Shuru
Apke Nagar Ki App…
ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେପି ସରକାର ମାଲକାନଗିରି ଓ ଓଡିଶାର ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ଅସମ୍ୱେଦନଶୀଳ ହୋଇଯାଇଛି । ପୋଲାଭରମ ପ୍ରକଳ୍ପ ପାଣିରେ ଆଦିମ ଜନଜାତି ପରିବାର ଭାସି ଯିବାକୁ ବସିଲେଣି । କିନ୍ତୁ ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ସରକାର ଏଥିପ୍ରତି ଚିନ୍ତିତ ଅଛନ୍ତି । ଏପରି ଦୁର୍ଭାଗ୍ୟଜନକ ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି ।
The Malkangiri news
ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟର ବିଜେପି ସରକାର ମାଲକାନଗିରି ଓ ଓଡିଶାର ଲୋକଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ଅସମ୍ୱେଦନଶୀଳ ହୋଇଯାଇଛି । ପୋଲାଭରମ ପ୍ରକଳ୍ପ ପାଣିରେ ଆଦିମ ଜନଜାତି ପରିବାର ଭାସି ଯିବାକୁ ବସିଲେଣି । କିନ୍ତୁ ନା ମୁଖ୍ୟମନ୍ତ୍ରୀ ନା ତାଙ୍କ ସରକାର ଏଥିପ୍ରତି ଚିନ୍ତିତ ଅଛନ୍ତି । ଏପରି ଦୁର୍ଭାଗ୍ୟଜନକ ପ୍ରସଙ୍ଗରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଚେତାବନୀ ଦେଇଛି ।
More news from ଓଡ଼ିଶା and nearby areas
- ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦାମନଯୋଡିର ୩୦ତମ ବାର୍ଷିକ ମହୋତ୍ସବ1
- 326 ଜାତୀୟ ରାଜ ପଥର ଉନ୍ନତୀକରଣ ଓ ପ୍ରଶସ୍ତିକରଣ ହେବା ନେଇ ଲକ୍ଷ୍ମୀପୁର ଠାରେ ସରକାରଙ୍କୁ ଧନ୍ଯବାଦ ଜଣାଇଲେ ବିଧାୟକ1
- ରାଜ୍ୟ କୃଷକ ସଂଘ ସଭାପତିଙ୍କ ପ୍ରଭାକର ନାୟକ ଙ୍କ ନେତୃତ୍ୱରେ ଆଜି ବିଷମକଟକ ତହସିଲ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ, ତହସିଲ ବଡ଼ବାବୁ କାଳୀଚରଣ ରଥ ମହୋଦୟ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସଭାପତି ବାଳ ମୁକୁନ୍ଦ ପାଳ, ଜିଲ୍ଲା କ୍ୟାସିଅର ଅମିତ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ଜବାବ ପାଲକା, ମୁନିଗୁଡା ବ୍ଲକ ସଭାପତି ସୁକାନ୍ତ କୁମାର ସେଠୀ, ବିଷମକଟକ ବ୍ଲକ କୃଷକ ଶିବ ପ୍ରସାଦ ପାଢ଼ୀ, ବିଷମକଟକ ବ୍ଲକ କୃଷି ସଭାନେତ୍ରୀ ଏସ୍.କେ. ପଙ୍କଜିନୀ ନାଗ, ଯୁବ ଚାଷୀ ଅଜୟ କୁମାର ଗୁଡ଼ଲା, ଭି. ଅଶୋକ, ଶଶୀ ଭୂଷଣ ବେହେରା ଓ ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀମାନଙ୍କ ପକ୍ଷରୁ ଧାନ କ୍ରୟରେ ହେଉଥିବା ବିଳମ୍ବ, ଟୋକେନ୍ ଅଭାବ, କଟଣୀ–ଛଟଣୀ ନାମରେ ଚାଲିଥିବା ଅନିୟମ ଓ ଦୁର୍ନୀତିକୁ ତୁରନ୍ତ ବନ୍ଦ କରିବା ସହ ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କ୍ରୟ କରିବାକୁ ଦାବୀ କରାଯାଇଛି । ଦାବୀପତ୍ର ଗ୍ରହଣ କରିଥିବା ତହସିଲ ବଡ଼ବାବୁ କାଳୀଚରଣ ରଥ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ ଚାଷୀମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆଶା କରୁଛନ୍ତି ।3
- Post by AK14TV1
- ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି1
- ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ। ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି। ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।1
- ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ। ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି। ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।3
- Post by AK14TV1
- କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬1