ପିଡିଏସ ଓ ଧାନ ଅଧିଗ୍ରହଣର ସମୀକ୍ଷା: ହିତାଧିକାରୀଙ୍କୁ ସଠିକ୍ ସମୟରେ ରାସନ ଯୋଗାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ନୂଆପଡା- ୧୬/୦୪ -ନୂଆପଡା ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପି ଡି ଏସ) କୁ ଅଧିକ ସୁଦୃଢ଼ କରିବା ଏବଂ ଧାନ ଅଧିଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ରାସନ ବଣ୍ଟନ ସ୍ଥିତି ଉପରେ ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଜିଲ୍ଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ସୁଲଭ ବିକ୍ରୟ କେନ୍ଦ୍ର ଜିଲ୍ଲାରେ ମୋଟ ୧୪୮ ଟି କେନ୍ଦ୍ର କାର୍ଯ୍ୟରତ ରହିଛି। ସୁପରିଚାଳନା - ୧୦୯ଟି ଗ୍ରାମ ପଞ୍ଚାୟତ, ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧ଟି ପୁରୁଷ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହା ପରିଚାଳିତ ହେଉଛି। ହିତାଧିକାରୀ -ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୧,୮୯,୯୧୬ ଟି ପରିବାରର ୫,୫୬,୯୯୨ ଜଣ ସଦସ୍ୟ ଉପକୃତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଇ-କେୱାଇସି ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୯୭.୩୬ ପ୍ରତିଶତ ଇ- କେୱାଇସି କାର୍ଯ୍ୟ ଶେଷ ହୋଇଛି, ଯାହା ପୂର୍ବ ମାସ ତୁଳନାରେ ୦.୪୬% ବୃଦ୍ଧି ପାଇଛି। ଏହା ସହିତ ୨୦୯ଟି ନୂତନ ରାସନ କାର୍ଡ ଜାରି କରାଯାଇଛି। ସେହିପରି ୫,୦୯୭ଟି ପ୍ରବାସୀ ଶ୍ରମିକ ପରିବାରର ୫,୪୨୮ ଜଣ ସଦସ୍ୟଙ୍କୁ ମଧ୍ୟ ରାସନ କାର୍ଡରେ ସାମିଲ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିମ୍ନଲିଖିତ ଦିଗ ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଯେପରି ଠିକ୍ ସମୟରେ ନିଜର ପ୍ରାପ୍ୟ ରାସନ ପାଇପାରିବେ। ଧାନ ଅଧିଗ୍ରହଣ ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ। ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଂଶୋଧନ କରି ଏହାକୁ ଅଧିକ ଲୋକାଭିମୁଖୀ କରିବା। ଏହି ସମୀକ୍ଷା ବୈଠକରେ ସହକାରୀ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ, ପୂର୍ଣାଶା ଭୋଇ, କୋମନା ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବୋଡେନ ଯୋଗାଣ ନିରୀକ୍ଷକ ଆଲୋକ କୁମାର ପଟ୍ଟନାୟକ ଏବଂ ନୂଆପଡା ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ପିଡିଏସ ଓ ଧାନ ଅଧିଗ୍ରହଣର ସମୀକ୍ଷା: ହିତାଧିକାରୀଙ୍କୁ ସଠିକ୍ ସମୟରେ ରାସନ ଯୋଗାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ନୂଆପଡା- ୧୬/୦୪ -ନୂଆପଡା ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପି ଡି ଏସ) କୁ ଅଧିକ ସୁଦୃଢ଼ କରିବା ଏବଂ ଧାନ ଅଧିଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ରାସନ ବଣ୍ଟନ ସ୍ଥିତି ଉପରେ ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଜିଲ୍ଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ସୁଲଭ ବିକ୍ରୟ କେନ୍ଦ୍ର ଜିଲ୍ଲାରେ ମୋଟ ୧୪୮ ଟି କେନ୍ଦ୍ର କାର୍ଯ୍ୟରତ ରହିଛି। ସୁପରିଚାଳନା - ୧୦୯ଟି ଗ୍ରାମ ପଞ୍ଚାୟତ, ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧ଟି ପୁରୁଷ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହା ପରିଚାଳିତ ହେଉଛି। ହିତାଧିକାରୀ -ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୧,୮୯,୯୧୬ ଟି ପରିବାରର ୫,୫୬,୯୯୨ ଜଣ ସଦସ୍ୟ ଉପକୃତ
ହେଉଛନ୍ତି। ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଇ-କେୱାଇସି ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୯୭.୩୬ ପ୍ରତିଶତ ଇ- କେୱାଇସି କାର୍ଯ୍ୟ ଶେଷ ହୋଇଛି, ଯାହା ପୂର୍ବ ମାସ ତୁଳନାରେ ୦.୪୬% ବୃଦ୍ଧି ପାଇଛି। ଏହା ସହିତ ୨୦୯ଟି ନୂତନ ରାସନ କାର୍ଡ ଜାରି କରାଯାଇଛି। ସେହିପରି ୫,୦୯୭ଟି ପ୍ରବାସୀ ଶ୍ରମିକ ପରିବାରର ୫,୪୨୮ ଜଣ ସଦସ୍ୟଙ୍କୁ ମଧ୍ୟ ରାସନ କାର୍ଡରେ ସାମିଲ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିମ୍ନଲିଖିତ ଦିଗ ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଯେପରି ଠିକ୍ ସମୟରେ ନିଜର ପ୍ରାପ୍ୟ ରାସନ ପାଇପାରିବେ। ଧାନ ଅଧିଗ୍ରହଣ ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ। ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଂଶୋଧନ କରି ଏହାକୁ ଅଧିକ ଲୋକାଭିମୁଖୀ କରିବା। ଏହି ସମୀକ୍ଷା ବୈଠକରେ ସହକାରୀ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ, ପୂର୍ଣାଶା ଭୋଇ, କୋମନା ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବୋଡେନ ଯୋଗାଣ ନିରୀକ୍ଷକ ଆଲୋକ କୁମାର ପଟ୍ଟନାୟକ ଏବଂ ନୂଆପଡା ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
- ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ ମନୋଜ ପାଣ୍ଡତ୍ଥ1
- ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି ସେହି ଗୃହ ରେ ବିଦ୍ୟୁତ ରେ କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି1
- ବଲାଙ୍ଗୀର ରେ ଭୀମ ଜୟନ୍ତୀ ପାଳିତ ଜୟ ଭୀମ ଜୟ ଭୀମ ନାରା ରେ ଗର୍ଜିଲା ସହର (ଅନୀଲ ମୂଗ୍ରି ) ଭୀମ ଆର୍ମି ଜୟ ଭୀମ ସଂଗଠନ #ବଲାଙ୍ଗୀର #ଭୀମ_ଜୟନ୍ତୀ #ମୋର_ଅଧିକାର1
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।4
- Post by RAGHUNANDAN SINGH1
- 💋💋💋💋💋💋🤭💋💋💋1
- ଧର୍ମାନ୍ତୀକରଣ ର ଅଜବ ପରିସ୍ଥିତି, ଶବ କୁ ମଶାଣି ମନା ଚାଳିଶ ଘଣ୍ଟା ଧରି ଘରେ ପଡି ରହିଲା ଶବ,1
- ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।1