ଓଡ଼ିଶାର ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପବିତ୍ର ରଥଯାତ୍ରା ଅବସରରେ "ଆସ୍ଥାର ଯାତ୍ରା" ନାମକ ଏକ ଅଭିନବ ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ଯାଇପାରୁନଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଏବଂ ଶ୍ରଦ୍ଧାର ନଡ଼ିଆ ସହ ସେମାନଙ୍କ ମନସ୍କାମନାକୁ ମହାପ୍ରଭୁଙ୍କ ନିକଟରେ ପହଞ୍ଚାଇବା ପାଇଁ ଚ୍ୟାନେଲ ପକ୍ଷରୁ ଏକ ସୁନ୍ଦର ପ୍ରୟାସ କରାଯାଇଛି। ଏହି ଅଭିଯାନର ମୂଳ ମନ୍ତ୍ର ରହିଛି "ଶ୍ରଦ୍ଧାରେ ବଢ଼େଇ ଦେଲି ନଡ଼ିଆ, ଭୁଜ ବଢ଼େଇ ନେବ କାଳିଆ"। ଜୁଲାଇ ୧୧ ତାରିଖରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଜୀ ସାର୍ଥକର ଏକ ସ୍ୱତନ୍ତ୍ର 'ରଥଯାତ୍ରା ଭ୍ୟାନ୍' ଓଡ଼ିଶାର ବିଭିନ୍ନ ସହର ଓ ଗାଁ ପରିକ୍ରମା କରି ଲୋକଙ୍କଠାରୁ ନଡ଼ିଆ ସଂଗ୍ରହ କରୁଛି। ସଂଗୃହିତ ହୋଇଥିବା ସମସ୍ତ ନଡ଼ିଆ ଓ ଭକ୍ତଙ୍କ ପ୍ରାର୍ଥନାକୁ ପୁରୀ ନିଆଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ସମର୍ପିତ କରାଯିବ। ସାଧାରଣ ଜନତାଙ୍କ ସମେତ ଓଲିଉଡ ଏବଂ ଟେଲିଭିଜନ ଦୁନିଆର ବହୁ ପ୍ରତିଷ୍ଠିତ କଳାକାର ଯେପରିକି ଲିପି, ମଣ୍ଟୁ, ସତ୍ୟଜିତ୍, ସୁଜିତ୍, ଅନିଷା, ସ୍ମୃତିରେଖା, ରଞ୍ଜନ, ସମ୍ଭବ ଏବଂ ଅଙ୍କିତା ମଧ୍ୟ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇ ନିଜର ଶ୍ରଦ୍ଧାର ନଡ଼ିଆ ପ୍ରଦାନ କରିଛନ୍ତି। ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ୍ ରାଓ ସମସ୍ତ ଭକ୍ତଙ୍କୁ ଏହି ଅଭିଯାନର ଅଂଶ ହେବାକୁ ଅନୁରୋଧ କରିଛନ୍ତି। ସେ ଜଣାଇଛନ୍ତି ଯେ, ନିଜ ଆଖପାଖ ଅଞ୍ଚଳକୁ ଆସୁଥିବା ରଥଯାତ୍ରା ଭ୍ୟାନକୁ ନିଜର ଶ୍ରଦ୍ଧାର ନଡ଼ିଆ ପ୍ରଦାନ କରି ଭକ୍ତମାନେ ଏହି 'ଆସ୍ଥାର ଯାତ୍ରା'ରେ ଯୋଗ ଦେଇପାରିବେ ଏବଂ ଏହି ମନସ୍କାମନାକୁ ମହାପ୍ରଭୁଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ଦାୟିତ୍ୱ ଜୀ ସାର୍ଥକ ସମ୍ପୂର୍ଣ୍ଣ ରୂପେ ବହନ କରୁଛି।

- ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଗୁରୁବାର ଦିନ ଗଜପତି ଜିଲ୍ଲାର ମୋହନାସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନେତ୍ରହୀନ ଓ ବଧିର ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ପରିଦର୍ଶନ ସମୟରେ କମିଶନର ବିଦ୍ୟାଳୟର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ସେମାନଙ୍କର ଖାଦ୍ୟପେୟ ଏବଂ ଶିକ୍ଷାଦାନ ସାମଗ୍ରୀ ବାବଦରେ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ କମିଶନରଙ୍କ ସହ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ବେଜଦୀତା ବଦରାଇତ, ମୋହନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡକୀ ସାହୁ, ପରିଚାଳନା କମିଟି, ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହାପରେ କମିଶନର ବିଦ୍ୟାଳୟର ସମ୍ପାଦକଙ୍କ ସହ ପିଲାମାନଙ୍କ ଭବିଷ୍ୟତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ପୂର୍ବରୁ ଏଠାରେ ପଢ଼ୁଥିବା ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନ କିଭଳି କାର୍ଯ୍ୟ କରୁଛନ୍ତି, ସେ ବିଷୟରେ ମଧ୍ୟ ପଚାରି ବୁଝାଯାଇଥିଲା। ଏହାର ଉତ୍ତରରେ ସମ୍ପାଦକ ଶ୍ରୀ ସାହୁ ଜଣାଇଥିଲେ ଯେ, ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷକତା ସମେତ ବିଭିନ୍ନ ଚାକିରି କ୍ଷେତ୍ରରେ ନିୟୋଜିତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। ବିଦ୍ୟାଳୟର ସୁନ୍ଦର ପରିବେଶ ଓ ଉତ୍ତମ ବ୍ୟବସ୍ଥା ଦେଖି କମିଶନର ବେଶ୍ ଖୁସି ପ୍ରକଟ କରିଛନ୍ତି।1
- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ସଦର ଗାଁରେ ନିର୍ମାଣ ହେଉଥିବା ଚେକ୍ ଡ୍ୟାମ୍ ଏବେ ଫାଟି ଆଁ କଲାଣି। ଏହି ଚେକ୍ ଡ୍ୟାମ୍ ନିର୍ମାଣରେ ଅତ୍ୟନ୍ତ ନିମ୍ନ ମାନର କାମ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି।1
- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କିପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବସଷ୍ଟାଣ୍ଡ ନିକଟରେ ମଦ ବିକ୍ରି ହେଉଥିବାରୁ ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହି ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବାଙ୍କିପାଲି ଗ୍ରାମବାସୀ ରାମପୁର ଥାନା ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାଙ୍କିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାତ୍ର ୧୦୦ ମିଟର ଦୂରତାରେ ମଦ ବିକ୍ରି କରାଯାଉଛି ଏବଂ ମଦ୍ୟପମାନେ ସ୍କୁଲ ପରିସର ମଧ୍ୟରେ ମଧ୍ୟ ମଦ୍ୟପାନ କରୁଛନ୍ତି। ଏହା ବ୍ୟତୀତ ବାଙ୍କିପାଲି ବସଷ୍ଟାଣ୍ଡ ପରିସରରେ ମଧ୍ୟ ମଦ ବିକ୍ରି କରାଯାଉଛି, ଯେଉଁଠାରୁ ବାଙ୍କିପାଲି ହାଇସ୍କୁଳର ଦୂରତା ମାତ୍ର ୧୦୦ ମିଟର ରହିଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲକୁ ଯିବା ଆସିବା କରୁଛନ୍ତି। ଗ୍ରାମରେ ପ୍ରଚୁର ପରିମାଣରେ ମଦ ବିକ୍ରି ହେଉଥିବାରୁ ସ୍ଥାନୀୟ ପରିବେଶ ନଷ୍ଟ ହେଉଛି ଏବଂ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ଏହା ଛୋଟ ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଥିବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।1
- ସୋନପୁରର ପାଣ୍ଡ୍ରି ଡୁଙ୍ଗୁରିରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମୃତକଙ୍କ ବାପା ଅଷାଢୁ ପାଣ୍ଡେ ହତ୍ୟା ଅଭିଯୋଗ ଆଣିଛନ୍ତି।1
- Post by Bighne Rana1
- ଭୁବନେଶ୍ୱର (BBSR) ଜାତୀୟ ରାଜପଥରେ ଥିବା ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଜୟଦେବ ବିହାର ଓଭରବ୍ରିଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।1