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ ବାରିପଦା ଆଇନ ସମ୍ପର୍କରେ ସଚେତନତା ହେଉଛି ନ୍ୟାୟ ପାଇବାର ପ୍ରଥମ ପାହାଚ. ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ଆଇନର ଜ୍ଞାନ ଏବଂ ଆଇନଗତ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ଆଇନ ସହାୟତା କକ୍ଷ ପକ୍ଷରୁ ମହାରାଜପୁର ଗ୍ରାମରେ ଗାଁ ଦୁଆରେ ନ୍ୟାୟ : ଘରେ ଘରେ ଆଇନ ସେବା ଶୀର୍ଷକ ଏକ ଆଇନ ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ଆଇନ ସହାୟତା କକ୍ଷର ଅଧିକାରୀ ଅଧ୍ୟାପକ ସମ୍ବିତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ପରାମର୍ଶଦାତା ଭାବେ ବାରିପଦା ଓକିଲ ସଂଘର ସହସାଧାରଣ ସମ୍ପାଦକ ଆଡଭୋକେଟ ସ୍ୱରୂପ କୁମାର ମିଶ୍ର ଯୋଗଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ଆଇନଗତ ବିଷୟ ସମ୍ପର୍କରେ ସରଳ ଓ ସାଧାରଣ ବୋଧଗମ୍ୟ ଭାଷାରେ ବୁଝାଇଥିଲେ. ଆଇନ ସମ୍ପର୍କିତ ଜଟିଳ ବିଷୟଗୁଡ଼ିକୁ ସହଜ ଉଦାହରଣ ମାଧ୍ୟମରେ ବୁଝାଇବା ସହ ଆଇନଗତ ସମସ୍ୟା ଉପୁଜିଲେ ଭୟଭୀତ ନହୋଇ ଉପଯୁକ୍ତ ଆଇନଗତ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଥିଲେ. ମହାବିଦ୍ୟାଳୟର ଆଇନ ବିଭାଗର ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ବିଭିନ୍ନ ଆଇନ ଓ ଆଇନଗତ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ. କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଆଇନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ସମସ୍ୟା ଶୁଣାଯାଇଥିବା ବେଳେ ତାହାର ଆଇନଗତ ଦିଗ ସମ୍ପର୍କରେ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା. ମହାରାଜପୁର ଭଳି ଗ୍ରାମକୁ ଏଭଳି ଏକ ଜନକଲ୍ୟାଣ ମୂଳକ ଆଇନ ସଚେତନତା କାର୍ଯ୍ୟକ୍ରମ ପାଇଁ ଚୟନ କରିଥିବାରୁ ଗ୍ରାମବାସୀ ମାନେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ. ଶେଷରେ ଅଧ୍ୟାପକ ଡ. ଜିତେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ.

- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ , ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।4
- #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍ଆଇଆର୍ରେ ଯୋଡ଼ି ହେଲା ସାଂଘାତିକ ଦଫା1
- ବାଲେଶ୍ବର ରେ ଧୁମ୍ ଧାମରେ ପାଳିତ ହେଉଛି ଗଣେଶ ପୂଜା।1
- ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- Post by Bhadrak bulletin1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗଣେଶ ପୂଜା1