ଢେଙ୍କାନାଳ ଇଫୁନା ଓ ଇଫୁନା ପକ୍ଷରୁ ବିଶ୍ଵ ଗଣତନ୍ତ୍ର ଦୀବସ ୨୦୨୬ ପାଳିତ ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ "ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ।ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ" "ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ" "ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ" ଢେଙ୍କାନାଳ : ତା.୧୬.୦୯.୨୦୨୬ରିଖ : ( ) :ସ୍ଥାନୀୟ ଉଫୁନା କାର୍ଯ୍ୟାଳୟରେ ପ୍ରାତଃ ୦୮ ଘଟିକା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ -୨୦୨୬ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଓ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟରେ "ଗଣତନ୍ତ୍ର କେବଳ ଏକ ଶାସନ ପଦ୍ଧତି ନୁହେଁ,ବରଂ ଏହା ଏକ ଜୀବନଶୈଳୀ । ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ" ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ,ଡ.ପ୍ରମୋଦ କୁମାର ନାୟକ,ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ସମ୍ପାଦକ ସରୋଜ ଶତପଥୀ,ସଭାପତିତ୍ୱ କରିଥିବା ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ,ପରିବେଶବିତ୍ ଉପେନ୍ଦ୍ର ରାଉତ,ଡ.ଅନୁପମା ମିଶ୍ର,ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଓ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ସ୍ଵୀୟ ସ୍ଵୀୟ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିଥିଲେ ଓ ସ୍ୱୀୟ ବକ୍ତବ୍ୟରେ ବିଶ୍ୱ ଗଣତନ୍ତ୍ର ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ।ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦୦୭ ମସିହାରେ ଏହି ଦିବସର ଶୁଭାରମ୍ଭ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଗଣତାନ୍ତ୍ରିକ ପ୍ରକ୍ରିୟା,ମୂଲ୍ୟବୋଧ ଏବଂ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ତଥା ମଜଭୁତ କରିବା।ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ଦ୍ୱାରା,ଜନସାଧାରଣଙ୍କ ପାଇଁ ଏବଂ ଜନସାଧାରଣଙ୍କର ଶାସନ।ଏଥିରେ ଜନମତ ଓ ସ୍ୱାଧୀନତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ।ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ଦେଶରେ ଏହି ଦିବସର ଗୁରୁତ୍ୱ ଅନେକ ଅଧିକ।ଏହି ଅବସରରେ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ସଚେତନତା ସଭା ଓ ଆଲୋଚନାଚକ୍ର ଆୟୋଜନ କରାଯାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କହିଥିଲେ ଯେ ସମାନତା,ସ୍ୱାଧୀନତା ଏବଂ ଭ୍ରାତୃଭାବ ହିଁ ଗଣତନ୍ତ୍ରର ପ୍ରକୃତ ସ୍ତମ୍ଭ।ବର୍ତ୍ତମାନ ସମୟରେ ଗଣତନ୍ତ୍ର ସମ୍ମୁଖରେ ଅନେକ ଆହ୍ୱାନ ରହିଛି,ଯେପରିକି ଦୁର୍ନୀତି,ଅଶିକ୍ଷା ଏବଂ ସାମାଜିକ ଅସମାନତା।ସମସ୍ତ ବକ୍ତାମାନଙ୍କ ଚିନ୍ତାଧାରା ଅନୁଯାୟୀ,ଯୁବପିଢ଼ି ଶିକ୍ଷିତ ଓ ସଚେତନ ହେଲେ ହିଁ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ।ଏହି ଦିବସରେ ଆମେ ସମସ୍ତେ ମିଳିମିଶି ଆମର ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ପ୍ରକାଶ କରିଥିଲେ।ଏହି ସଭାରେ ସାର୍ଥକ ପଟ୍ଟନାୟକ, ଇଂ.ଅବିନାଶ ଦାସ,ଇଂ.ଯୁଧିଷ୍ଟିର ସାହୁ,ଲକ୍ଷ୍ମୀଧର ଶତପଥୀ, ବିପିନ ବିହାରୀ ବେହେରା,ତରୁଣ କୁମାର ବିଶ୍ୱାଳ,ବସନ୍ତ କୁମାର ବିଶ୍ୱାଳ,ରବିନାରାୟଣ ପଟ୍ଟନାୟକ,ଲକ୍ଷ୍ମୀଧର ଶତପଥୀ,ଗିରିଶ ଚନ୍ଦ୍ର ସାମଲ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀଧର ବାରିକ,ଦିଲ୍ଲୀପ କୁମାର ସାହୁ,ଶ୍ରୀକାନ୍ତ କୁମାର ସାହୁ ଓ ଅକାନନ୍ଦ ଭୋଳ ପ୍ରମୁଖ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏଥିରେ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ। ସମାଜସେବୀ ସରୋଜ କୁମାର ଶତପଥି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୋକୁଳ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସଭାପତିତ୍ୱ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

- ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026 ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି -ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ -ଯଶୋଭୂମିରେ ସମ୍ମିଳନୀକୁ ଉଦ୍ଘାଟନ କଲେ PM ମୋଦି -କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି -ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି -ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି -ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି -ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ -ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ -ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ -ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ -AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି -ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia20261
- ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ1
- କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l1
- ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ ବିଶ୍ଵକର୍ମା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡଃ ଅରବିନ୍ଦ ଢ଼ାଲି ଥନେଲ କରିକି ଦିଅ1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଉତ୍ସବରେ News Manoranjan ତରଫରୁ ହାର୍ଦିକ ଶୁଭେଚ୍ଛା1
- ୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ । ମୟୁରଭଞ୍ଜ :୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା ଥାନା ଶୁଖୁଆପଡ଼ା ଟୋଲଗେଟ୍ ସମ୍ମୁଖରେ ଦିନ ଦ୍ବିପ୍ରହର ସମୟରେ ଏକ କଣ୍ଟେନରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟେନରଟି ବାରିପଦା ଦେଇ ପାଟଣା ଅଭିମୁଖେ ଯାଉଥିବା ବେଳେ ଶୁଖୁଆପଡ଼ା ଟୋଲଗେଟ୍ ନିକଟରେ ଅଟକି ରହିଥିଲା। ସେହି ସମୟରେ ଡ୍ରାଇଭର ଗାଡ଼ି ପାଖରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର କଣ୍ଟେନରକୁ ବ୍ୟାପିଯାଇ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଠିକ୍ ସମୟରେ ଚାଳକ ଦୂରେଇ ଯିବାରୁ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ1