ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଶିବିରରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଭିଯୋଗ ପାଇଁ ଆସିଥିବା ସମସ୍ତ ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଏବଂ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଶିବିରରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଭିଯୋଗ ପାଇଁ ଆସିଥିବା ସମସ୍ତ
ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଏବଂ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
- ସୁଜାତା ରାଉତ ଘୋଷଣା କରିଛନ୍ତି ଯେ ସେ ଓଡ଼ିଶାବାସୀଙ୍କ ପାଇଁ କାମ କରିବେ। ସେ କହିଛନ୍ତି ଯେ ଗତ ୨୪ ବର୍ଷ ଧରି ସେ ନବୀନ ସାର୍ଙ୍କ ନେତୃତ୍ୱରେ କାର୍ଯ୍ୟ କରିଛନ୍ତି ଏବଂ ଆଜି ପୁଣି ଥରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଶିବିରରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଭିଯୋଗ ପାଇଁ ଆସିଥିବା ସମସ୍ତ ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଏବଂ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।2
- ଆଜି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକର ବିଶିମୁଣ୍ଡା ପଞ୍ଚାୟତର ଖମ୍ବେଶ୍ୱରୀପାଲି ଗାଁକୁ ମା' ମାହେଶ୍ୱରୀଙ୍କ ନବକଳେବର ପାଇଁ ମନ୍ଦିରକୁ ଦାରୁ ଅଣାଯାଇଛି।1
- ବୌଦ୍ଧରେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ବେଳେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଉମେଶ ସାହୁଙ୍କ ଘରେ ଭଡ଼ାରେ ରହୁଥିବା TPSODL ଠିକାଦାର କେଶବ ଚନ୍ଦ୍ର ସାହୁଙ୍କ ଘରେ ଦୁର୍ବୃତ୍ତମାନେ ପଶି ନଗଦ ୩୦ ହଜାର ଟଙ୍କା ସହିତ ଦୁଇଟି ମୋବାଇଲ ଫୋନ ଚୋରି କରି ନେଇଛନ୍ତି। ଏହି ସମସ୍ତ ଘଟଣା କେଶବ ସାହୁଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଚୋରି ନେଇ କେଶବ ସାହୁ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍ ମଧ୍ୟ ବୌଦ୍ଧ ପୋଲିସକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।1
- ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗରେ ନିମ୍ନମାନର କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନମାନର କାମ ହେଉଛି। ଯେତେବେଳେ ଠିକାଦାର ଓ ଯନ୍ତ୍ରୀଙ୍କୁ ଏ ବିଷୟରେ ପଚରାଯାଉଛି, ସେମାନେ କୌଣସି ଉତ୍ତର ଦେଉନାହାନ୍ତି। ସାଧାରଣରେ ଏହାକୁ 'ମନମାନୀ ଶାସନ' ଭାବରେ ଦେଖାଯାଉଛି।1
- ସୋନପୁରର କଲ୍ୟାଣ ମଣ୍ଡପରେ ପିଏମ ସ୍ୱନିଧି ମହୋତ୍ସବର ୬ ବର୍ଷ ଅନୁଷ୍ଠିତ ହୋଇଛି।1
- ଏକ ଛିଡା ହୋଇଥିବା ଟ୍ରକ ହଠାତ୍ ଆଗକୁ ବଢ଼ି ପାଞ୍ଚୋଟି ବାଇକକୁ ସମ୍ପୂର୍ଣ୍ଣ ଚୁରମାର କରିଦେଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।1
- ମୟୂରଭଞ୍ଜ ସେବା ସଂଗଠନ ପକ୍ଷରୁ ଗତ ରବିବାର ଦିନ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିବସ ଅବସରରେ ବାରିପଦା, ମୟୂରଭଞ୍ଜଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏହି ମାନବସେବା କାର୍ଯ୍ୟକ୍ରମରେ 'ରକ୍ତ ଦାନ ଜୀବନ ଦାନ'ର ମହାମନ୍ତ୍ରକୁ ସାକାର କରି ତିରିଶି ଜଣ ସହୃଦୟ ରକ୍ତଦାତା ସ୍ୱଇଚ୍ଛାରେ ରକ୍ତଦାନ କରି ଅନେକ ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଚିନ୍ମୟ ଦାସ ନିଜ ମତ ରଖି କହିଥିଲେ ଯେ, ଜନ୍ମଦିନ କେବଳ କେକ୍ କାଟିବାର ଦିନ ନୁହେଁ, ବରଂ କାହାର ଜୀବନରେ ଆଶାର ଆଲୋକ ଜଳାଇବାର ଏକ ସୁଯୋଗ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ରକ୍ତଦାତାମାନଙ୍କୁ ପ୍ରଶଂସା କରିବା ସହ ଯୁବପୀଢ଼ିଙ୍କୁ ସମାଜସେବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ ସଭାପତି ଶ୍ରୀ ରାକେଶ ସିଂହ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା. ସୌମ୍ୟ ରଞ୍ଜନ ନାୟକ, ରୋଟାରୀ ସେକ୍ରେଟାରୀ ରୋଟାରିଆନ୍ ତିମିର କୁମାର ଘୋଷ, ଡ଼ା. ନିରୋଜ କୁମାର ପୋଥାଳ, ଶ୍ରୀ ସୋମନାଥ ସିଂହ, ଶ୍ରୀ ରିଙ୍କୁ ପାଲ, ଶ୍ରୀ ବିନୀତ ପୁରୀ, ଶ୍ରୀ ବିଶ୍ୱଜିତ ନାୟକ, ଶ୍ରୀ ରାଜୀବ, ଶ୍ରୀ ପ୍ରଦୀପ କୁମାର ମିସ୍ତ୍ରୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଓ ଶ୍ରୀ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୟୂରଭଞ୍ଜ ସେବା ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଚିନ୍ମୟ ଦାସଙ୍କ ସମେତ ଉପସଭାପତି ଶ୍ରୀ ସନ୍ଦୀପ କୁମାର ନାଥ, ସମ୍ପାଦକ ଶ୍ରୀ ଭାରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ଶ୍ରୀମତୀ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଶ୍ରୀ ରାମେଶ୍ୱର ସିଂହ, ପରାମର୍ଶଦାତା ଶ୍ରୀ ଅରବିନ୍ଦ ମୁଖୀ, ବରିଷ୍ଠ ପରାମର୍ଶଦାତା ଶ୍ରୀ ତୃପ୍ତି ମୋହନ ମହାପାତ୍ର ଏବଂ ଅନ୍ୟାନ୍ୟ ସକ୍ରିୟ ସଦସ୍ୟ ଯଥା ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂହ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଓ ସମସ୍ତ ସଦସ୍ୟ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଏଥିସହ ବିବେକାନନ୍ଦ ସେବା ଫାଉଣ୍ଡେସନ୍ (ଭୋଳାଘାଟି), ହେଲ୍ପିଂ ହ୍ୟାଣ୍ଡସ୍ (ଜଳେଶ୍ୱର), ରଶ୍ମି ଚାରିଟେବୁଲ୍ ଟ୍ରଷ୍ଟ (କେନ୍ଦ୍ରାପଡ଼ା), ମାନବଧର୍ମ ସେବା ଟ୍ରଷ୍ଟ (ବାରିପଦା), ରେଡ୍ ଗ୍ରୀନ୍ ଫାଉଣ୍ଡେସନ୍, ଶ୍ରୀଶକ୍ତି ମହାସଂଘ, ନାରାୟଣ ସେବା ଟ୍ରଷ୍ଟ, ସୋସିଆଲ୍ ୱେଲଫେୟାର ଫୋରମ୍, ମା ତୁଳସୀ ଫାଉଣ୍ଡେସନ୍ ଏବଂ ନନ୍ଦଲାଲା ସେବା ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଏହି ଶିବିରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ନନ୍ଦଲାଲା ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଶିବପ୍ରସାଦ ନନ୍ଦ ଓ ସମ୍ପାଦିକା ଶ୍ରୀମତୀ ଅନୁପମା ନନ୍ଦ ରକ୍ତଦାତାଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ନିଜ ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜ ପାଇଁ ରକ୍ତଦାନ ଭଳି ମହାନ କାର୍ଯ୍ୟକୁ ଉତ୍ସର୍ଗ କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ଚିନ୍ମୟ ଦାସଙ୍କ ଏହି ପଦକ୍ଷେପକୁ ସମଗ୍ର ଓଡ଼ିଶାର ସାମାଜିକ କର୍ମୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯିବା ସହ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଚିନ୍ମୟ ଦାସ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ସଂଗଠନ, ସ୍ୱେଚ୍ଛାସେବୀ ଓ ମୟୂରଭଞ୍ଜ ସେବା ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ 'ରକ୍ତଦାନ ଜୀବନ ଦାନର ଆହ୍ୱାନ – ଆପଣଙ୍କ ଗୋଟିଏ ୟୁନିଟ୍ ରକ୍ତ, ଅନେକ ପରିବାରର ହସର କାରଣ। ଜନ୍ମଦିନର ସର୍ବଶ୍ରେଷ୍ଠ ଉପହାର ହେଉଛି ଜୀବନଦାନ' ବୋଲି ବାର୍ତ୍ତା ଦେଇଥିଲେ।1