logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉତ୍କଳ ଦିବସ ପାଇଁ ବାନ୍ଧ ରେ ସ୍ୱତନ୍ତ୍ର ଶାଢ଼ୀ - ଚର୍ଚ୍ଚାରେ ବୀରମହାରାଜପୁର ର ବିନାୟକ ମେହେର - ଶାଢୀରେ ଓଡ଼ିଶାର ମନ୍ଦିର ,କୀର୍ତ୍ତିରାଜି ଲ ଉତ୍କଳ ଦିବସ ପାଇଁ ଏକ ସ୍ୱତନ୍ତ୍ର ଶାଢ଼ୀ ତିଆରି କରି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ର ବିନାୟକ ମେହେର। ଶାଢୀରେ ଓଡ଼ିଶାରେ ବିଭିନ୍ନ ମନ୍ଦିର ଓ କୀର୍ତ୍ତିରାଜି କୁ ବାନ୍ଧ ମାଧ୍ୟମରେ ଡିଜାଇନ୍ କରି ଏବେ ଲୋକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଟିକ୍ରାପଡ଼ା ଗ୍ରାମର ବିନାୟକ ମେହେର(୭୨) ଉତ୍କଳ ଦିବସ ପାଇଁ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢ଼ୀ ବାନ୍ଧ କାମ ମାଧ୍ୟମରେ କରିବାକୁ ଚିନ୍ତା କରିଥିଲେ। ସେଥିପାଇଁ ସେ ଏହି ସ୍ୱତନ୍ତ୍ର ଶାଢ଼ୀ ତିଆରି କରିବାକୁ ଲାଗି ପଡ଼ିଥିଲେ। ପ୍ରାୟ ଦଶ ମାସ ର ପରିଶ୍ରମ ପରେ ସେ ଏହି ଶାଢ଼ୀକୁ ତିଆରି କରିଛନ୍ତି। ଏହି ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ଅନେକ ପ୍ରାଚୀନ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଆଙ୍କି ଥିବାର ଦେଖିବାକୁ ମିଳିଛି। ବାନ୍ଧ କଳା ମଧ୍ୟରେ ପୁରୀ ର ବଡଦେଉଳ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ର ଲିଙ୍ଗରାଜ ମନ୍ଦିର, ଯାଜପୁର ର ବିରଜା ମନ୍ଦିର,କୋଣାର୍କ ର ସୂର୍ଯ୍ୟ ମନ୍ଦିର ର ଚକ୍ର,ଉଦୟଗିରି,ଧଉଳି , ଖଣ୍ଡଗିରି,ଘୁମରା ଲୋକାନୃତ୍ୟ. ବାରବାଟୀ ଦୁର୍ଗ ଓ ପାଇକ ଲଢେଇ ଇତ୍ୟାଦି କୁ ଶାଢୀରେ ସ୍ଥାନୀତ କରିଛନ୍ତି। ବିନାୟକ ଏହି ଶାଢ଼ୀ ରେ ଓଡ଼ିଆର ମନ୍ଦିର ,କୀର୍ତ୍ତି କୁ ବିଶ୍ୱ ଦରବାର ରେ ପରିଚିତ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହା କରିଥିବା ପ୍ରକାଶ କରିଛନ୍ତି। ପିଲା ଦିନରୁ ଶାଢ଼ୀ ତିଆରି କରୁଥିବା ବିନାୟକ ଶାଢ଼ୀ ତିଆରି ରେ ବେଶ୍ ପାରଙ୍ଗମ ଥିବା ବେଳେ ସେ ପୂର୍ବରୁ ବିଭିନ୍ନ ପ୍ରକାର ର ଶାଢୀ ତିଆରି କରି ଅନେକ ସ୍ଥାନରୁ ପୁରସ୍କୃତ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏପରିକି ଗତ ୨୦୧୭ ମସିହାରେ ରାଜ୍ୟ ସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ଶାଢ଼ୀ ତିଆରି ପାଇଁ ବିନାୟକ ଦିନକୁ ପ୍ରାୟ ୩ ରୁ ୪ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଶାଢ଼ୀ ବୁଣିବା ପାଇଁ ପରିବାର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ସହଯୋଗ କରୁଥିଲେ। ଏହି ଶାଢ଼ୀ ର ହାରାହାରି ମୂଲ୍ୟ ପ୍ରାୟ ୩୫ ରୁ ୪୦ ହଜାର ହେବ ବୋଲି ବିନାୟକ ପ୍ରକାଶ କରିଛନ୍ତି।

1 hr ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 hr ago
c17e649c-50d4-4d24-bce2-3ceea6a7eadf

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    18 hrs ago
  • #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    1
    #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ
ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ।
#ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    19 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ବୌଦ୍ଧ ଜ଼ିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଅବଦୁଲ କଲିମ ଖାଁ ଓରଫ ରାଜାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
    1
    ବୌଦ୍ଧ ଜ଼ିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଅବଦୁଲ କଲିମ ଖାଁ ଓରଫ ରାଜାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • कटक उच्च न्यायालय के लालबाग पुलिस स्टेशन क्षेत्र में स्थित परिसर में 3 मोटरसाइकिल और एक स्कॉर्पियो कार में आग लग गई।
    1
    कटक उच्च न्यायालय के लालबाग पुलिस स्टेशन क्षेत्र में स्थित परिसर में 3 मोटरसाइकिल और एक स्कॉर्पियो कार में आग लग गई।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    1
    ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭
ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    19 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.