ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡ଼ା ବ୍ଲକ ଠାରେ ଭାରତୀୟ ମଜଦୂର ସଂଘର ନୂତନ କର୍ମକର୍ତ୍ତା ଚୟନ। ରାମନାଗୁଡ଼ା ବ୍ଲକ ଭାରତୀୟ ମଜଦୂର ସଂଘର ନୂତନ କର୍ମକର୍ତ୍ତା ଚୟନ। ପଦ୍ମପୁର,୧୯। ୪ (ନିପ୍ର) ରାମନାଗୁଡ଼ା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘର ବ୍ଳକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପଦାଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ଶ୍ରମିକ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ନିଆଯାଇଛି। ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ବିଏମଏସ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ମହନ ରାଓ ମାଝୀ, କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ଉପସଭାପତି ଦୁର୍ଗା ମାଧବ ଘୋଷ, ଉଷା ରାଣୀ ଦାଶ, ନିରଞ୍ଜନ ସେନାପତି, ସୀମାଞ୍ଚଳ ମିଶ୍ର ଓ କ୍ଷମା ସାଗର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ମା’ ଭାରତୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସଂଘର ପ୍ରତିଷ୍ଠାତା ଦନ୍ତୋପନ୍ତ ଠେଙ୍ଗେଡ଼ିଜୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡ଼ି, ପାଚିକା, ହସ୍ପିଟାଲ କର୍ମଚାରୀ ସଂଘ, ସିଆର୍ପି, ସିଏମ୍, ସ୍ୱାବଲମ୍ବୀ କାରିଗରୀ ସଂଘ, ନିର୍ମାଣ ଶ୍ରମିକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀର ଶେଷ ପର୍ଯ୍ୟାୟରେ ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭଜିତ ପଟ୍ଟନାୟକଙ୍କୁ ରାମନାଗୁଡ଼ା ବ୍ଲକ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସୁନୀତା ମାଣ୍ଡାଙ୍ଗିଙ୍କୁ ଉପସଭାପତି, ନରସିଂହ ପରିଛାଙ୍କୁ ସମ୍ପାଦକ, ଶ୍ରୀନିବାସ ପାତିକାଙ୍କୁ ସହ-ସମ୍ପାଦକ ଏବଂ ପ୍ରସାଦ ଧୋବାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଏଥିସହ ଗାୟତ୍ରୀ ବଲବାଇ, ଇନ୍ଦିରା ପଣ୍ଡା, ଅଭୟ କୁମାର ଶବର, ଯୋଗେନ୍ଦ୍ର ଶବର, ବବିତା କାଡ୍ରାକା, ଜୟା ବିଡିକା ଓ ପଦ୍ମନାଭ କାଡ୍ରାକାଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା। ନୂତନ ସଭାପତି ଶୁଭଜିତ ପଟ୍ଟନାୟକ ନିଜ ଅଭିଭାଷଣରେ ସମସ୍ତଙ୍କ ସହଯୋଗରେ ରାଷ୍ଟ୍ର ହିତ ଓ ଶ୍ରମିକ ହିତ ପାଇଁ ନିରନ୍ତର ସଂଗ୍ରାମ କରିବେ ଏବଂ ପ୍ରତ୍ୟେକ ଶ୍ରମିକଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ସେମାନଙ୍କ ସୁଖଦୁଃଖରେ ସାମିଲ ହେବେ ବୋଲି ସଂକଳ୍ପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ଗମାଙ୍ଗ, ସଂଯୁକ୍ତା ହେରପାଲ, ପେଦିନା ଉଷା, ସୁନିତା ମାଣ୍ଡାଙ୍ଗି, ବଂଶୀ କଣ୍ଡାଗରି, କୈଳାସ ଶବର ଓ କିରଣ ମୁଟିକା ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିଲେ।
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରାମନାଗୁଡ଼ା ବ୍ଲକ ଠାରେ ଭାରତୀୟ ମଜଦୂର ସଂଘର ନୂତନ କର୍ମକର୍ତ୍ତା ଚୟନ। ରାମନାଗୁଡ଼ା ବ୍ଲକ ଭାରତୀୟ ମଜଦୂର ସଂଘର ନୂତନ କର୍ମକର୍ତ୍ତା ଚୟନ। ପଦ୍ମପୁର,୧୯। ୪ (ନିପ୍ର) ରାମନାଗୁଡ଼ା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘର ବ୍ଳକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପଦାଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ଶ୍ରମିକ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ନିଆଯାଇଛି। ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି
ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ବିଏମଏସ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ମହନ ରାଓ ମାଝୀ, କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ, ଉପସଭାପତି ଦୁର୍ଗା ମାଧବ ଘୋଷ, ଉଷା ରାଣୀ ଦାଶ, ନିରଞ୍ଜନ ସେନାପତି, ସୀମାଞ୍ଚଳ ମିଶ୍ର ଓ କ୍ଷମା ସାଗର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ମା’ ଭାରତୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସଂଘର ପ୍ରତିଷ୍ଠାତା ଦନ୍ତୋପନ୍ତ ଠେଙ୍ଗେଡ଼ିଜୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଂଘ ପକ୍ଷରୁ ଅତିଥି ମାନଙ୍କୁ
ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡ଼ି, ପାଚିକା, ହସ୍ପିଟାଲ କର୍ମଚାରୀ ସଂଘ, ସିଆର୍ପି, ସିଏମ୍, ସ୍ୱାବଲମ୍ବୀ କାରିଗରୀ ସଂଘ, ନିର୍ମାଣ ଶ୍ରମିକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀର ଶେଷ ପର୍ଯ୍ୟାୟରେ ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭଜିତ ପଟ୍ଟନାୟକଙ୍କୁ ରାମନାଗୁଡ଼ା ବ୍ଲକ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସୁନୀତା ମାଣ୍ଡାଙ୍ଗିଙ୍କୁ ଉପସଭାପତି, ନରସିଂହ ପରିଛାଙ୍କୁ ସମ୍ପାଦକ, ଶ୍ରୀନିବାସ ପାତିକାଙ୍କୁ ସହ-ସମ୍ପାଦକ ଏବଂ ପ୍ରସାଦ ଧୋବାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଏଥିସହ ଗାୟତ୍ରୀ ବଲବାଇ, ଇନ୍ଦିରା ପଣ୍ଡା, ଅଭୟ କୁମାର ଶବର, ଯୋଗେନ୍ଦ୍ର
ଶବର, ବବିତା କାଡ୍ରାକା, ଜୟା ବିଡିକା ଓ ପଦ୍ମନାଭ କାଡ୍ରାକାଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା। ନୂତନ ସଭାପତି ଶୁଭଜିତ ପଟ୍ଟନାୟକ ନିଜ ଅଭିଭାଷଣରେ ସମସ୍ତଙ୍କ ସହଯୋଗରେ ରାଷ୍ଟ୍ର ହିତ ଓ ଶ୍ରମିକ ହିତ ପାଇଁ ନିରନ୍ତର ସଂଗ୍ରାମ କରିବେ ଏବଂ ପ୍ରତ୍ୟେକ ଶ୍ରମିକଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ସେମାନଙ୍କ ସୁଖଦୁଃଖରେ ସାମିଲ ହେବେ ବୋଲି ସଂକଳ୍ପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ଗମାଙ୍ଗ, ସଂଯୁକ୍ତା ହେରପାଲ, ପେଦିନା ଉଷା, ସୁନିତା ମାଣ୍ଡାଙ୍ଗି, ବଂଶୀ କଣ୍ଡାଗରି, କୈଳାସ ଶବର ଓ କିରଣ ମୁଟିକା ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିଲେ।
- ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।1
- Post by Ansubhai Pandey1
- ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ଭାରତ ର ଶିକ୍ଷ୍ୟା ବ୍ୟବସ୍ତା କୁ ଦୁର୍ବଳ କରି ନେତା ମନ୍ତ୍ରୀ ମାନେ ସେମାନଙ୍କ ପିଲ୍ଲାଙ୍କୁ ବିଦେଶ ରେ ପାଠ ପଢାଉଛନ୍ତି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଅଜିତ୍ ପାତ୍ରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ୬୪ ୟୁନିଟ୍ ରକ୍ତ ସଂଗ୍ରହ ସମାଜସେବୀ ତଥା ମଡେଲର ଏସ୍ ଅଜିତ୍ ପାତ୍ର ଙ୍କ ପ୍ରତି ବର୍ଷ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ଅତିଥି ମାନଙ୍କୁ ଶ୍ରୀ ପାତ୍ର ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାରେ ରକ୍ତ ଅଭାବ ଥିବା ଯୋଗୁଁ ଏହା ମହାନ୍ କାର୍ଯ୍ୟରୁ ଆଖି ଆଗରେ ରଖି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ସମାଜସେବୀ ଶ୍ରୀ ପାତ୍ର କହିଛନ୍ତି l ସମାଜ ର ମଙ୍ଗଳ ପାଇଁ ହାତ ବଢ଼େଇ ଥିବା ଶ୍ରୀ ପାତ୍ର ଙ୍କୁ ଅଞ୍ଚଳ ବାସି ଖୁବ୍ ପ୍ରଶଂସା କରିଥିବା ସାଧାରଣ ଲୋକଙ୍କ ମଧ୍ୟ ଖୁବ୍ ଚର୍ଚ୍ଚା କରାଯାଇଥିବା ଦେଖିବାକୁ ମିଳିଛି।1
- ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।1
- ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ1
- Post by Ansubhai Pandey1