logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପକ୍ଷୀ ସୁରକ୍ଷାରେ ୧୨ ବର୍ଷରୁ ଅଧିକ ସମୟ ଧରି ନିୟୋଜିତ ତାଳଚେର ର ସମାଜସେବୀ କ୍ଷିରୋଦ ସାହୁ ତାଳଚେର :- ପରିବେଶ, ବନ୍ୟଜନ୍ତୁ ଓ ପକ୍ଷୀ ସୁରକ୍ଷା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଥିବା ତାଳଚେର ଅଞ୍ଚଳର ବିଶିଷ୍ଟ ସମାଜସେବୀ କ୍ଷିରୋଦ ସାହୁ ପୁଣିଥରେ ନିଜର ନିଆରା ସେବା ମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ସେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା, ଖାଦ୍ୟ ଯୋଗାଣ ଓ ସଂରକ୍ଷଣ କାର୍ଯ୍ୟରେ ନିୟମିତ ଭାବେ ନିୟୋଜିତ ରହିଛନ୍ତି। ପ୍ରତିଦିନ ସକାଳ ପ୍ରାୟ ୬ଟା ବେଳେ ଶ୍ରୀ ସାହୁ ନିଜ ବାସଭବନରେ ରହୁଥିବା ସମୟରେ ବିଭିନ୍ନ ପ୍ରକାରର ପକ୍ଷୀ ଆସି ସେମାନଙ୍କ ସ୍ୱର ମାଧ୍ୟମରେ ଖାଦ୍ୟର ଆବଶ୍ୟକତା ଜଣାଇଥାନ୍ତି। ପକ୍ଷୀମାନଙ୍କ ଆଚରଣ ଓ ସ୍ୱରକୁ ବୁଝି ସେ ଚାଉଳ, ଚଣା, ସେଉ, ରାଶି ଆଦି ଖାଦ୍ୟ ଯୋଗାଇ ଦେଇଥାନ୍ତି। ଏହା ପରେ ପକ୍ଷୀମାନେ ଶାନ୍ତିରେ ଖାଦ୍ୟ ଗ୍ରହଣ କରି ଆନନ୍ଦରେ ସମୟ ବିତାଇଥାନ୍ତି। ନିଜ ବାସଭବନ ପରିସରରେ ଥିବା ଗଛଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ମାଟି ପାତ୍ରରେ ପାଣି ରଖିବା ସହ ଗାଧୋଇବା ପାଇଁ ମଧ୍ୟ ଜଳପାତ୍ରର ବ୍ୟବସ୍ଥା କରିଛନ୍ତି। ଫଳରେ ପକ୍ଷୀମାନେ ସୁରକ୍ଷିତ ପରିବେଶରେ ଖାଦ୍ୟ, ଜଳ ଓ ଆଶ୍ରୟ ପାଇ ଉପକୃତ ହେଉଛନ୍ତି l ପ୍ରଥମେ ଅଳ୍ପ ସଂଖ୍ୟକ ଘରଚଟିଆ ପକ୍ଷୀ ଆସୁଥିବା ବେଳେ ବର୍ତ୍ତମାନ ଶୁଆ, ପାରା, କାଉ, କାଉଚିଆ, ଘରଚଟିଆ ଓ ଅନେକ ଅଜଣା ପ୍ରଜାତିର ୧୦୦ରୁ ଅଧିକ ପକ୍ଷୀ ନିୟମିତ ଭାବେ ତାଙ୍କ ବାସଭବନକୁ ଆସୁଛନ୍ତି। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପକ୍ଷୀମାନେ ବାରମ୍ବାର ଆସି ଖାଦ୍ୟ ଗ୍ରହଣ କରିବା ସହ ପାଣି ପିଇବା ଓ ସ୍ନାନ କରିଥାନ୍ତି l ପକ୍ଷୀମାନଙ୍କ ପ୍ରଜନନ ସମୟରେ ଶ୍ରୀ ସାହୁ ସେମାନଙ୍କ ପାଇଁ ନିଜ ଘରର ସୁରକ୍ଷିତ ସ୍ଥାନରେ ବସା ବାନ୍ଧିବା ଓ ଅଣ୍ଡା ଦେବାର ସୁଯୋଗ ସୃଷ୍ଟି କରିଥାନ୍ତି। ଅଣ୍ଡାରୁ ଛୁଆ ବାହାରିବା ପରେ ଖୁଦ ଚାଉଳ ଯୋଗାଇ ମା' ପକ୍ଷୀଙ୍କ ମାଧ୍ୟମରେ ଛୁଆମାନଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଏ। ଛୁଆ ପକ୍ଷୀମାନେ ଧୀରେ ଧୀରେ ଉଡ଼ିବା ଶିଖି ପ୍ରକୃତିର କୋଳକୁ ଫେରିଯାନ୍ତି l ଶ୍ରୀ ସାହୁ କେବଳ ପକ୍ଷୀ ସୁରକ୍ଷାରେ ସୀମିତ ନୁହଁନ୍ତି। ସେ ଜଣେ ପରିଚିତ ପରିବେଶବିତ୍ ଓ ସମାଜସେବୀ ଭାବେ ପରିଚିତ। ବୃକ୍ଷରୋପଣ, ବନ୍ୟଜନ୍ତୁ ସୁରକ୍ଷା, ରକ୍ତଦାନ ସଚେତନତା, ସିକିଲ ସେଲ ଓ ଥାଲାସେମିଆ ରୋଗୀଙ୍କ ସହାୟତା, ଅସହାୟ ମୃତଦେହର ସତ୍କାର ଭଳି ବିଭିନ୍ନ ଜନହିତକର କାର୍ଯ୍ୟରେ ମଧ୍ୟ ସେ ଦୀର୍ଘଦିନ ଧରି ନିୟୋଜିତ ଅଛନ୍ତି। ତାଙ୍କର ଏହି ଅବଦାନ ପାଇଁ ସେ ରାଜ୍ୟ ସରକାରଙ୍କ "ପ୍ରକୃତି ବନ୍ଧୁ" ପୁରସ୍କାର ସହ ବହୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି l ପକ୍ଷୀ ଓ ପ୍ରକୃତି ପ୍ରତି ତାଙ୍କର ଏହି ନିରବ ସେବା ଆଜି ସମାଜ ପାଇଁ ଏକ ପ୍ରେରଣା ପାଲଟିଛି। ପରିବେଶ ସୁରକ୍ଷା ଓ ଜୀବଜନ୍ତୁଙ୍କ ପ୍ରତି ସହାନୁଭୂତି ରଖିଲେ ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କ ଆହୁରି ଦୃଢ଼ ହୋଇପାରିବ ବୋଲି କ୍ଷିରୋଦ ସାହୁଙ୍କ କାର୍ଯ୍ୟ ପ୍ରମାଣ କରୁଛି l

7 hrs ago
user_Priya Madhaba Das
Priya Madhaba Das
Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
7 hrs ago
ca6a0ee1-cddb-4e58-94ae-48f0af6f8bc7

More news from ଓଡ଼ିଶା and nearby areas
  • ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    1
    ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 
ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    9 hrs ago
  • ରାସୋଳ ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.
    1
    ରାସୋଳ  ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ଓଡିଶା ର ଅନ୍ୟ ଏକ ପର୍ବ ପାଞ୍ଚିମ ଓଡିଶା ଗଣପର୍ବ ନୂଆଖାଇ ଏଥିରେ ସାମିଲ ହୋଇଛନ୍ତି. ପୂର୍ବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଞ୍ଚିମ ଓଡିଶା ର ଗଣପବ ନୂଆଖାଇ ଏଥିରେ ସାମିଲ ହେଇଛନ୍ତି ପୂବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
    1
    ଓଡିଶା ର ଅନ୍ୟ ଏକ ପର୍ବ ପାଞ୍ଚିମ ଓଡିଶା ଗଣପର୍ବ ନୂଆଖାଇ  ଏଥିରେ ସାମିଲ ହୋଇଛନ୍ତି. ପୂର୍ବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ 
ପଞ୍ଚିମ ଓଡିଶା ର ଗଣପବ ନୂଆଖାଇ ଏଥିରେ ସାମିଲ ହେଇଛନ୍ତି ପୂବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • ଗଣେଶ ବଜାର ରେ ଗଣେଶ ପୂଜା ଅନୁଷ୍ଠିତ କିଛି ନିଆରା ପ୍ରୟାସ ରେ ସଜିତ
    1
    ଗଣେଶ ବଜାର ରେ ଗଣେଶ ପୂଜା ଅନୁଷ୍ଠିତ କିଛି ନିଆରା ପ୍ରୟାସ ରେ ସଜିତ
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    10 hrs ago
  • ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    1
    ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି |
ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର  କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ  ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    6 hrs ago
  • ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi
    1
    ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 
🙏ଜୟ ଜଗନ୍ନାଥ 🙏
Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 
🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏
Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi
    user_Sudhansu Ranjan satapathy
    Sudhansu Ranjan satapathy
    Badamba, Cuttack•
    9 hrs ago
  • ହିନ୍ଦୋଳ ଫରେଷ୍ଟକୁ ପ୍ରବେଶ କଲେ ଝାଡାଖଣ୍ଡି ହାତୀ. ଲୋକେ ଭୟଭୀତ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ବଣୁଆଁ ହାତୀମାନଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଝାଡ଼ଖଣ୍ଡି ହାତୀଙ୍କ ପ୍ରବେଶ ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି. ଏହି ହାତୀମାନେ ଆଜି ଅନୁଗୋଳ ଡିଭିଜନ ଦେଇ ସଂଜପଡା ଅଂଚଳକୁ ପ୍ରବେଶ କରିଛନ୍ତି. ଏହି ଅଂଚଳରେ ପୂର୍ବରୁ ମଧ୍ୟ ଶହେରୁ ଉର୍ଧ୍ଵ ହାତୀ ରହିଛନ୍ତି.
    1
    ହିନ୍ଦୋଳ ଫରେଷ୍ଟକୁ ପ୍ରବେଶ କଲେ ଝାଡାଖଣ୍ଡି ହାତୀ. ଲୋକେ ଭୟଭୀତ.
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ବଣୁଆଁ ହାତୀମାନଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଝାଡ଼ଖଣ୍ଡି ହାତୀଙ୍କ ପ୍ରବେଶ ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି. ଏହି ହାତୀମାନେ ଆଜି ଅନୁଗୋଳ ଡିଭିଜନ ଦେଇ ସଂଜପଡା ଅଂଚଳକୁ ପ୍ରବେଶ କରିଛନ୍ତି. ଏହି ଅଂଚଳରେ ପୂର୍ବରୁ ମଧ୍ୟ ଶହେରୁ ଉର୍ଧ୍ଵ ହାତୀ ରହିଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.