logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର ଠାରେ ଭୀମଭୋଇ କଳାନିକେତନ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ବୀରମହାରାଜପୁର , (ଶୁରୁ ଆପ୍): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି l ଭୀମଭୋଇ କଳାନିକେତନ ପ୍ରତିଷ୍ଠାତା ମଦନ ସୁନ୍ଦର ଭୋଇଙ୍କ ଉଦ୍ୟମକ୍ରମେ ଆଜି କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ କବି ଅକ୍ଷୟ ରାଏ ସଂଯୋଜନା କରିଥିବାବେଳେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସମ୍ମାନିତ ଅତିଥି ଭାବରେ କିଶୋର ହୋତା, ଅଧ୍ୟାପକ ସୁଧାଂଶୁ ପଧାନ, ବୀରମହାରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ପଙ୍କଜ ଖମାରୀ, ପ୍ରଦୀପ ଜଗଦଲା, ପ୍ରଦୀପ ବଢ଼େଇ,ଯୋଗଦେଇ ଥିବାବେଳେ ଯୁଧିଷ୍ଠିର ଖମାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମ୍ବଲପୁରୀ ଦିନ ର ତାତ୍ପର୍ଯ୍ୟ ଉପରେ କହିଥିଲେ l ସଭା ପ୍ରାରମ୍ଭରେ ରେ ଏକ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁରୀ କଣ୍ଠଶିଳ୍ପୀ ପୀତବାସ ଶତପଥି, ସୁଦର୍ଶନ ବିଶ୍ୱାଳ, କର୍ଣ୍ଣରାଜ, କାର୍ତ୍ତିକ ଭୁକ୍ତା, ମଦନ ସୁନ୍ଦର ଭୋଇ,କୀର୍ତ୍ତି ଜଗଦଲା ପ୍ରମୁଖ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଘିଚାପାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ୱର୍ଦ୍ଧନା ଦିଆଯାଇଥିଲା

2 hrs ago
user_Binod pandey
Binod pandey
Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
2 hrs ago
ef6a8b69-6dd1-4860-82aa-3a1e886440de

ବୀରମହାରାଜପୁର ଠାରେ ଭୀମଭୋଇ କଳାନିକେତନ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ବୀରମହାରାଜପୁର , (ଶୁରୁ ଆପ୍): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି l ଭୀମଭୋଇ କଳାନିକେତନ ପ୍ରତିଷ୍ଠାତା ମଦନ ସୁନ୍ଦର ଭୋଇଙ୍କ ଉଦ୍ୟମକ୍ରମେ ଆଜି କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ କବି ଅକ୍ଷୟ ରାଏ ସଂଯୋଜନା କରିଥିବାବେଳେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସମ୍ମାନିତ ଅତିଥି ଭାବରେ କିଶୋର ହୋତା, ଅଧ୍ୟାପକ ସୁଧାଂଶୁ ପଧାନ, ବୀରମହାରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ପଙ୍କଜ ଖମାରୀ, ପ୍ରଦୀପ ଜଗଦଲା, ପ୍ରଦୀପ ବଢ଼େଇ,ଯୋଗଦେଇ ଥିବାବେଳେ ଯୁଧିଷ୍ଠିର ଖମାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମ୍ବଲପୁରୀ ଦିନ ର ତାତ୍ପର୍ଯ୍ୟ ଉପରେ କହିଥିଲେ l ସଭା ପ୍ରାରମ୍ଭରେ ରେ ଏକ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁରୀ କଣ୍ଠଶିଳ୍ପୀ ପୀତବାସ ଶତପଥି, ସୁଦର୍ଶନ ବିଶ୍ୱାଳ, କର୍ଣ୍ଣରାଜ, କାର୍ତ୍ତିକ ଭୁକ୍ତା, ମଦନ ସୁନ୍ଦର ଭୋଇ,କୀର୍ତ୍ତି ଜଗଦଲା ପ୍ରମୁଖ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଘିଚାପାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ୱର୍ଦ୍ଧନା ଦିଆଯାଇଥିଲା

More news from ଓଡ଼ିଶା and nearby areas
  • ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା
    1
    ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾‍♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। ଗତବର୍ଷ ଏଇ ସମୟରେ ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= ବନ୍ଦେ ଉତ୍କଳ ଜନନୀ
    1
    *ଖବର ଆଜିର, ୧ ଅଗଷ୍ଟ ଶନିବାର*
================

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ।

ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।

ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା।

ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା।

ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ।

ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି।

ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି।

ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି।

ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା।

ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା।

ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ।

କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ।

ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ।

ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ।

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି।

ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ।

ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ।

ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ।

ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି।

ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା।

🇳🇪
ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି।

ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ।

ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ।

ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ।

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ।

🚴🏾‍♂️⚽🏏
‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌।

ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ।

ଗତବର୍ଷ ଏଇ ସମୟରେ

ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା।

ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା।

ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର।

ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ।

ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ।
================
*ଆଜି ସମ୍ବଲପୁରୀ ଦିବସ*

ଆଜି ଫୁସଫୁସ କ୍ୟାନସର ଦିବସ
ଆଜି www ଦିବସ

ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ

ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ
=================
ବନ୍ଦେ ଉତ୍କଳ ଜନନୀ
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes
    1
    ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ 
ମୋହନ ଚରଣ ମାଝୀ 
#rishitv #sambalpuri #days #sambalpur 
#paschimodisha #news #odisha #cm
#MohanCharanMajhi #wishes
    user_Ranjan hota
    Ranjan hota
    Sonepur, Odisha•
    1 hr ago
  • ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି
    1
    ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ l ବୌଦ୍ଧ:ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା" ହର ଘର ତିରଙ୍ଗା-୨୦୨୬" ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ l ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ। କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ l ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍‌ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିବେ। ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ l ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ l ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।
    2
    ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ l 
ବୌଦ୍ଧ:ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା" ହର ଘର ତିରଙ୍ଗା-୨୦୨୬" ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ  ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ  ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ  ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ  ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ  ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’  ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ l ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ।
କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ  ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ l  ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍‌ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’  ଗାନ କରିବେ। ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ l 
ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ l  ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ୍ ଛୁଟିକୁ ନେଇ SMC ସଭାପତି ଓ ଶିକ୍ଷକଙ୍କ ମଧ୍ୟରେ ବାକ୍ ବିତଣ୍ଡା, ବିଦ୍ୟାଳୟ ପରିସରରେ ଉତ୍ତେଜନା
    1
    ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ୍ ଛୁଟିକୁ ନେଇ SMC ସଭାପତି ଓ ଶିକ୍ଷକଙ୍କ ମଧ୍ୟରେ ବାକ୍ ବିତଣ୍ଡା, ବିଦ୍ୟାଳୟ ପରିସରରେ ଉତ୍ତେଜନା
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • Post by Nilakantha Kumar
    1
    Post by Nilakantha Kumar
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    15 hrs ago
  • ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    1
    ଭାରତୀୟତାର ଝଲକ
ପିଲା ହାତ ଯୋଡ଼ି କ୍ଷମା ମାଗିଲେ
ଅଭିଭାବକ କ୍ଷମା କଲେ
ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.