logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କମ୍ୟୁନିଟି ସର୍ଭିସ କ୍ୟାମ୍ପର ଦ୍ଵିତୀୟ ଦିବସରେ ସଡ଼କ ସୁରକ୍ଷା ସଚେତନତା, ଡେଙ୍ଗୁ ମ୍ୟାଲେରିଆ ସଚେତନତା ଓ ସନ୍ଧ୍ୟାରେ କ୍ୟାମ୍ପ ଫାୟାର ନିମାପଡା (BT)(10.3.26) ଡ଼ି ଏ ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ବେସାମରିକ ପ୍ରତିରକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ କମ୍ୟୁନିଟି ସର୍ଭିସ କ୍ୟାମ୍ପ (ସାମୂହିକ ସେବା ଶିବିର ) ଦ୍ଵିତୀୟ ଦିବସରେ ଛାତ୍ରଛାତ୍ରୀମାନେ ଜୟଶ୍ରୀ ଛକରେ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ l ପାଟପୁରରେ ଚନ୍ଦନ ପୋଖରୀଠାରେ ଡେଙ୍ଗୁ, ମ୍ୟାଲେରିଆ ନିରାକରଣ ପାଇଁ ଗୀତିନାଟ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନସଚେତନତା ସୃଷ୍ଟି କରିଥିଲେ l ବିଷ୍ଣୁପୁରଠାରେ ଅବସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା l ନିମାପଡା ସ୍ଥିତ ପିଙ୍ଗଳାକ୍ଷୀ ଭିନ୍ନକ୍ଷମ କେନ୍ଦ୍ରକୁ ଛାତ୍ରଛାତ୍ରମାନେ ଯାଇ ସେଠାରେ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାକ୍ଷତ କରିଥିଲେ l ଏହି ସାମୂହିକ ସେବା ଶିବିର କାର୍ଯ୍ୟକ୍ରମର ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ଏବଂ ଦୁର୍ଗା ପ୍ରସନ୍ନ ଦାସମହାପାତ୍ର, କମାଣ୍ଡ ଡ଼କ୍ଟର ସର୍ବଦାମନ ସିଂ, ତାଲିମ ଅଧିକାରୀ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ଦାସ, ସହସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରିଥିଲେ l ମୁଖ୍ୟ ଅତିଥି ଭାବରେ ଡ଼ି ଏ ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱରର ପ୍ରିନସିପାଲ ତଥା ଜୋନ-ଗ ଆଞ୍ଚଳିକ ଅଧିକାରୀ ଡ଼କ୍ଟର ସୁଜାତା ସାହୁ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିମାପଡାର ଅବସରପ୍ରାପ୍ତ ପ୍ରିନସିପାଲ ଶ୍ରୀଯୁକ୍ତ ଲଷ୍ମୀଧର ପଣ୍ଡା, ପୁରୀ ଜିଲ୍ଲାର ସ୍କାଉଟ ସଂଗଠନର ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ମିଶ୍ର ଓ ସମାଜସେବୀ ଶ୍ରୀଯୁକ୍ତ ମହେନ୍ଦ୍ର ସିଂ ଭାଟିଆ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ l ବରେଣ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ବରେଣ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ଶିବିର ଅଗ୍ନି ପ୍ରଜ୍ବଳନ କରାଯାଇଥିଲା l ଡ଼ି ଏ ଭି ପବ୍ଲିକ ସ୍କୁଲ ରିଜ଼ିଓନାଲ ଅଫିସର ତଥା ଚନ୍ଦ୍ରଶେଖରପୁର ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ କମ୍ୟୁନିଟି ସର୍ଭିସ କ୍ୟାମ୍ପର ମହତ୍ତ୍ୱ ପ୍ରଦାନ କରିଥିଲେ l ଅସହାୟ, ଭିନ୍ନକ୍ଷମ ଓ ଅନାଥଙ୍କର ସେବାରେ ପରମ ଆନନ୍ଦ ମିଳିଥାଏ l ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁ ମୁଖ୍ୟ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ l ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାର ପ୍ରିନସିପାଲ ଏମ ଏମ ହକ ରେଜିଓନାଲ ଅଫିସର ଡ଼କ୍ଟର ସୁଜାତା ସାହୁ, ଶିବିରର ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ l ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡା ଏବଂ ଡ଼ି ଏ ଭି ଚନ୍ଦ୍ରଶେଖରପୁର ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଦର୍ଶକଙ୍କ କରତାଳିରେ ମୁଖରିତ ହୋଇଥିଲା l ସର୍ବଶେଷରେ ସାମୂହିକ ସେବା ଶିବିରର କମlଣ୍ଡ ଡ଼କ୍ଟର ସର୍ବଦମନ ସିଂ ମୁଖ୍ୟ ଅତିଥିଙ୍କୁ, ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡା ପ୍ରିନସିପାଲ ଏବଂ ରିଜଜିଓନାଲ ଅଫିସର ତଥା ଡ଼ି ଏ ଭି ଚନ୍ଦ୍ରଶେଖରପୁର ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁ ଓ ସମସ୍ତ ଶିକ୍ଷକ -ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

5 hrs ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
5 hrs ago
f03c85a1-ecf6-4804-9101-8cfabc2ddcce

କମ୍ୟୁନିଟି ସର୍ଭିସ କ୍ୟାମ୍ପର ଦ୍ଵିତୀୟ ଦିବସରେ ସଡ଼କ ସୁରକ୍ଷା ସଚେତନତା, ଡେଙ୍ଗୁ ମ୍ୟାଲେରିଆ ସଚେତନତା ଓ ସନ୍ଧ୍ୟାରେ କ୍ୟାମ୍ପ ଫାୟାର ନିମାପଡା (BT)(10.3.26) ଡ଼ି ଏ ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ବେସାମରିକ ପ୍ରତିରକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ କମ୍ୟୁନିଟି ସର୍ଭିସ କ୍ୟାମ୍ପ (ସାମୂହିକ ସେବା ଶିବିର ) ଦ୍ଵିତୀୟ ଦିବସରେ ଛାତ୍ରଛାତ୍ରୀମାନେ ଜୟଶ୍ରୀ ଛକରେ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ l ପାଟପୁରରେ ଚନ୍ଦନ ପୋଖରୀଠାରେ ଡେଙ୍ଗୁ, ମ୍ୟାଲେରିଆ ନିରାକରଣ ପାଇଁ ଗୀତିନାଟ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନସଚେତନତା ସୃଷ୍ଟି କରିଥିଲେ l ବିଷ୍ଣୁପୁରଠାରେ ଅବସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା l ନିମାପଡା ସ୍ଥିତ ପିଙ୍ଗଳାକ୍ଷୀ ଭିନ୍ନକ୍ଷମ କେନ୍ଦ୍ରକୁ ଛାତ୍ରଛାତ୍ରମାନେ ଯାଇ ସେଠାରେ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାକ୍ଷତ କରିଥିଲେ l ଏହି ସାମୂହିକ ସେବା ଶିବିର କାର୍ଯ୍ୟକ୍ରମର ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ଏବଂ ଦୁର୍ଗା ପ୍ରସନ୍ନ ଦାସମହାପାତ୍ର, କମାଣ୍ଡ ଡ଼କ୍ଟର ସର୍ବଦାମନ ସିଂ, ତାଲିମ ଅଧିକାରୀ

414b2f94-65f2-4f38-a1b0-3964b74d5640

ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ଦାସ, ସହସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରିଥିଲେ l ମୁଖ୍ୟ ଅତିଥି ଭାବରେ ଡ଼ି ଏ ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱରର ପ୍ରିନସିପାଲ ତଥା ଜୋନ-ଗ ଆଞ୍ଚଳିକ ଅଧିକାରୀ ଡ଼କ୍ଟର ସୁଜାତା ସାହୁ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିମାପଡାର ଅବସରପ୍ରାପ୍ତ ପ୍ରିନସିପାଲ ଶ୍ରୀଯୁକ୍ତ ଲଷ୍ମୀଧର ପଣ୍ଡା, ପୁରୀ ଜିଲ୍ଲାର ସ୍କାଉଟ ସଂଗଠନର ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ମିଶ୍ର ଓ ସମାଜସେବୀ ଶ୍ରୀଯୁକ୍ତ ମହେନ୍ଦ୍ର ସିଂ ଭାଟିଆ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ l ବରେଣ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ବରେଣ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ଶିବିର ଅଗ୍ନି ପ୍ରଜ୍ବଳନ କରାଯାଇଥିଲା l ଡ଼ି ଏ ଭି ପବ୍ଲିକ ସ୍କୁଲ ରିଜ଼ିଓନାଲ ଅଫିସର ତଥା ଚନ୍ଦ୍ରଶେଖରପୁର ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ କମ୍ୟୁନିଟି

5a15bb8c-cdde-49b0-860a-271ccf7d1596

ସର୍ଭିସ କ୍ୟାମ୍ପର ମହତ୍ତ୍ୱ ପ୍ରଦାନ କରିଥିଲେ l ଅସହାୟ, ଭିନ୍ନକ୍ଷମ ଓ ଅନାଥଙ୍କର ସେବାରେ ପରମ ଆନନ୍ଦ ମିଳିଥାଏ l ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁ ମୁଖ୍ୟ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ l ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାର ପ୍ରିନସିପାଲ ଏମ ଏମ ହକ ରେଜିଓନାଲ ଅଫିସର ଡ଼କ୍ଟର ସୁଜାତା ସାହୁ, ଶିବିରର ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ l ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡା ଏବଂ ଡ଼ି ଏ ଭି ଚନ୍ଦ୍ରଶେଖରପୁର ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଦର୍ଶକଙ୍କ କରତାଳିରେ ମୁଖରିତ ହୋଇଥିଲା l ସର୍ବଶେଷରେ ସାମୂହିକ ସେବା ଶିବିରର କମlଣ୍ଡ ଡ଼କ୍ଟର ସର୍ବଦମନ ସିଂ ମୁଖ୍ୟ ଅତିଥିଙ୍କୁ, ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡା ପ୍ରିନସିପାଲ ଏବଂ ରିଜଜିଓନାଲ ଅଫିସର ତଥା ଡ଼ି ଏ ଭି ଚନ୍ଦ୍ରଶେଖରପୁର ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁ ଓ ସମସ୍ତ ଶିକ୍ଷକ -ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

More news from ଓଡ଼ିଶା and nearby areas
  • ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।
    2
    ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।
    user_Shantanu Mohanty
    Shantanu Mohanty
    Local News Reporter ନିମାପଡା, ପୁରୀ, ଓଡ଼ିଶା•
    4 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    9 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • Post by Thabira Majhi
    1
    Post by Thabira Majhi
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    11 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    16 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.