ପୁରୀରେ ଚୈତ୍ରମଙ୍ଗଳବାରରେ ମାଆ ଝାଡଶ୍ୱରୀଙ୍କ ପ୍ରଥମ ପାଳି ଝାମୁଯାତ୍ରା ଆରମ୍ଭ। ପୁରୀ, ଚୈତ୍ର କୃଷ୍ଣ ସପ୍ତମୀ ତିଥିରେ ପୁରୀର ଅଧିଷ୍ଠାତ୍ରୀ ଦେବୀ ମାଆ ଝାଡଶ୍ୱରୀଙ୍କ ନିକଟରେ ପ୍ରଥମ ପାଳି ଝାମୁଯାତ୍ରା ଆଜି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଚୈତ୍ରମଙ୍ଗଳବାର ଅବସରରେ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ଯାତ୍ରାରେ ବହୁ ସଂଖ୍ୟକ ମାନସିକ ବ୍ରତଧାରୀ ଓ କାଳେଶୀମାନେ ଅଂଶଗ୍ରହଣ କରିଥିଲେ। ମନ୍ଦିରରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି କାଳେଶୀମାନେ ପ୍ରଥମେ ନରେନ୍ଦ୍ରପୁଷ୍କରିଣୀରେ ସ୍ନାନ କରିଥିଲେ। ପରେ ଝୁଣା, ଧୂପ, ଚମ୍ପା ଫୁଲ ଭୋଗ, ଆଳତି ଓ ବନ୍ଦାପନା ପରେ ମାଆ ଝାଡଶ୍ୱରୀଙ୍କ ନିକଟରେ ଥିବା ହରିହର କୁଣ୍ଡରେ କାଳେଶୀମାନେ ସାତ ଘେରା ଚାଲିଥିଲେ। ଏହି ଅବସରରେ ଅନେକ ମାନସିକ ବ୍ରତଧାରୀ ଉପବାସ ରହି ମାଆଙ୍କ ନିକଟରେ ପ୍ରସ୍ତୁତ ନିଆଁ କୁଣ୍ଡ ଉପରେ ଚାଲି ନିଜର ବ୍ରତ ଓ ମାନସିକ ପୂରଣ କରିଥିଲେ। ଆଜିଠାରୁ ମାନସିକ ବ୍ରତଧାରୀମାନେ ମାସେ ପର୍ଯ୍ୟନ୍ତ ନିଷ୍ଠାର ସହିତ ବ୍ରତ ପାଳନ କରିବେ। ଏହା ସହ ଚୈତ୍ର ମାସ ଆରମ୍ଭ ସହିତ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ପୁରୀ ସହରର ପ୍ରତ୍ୟେକ ସାହି ଓ ଗଳିରେ ମହିଳାମାନେ ପନ୍ଥୀ ପୂଜା ନିଷ୍ଠା ଓ ଭକ୍ତିଭାବରେ ପାଳନ କରିଥିଲେ। ପୂଜାରେ କ୍ଷୀର, ମିଠା ଓ ବିଭିନ୍ନ ଭୋଗ ଅର୍ପଣ କରାଯାଇ ମାଆଙ୍କ ନିକଟରେ ପରିବାରର ସୁଖ-ଶାନ୍ତି ଓ ମଙ୍ଗଳ କାମନା କରାଯାଇଥିଲା। ଚୈତ୍ର ମାସରେ ପୁରୀରେ ହେଉଥିବା ଏହି ପାରମ୍ପରିକ ଝାମୁଯାତ୍ରା ଅଞ୍ଚଳର ଏକ ପ୍ରାଚୀନ ଧାର୍ମିକ ପରମ୍ପରା ଭାବେ ପରିଚିତ।
ପୁରୀରେ ଚୈତ୍ରମଙ୍ଗଳବାରରେ ମାଆ ଝାଡଶ୍ୱରୀଙ୍କ ପ୍ରଥମ ପାଳି ଝାମୁଯାତ୍ରା ଆରମ୍ଭ। ପୁରୀ, ଚୈତ୍ର କୃଷ୍ଣ ସପ୍ତମୀ ତିଥିରେ ପୁରୀର ଅଧିଷ୍ଠାତ୍ରୀ ଦେବୀ ମାଆ ଝାଡଶ୍ୱରୀଙ୍କ ନିକଟରେ ପ୍ରଥମ ପାଳି ଝାମୁଯାତ୍ରା ଆଜି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଚୈତ୍ରମଙ୍ଗଳବାର ଅବସରରେ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ଯାତ୍ରାରେ ବହୁ ସଂଖ୍ୟକ ମାନସିକ ବ୍ରତଧାରୀ ଓ କାଳେଶୀମାନେ
ଅଂଶଗ୍ରହଣ କରିଥିଲେ। ମନ୍ଦିରରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି କାଳେଶୀମାନେ ପ୍ରଥମେ ନରେନ୍ଦ୍ରପୁଷ୍କରିଣୀରେ ସ୍ନାନ କରିଥିଲେ। ପରେ ଝୁଣା, ଧୂପ, ଚମ୍ପା ଫୁଲ ଭୋଗ, ଆଳତି ଓ ବନ୍ଦାପନା ପରେ ମାଆ ଝାଡଶ୍ୱରୀଙ୍କ ନିକଟରେ ଥିବା ହରିହର କୁଣ୍ଡରେ କାଳେଶୀମାନେ ସାତ ଘେରା ଚାଲିଥିଲେ। ଏହି ଅବସରରେ ଅନେକ ମାନସିକ ବ୍ରତଧାରୀ ଉପବାସ ରହି ମାଆଙ୍କ ନିକଟରେ ପ୍ରସ୍ତୁତ
ନିଆଁ କୁଣ୍ଡ ଉପରେ ଚାଲି ନିଜର ବ୍ରତ ଓ ମାନସିକ ପୂରଣ କରିଥିଲେ। ଆଜିଠାରୁ ମାନସିକ ବ୍ରତଧାରୀମାନେ ମାସେ ପର୍ଯ୍ୟନ୍ତ ନିଷ୍ଠାର ସହିତ ବ୍ରତ ପାଳନ କରିବେ। ଏହା ସହ ଚୈତ୍ର ମାସ ଆରମ୍ଭ ସହିତ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ପୁରୀ ସହରର ପ୍ରତ୍ୟେକ ସାହି ଓ ଗଳିରେ ମହିଳାମାନେ
ପନ୍ଥୀ ପୂଜା ନିଷ୍ଠା ଓ ଭକ୍ତିଭାବରେ ପାଳନ କରିଥିଲେ। ପୂଜାରେ କ୍ଷୀର, ମିଠା ଓ ବିଭିନ୍ନ ଭୋଗ ଅର୍ପଣ କରାଯାଇ ମାଆଙ୍କ ନିକଟରେ ପରିବାରର ସୁଖ-ଶାନ୍ତି ଓ ମଙ୍ଗଳ କାମନା କରାଯାଇଥିଲା। ଚୈତ୍ର ମାସରେ ପୁରୀରେ ହେଉଥିବା ଏହି ପାରମ୍ପରିକ ଝାମୁଯାତ୍ରା ଅଞ୍ଚଳର ଏକ ପ୍ରାଚୀନ ଧାର୍ମିକ ପରମ୍ପରା ଭାବେ ପରିଚିତ।
- Post by Manoj kumar baliyarsingh4
- Post by Rajesh Samantaray1
- କଣାସ ଅଞ୍ଚଳର ମୁଖ୍ୟ ପର୍ବ ପଞ୍ଚୁଦୋଳ ଯାତ୍ରା ଆଜି ପ୍ରଭାତରୁ ମହାଶମହୋରେ ଜମିଛି କଣାସ ମେଳନ ର ଆରାଧ୍ୟ ଠାକୁର ସୁସଜିତ ବିମାନରେ ବସି ଘଣ୍ଟ ଘଣ୍ଟା ବାଦ୍ୟ ଦ୍ୱନୀ ତଗା ନାଚ ଘୋଡା ନାଚ ସଖି ନାଚ ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିଥିଲେ ସେହିପରି ସିରେଇ, ଦୋକୋନ୍ଧା, ଜଙ୍କିଆ,ଅଣ୍ଡାଳସିଂହ ମେଳନର ଥାନପତି ମାନେ ସୁସଜିତ ବିମାନରେ ବସି ମହାଆରମ୍ବରେ ମେଳନ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବସିଆ ପରେ ପରମ୍ପରା ଅନୁଯାଇ ଆଖ ପାଖ ଗ୍ରାମର ଠାକୁର ମାନେ ଭିନ୍ନ ଭିନ୍ନ ମେଳନ ପଡିଆକୁ ଆସି ନିଜ ନିଜ ସ୍ଥାନରେ ଆସିଥିଲେ |ବିଶେଷ କରି ଜଙ୍କିଆ ମେଳନ କୁ ଆସୁଥିବା ଓଲ ବେଦରପଡ଼ା ର ଆରଧ୍ୟ ଠାକୁର ବାବା ଇନ୍ଦ୍ରଶ୍ୱର ଦ୍ରିଘ 15 କିଲୋମିଟର ଅତିକ୍ରମ କରି ବିମାନରେ ବସି ବାଟଯାକ ଭୋଗ ଖାଇ ଖାଇ 12ଘଣ୍ଟାରୁ ଅଧିକା ସମୟ ପରେ ମେଳନ ପଡିଆ ରେ ପହଂଚି ଥିଲେ ଉକ୍ତ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ସମସ୍ତ ମେଳନ ରେ ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ପୋଲିସ ବେବସ୍ଥା କରାଯାଇଛି |2
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by NEWS MANORANJAN1
- Post by Gagan Bhoi1
- Post by Manoj kumar baliyarsingh4