logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ଗତ ରବିବାର ଦିନ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିବସ ଅବସରରେ ବାରିପଦା, ମୟୂରଭଞ୍ଜଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏହି ମାନବସେବା କାର୍ଯ୍ୟକ୍ରମରେ 'ରକ୍ତ ଦାନ ଜୀବନ ଦାନ'ର ମହାମନ୍ତ୍ରକୁ ସାକାର କରି ତିରିଶି ଜଣ ସହୃଦୟ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରି ଅନେକ ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଚିନ୍ମୟ ଦାସ ନିଜ ମତ ରଖି କହିଥିଲେ ଯେ, ଜନ୍ମଦିନ କେବଳ କେକ୍ କାଟିବାର ଦିନ ନୁହେଁ, ବରଂ କାହାର ଜୀବନରେ ଆଶାର ଆଲୋକ ଜଳାଇବାର ଏକ ସୁଯୋଗ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ ଯୁବପୀଢ଼ିଙ୍କୁ ସମାଜସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ ସଭାପତି ଶ୍ରୀ ରାକେଶ ସିଂହ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା. ସୌମ୍ୟ ରଞ୍ଜନ ନାୟକ, ରୋଟାରୀ ସେକ୍ରେଟାରୀ ରୋଟାରିଆନ୍ ତିମିର କୁମାର ଘୋଷ, ଡ଼ା. ନିରୋଜ କୁମାର ପୋଥାଳ, ଶ୍ରୀ ସୋମନାଥ ସିଂହ, ଶ୍ରୀ ରିଙ୍କୁ ପାଲ, ଶ୍ରୀ ବିନୀତ ପୁରୀ, ଶ୍ରୀ ବିଶ୍ୱଜିତ ନାୟକ, ଶ୍ରୀ ରାଜୀବ, ଶ୍ରୀ ପ୍ରଦୀପ କୁମାର ମିସ୍ତ୍ରୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଓ ଶ୍ରୀ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୟୂରଭଞ୍ଜ ସେବା ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ସମେତ ଉପସଭାପତି ଶ୍ରୀ ସନ୍ଦୀପ କୁମାର ନାଥ, ସମ୍ପାଦକ ଶ୍ରୀ ଭାରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀମତୀ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରାମେଶ୍ୱର ସିଂହ, ପରାମର୍ଶଦାତା ଶ୍ରୀ ଅରବିନ୍ଦ ମୁଖୀ, ବରିଷ୍ଠ ପରାମର୍ଶଦାତା ଶ୍ରୀ ତୃପ୍ତି ମୋହନ ମହାପାତ୍ର ଏବଂ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ଯଥା ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂହ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଓ ସମସ୍ତ ସଦସ୍ୟ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଏଥିସହ ବିବେକାନନ୍ଦ ସେବା ଫାଉଣ୍ଡେସନ୍ (ଭୋଳାଘାଟି), ହେଲ୍ପିଂ ହ୍ୟାଣ୍ଡସ୍ (ଜଳେଶ୍ୱର), ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟ (କେନ୍ଦ୍ରାପଡ଼ା), ମାନବଧର୍ମ ସେବା ଟ୍ରଷ୍ଟ (ବାରିପଦା), ରେଡ୍ ଗ୍ରୀନ୍ ଫାଉଣ୍ଡେସନ୍, ଶ୍ରୀଶକ୍ତି ମହାସଂଘ, ନାରାୟଣ ସେବା ଟ୍ରଷ୍ଟ, ସୋସିଆଲ୍ ୱେଲଫେୟାର ଫୋରମ୍, ମା ତୁଳସୀ ଫାଉଣ୍ଡେସନ୍ ଏବଂ ନନ୍ଦଲାଲା ସେବା ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନନ୍ଦଲାଲା ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବପ୍ରସାଦ ନନ୍ଦ ଓ ସମ୍ପାଦିକା ଶ୍ରୀମତୀ ଅନୁପମା ନନ୍ଦ ରକ୍ତଦାତାଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜ ପାଇଁ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ଉତ୍ସର୍ଗ କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସଙ୍କ ଏହି ପଦକ୍ଷେପକୁ ସମଗ୍ର ଓଡ଼ିଶାର ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଚିନ୍ମୟ ଦାସ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ସଂଗଠନ, ସ୍ୱେଚ୍ଛାସେବୀ ଓ ମୟୂରଭଞ୍ଜ ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ 'ରକ୍ତଦାନ ଜୀବନ ଦାନର ଆହ୍ୱାନ – ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ, ଅନେକ ପରିବାରର ହସର କାରଣ। ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେଉଛି ଜୀବନଦାନ' ବୋଲି ବାର୍ତ୍ତା ଦେଇଥିଲେ।

2 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
2 hrs ago

ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ଗତ ରବିବାର ଦିନ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିବସ ଅବସରରେ ବାରିପଦା, ମୟୂରଭଞ୍ଜଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏହି ମାନବସେବା କାର୍ଯ୍ୟକ୍ରମରେ 'ରକ୍ତ ଦାନ ଜୀବନ ଦାନ'ର ମହାମନ୍ତ୍ରକୁ ସାକାର କରି ତିରିଶି ଜଣ ସହୃଦୟ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରି ଅନେକ ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଚିନ୍ମୟ ଦାସ ନିଜ ମତ ରଖି କହିଥିଲେ ଯେ, ଜନ୍ମଦିନ କେବଳ କେକ୍ କାଟିବାର ଦିନ ନୁହେଁ, ବରଂ କାହାର ଜୀବନରେ ଆଶାର ଆଲୋକ ଜଳାଇବାର ଏକ ସୁଯୋଗ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ ଯୁବପୀଢ଼ିଙ୍କୁ ସମାଜସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ ସଭାପତି ଶ୍ରୀ ରାକେଶ ସିଂହ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା. ସୌମ୍ୟ ରଞ୍ଜନ ନାୟକ, ରୋଟାରୀ ସେକ୍ରେଟାରୀ ରୋଟାରିଆନ୍ ତିମିର କୁମାର ଘୋଷ, ଡ଼ା. ନିରୋଜ କୁମାର ପୋଥାଳ, ଶ୍ରୀ ସୋମନାଥ ସିଂହ, ଶ୍ରୀ ରିଙ୍କୁ ପାଲ, ଶ୍ରୀ ବିନୀତ ପୁରୀ, ଶ୍ରୀ ବିଶ୍ୱଜିତ ନାୟକ, ଶ୍ରୀ ରାଜୀବ, ଶ୍ରୀ ପ୍ରଦୀପ କୁମାର ମିସ୍ତ୍ରୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଓ ଶ୍ରୀ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୟୂରଭଞ୍ଜ ସେବା ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ସମେତ ଉପସଭାପତି ଶ୍ରୀ ସନ୍ଦୀପ କୁମାର ନାଥ, ସମ୍ପାଦକ ଶ୍ରୀ ଭାରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀମତୀ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରାମେଶ୍ୱର ସିଂହ, ପରାମର୍ଶଦାତା ଶ୍ରୀ ଅରବିନ୍ଦ ମୁଖୀ, ବରିଷ୍ଠ ପରାମର୍ଶଦାତା ଶ୍ରୀ ତୃପ୍ତି ମୋହନ ମହାପାତ୍ର ଏବଂ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ଯଥା ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂହ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଓ ସମସ୍ତ ସଦସ୍ୟ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଏଥିସହ ବିବେକାନନ୍ଦ ସେବା ଫାଉଣ୍ଡେସନ୍ (ଭୋଳାଘାଟି), ହେଲ୍ପିଂ ହ୍ୟାଣ୍ଡସ୍ (ଜଳେଶ୍ୱର), ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟ (କେନ୍ଦ୍ରାପଡ଼ା), ମାନବଧର୍ମ ସେବା ଟ୍ରଷ୍ଟ (ବାରିପଦା), ରେଡ୍ ଗ୍ରୀନ୍ ଫାଉଣ୍ଡେସନ୍, ଶ୍ରୀଶକ୍ତି ମହାସଂଘ, ନାରାୟଣ ସେବା ଟ୍ରଷ୍ଟ, ସୋସିଆଲ୍ ୱେଲଫେୟାର ଫୋରମ୍, ମା ତୁଳସୀ ଫାଉଣ୍ଡେସନ୍ ଏବଂ ନନ୍ଦଲାଲା ସେବା ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନନ୍ଦଲାଲା ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବପ୍ରସାଦ ନନ୍ଦ ଓ ସମ୍ପାଦିକା ଶ୍ରୀମତୀ ଅନୁପମା ନନ୍ଦ ରକ୍ତଦାତାଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜ ପାଇଁ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ଉତ୍ସର୍ଗ କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସଙ୍କ ଏହି ପଦକ୍ଷେପକୁ ସମଗ୍ର ଓଡ଼ିଶାର ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଚିନ୍ମୟ ଦାସ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ସଂଗଠନ, ସ୍ୱେଚ୍ଛାସେବୀ ଓ ମୟୂରଭଞ୍ଜ ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ 'ରକ୍ତଦାନ ଜୀବନ ଦାନର ଆହ୍ୱାନ – ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ, ଅନେକ ପରିବାରର ହସର କାରଣ। ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେଉଛି ଜୀବନଦାନ' ବୋଲି ବାର୍ତ୍ତା ଦେଇଥିଲେ।

More news from Odisha and nearby areas
  • ଆଜି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକର ବିଶିମୁଣ୍ଡା ପଞ୍ଚାୟତର ଖମ୍ବେଶ୍ୱରୀପାଲି ଗାଁକୁ ମା' ମାହେଶ୍ୱରୀଙ୍କ ନବକଳେବର ପାଇଁ ମନ୍ଦିରକୁ ଦାରୁ ଅଣାଯାଇଛି।
    1
    ଆଜି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକର ବିଶିମୁଣ୍ଡା ପଞ୍ଚାୟତର ଖମ୍ବେଶ୍ୱରୀପାଲି ଗାଁକୁ ମା' ମାହେଶ୍ୱରୀଙ୍କ ନବକଳେବର ପାଇଁ ମନ୍ଦିରକୁ ଦାରୁ ଅଣାଯାଇଛି।
    user_Ranjan hota
    Ranjan hota
    Sonepur, Odisha•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଶିବିରରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଭିଯୋଗ ପାଇଁ ଆସିଥିବା ସମସ୍ତ ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଏବଂ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
    2
    ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ।

ଶିବିରରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି।

ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଭିଯୋଗ ପାଇଁ ଆସିଥିବା ସମସ୍ତ ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଏବଂ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    22 hrs ago
  • ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜାବହୁଲ ଗାଁର କୁମ୍ଭାରୀ ମଣ୍ଡିରେ ଚାଷୀ ନେତା ରମେଶ ମହାପାତ୍ର ପହଞ୍ଚିଛନ୍ତି। ଏହି ଅବସରରେ ସେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ କ'ଣ କହୁଛନ୍ତି, ତାହା ଶୁଣିବାକୁ ଅପେକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ, ଗାଁର ଚାଷୀ ନେତା ଗୁଣନିଧି ପଧାନ ମଧ୍ୟ ଚାଷୀମାନଙ୍କ ସମସ୍ୟା ଏବଂ ମଣ୍ଡିର ଭିତ୍ତିଭୂମି ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି।
    3
    ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜାବହୁଲ ଗାଁର କୁମ୍ଭାରୀ ମଣ୍ଡିରେ ଚାଷୀ ନେତା ରମେଶ ମହାପାତ୍ର ପହଞ୍ଚିଛନ୍ତି। ଏହି ଅବସରରେ ସେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ କ'ଣ କହୁଛନ୍ତି, ତାହା ଶୁଣିବାକୁ ଅପେକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ, ଗାଁର ଚାଷୀ ନେତା ଗୁଣନିଧି ପଧାନ ମଧ୍ୟ ଚାଷୀମାନଙ୍କ ସମସ୍ୟା ଏବଂ ମଣ୍ଡିର ଭିତ୍ତିଭୂମି ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    31 min ago
  • ବୌଦ୍ଧରେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ବେଳେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା TPSODL ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ଦୁର୍ବୃତ୍ତମାନେ ପଶି ନଗଦ ୩୦ ହଜାର ଟଙ୍କା ସହିତ ଦୁଇଟି ମୋବାଇଲ ଫୋନ ଚୋରି କରି ନେଇଛନ୍ତି। ଏହି ସମସ୍ତ ଘଟଣା କେଶବ ସାହୁଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଚୋରି ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍ ମଧ୍ୟ ବୌଦ୍ଧ ପୋଲିସକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
    1
    ବୌଦ୍ଧରେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ବେଳେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା TPSODL ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ଦୁର୍ବୃତ୍ତମାନେ ପଶି ନଗଦ ୩୦ ହଜାର ଟଙ୍କା ସହିତ ଦୁଇଟି ମୋବାଇଲ ଫୋନ ଚୋରି କରି ନେଇଛନ୍ତି।

ଏହି ସମସ୍ତ ଘଟଣା କେଶବ ସାହୁଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଚୋରି ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍ ମଧ୍ୟ ବୌଦ୍ଧ ପୋଲିସକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
  • ଆଜି ଖଡ଼ିଆଳ ସ୍ଥିତ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଠାରେ ଜଗଦମ୍ବା ସରସ୍ୱତୀଙ୍କ ପୁଣ୍ୟତିଥି ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପରିଚାଳିକା ସୂର୍ଯ୍ୟକାନ୍ତି ଅପାଙ୍କ ସମେତ ସଂସ୍ଥାର ସଦସ୍ୟ, ଶିକ୍ଷାର୍ଥୀ ଏବଂ ସ୍ଥାନୀୟ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ଓ ସାମୂହିକ ଧ୍ୟାନ ସତ୍ସଙ୍ଗ ସହିତ ହୋଇଥିଲା। ଏହା ପରେ ବକ୍ତାମାନେ ଜଗଦମ୍ବା ସରସ୍ୱତୀଙ୍କ ଜୀବନ ଏବଂ ତାଙ୍କର ଆଧ୍ୟାତ୍ମିକ ଅବଦାନ ବିଷୟରେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ ଜଗଦମ୍ବା ସରସ୍ୱତୀ ଆଧ୍ୟାତ୍ମିକତା, ସରଳତା ଓ ସେବାଭାବର ପ୍ରତୀକ ଥିଲେ ଏବଂ ତାଙ୍କ ଆଦର୍ଶ ଆଜିର ସମାଜରେ ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଏହି ଅବସରରେ ଭଜନ, ଆଧ୍ୟାତ୍ମିକ ସଙ୍ଗୀତ ଓ ଶାନ୍ତି ଧ୍ୟାନ ଆୟୋଜିତ ହୋଇଥିଲା। ଶେଷରେ ସମସ୍ତ ଉପସ୍ଥିତଙ୍କୁ ପ୍ରସାଦ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
    1
    ଆଜି ଖଡ଼ିଆଳ ସ୍ଥିତ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଠାରେ ଜଗଦମ୍ବା ସରସ୍ୱତୀଙ୍କ ପୁଣ୍ୟତିଥି ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପରିଚାଳିକା ସୂର୍ଯ୍ୟକାନ୍ତି ଅପାଙ୍କ ସମେତ ସଂସ୍ଥାର ସଦସ୍ୟ, ଶିକ୍ଷାର୍ଥୀ ଏବଂ ସ୍ଥାନୀୟ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ଓ ସାମୂହିକ ଧ୍ୟାନ ସତ୍ସଙ୍ଗ ସହିତ ହୋଇଥିଲା। ଏହା ପରେ ବକ୍ତାମାନେ ଜଗଦମ୍ବା ସରସ୍ୱତୀଙ୍କ ଜୀବନ ଏବଂ ତାଙ୍କର ଆଧ୍ୟାତ୍ମିକ ଅବଦାନ ବିଷୟରେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ ଜଗଦମ୍ବା ସରସ୍ୱତୀ ଆଧ୍ୟାତ୍ମିକତା, ସରଳତା ଓ ସେବାଭାବର ପ୍ରତୀକ ଥିଲେ ଏବଂ ତାଙ୍କ ଆଦର୍ଶ ଆଜିର ସମାଜରେ ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଏହି ଅବସରରେ ଭଜନ, ଆଧ୍ୟାତ୍ମିକ ସଙ୍ଗୀତ ଓ ଶାନ୍ତି ଧ୍ୟାନ ଆୟୋଜିତ ହୋଇଥିଲା। ଶେଷରେ ସମସ୍ତ ଉପସ୍ଥିତଙ୍କୁ ପ୍ରସାଦ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    22 hrs ago
  • ନୂଆଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଶ୍ରମିକ ବସ୍ତି ଅଞ୍ଚଳରେ ୨୦୨୬ ମସିହା ଜୁନ୍ ୨୪ ତାରିଖ ପ୍ରାୟ ୩:୦୨ ସମୟରେ ଏକ ଇଲେକ୍ଟ୍ରିକ୍ ପ୍ୟାନେଲରେ ସର୍ଟ ସର୍କିଟ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଭୟାବହତା ଦେଖି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସୂଚନା ମିଳିବା ମାତ୍ରେ ଦମକଳ ବିଭାଗର ୨୦ଟି ଗାଡ଼ି, ଯେଉଁଥିରେ ୱାଟର ଟେଣ୍ଡର, ୱାଟର ବ୍ରାଉଜର ଏବଂ ବ୍ରିଦିଂ ଅପରେଟସ୍ ସ୍ମୋକ ଭ୍ୟାନ ସାମିଲ ଥିଲା, ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ କର୍ମଚାରୀମାନେ ଅନେକ ଘଣ୍ଟା ଧରି କଠିନ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ଏବଂ ଏହାକୁ ଶ୍ରମିକ ବସ୍ତିକୁ ବ୍ୟାପିବାରୁ ରୋକି ଦେଇଥିଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଟଳାଯାଇଛି। ବର୍ତ୍ତମାନ କୁଲିଂ ଅପରେସନ୍ ଜାରି ରହିଛି। ଆଶ୍ୱସ୍ତିର ବିଷୟ ହେଉଛି, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
    1
    ନୂଆଦିଲ୍ଲୀର ଉଦ୍ୟୋଗ ଭବନ ନିକଟରେ ଥିବା ଶ୍ରମିକ ବସ୍ତି ଅଞ୍ଚଳରେ ୨୦୨୬ ମସିହା ଜୁନ୍ ୨୪ ତାରିଖ ପ୍ରାୟ ୩:୦୨ ସମୟରେ ଏକ ଇଲେକ୍ଟ୍ରିକ୍ ପ୍ୟାନେଲରେ ସର୍ଟ ସର୍କିଟ୍ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଭୟାବହତା ଦେଖି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ସୂଚନା ମିଳିବା ମାତ୍ରେ ଦମକଳ ବିଭାଗର ୨୦ଟି ଗାଡ଼ି, ଯେଉଁଥିରେ ୱାଟର ଟେଣ୍ଡର, ୱାଟର ବ୍ରାଉଜର ଏବଂ ବ୍ରିଦିଂ ଅପରେଟସ୍ ସ୍ମୋକ ଭ୍ୟାନ ସାମିଲ ଥିଲା, ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ କର୍ମଚାରୀମାନେ ଅନେକ ଘଣ୍ଟା ଧରି କଠିନ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ଏବଂ ଏହାକୁ ଶ୍ରମିକ ବସ୍ତିକୁ ବ୍ୟାପିବାରୁ ରୋକି ଦେଇଥିଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଟଳାଯାଇଛି।

ବର୍ତ୍ତମାନ କୁଲିଂ ଅପରେସନ୍ ଜାରି ରହିଛି। ଆଶ୍ୱସ୍ତିର ବିଷୟ ହେଉଛି, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    7 hrs ago
  • ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ଗତ ରବିବାର ଦିନ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିବସ ଅବସରରେ ବାରିପଦା, ମୟୂରଭଞ୍ଜଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏହି ମାନବସେବା କାର୍ଯ୍ୟକ୍ରମରେ 'ରକ୍ତ ଦାନ ଜୀବନ ଦାନ'ର ମହାମନ୍ତ୍ରକୁ ସାକାର କରି ତିରିଶି ଜଣ ସହୃଦୟ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରି ଅନେକ ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଚିନ୍ମୟ ଦାସ ନିଜ ମତ ରଖି କହିଥିଲେ ଯେ, ଜନ୍ମଦିନ କେବଳ କେକ୍ କାଟିବାର ଦିନ ନୁହେଁ, ବରଂ କାହାର ଜୀବନରେ ଆଶାର ଆଲୋକ ଜଳାଇବାର ଏକ ସୁଯୋଗ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ ଯୁବପୀଢ଼ିଙ୍କୁ ସମାଜସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ ସଭାପତି ଶ୍ରୀ ରାକେଶ ସିଂହ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା. ସୌମ୍ୟ ରଞ୍ଜନ ନାୟକ, ରୋଟାରୀ ସେକ୍ରେଟାରୀ ରୋଟାରିଆନ୍ ତିମିର କୁମାର ଘୋଷ, ଡ଼ା. ନିରୋଜ କୁମାର ପୋଥାଳ, ଶ୍ରୀ ସୋମନାଥ ସିଂହ, ଶ୍ରୀ ରିଙ୍କୁ ପାଲ, ଶ୍ରୀ ବିନୀତ ପୁରୀ, ଶ୍ରୀ ବିଶ୍ୱଜିତ ନାୟକ, ଶ୍ରୀ ରାଜୀବ, ଶ୍ରୀ ପ୍ରଦୀପ କୁମାର ମିସ୍ତ୍ରୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଓ ଶ୍ରୀ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୟୂରଭଞ୍ଜ ସେବା ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ସମେତ ଉପସଭାପତି ଶ୍ରୀ ସନ୍ଦୀପ କୁମାର ନାଥ, ସମ୍ପାଦକ ଶ୍ରୀ ଭାରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀମତୀ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରାମେଶ୍ୱର ସିଂହ, ପରାମର୍ଶଦାତା ଶ୍ରୀ ଅରବିନ୍ଦ ମୁଖୀ, ବରିଷ୍ଠ ପରାମର୍ଶଦାତା ଶ୍ରୀ ତୃପ୍ତି ମୋହନ ମହାପାତ୍ର ଏବଂ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ଯଥା ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂହ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଓ ସମସ୍ତ ସଦସ୍ୟ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଏଥିସହ ବିବେକାନନ୍ଦ ସେବା ଫାଉଣ୍ଡେସନ୍ (ଭୋଳାଘାଟି), ହେଲ୍ପିଂ ହ୍ୟାଣ୍ଡସ୍ (ଜଳେଶ୍ୱର), ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟ (କେନ୍ଦ୍ରାପଡ଼ା), ମାନବଧର୍ମ ସେବା ଟ୍ରଷ୍ଟ (ବାରିପଦା), ରେଡ୍ ଗ୍ରୀନ୍ ଫାଉଣ୍ଡେସନ୍, ଶ୍ରୀଶକ୍ତି ମହାସଂଘ, ନାରାୟଣ ସେବା ଟ୍ରଷ୍ଟ, ସୋସିଆଲ୍ ୱେଲଫେୟାର ଫୋରମ୍, ମା ତୁଳସୀ ଫାଉଣ୍ଡେସନ୍ ଏବଂ ନନ୍ଦଲାଲା ସେବା ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନନ୍ଦଲାଲା ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବପ୍ରସାଦ ନନ୍ଦ ଓ ସମ୍ପାଦିକା ଶ୍ରୀମତୀ ଅନୁପମା ନନ୍ଦ ରକ୍ତଦାତାଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜ ପାଇଁ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ଉତ୍ସର୍ଗ କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସଙ୍କ ଏହି ପଦକ୍ଷେପକୁ ସମଗ୍ର ଓଡ଼ିଶାର ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଚିନ୍ମୟ ଦାସ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ସଂଗଠନ, ସ୍ୱେଚ୍ଛାସେବୀ ଓ ମୟୂରଭଞ୍ଜ ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ 'ରକ୍ତଦାନ ଜୀବନ ଦାନର ଆହ୍ୱାନ – ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ, ଅନେକ ପରିବାରର ହସର କାରଣ। ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେଉଛି ଜୀବନଦାନ' ବୋଲି ବାର୍ତ୍ତା ଦେଇଥିଲେ।
    1
    ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ଗତ ରବିବାର ଦିନ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିବସ ଅବସରରେ ବାରିପଦା, ମୟୂରଭଞ୍ଜଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏହି ମାନବସେବା କାର୍ଯ୍ୟକ୍ରମରେ 'ରକ୍ତ ଦାନ ଜୀବନ ଦାନ'ର ମହାମନ୍ତ୍ରକୁ ସାକାର କରି ତିରିଶି ଜଣ ସହୃଦୟ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରି ଅନେକ ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଚିନ୍ମୟ ଦାସ ନିଜ ମତ ରଖି କହିଥିଲେ ଯେ, ଜନ୍ମଦିନ କେବଳ କେକ୍ କାଟିବାର ଦିନ ନୁହେଁ, ବରଂ କାହାର ଜୀବନରେ ଆଶାର ଆଲୋକ ଜଳାଇବାର ଏକ ସୁଯୋଗ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ ଯୁବପୀଢ଼ିଙ୍କୁ ସମାଜସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ ସଭାପତି ଶ୍ରୀ ରାକେଶ ସିଂହ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା. ସୌମ୍ୟ ରଞ୍ଜନ ନାୟକ, ରୋଟାରୀ ସେକ୍ରେଟାରୀ ରୋଟାରିଆନ୍ ତିମିର କୁମାର ଘୋଷ, ଡ଼ା. ନିରୋଜ କୁମାର ପୋଥାଳ, ଶ୍ରୀ ସୋମନାଥ ସିଂହ, ଶ୍ରୀ ରିଙ୍କୁ ପାଲ, ଶ୍ରୀ ବିନୀତ ପୁରୀ, ଶ୍ରୀ ବିଶ୍ୱଜିତ ନାୟକ, ଶ୍ରୀ ରାଜୀବ, ଶ୍ରୀ ପ୍ରଦୀପ କୁମାର ମିସ୍ତ୍ରୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଓ ଶ୍ରୀ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୟୂରଭଞ୍ଜ ସେବା ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ସମେତ ଉପସଭାପତି ଶ୍ରୀ ସନ୍ଦୀପ କୁମାର ନାଥ, ସମ୍ପାଦକ ଶ୍ରୀ ଭାରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀମତୀ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରାମେଶ୍ୱର ସିଂହ, ପରାମର୍ଶଦାତା ଶ୍ରୀ ଅରବିନ୍ଦ ମୁଖୀ, ବରିଷ୍ଠ ପରାମର୍ଶଦାତା ଶ୍ରୀ ତୃପ୍ତି ମୋହନ ମହାପାତ୍ର ଏବଂ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ଯଥା ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂହ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଓ ସମସ୍ତ ସଦସ୍ୟ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଏଥିସହ ବିବେକାନନ୍ଦ ସେବା ଫାଉଣ୍ଡେସନ୍ (ଭୋଳାଘାଟି), ହେଲ୍ପିଂ ହ୍ୟାଣ୍ଡସ୍ (ଜଳେଶ୍ୱର), ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟ (କେନ୍ଦ୍ରାପଡ଼ା), ମାନବଧର୍ମ ସେବା ଟ୍ରଷ୍ଟ (ବାରିପଦା), ରେଡ୍ ଗ୍ରୀନ୍ ଫାଉଣ୍ଡେସନ୍, ଶ୍ରୀଶକ୍ତି ମହାସଂଘ, ନାରାୟଣ ସେବା ଟ୍ରଷ୍ଟ, ସୋସିଆଲ୍ ୱେଲଫେୟାର ଫୋରମ୍, ମା ତୁଳସୀ ଫାଉଣ୍ଡେସନ୍ ଏବଂ ନନ୍ଦଲାଲା ସେବା ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନନ୍ଦଲାଲା ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବପ୍ରସାଦ ନନ୍ଦ ଓ ସମ୍ପାଦିକା ଶ୍ରୀମତୀ ଅନୁପମା ନନ୍ଦ ରକ୍ତଦାତାଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ।

ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜ ପାଇଁ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ଉତ୍ସର୍ଗ କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସଙ୍କ ଏହି ପଦକ୍ଷେପକୁ ସମଗ୍ର ଓଡ଼ିଶାର ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଚିନ୍ମୟ ଦାସ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ସଂଗଠନ, ସ୍ୱେଚ୍ଛାସେବୀ ଓ ମୟୂରଭଞ୍ଜ ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ 'ରକ୍ତଦାନ ଜୀବନ ଦାନର ଆହ୍ୱାନ – ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ, ଅନେକ ପରିବାରର ହସର କାରଣ। ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେଉଛି ଜୀବନଦାନ' ବୋଲି ବାର୍ତ୍ତା ଦେଇଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ ପରିସରରେ 'ବିକାଶର ଧାରା ଓଡ଼ିଶାସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବିଧାୟକ ସନତ କୁମାର ଗଡତିଆ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଧିକାରୀ, ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଷ୍ଟଲ୍‌ ସଜା ଯାଇଥିଲା, ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଞ୍ଚାୟତିରାଜ, ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ଯୋଜନା ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଯାଇଥିଲା। ଲୋକମାନେ ଏହି ଷ୍ଟଲ୍‌ଗୁଡ଼ିକୁ ଦେଖି ସରକାରୀ ସୁବିଧା ବିଷୟରେ ସଚେତନ ହୋଇଥିଲେ। ଉଦ୍‌ଯାପନୀ ସଭାରେ ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବା। ସେ ଆଶ୍ୱାସନ ଦେଇଥିଲେ ଯେ, ଗାଇସିଲେଟ୍ ବ୍ଲକରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଯେଉଁ ଉନ୍ନତି ହେଉଛି, ତାହା ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ ହେବ। ବିଧାୟକ ଲୋକଙ୍କୁ ସରକାରୀ ଯୋଜନାଗୁଡ଼ିକର ସଠିକ୍ ଲାଭ ଉଠାଇବାକୁ ପରାମର୍ଶ ଦେବା ସହ କହିଥିଲେ ଯେ, ଅନେକ ସମୟରେ ସୂଚନା ଅଭାବରୁ ଲୋକେ ସୁବିଧାରୁ ବଞ୍ଚିତ ହୋଇଯାଆନ୍ତି ଏବଂ ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ପାଇବା ସହ ସମସ୍ତେ ଉନ୍ନତିର ସାଥୀ ହେବେ। ଅନ୍ୟ ଅତିଥିମାନେ ମଧ୍ୟ ମତ ପ୍ରକାଶ କରିଥିଲେ ଯେ, ଗ୍ରାମୀଣ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜନସହଭାଗିତା ଅତ୍ୟନ୍ତ ଜରୁରୀ। ସରକାରୀ ଯୋଜନା ଓ ଲୋକଙ୍କ ସହଯୋଗ ଏକାଠି ହେଲେ ହିଁ ଉନ୍ନତି ସମ୍ଭବ ବୋଲି ସେମାନେ କହିଥିଲେ।
    3
    ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ ପରିସରରେ 'ବିକାଶର ଧାରା ଓଡ଼ିଶାସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବିଧାୟକ ସନତ କୁମାର ଗଡତିଆ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଧିକାରୀ, ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଷ୍ଟଲ୍‌ ସଜା ଯାଇଥିଲା, ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଞ୍ଚାୟତିରାଜ, ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ଯୋଜନା ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଯାଇଥିଲା। ଲୋକମାନେ ଏହି ଷ୍ଟଲ୍‌ଗୁଡ଼ିକୁ ଦେଖି ସରକାରୀ ସୁବିଧା ବିଷୟରେ ସଚେତନ ହୋଇଥିଲେ।

ଉଦ୍‌ଯାପନୀ ସଭାରେ ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବା। ସେ ଆଶ୍ୱାସନ ଦେଇଥିଲେ ଯେ, ଗାଇସିଲେଟ୍ ବ୍ଲକରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଯେଉଁ ଉନ୍ନତି ହେଉଛି, ତାହା ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ ହେବ। ବିଧାୟକ ଲୋକଙ୍କୁ ସରକାରୀ ଯୋଜନାଗୁଡ଼ିକର ସଠିକ୍ ଲାଭ ଉଠାଇବାକୁ ପରାମର୍ଶ ଦେବା ସହ କହିଥିଲେ ଯେ, ଅନେକ ସମୟରେ ସୂଚନା ଅଭାବରୁ ଲୋକେ ସୁବିଧାରୁ ବଞ୍ଚିତ ହୋଇଯାଆନ୍ତି ଏବଂ ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ପାଇବା ସହ ସମସ୍ତେ ଉନ୍ନତିର ସାଥୀ ହେବେ।

ଅନ୍ୟ ଅତିଥିମାନେ ମଧ୍ୟ ମତ ପ୍ରକାଶ କରିଥିଲେ ଯେ, ଗ୍ରାମୀଣ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜନସହଭାଗିତା ଅତ୍ୟନ୍ତ ଜରୁରୀ। ସରକାରୀ ଯୋଜନା ଓ ଲୋକଙ୍କ ସହଯୋଗ ଏକାଠି ହେଲେ ହିଁ ଉନ୍ନତି ସମ୍ଭବ ବୋଲି ସେମାନେ କହିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    20 hrs ago
  • କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ରାଷ୍ଟ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଓଡ଼ିଶା ଗସ୍ତ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପାଇଁ ଛାତ୍ରବୃତ୍ତି, ଉଚ୍ଚଶିକ୍ଷାରେ ସଂରକ୍ଷଣ ତଥା ନିଯୁକ୍ତି ସମ୍ବନ୍ଧୀୟ ପ୍ରାବଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
    1
    କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ରାଷ୍ଟ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଓଡ଼ିଶା ଗସ୍ତ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପାଇଁ ଛାତ୍ରବୃତ୍ତି, ଉଚ୍ଚଶିକ୍ଷାରେ ସଂରକ୍ଷଣ ତଥା ନିଯୁକ୍ତି ସମ୍ବନ୍ଧୀୟ ପ୍ରାବଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.