ବରଗଡ଼ ଜିଲ୍ଲାରେ ଚାକିରୀ ପାଇଁ ଏକ ଦକ୍ଷତା ବୃଦ୍ଧି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁ ସେନାର ଯବାନ ସରୋଜ ମହାପାତ୍ର ମୁଖ୍ୟ ଅତିଥି ଭାବରେ, ପ୍ରାକ୍ତନ ଅଧ୍ୟକ୍ଷ ପତିତପାବନ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ଗଣଦୃଷ୍ଟିର ମୁଖ୍ୟ ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ବାଳ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ଜଣେ ପାଠୁଆ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ସମ୍ପାନରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଛଅ ଗୋଟି ସୂତ୍ର ବାବଦରେ ଅବଗତ କରାଯାଇଥିଲା। ଏହା ସହିତ ନିଜ ଇଚ୍ଛା ଅନୁସାରେ କିପରି ଶିକ୍ଷକ, ଅଧ୍ୟାପକ, ଡାକ୍ତର ଓ ଯବାନ ହୋଇହେବ ସେ ନେଇ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ହୋତା ଛାତ୍ରଛାତ୍ରୀଙ୍କୁ ଆଇଏଏସ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିବା ବେଳେ ଶେଷରେ କଲେଜ ଅଧ୍ୟକ୍ଷ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଏବଂ କଲେଜର ସମସ୍ତ କର୍ମଚାରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ବରଗଡ଼ ଜିଲ୍ଲାରେ ଚାକିରୀ ପାଇଁ ଏକ ଦକ୍ଷତା ବୃଦ୍ଧି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁ ସେନାର ଯବାନ ସରୋଜ ମହାପାତ୍ର ମୁଖ୍ୟ ଅତିଥି ଭାବରେ, ପ୍ରାକ୍ତନ ଅଧ୍ୟକ୍ଷ ପତିତପାବନ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ଗଣଦୃଷ୍ଟିର ମୁଖ୍ୟ ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ବାଳ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ଜଣେ ପାଠୁଆ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ସମ୍ପାନରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଛଅ ଗୋଟି ସୂତ୍ର ବାବଦରେ ଅବଗତ କରାଯାଇଥିଲା। ଏହା ସହିତ ନିଜ ଇଚ୍ଛା ଅନୁସାରେ କିପରି ଶିକ୍ଷକ, ଅଧ୍ୟାପକ, ଡାକ୍ତର ଓ ଯବାନ ହୋଇହେବ ସେ ନେଇ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ହୋତା ଛାତ୍ରଛାତ୍ରୀଙ୍କୁ ଆଇଏଏସ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିବା ବେଳେ ଶେଷରେ କଲେଜ ଅଧ୍ୟକ୍ଷ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଏବଂ କଲେଜର ସମସ୍ତ କର୍ମଚାରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
- ବରଗଡ଼ ଜିଲ୍ଲାରେ ଚାକିରୀ ପାଇଁ ଏକ ଦକ୍ଷତା ବୃଦ୍ଧି ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁ ସେନାର ଯବାନ ସରୋଜ ମହାପାତ୍ର ମୁଖ୍ୟ ଅତିଥି ଭାବରେ, ପ୍ରାକ୍ତନ ଅଧ୍ୟକ୍ଷ ପତିତପାବନ ସାହୁ ମୁଖ୍ୟ ବକ୍ତା ଭାବରେ ଏବଂ ଗଣଦୃଷ୍ଟିର ମୁଖ୍ୟ ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ବାଳ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ଜଣେ ପାଠୁଆ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ସମ୍ପାନରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଛଅ ଗୋଟି ସୂତ୍ର ବାବଦରେ ଅବଗତ କରାଯାଇଥିଲା। ଏହା ସହିତ ନିଜ ଇଚ୍ଛା ଅନୁସାରେ କିପରି ଶିକ୍ଷକ, ଅଧ୍ୟାପକ, ଡାକ୍ତର ଓ ଯବାନ ହୋଇହେବ ସେ ନେଇ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ହୋତା ଛାତ୍ରଛାତ୍ରୀଙ୍କୁ ଆଇଏଏସ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିବା ବେଳେ ଶେଷରେ କଲେଜ ଅଧ୍ୟକ୍ଷ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଏବଂ କଲେଜର ସମସ୍ତ କର୍ମଚାରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।1
- ସମ୍ବଲପୁର ଜିଲ୍ଲାର ଅନେକ ସ୍ଥାନରେ ବନ୍ୟାଜଳ ହେଉ ଅବା ନାଳ-ନର୍ଦ୍ଦମା ଜଳର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ସାଧାରଣ ଜନସାଧାରଣ ଚରମ ହଇରାଣ ହରକତ ହେଉଛନ୍ତି। ପ୍ରଶାସନିକ ପଦବୀରେ ରହି ଅଧିକାରୀମାନେ ପୁଳା ପୁଳା ଦରମା ନେଉଥିଲେ ମଧ୍ୟ କୌଣସି କାମ କରୁନାହାନ୍ତି କିମ୍ବା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଉନାହାନ୍ତି। କେବଳ ଗୋଟିଏ ସ୍ଥାନ ନୁହେଁ, ବରଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ଏହି ବିଷୟରେ କୌଣସି ସୁବିଧା କରୁନାହିଁ। ପ୍ରଶାସନର ଏଭଳି ନିଷ୍କ୍ରିୟତା କାରଣରୁ ଜନସାଧାରଣ କିପରି ଜୀବନଯାପନ କରିବେ, ତାହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।1
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରିଫ୍ରାକ୍ଟୋରିଜ୍ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି। ପ୍ରକୃତିର ସୁରକ୍ଷା ଓ ବିଶ୍ୱତାପନରୁ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ନିମ୍ବ, କରଞ୍ଜ, ଆମ୍ବ, ପିଜୁଳି ଓ ବଉଳ ଭଳି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ନିରୁପମା ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ତଥା ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୁଖ୍ୟ ଅତିଥି ଏବଂ ସମିତିର ଉପସଭାପତି ନିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା ବୁଝାଇବା ସହ ବୃକ୍ଷ ଆମର ବନ୍ଧୁ ବୋଲି ଅଭିହିତ କରିଥିଲେ। ସହକାରୀ ପ୍ରଧାନ ଶିକ୍ଷକ ରଘୁନାଥ ନାୟକ, ଯୁଗ୍ମ ସହକାରୀ ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ବେହେରା, ରେଡ଼କ୍ରସ କାଉନସିଲର ଦିଲୀପ ସାହୁ ଏବଂ ଏନସିସି ଅଫିସର ବିରେନ୍ଦ୍ର ଭୋଇଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ। ଶିକ୍ଷକ ଦିଲୀପ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଗିରିଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପଞ୍ଚମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବତ୍କୃତା ପ୍ରତିଯୋଗିତା କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଭିରାମ ସାହୁ ପ୍ରଥମ, ସୁନୟନା ପ୍ରଧାନ ଦ୍ଵିତୀୟ ଓ କ୍ଷୀରୋଦ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବତ୍କୃତାରେ ପ୍ରଭାସିନୀ ନାୟକ ପ୍ରଥମ, ଦୀପକ ମହାନନ୍ଦ ଦ୍ଵିତୀୟ ଏବଂ ଶ୍ରୀଲେଖା ଷଡ଼ଙ୍ଗୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।4
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଖଇରମାଲ ପୋଲ ଉପରେ ଏବେ ଦୁଇ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଏହି ସ୍ଥିତି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଛି ଏବଂ ସାଧାରଣ ଲୋକେ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି। ଜିଲ୍ଲାରେ ଗତ କିଛି ଦିନ ହେବ ତୁହାକୁ ତୁହା ବର୍ଷା ଜାରି ରହିଥିବାରୁ ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ବର୍ଷା କମିଥିଲେ ମଧ୍ୟ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ପାଣି ନିଷ୍କାସନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।1
- ଗତ ଗୁରୁବାର (୦୯-୦୭-୨୦୨୬) ଦିନ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ପୂଜାପାଠ ପରେ ସ୍ଲୁଇସ୍ ଗେଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବାମ ପାର୍ଶ୍ୱରୁ ପୂର୍ବାହ୍ନ ୧୧.୪୬ ମିନିଟ୍ରେ ପ୍ରଥମ, ୧୧.୫୦ ମିନିଟ୍ରେ ଦ୍ୱିତୀୟ ଏବଂ ୧୧.୫୨ ମିନିଟ୍ରେ ତୃତୀୟ ଗେଟ୍ ଖୋଲାଯାଇଥିଲା। ଏହାପରେ ମଧ୍ୟାହ୍ନ ୧୨.୨୨ ମିନିଟ୍ରେ ଡାହାଣ ପାର୍ଶ୍ୱରୁ ଚତୁର୍ଥ ଗେଟ୍ଟି ଖୋଲାଯାଇ ମହାନଦୀକୁ ଜଳ ନିଷ୍କାସନ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁଯାୟୀ, ଗେଟ୍ଗୁଡ଼ିକ ଖୋଲିବା ପରେ ମୋଟ ଜଳ ନିଷ୍କାସନ ୮୯,୭୯୧ କ୍ୟୁସେକ୍କୁ ବୃଦ୍ଧି ପାଇଛି। ଜଳଭଣ୍ଡାରର ବର୍ତ୍ତମାନର ଜଳସ୍ତର ୬୧୫.୧୫ ଫୁଟ ରହିଛି ଏବଂ ଏହା ଉପରମୁଖୀ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧,୩୧,୦୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଜଳଭଣ୍ଡାରର ସ୍ଥିତି ଓ ନିଷ୍କାସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।1
- ଓଡ଼ିଶାରେ ରଥଯାତ୍ରାକୁ ସୁଚାରୁ, ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ଟାଉନ୍ ହଲ୍ରେ ଏକ ସୁରକ୍ଷା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସର ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହା ସହିତ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ନିର୍ବାଧ ଦର୍ଶନ ସୁନିଶ୍ଚିତ କରିବା ପାଇଁ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଶା-ନିର୍ଦ୍ଦେଶ ଦିଆଯାଇଛି।1
- ସମ୍ବଲପୁରର ଆଇନ୍ଠାପାଲି ଅନ୍ତର୍ଗତ ଏକ ନିର୍ମାଣାଧୀନ ପାଣି ଟାଙ୍କିରେ ପଡ଼ି ଦୁଇ ଜଣ ଶ୍ରମିକଙ୍କର ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ନିର୍ମାଣ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ସୁରକ୍ଷା ମାନଦଣ୍ଡକୁ ଅଣଦେଖା କରିବା କିମ୍ବା ଶ୍ରମିକମାନଙ୍କ ଦ୍ବାରା ଅସୁରକ୍ଷିତ ପରିସ୍ଥିତିରେ କାର୍ଯ୍ୟ କରାଇବା ଭଳି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୃତ ଶ୍ରମିକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ନ୍ୟାୟ ପ୍ରଦାନ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିପାଇଁ ସମସ୍ତ ନିର୍ମାଣ ସ୍ଥଳରେ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ।1