ଗଞ୍ଜାମ ଜିଲ୍ଲା ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି ଆସିକା;( ୩୧/୩/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ସ୍ତରୀୟ ଏମ ଜି ଏନ ଆର ଇ ଜି ଏ,ସମଗ୍ର ଶିକ୍ଷା,ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଉପ ଜିଲ୍ଲାପାଳ ଛତ୍ରପୁର ପାର୍ଥ ସାରଥୀ ହାଁସଦା, ବି ଡି ଓ ସଂଗ୍ରାମ କେଶରୀ ଜେନା, ଏ ବି ଡି ଓ ସୁଶିଲ ପଟନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ବି ଇ ଓ ରମେଶ ଚନ୍ଦ୍ର ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ଏ ପି ଓ ନନ୍ଦିନୀ ଦାସ, ବି ଏସ ଏ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ 2025-26 ଆର୍ଥିକ ବର୍ଷରେ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହି ସମୟସୀମା ମଧ୍ୟରେ ତିନି ଲକ୍ଷ ପଚିଶ ହଜାର ନଅସହ ଷାଠିଏ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ 135 ଜଣ ଜବକାର୍ଡ ଧରି 100 ଦିନର କାମ ସମ୍ପୂର୍ଣ୍ଣ କରିଥିବା ଜଣାଯାଇଛି । ସେହିପରି ସମଗ୍ରଶିକ୍ଷାର 28 ଗୋଟି ବିଦ୍ୟାଳୟର ସମୀକ୍ଷା କରାଯାଇଥିଲା। ଅନ୍ୟ ଲାଇନ ବିଭାଗ ମଧ୍ୟରେ ମୃତ୍ତିକା ସଂରକ୍ଷଣ,ଉଦ୍ୟାନ ଓ ଜଙ୍ଗଲ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଏ ସି ପି ଅମେସ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟ୍ଟନାୟକ ଓ ଆଶୁତୋଷ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ଏ ବି ଡି ଓ ସୁଶିଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି ଆସିକା;( ୩୧/୩/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ସ୍ତରୀୟ ଏମ ଜି ଏନ ଆର ଇ ଜି ଏ,ସମଗ୍ର ଶିକ୍ଷା,ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଉପ ଜିଲ୍ଲାପାଳ ଛତ୍ରପୁର ପାର୍ଥ ସାରଥୀ ହାଁସଦା, ବି ଡି ଓ ସଂଗ୍ରାମ କେଶରୀ ଜେନା, ଏ ବି ଡି ଓ ସୁଶିଲ ପଟନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ବି ଇ ଓ ରମେଶ ଚନ୍ଦ୍ର ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ଏ ପି ଓ ନନ୍ଦିନୀ ଦାସ, ବି ଏସ ଏ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ
ରହିଥିଲେ। ଏଥିରେ 2025-26 ଆର୍ଥିକ ବର୍ଷରେ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହି ସମୟସୀମା ମଧ୍ୟରେ ତିନି ଲକ୍ଷ ପଚିଶ ହଜାର ନଅସହ ଷାଠିଏ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ 135 ଜଣ ଜବକାର୍ଡ ଧରି 100 ଦିନର କାମ ସମ୍ପୂର୍ଣ୍ଣ କରିଥିବା ଜଣାଯାଇଛି । ସେହିପରି ସମଗ୍ରଶିକ୍ଷାର 28 ଗୋଟି ବିଦ୍ୟାଳୟର ସମୀକ୍ଷା କରାଯାଇଥିଲା। ଅନ୍ୟ ଲାଇନ ବିଭାଗ ମଧ୍ୟରେ ମୃତ୍ତିକା ସଂରକ୍ଷଣ,ଉଦ୍ୟାନ ଓ ଜଙ୍ଗଲ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଏ ସି ପି ଅମେସ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟ୍ଟନାୟକ ଓ ଆଶୁତୋଷ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ଏ ବି ଡି ଓ ସୁଶିଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
- #ଗୋମାତାଙ୍କ_ଗାଡି_ଅଟକାଇବା_ବେଳେ_ଗୋପୁତ୍ରଙ୍କ_ମୃତ୍ୟୁ ଗୋମାତାଙ୍କୁ ନେଇଯାଉଥିବା ଗାଡିକୁ ଅଟକାଇବା ସମୟରେ ଦୁଃଖଦ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଗୋପୁତ୍ରଙ୍କ ଦେହାନ୍ତ ଘଟିଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମୋର ସମସ୍ତ ହିନ୍ଦୁ ଭାଇମାନଙ୍କୁ ଅନୁରୋଧ, ଆହତ ଭାଇଙ୍କ ପାଖକୁ ଯାଇ ସହଯୋଗ କରନ୍ତୁ। ଏବେ ଦେଖିବାକୁ ବାକି ରହିଲା ସରକାର ଏହି ଘଟଣାରେ କେମିତି ପଦକ୍ଷେପ ନେଉଛନ୍ତି। — ଗଣେଶ ପାଣିଗ୍ରାହୀ, ରିପୋର୍ଟ4
- Post by Ansubhai Pandey1
- ମା ତାରାତାରିଣୀ ଙ୍କ ୪ର୍ଥ ପାଳି ଶେଷ l ଅପେକ୍ଷା ଆର ବର୍ଷ ଚୈତ୍ର ମାସକୁ l ଗଞ୍ଜାମ ଜିଲାର ପ୍ରସିଦ୍ଧ ଦେଵୀ ତଥା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମାସର ମଙ୍ଗଳବାର ଯାତ୍ରାର ଉଦଯାପନ ଅତି ସୁବନ୍ଦୋବସ୍ତ ମଧ୍ୟରେ ସମାପନ ହୋଇଯାଇଛି l ଏହି ଶେଷ ପାଳିରେ ମା’ ତାରାତାରିଣୀ ଦୁଇଭଉଣୀ ବାସନ୍ତିକ ଦୂର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା’ଙ୍କୁ ଚୈତ୍ରମାସର ଏହି ଶେଷ ମଙ୍ଗଳବାରରେ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇ ନିଜ ନିଜର ଶୁଭ ମନାସି ପୁଣି ଆରବର୍ଷ ଚୈତ୍ର ମାସ ମଙ୍ଗଳବାର କୁ ଅପେକ୍ଷା କରିଛନ୍ତି।1
- ତାରିଣୀ ଛକରେ ବୀର ମାଟିକୁ ନେଇ ଗର୍ଜିଲା କଂଗ୍ରେସ #spnewstvliveodia #bjd4odisha #congress #bankinews1
- ବାଇଗୁଣିଆ ଗ୍ରାମର ଧୋବା ସାହି ଦୀର୍ଘ 22 ବର୍ଷ ହେବ ଏମିତି ହଇରାଣ ହେଉଛୁ1
- ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ପାଳନ ପୂର୍ବକ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୬ ସ୍ଥାନୀୟ ସମ୍ମିଳନୀ କକ୍ଷ-୦୪, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଠାରେ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଅତିରିକ୍ତ ତହସିଲଦାର କିଶାନ ବେହେରା , ଜିଲ୍ଲା ସଂଯୋଜିକା ତଥା ପରାମର୍ଶଦାତା, ଓ. ଏଲ୍. ଏମ୍ ଶ୍ରୀମତୀ ଶିବାନୀ ପାଣିଗ୍ରାହୀ, ଶ୍ରୀମତୀ ପି.ସୁନିତା, ଜସ୍ମିନ ଶେଖ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯକ୍ରମରେ ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନୀୟମର ଆଲୋଚନା ଚକ୍ର ହୋଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ, ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ, ସ୍ଵେଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଏଲ୍ . ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।1
- କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ, ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।3
- ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନଗଣନା ରଥଙ୍କ ପତକା ଦେଖାଇ ଶୁଭାରମ୍ଭ କଲେ ଜିଲ୍ଲାପାଳ1