ପୁରୀ ସହର ଓ ସଦରବାସୀଙ୍କୁ ଶ୍ରୀମନ୍ଦିରରେ ପୂର୍ବପରି ପ୍ରବେଶ ଏବଂ ଦର୍ଶନ ଅଧିକାର ପ୍ରଦାନ ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୫ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରୁ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି ଯେ, ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ? ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ‘ଜୟ ଜଗନ୍ନାଥ’ ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ ଓ ଅନେକ ପରିବାରର ବେଦନା ମିଶିଯାଉଛି, ଯାହା ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷାକୁ ପ୍ରକାଶ କରୁଛି। ଆୟୋଜକମାନେ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି। ତାଙ୍କ ମହାପ୍ରସାଦରେ ଯେପରି ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ। ଭଗବାନଙ୍କ ଦ୍ୱାରରେ ଭିଆଇପି ଓ ସାଧାରଣର ଭେଦଭାବ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ। ତେଣୁ, ଏହି ପଦଯାତ୍ରା କେବଳ ପ୍ରବେଶ ଅଧିକାରର ଦାବି ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ। ସେମାନେ ଜୋର ଦେଇ କହିଛନ୍ତି, “ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।” ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି। ୮୫ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଆଜିର ପଦଯାତ୍ରାରେ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମନୋରଞ୍ଜନ ରଣସିଂହ, ମମତା ସ୍ୱାଇଁ, ସରସ୍ୱତୀ ପାତ୍ର, ଅରୁଣା ପଟ୍ଟନାୟକ, ପ୍ରଣତି ରାୟ, ପବିତ୍ରା ନାୟକ, ବନିତା ଦିକ୍ସିତ, ପ୍ରତିଭା ନାୟକ, ରଞ୍ଜୁଲତା ଲେଙ୍କା, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ରାଜା ମହାନ୍ତି, ନୃସିଂହ ନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ସନ୍ତୋଷ ସେନାପତି, ଜଗନ୍ନାଥ ମହାନ୍ତି, ବିଶ୍ୱନାଥ ମିଶ୍ର, ଶିଶିର କାନ୍ତ ସତପଥୀ, କିଶୋର ଚନ୍ଦ୍ର ଦାସ, ସୁବାସ ପଟ୍ଟନାୟକ, ବୈଶାଳୀ ପ୍ରଧାନ, ରିତିକା ପ୍ରଧାନ, ନେହା ବେହେରା, ଶିମ୍ରନ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।

- ସୁଜାତା ରାଉତ ବିଜୁ ଜନତା ଦଳରେ ଯୋଗ ଦେବା ସହିତ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା ସହ କାମ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଖମ୍ବେଶ୍ୱରୀପାଲି ଗ୍ରାମର ଇଷ୍ଟଦେବୀ ମା' ମହେଶ୍ୱରୀଙ୍କ ନବକଳେବର ପାଇଁ ଦାରୁ ବରଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି ପବିତ୍ର କାର୍ଯ୍ୟକ୍ରମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି।1
- Post by Bighne Rana1
- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ଜୁନ୍ ୨୯ ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ଉଦ୍ଦେଶ୍ୟରେ ଗରାବଡୁ ସେବାୟତମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାତାଳୀ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ପାଇଁ ଗରାବଡୁ ସେବାୟତମାନଙ୍କର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଟ୍ରଷ୍ଟି ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶରେ ଗରାବଡୁ ସେବାୟତମାନଙ୍କ ଭୂମିକା ଉପରେ ଆଲୋଚନା କରାଯିବା ସହ ବିଭିନ୍ନ ନୀତି ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ସକାଳ ୫.00 ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୭.00 ଘଣ୍ଟାରେ ସ୍ନାନ ବେଦୀକୁ ଜଳ ବିଜେ, ସକାଳ ୯.00 ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧.00 ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୧.00 ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪.00 ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ। ଏହି ବୈଠକରେ ଟ୍ରଷ୍ଟ ସଦସ୍ୟ ଜଗଦୀଶ କର୍ଣ୍ଣ, ନଳିନୀ କାନ୍ତ ବାଘ, ପଞ୍ଚାନନ ମିଶ୍ର, ପ୍ରମୋଦ ପାତ୍ର, ଶିବ ମହାକୁର, ବୀରେନ୍ଦ୍ର ଭୋଇ, ତାପସ ବସ୍ତିଆ, ବିଶ୍ଵ ନାଥ ଗଡ଼ୁଆ ପ୍ରମୁଖ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।1
- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଗରାବଡୁ ସେବାୟତମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟି ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜୁନ୍ 29 ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶରେ ଗରାବଡୁ ସେବାୟତମାନଙ୍କ ଭୂମିକା ଉପରେ ବିଶଦ ଭାବେ ଆଲୋଚନା କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି, ଯେଉଁଥିରେ ସକାଳ 5:00 ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ 7:00 ଘଣ୍ଟାରେ ସ୍ନାନ ବେଦୀକୁ ଜଳ ବିଜେ, ସକାଳ 9:00 ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ 11:00 ଘଣ୍ଟାରେ ମହାସ୍ନାନ, ଅପରାହ୍ନ 1:00 ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ 4:00 ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ। ଏହି ବୈଠକରେ ଟ୍ରଷ୍ଟ ସଦସ୍ୟ ଜଗଦୀଶ କର୍ଣ୍ଣ, ନଳିନୀ କାନ୍ତ ବାଘ, ପଞ୍ଚାନନ ମିଶ୍ର, ପ୍ରମୋଦ ପାତ୍ର, ଶିବ ମହାକୁର, ବୀରେନ୍ଦ୍ର ଭୋଇ, ତାପସ ବସ୍ତିଆ ଏବଂ ବିଶ୍ଵ ନାଥ ଗଡ଼ୁଆ ପ୍ରମୁଖ ସେବାୟତ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମୁଦାୟରେ, ଏହି ବୈଠକ ପାତାଳୀ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା-2026 ପାଇଁ ଗରାବଡୁ ସେବାୟତମାନଙ୍କ ପ୍ରସ୍ତୁତିର ଏକ ଅଂଶ ଥିଲା।2
- ସୁଜାତା ରାଉତ ଘୋଷଣା କରିଛନ୍ତି ଯେ ସେ ଓଡ଼ିଶାବାସୀଙ୍କ ପାଇଁ କାମ କରିବେ। ସେ କହିଛନ୍ତି ଯେ ଗତ ୨୪ ବର୍ଷ ଧରି ସେ ନବୀନ ସାର୍ଙ୍କ ନେତୃତ୍ୱରେ କାର୍ଯ୍ୟ କରିଛନ୍ତି ଏବଂ ଆଜି ପୁଣି ଥରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଛନ୍ତି।1
- ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ଗତ ରବିବାର ଦିନ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିବସ ଅବସରରେ ବାରିପଦା, ମୟୂରଭଞ୍ଜଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏହି ମାନବସେବା କାର୍ଯ୍ୟକ୍ରମରେ 'ରକ୍ତ ଦାନ ଜୀବନ ଦାନ'ର ମହାମନ୍ତ୍ରକୁ ସାକାର କରି ତିରିଶି ଜଣ ସହୃଦୟ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରି ଅନେକ ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଚିନ୍ମୟ ଦାସ ନିଜ ମତ ରଖି କହିଥିଲେ ଯେ, ଜନ୍ମଦିନ କେବଳ କେକ୍ କାଟିବାର ଦିନ ନୁହେଁ, ବରଂ କାହାର ଜୀବନରେ ଆଶାର ଆଲୋକ ଜଳାଇବାର ଏକ ସୁଯୋଗ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ ଯୁବପୀଢ଼ିଙ୍କୁ ସମାଜସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ ସଭାପତି ଶ୍ରୀ ରାକେଶ ସିଂହ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା. ସୌମ୍ୟ ରଞ୍ଜନ ନାୟକ, ରୋଟାରୀ ସେକ୍ରେଟାରୀ ରୋଟାରିଆନ୍ ତିମିର କୁମାର ଘୋଷ, ଡ଼ା. ନିରୋଜ କୁମାର ପୋଥାଳ, ଶ୍ରୀ ସୋମନାଥ ସିଂହ, ଶ୍ରୀ ରିଙ୍କୁ ପାଲ, ଶ୍ରୀ ବିନୀତ ପୁରୀ, ଶ୍ରୀ ବିଶ୍ୱଜିତ ନାୟକ, ଶ୍ରୀ ରାଜୀବ, ଶ୍ରୀ ପ୍ରଦୀପ କୁମାର ମିସ୍ତ୍ରୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଓ ଶ୍ରୀ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୟୂରଭଞ୍ଜ ସେବା ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ସମେତ ଉପସଭାପତି ଶ୍ରୀ ସନ୍ଦୀପ କୁମାର ନାଥ, ସମ୍ପାଦକ ଶ୍ରୀ ଭାରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀମତୀ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରାମେଶ୍ୱର ସିଂହ, ପରାମର୍ଶଦାତା ଶ୍ରୀ ଅରବିନ୍ଦ ମୁଖୀ, ବରିଷ୍ଠ ପରାମର୍ଶଦାତା ଶ୍ରୀ ତୃପ୍ତି ମୋହନ ମହାପାତ୍ର ଏବଂ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ଯଥା ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂହ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଓ ସମସ୍ତ ସଦସ୍ୟ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଏଥିସହ ବିବେକାନନ୍ଦ ସେବା ଫାଉଣ୍ଡେସନ୍ (ଭୋଳାଘାଟି), ହେଲ୍ପିଂ ହ୍ୟାଣ୍ଡସ୍ (ଜଳେଶ୍ୱର), ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟ (କେନ୍ଦ୍ରାପଡ଼ା), ମାନବଧର୍ମ ସେବା ଟ୍ରଷ୍ଟ (ବାରିପଦା), ରେଡ୍ ଗ୍ରୀନ୍ ଫାଉଣ୍ଡେସନ୍, ଶ୍ରୀଶକ୍ତି ମହାସଂଘ, ନାରାୟଣ ସେବା ଟ୍ରଷ୍ଟ, ସୋସିଆଲ୍ ୱେଲଫେୟାର ଫୋରମ୍, ମା ତୁଳସୀ ଫାଉଣ୍ଡେସନ୍ ଏବଂ ନନ୍ଦଲାଲା ସେବା ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନନ୍ଦଲାଲା ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବପ୍ରସାଦ ନନ୍ଦ ଓ ସମ୍ପାଦିକା ଶ୍ରୀମତୀ ଅନୁପମା ନନ୍ଦ ରକ୍ତଦାତାଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜ ପାଇଁ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ଉତ୍ସର୍ଗ କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସଙ୍କ ଏହି ପଦକ୍ଷେପକୁ ସମଗ୍ର ଓଡ଼ିଶାର ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଚିନ୍ମୟ ଦାସ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ସଂଗଠନ, ସ୍ୱେଚ୍ଛାସେବୀ ଓ ମୟୂରଭଞ୍ଜ ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ 'ରକ୍ତଦାନ ଜୀବନ ଦାନର ଆହ୍ୱାନ – ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ, ଅନେକ ପରିବାରର ହସର କାରଣ। ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେଉଛି ଜୀବନଦାନ' ବୋଲି ବାର୍ତ୍ତା ଦେଇଥିଲେ।1
- ପୁଲିସକୁ ଏକ ବଡ଼ ସଫଳତା ମିଳିଛି, ଯେଉଁଥିରେ ପ୍ରାୟ ପାଞ୍ଚ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ 'ନିଶାମୁକ୍ତ ଓଡିଶା' ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।1
- ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜାବହୁଳ ଗାଁର କୁମ୍ଭାରୀ ମଣ୍ଡିରେ ଚାଷୀ ନେତା ରମେଶ ମହାପାତ୍ର ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏହି ଅବସରରେ ଗାଁର ଚାଷୀ ନେତା ଗୁଣନିଧି ପଧାନ ମଣ୍ଡିର ଭିତ୍ତିଭୂମି ଏବଂ ସେଠାରେ ଥିବା ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ମୁଖ୍ୟତଃ ଉଲ୍ଲେଖ କରିଛନ୍ତି।3