Shuru
Apke Nagar Ki App…
ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।
SonepurSambad
ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।
More news from ଓଡ଼ିଶା and nearby areas
- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।1
- ବଲାଙ୍ଗିର ଜିଲ୍ଲା ଟିଟଲାଗଡ ସବ ଡିଭିଜନ ଅନ୍ତର୍ଗତ ମୁରୀବାହାଲ ବ୍ଲକ ଅଞ୍ଚଳରେ ଅତ୍ୟନ୍ତ ନିମ୍ନ ମାନର ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ହେଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକୁ ପ୍ରାୟ ତିନି ବର୍ଷ ପୁରିବାକୁ ବସିଥିବା ବେଳେ ଏବେ ଗ୍ରୀଷ୍ମ ଋତୁ ଯାଇ ବର୍ଷା ଆରମ୍ଭ ହୋଇଛି। ଏଭଳି ସମୟରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ କରି ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ତରଫରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ବିଭାଗୀୟ ସଚିବ ତୁରନ୍ତ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏପରିକି ଆଗାମୀ ଦିନରେ ଏକ ବିରାଟ ଗଣ ଆନ୍ଦୋଳନ କରିବା ପାଇଁ ସଂଘ ପକ୍ଷରୁ ସଜବାଜ ହେଉଥିବା ଜଣାପଡ଼ିଛି।4
- ବରଗଡ଼ ଜିଲ୍ଲାରେ ଚାକିରୀ ପାଇଁ ଏକ ଦକ୍ଷତା ବୃଦ୍ଧି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁ ସେନାର ଯବାନ ସରୋଜ ମହାପାତ୍ର ମୁଖ୍ୟ ଅତିଥି ଭାବରେ, ପ୍ରାକ୍ତନ ଅଧ୍ୟକ୍ଷ ପତିତପାବନ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ଗଣଦୃଷ୍ଟିର ମୁଖ୍ୟ ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ବାଳ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ଜଣେ ପାଠୁଆ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ସମ୍ପାନରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଛଅ ଗୋଟି ସୂତ୍ର ବାବଦରେ ଅବଗତ କରାଯାଇଥିଲା। ଏହା ସହିତ ନିଜ ଇଚ୍ଛା ଅନୁସାରେ କିପରି ଶିକ୍ଷକ, ଅଧ୍ୟାପକ, ଡାକ୍ତର ଓ ଯବାନ ହୋଇହେବ ସେ ନେଇ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ହୋତା ଛାତ୍ରଛାତ୍ରୀଙ୍କୁ ଆଇଏଏସ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିବା ବେଳେ ଶେଷରେ କଲେଜ ଅଧ୍ୟକ୍ଷ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଏବଂ କଲେଜର ସମସ୍ତ କର୍ମଚାରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।1
- ଏଗ୍ରିଷ୍ଟାକ୍ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କର ତଥ୍ୟକୁ ସରକାର କିଭଳି ଭାବରେ ବ୍ୟବହାର କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha), କନକ ବର୍ଦ୍ଧନ ସିଂହ ଦେଓ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଉଦ୍ଦେଶ୍ୟ କରି ଏହି ଆକ୍ଷେପ କରାଯାଇଛି।1
- ସୋନପୁରର ପାଣ୍ଡ୍ରି ଡୁଙ୍ଗୁରିରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମୃତକଙ୍କ ବାପା ଅଷାଢୁ ପାଣ୍ଡେ ହତ୍ୟା ଅଭିଯୋଗ ଆଣିଛନ୍ତି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଋଷଭକୁଞ୍ଜ ମସାଲା (RISHABHKUNJ MASALA) ଉପଲବ୍ଧ ହେଉଛି। ଏହି ମସାଲାକୁ 'ହିନ୍ଦୁସ୍ତାନର ସ୍ୱାଦ' ଭାବରେ ବର୍ଣ୍ଣନା କରାଯାଇଛି।1
- କମ୍ ବର୍ଷା ସମସ୍ୟା ଦେଇ ଗତି କରୁଥିବା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର 'ମଙ୍ଗଳପୁର ବ୍ୟାରେଜ୍'ରୁ ଖରିଫ୍ ଫସଲ ପାଇଁ ପାଣି ଛଡ଼ାଯିବା ଆରମ୍ଭ ହୋଇଛି। ଏହାଦ୍ୱାରା ଚାଷୀଙ୍କ ଧାନ ନର୍ସରୀ ପ୍ରସ୍ତୁତ କରିବାରେ ଆସୁଥିବା ସମସ୍ୟା ଦୂର ହେବ ଏବଂ ଏହି ଅଞ୍ଚଳର ୮ଟି ବ୍ଲକର ୫୦୧ଟି ଗାଁର ପ୍ରାୟ ୧.୧୮ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ, ଯାହା ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଅନ୍ୟପଟେ, ଏଲ୍ ନିନୋର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଜଳାଶୟର ଜଳସ୍ତର ହ୍ରାସ ପାଇଛି। ଗତବର୍ଷ ଜଳସ୍ତର ୬୨୯.୦୪ ମିଟର ଥିବାବେଳେ ଚଳିତ ବର୍ଷ ଏହା ୬୨୮.୪୮ ମିଟରକୁ ଖସି ଆସିଛି। ଆଗାମୀ ଦିନରେ ଯଦି ଭଲ ବର୍ଷା ନହୁଏ, ତେବେ ଆଗକୁ ଜଳ ଯୋଗାଣ ପ୍ରଭାବିତ ହୋଇପାରେ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।1