Shuru
Apke Nagar Ki App…
ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
Priya Madhaba Das
ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
More news from Odisha and nearby areas
- ଯୋରନ୍ଦା ରେ ସୋଲାର କରେଣ୍ଟ ଖାଇ ଚାଷୀ ବାବାଲି ସେଠି ଆହlତ1
- ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ ନୂଆଁଖାଇ କେବଳ ପର୍ବ ନୁହେଁ, ଆମ ସଂସ୍କୃତିର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ତବାରସିଂ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ । ଗଜପତି :ଭାରତୀୟ ରେଡ଼କ୍ରସ, ଓଡ଼ିଶା ରାଜ୍ୟ ଶାଖା ଓ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ,ଆବଶ୍ୟକତା ଓ ଜରୁରୀ ସମୟରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସଚେତନତାମୂଳକ ଶ୍ରେଣୀ ଶିକ୍ଷାଦାନ କରିଥିଲେ। ଶ୍ରୀ ମଲ୍ଲିକ୍ ଶ୍ରେଣୀ ଶିକ୍ଷାଦାନ ମାଧ୍ୟମରେ ଆଘାତ ଓ ରକ୍ତସ୍ରାବ ସମୟରେ ପ୍ରାଥମିକ ସହାୟତା, ସାପ କାମୁଡ଼ିଲେ ତୁରନ୍ତ କଣ କରିବା ଓ କଣ ନକରିବା, ପୋଡ଼ାଜନିତ ଆଘାତ,ହାଡ଼ ଭାଙ୍ଗିବା,ଅଚେତ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବିଭିନ୍ନ ଜରୁରୀ ପରିସ୍ଥିତିରେ ଆହତଙ୍କୁ କିପରି ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇପାରିବ,ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ଜରୁରୀ ସମୟରେ ଭୟଭୀତ ନହୋଇ ଶାନ୍ତ ଭାବରେ ପରିସ୍ଥିତିର ମୁକାବିଲା କରିବା,ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ପ୍ରାଥମିକ ସହାୟତା ଦେବା ଏବଂ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସା ସହାୟତା ନେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। “ଅସମୟରେ ବନ୍ଧୁ ହିଁ ପ୍ରକୃତ ବନ୍ଧୁ” — ଏହି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଆଧାର କରି ଜରୁରୀ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ହାସଲ କରି ଆବଶ୍ୟକ ସମୟରେ ଅନ୍ୟର ସହାୟତାରେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।4
- ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ।ଆଠଗଡ଼ ଜଷ୍ଟ ଫର ୟୁ ସେବା ସଂଘ ପ୍ରତିଷ୍ଠାତା /ସଭାପତି ସୁଧାଂସୁ ଶେଖର ସାହୁ. ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ଏବଂ ଢେଙ୍କାନାଳ ସ୍ଥିତ ଗୋବିନ୍ଦ ପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର ଅନ୍ତବାସୀ ଙ୍କ ଶୁଖିଲା ଖାଦ୍ୟ ଦେବା ସହ ନିଜର ଖୁସି ର ଦିନ କୁ ଅନ୍ତଵାସୀ ସହ ବାଣ୍ଟିଥିଲେ.. ଆଠଗଡ଼ ଅଞ୍ଚଳ ର ଉର୍ମିଳା ବେହେରା ଙ୍କ ଜରୁରୀ ରକ୍ତ ଆବଶ୍ୟକ ଜାଣି ନିଜର 33 ତମ ରକ୍ତ ଦେଇ ନିଆରା ଭାବେ ଜନ୍ମଦିନ ପାଳନ କରିଛନ୍ତି.. ଏହା ଯୁବ ବର୍ଗ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବା ସହ ପ୍ରଶଂସା ର ପାତ୍ର ସାଜିଛନ୍ତି।1
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।1
- ମୟୁରଭଞ୍ଜ ଜିଲ୍ଲା ସାରସକଣାବ୍ଲକ ଝାରପୋଖରିଆ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା। ସାରସକଣା: ଝାରପୋଖରିଆର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ତିନି ରାଜ୍ୟ ସୀମାନ୍ତର ପୁରୁଣାପାଣିରେ ଉତ୍ସବମୁଖର ପରିବେଶ ବିଘ୍ନବିନାଶକ ଭଗବାନ ଶ୍ରୀଗଣେଶଙ୍କ ପୂଜାକୁ ନେଇ ମୟୂରଭଞ୍ଜ ଜିଲ୍ଲା ସମେତ ସାରା ଅଞ୍ଚଳରେ ଦେଖିବାକୁ ମିଳିଛି ଭକ୍ତି ଓ ଉତ୍ସାହର ପରିବେଶ। ସାରସକଣା ବ୍ଲକର ଝାରପୋଖରିଆ ବଜାର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଗଣେଶ ପୂଜାକୁ ନେଇ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଅଞ୍ଚଳର ବିଭିନ୍ନ ଛକ, ପୂଜାମଣ୍ଡପ ଓ ଶିକ୍ଷାନୁଷ୍ଠାନରେ ବିଧିବିଧାନ ଅନୁସାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି। ଆକର୍ଷଣୀୟ ଭାବେ ପୂଜାମଣ୍ଡପଗୁଡ଼ିକୁ ସଜାଯାଇଥିବା ବେଳେ ସକାଳୁ ପୂଜାପାଠ, ମନ୍ତ୍ରୋଚ୍ଚାରଣ ଓ ଭକ୍ତମାନଙ୍କ ଉପସ୍ଥିତିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଝାରପୋଖରିଆର ସାଇନିଙ୍ଗ ଟ୍ୟୁଟୋରିଆଲ, ଓଡ଼ିଶା ବ୍ରିଗେଡ୍ ବିଦ୍ୟାଳୟ, ସୀମାନ୍ତ ମହାବିଦ୍ୟାଳୟ ସମେତ ଲିଟିଲ୍ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ଆନନ୍ଦ ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କରାଯାଇଛି। ପୂଜା ଅବସରରେ ଛାତ୍ରଛାତ୍ରୀମାନେ ନୂଆ ପୋଷାକ ପରିଧାନ କରି ଉତ୍ସାହର ସହ ପୂଜାରେ ସାମିଲ ହୋଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜାର୍ଚ୍ଚନା ସହିତ ପ୍ରସାଦ ବଣ୍ଟନ, ଭଜନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି, ତିନି ରାଜ୍ୟ ସୀମାନ୍ତ ଅଞ୍ଚଳରେ ଥିବା ପୁରୁଣାପାଣି ଗଣେଶ ପୂଜା କମିଟି ପକ୍ଷରୁ ମଧ୍ୟ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ଆୟୋଜନ କରାଯାଇଥିଲା। ଏଠାରେ ପୂଜାମଣ୍ଡପକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ପୂଜା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ସମାଗମ ହୋଇଥିଲା। ଭକ୍ତମାନେ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ। ଗଣେଶ ପୂଜା ଅବସରରେ ସମଗ୍ର ଝାରପୋଖରିଆ ଅଞ୍ଚଳରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରିଯାଉ—ଏହି କାମନା କରି ଭକ୍ତମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।2
- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। #LatestNews #UpdateNews #apanankakhabara #nuakhai #news #OdishaNews #odisha1
- ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।1