Shuru
Apke Nagar Ki App…
News odia odisha
More news from Odisha and nearby areas
- Post by News odia odisha1
- ତୁର୍କୀରେ ଅନୁଷ୍ଠିତ ୱାର୍ଲ୍ଡ ଏବିଲିଟି ସ୍ପୋର୍ଟସ୍ ୟୁଥ ଗେମ୍ସରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତି ଦେଶ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବା ଢେଙ୍କାନାଳର ଗର୍ବ ତଥା ଅନ୍ତର୍ଜାତୀୟ କ୍ରୀଡ଼ାବିତ ବିଭାସିନ୍ଧୁ ବାରିକଙ୍କ ସଫଳତାକୁ ନେଇ ଆଜି ଢେଙ୍କାନାଳରେ ଏକ ଭବ୍ୟ ଅଭିନନ୍ଦନ ଶୋଭାଯାତ୍ରା ଆୟୋଜିତ ହୋଇଛି। କ୍ରୀଡ଼ାପ୍ରେମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳିଛି। ମାତ୍ର ୧୮ ବର୍ଷ ବୟସରେ ବିଭାସିନ୍ଧୁ ବାରିକ ଆଠଟି ଦେଶରେ ଭାରତ ପାଇଁ ପଦକ ଜିତି ଢେଙ୍କାନାଳର ନାମକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି। ତୁର୍କୀରୁ ଫେରିବା ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ, ଆଜି ଢେଙ୍କାନାଳ କ୍ରୀଡ଼ାପ୍ରେମୀ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ଏବଂ ସହରବାସୀଙ୍କ ପକ୍ଷରୁ ଏକ ଭବ୍ୟ ଅଭିନନ୍ଦନ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରା ବାଜି ଚୌକରୁ ଆରମ୍ଭ ହୋଇ ହନୁମାନ ବାଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ଯୁବବର୍ଗ ଓ ସାଧାରଣ ଜନତା ସାମିଲ ହୋଇ ବିଭାସିନ୍ଧୁଙ୍କୁ ହୃଦୟ ଭରା ଅଭିନନ୍ଦନ ଜଣାଇବେ। ବିଭାସିନ୍ଧୁଙ୍କ ଏହି ସଫଳତା ଢେଙ୍କାନାଳ ଜିଲ୍ଲାର ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ପ୍ରେରଣାର ଏକ ମହାନ ଉତ୍ସ ପାଲଟିଛି।1
- ଓଡ଼ିଆ ଫିଲ୍ମ 'ଗୁରୁଜୀ ନମସ୍କାର'କୁ ନେଇ ଭୁବନେଶ୍ବରରୁ ଏକ ବିଶେଷ ବାର୍ତ୍ତା ଜାରି କରାଯାଇଛି। ଏହି ବାର୍ତ୍ତାରେ ଦର୍ଶକମାନଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ପ୍ରଥମେ ସିନେମାଟିକୁ ଦେଖନ୍ତୁ ଏବଂ ତାପରେ ହିଁ ଏହା କପି କି ନୁହେଁ ସେ ନେଇ ନିଜ ମତାମତ ଦିଅନ୍ତୁ।1
- ପ୍ରଶାସନିକ ସେବା କ୍ଷେତ୍ରର ଜଣେ ପରିଚିତ ତଥା ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ତାଙ୍କର ଏହି ଯୋଗଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ, ପୂର୍ବତନ ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଶ୍ରୀମତୀ ସୁଜାତା ରାଉତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ନେତୃବୃନ୍ଦ କହିଥିଲେ ଯେ ଶ୍ରୀମତୀ ସୁଜାତା ରାଉତଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା, ଜନସେବା ପ୍ରତି ନିଷ୍ଠା ଏବଂ ଉନ୍ନୟନମୂଳକ ଦୃଷ୍ଟିଭଙ୍ଗୀ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିବ। ସେମାନେ ମତ ପ୍ରକାଶ କରିଥିଲେ ଯେ ରାଜ୍ୟର ସାମଗ୍ରିକ ବିକାଶ, ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଦଳ ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ। ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ବିଜୁ ଜନତା ଦଳରେ ଯୋଗଦେଇ ଦଳର ଆଦର୍ଶ ଓ ଜନମୁଖୀ କାର୍ଯ୍ୟଧାରାକୁ ଆଗକୁ ନେବା ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା, ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ଉପସ୍ଥିତ ରହି ନୂତନ ସଦସ୍ୟାଙ୍କୁ ସ୍ୱାଗତ ଜଣାଇଥିଲେ।1
- ଏକ ଗ୍ରାମରେ ଗ୍ରାମଦେବତୀ ମା କୁତାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ମାନ୍ୟବର କୋର୍ଟଙ୍କ ଧାରା ୧୬୩ ସତ୍ତ୍ୱେ ମଧ୍ୟ ମା କୁତାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।1
- ଭୁବନେଶ୍ୱରସ୍ଥିତ ରାମେଶ୍ୱର ମାଉସୀ ମା ମନ୍ଦିରରେ ଦେବୟୁଗ ପରିବାର ପକ୍ଷରୁ ଚନ୍ଦନ ଉତ୍ସବ ପାଳିତ ହୋଇଯାଇଛି।1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଫରେଷ୍ଟ ରେଞ୍ଜରେ କ୍ରମାଗତ ଭାବେ ହାତୀ ଆତଙ୍କ ଦେଖାଦେଉଛି। ଆଜି ହିନ୍ଦୋଳ ଜେଲ୍ ପାଖ ପୋଖରୀରେ ଏକାଧିକ ଜଙ୍ଗଲୀ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହିନ୍ଦୋଳରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହା ଚିନ୍ତା ବଢ଼ାଉଛି। ଆଜି ଏହି ଏକାଧିକ ହାତୀଙ୍କୁ ପୋଖରୀରେ ଜଳ କ୍ରୀଡା କରୁଥିବା ଦେଖିବାକୁ ମିଳିଛି।1
- ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଳି ଥାନା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ପୋଲିସ କବଳରୁ ବଞ୍ଚିବାକୁ ଚେଷ୍ଟା କରି ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଳାଉଥିବା ବେଳେ ପ୍ରାଣ ହରାଇଛନ୍ତି।1