Shuru
Apke Nagar Ki App…
ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ କାର୍ ମାଣ୍ଡିଆକୁଦର ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ଏକ ତେଜରାତି ଦୋକାନ ଭିତରକୁ ପଶିଯାଇଛି। ଏହି ଦୁର୍ଘଟଣା ଫଳରେ କାର୍ରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ସେମାନଙ୍କୁ ଜେ ପି ହସ୍ପିଟାଲକୁ ପଠାଇଛନ୍ତି।
Rabindra Nayak
ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ କାର୍ ମାଣ୍ଡିଆକୁଦର ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ଏକ ତେଜରାତି ଦୋକାନ ଭିତରକୁ ପଶିଯାଇଛି। ଏହି ଦୁର୍ଘଟଣା ଫଳରେ କାର୍ରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ସେମାନଙ୍କୁ ଜେ ପି ହସ୍ପିଟାଲକୁ ପଠାଇଛନ୍ତି।
More news from ଓଡ଼ିଶା and nearby areas
- ବେଲପାହାଡ଼ ସ୍ଥିତ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟରେ ସିଆଇଏସସିଇ ଜୋନାଲ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜୋନର ୮ଟି ଆଇସିଏସସିଇ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବର୍ଗର ଉଭୟ ବାଳକ ଓ ବାଳିକା କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶନିବାର ସକାଳେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ମନୋଜ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ ଅମ୍ବରିଶ ପୋଷ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ତଥେ କୋଡିନେଟର ହମିଦ କୁମାର ମହାପାତ୍ର ପ୍ରତିଯୋଗୀତା ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ବିଜୟ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ବେଲପାହାଡ଼ ଏଜୁକେଶନ ସୋସାଇଟି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମେଡେଲ ପ୍ରଦାନ କରି ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଅମ୍ବରିଶ ଘୋଷ ଏବଂ ବ୍ରଜରାଜନଗର ଡାନିଏଲ ଗ୍ରୁପ୍ସ ଅପ୍ ବିଦ୍ୟାଳୟର ଡାଇରେକ୍ଟର ଡ. ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷକ ପ୍ରତୀକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଜୋନାଲ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ସେଣ୍ଟ ଟେରେସା ବିଦ୍ୟାଳୟ, ସମ୍ବଲପୁରର ସେଣ୍ଟ ଜୋସେଫ, ଝାରସୁଗୁଡାର ସେଣ୍ଟ ମେରି, ସେଣ୍ଟ ଥୋମାସ, ଏସେମ୍ଲି ଅଫ ଗଡ଼, ବ୍ରଜରାଜନଗରର ଶିକ୍ଷା ନିକେତନ, ଡାନିଏଲ ପବ୍ଲିକ ସ୍କୁଲ ଏବଂ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ କ୍ରୀଡ଼ାରେ ଶ୍ରୀ ସୋନମ ଶଡ଼ଙ୍ଗୀ, ଜୟ କିଶନ ନାୟକ, ତନିଶ ସୋରେନ, ଅଭିଶେକ ୟାଦବ, ସମିକ୍ଷା ପାଣିଗ୍ରାହୀ, ଆୟୁଷ୍ମାନ ପ୍ରଧାନ ଏବଂ ରିତୁ ୟାଦବ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏହି ସମସ୍ତ କୃତୀ ଖେଳାଳୀ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ (ରିଜିଓନାଲ) ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ହମିଦ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ଏହି ପ୍ରତିଯୋଗିତାକୁ ମାନସ ଆଚାର୍ଯ୍ୟ, ଦେବେନ୍ଦ୍ର ବେହେରା, ପଞ୍ଚାନନ ପାଣିଗ୍ରାହୀ, ଅଭିଲାଶ ସାହୁ, ଶାନ୍ତି ନାୟକ, ଅକ୍ଷୟ ନାୟକ, ସଞ୍ଚୟ କୁମାର ପାଢୀ, ଅନିଲ ଦାସ ଓ ଜୟନ୍ତ ଲାକ୍ରା ଅଫିସିଆଲ ଭାବେ ପରିଚାଳନା କରିଥିଲେ। ଏହି ସଫଳ ଆୟୋଜନରେ ବିଇଏମ ବିଦ୍ୟାଳୟର ସୁନନ୍ତ କୁମାର ପଣ୍ଡା, ଅଶୋକ ଧିର ସାମନ୍ତ, ମନୋଜ ବିନ୍ଧାଣୀ, ଧର୍ମେନ୍ଦ୍ର ବିଶ୍ଵକର୍ମା, ସିମରନ ସିଂ, ରମଣୀ ରଞ୍ଜନ ଡିଲା, ପ୍ରତୀକ ମହାନ୍ତି ଏବଂ ଏମଡି ସାହିଦ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।4
- ଝାରସୁଗୁଡ଼ାରେ ସନ୍ଥ ରାମପାଲ ଜୀ ମହାରାଜଙ୍କ ଦ୍ୱାରା 'କୃଷକ ଶ୍ରମିକ ବଚାଓ ଅଭିଯାନ' ଚଲାଯାଉଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ 'SA NEWS' ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିବାକୁ ଅନୁରୋଧ କରାଯାଇଛି।1
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।1
- ଝାରସୁଗୁଡ଼ାରେ ଏକ ପ୍ରତିବାଦର ନୂତନ ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରତିବାଦରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ପଟେ କୁଶପୁତ୍ତଳିକା ଜଳୁଛି ଏବଂ ଅନ୍ୟପଟେ ତା’ ପାଖରେ ଡାନ୍ସ ପର୍ଫର୍ମାନ୍ସ ଚାଲିଛି। ଆନ୍ଦୋଳନ ସମୟରେ ଦିଆଯାଉଥିବା ନାରା ଅପେକ୍ଷା ଏହି ନୃତ୍ୟର ନୂଆ ଷ୍ଟେପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ କୁଶପୁତ୍ତଳିକା ଦାହ ଅପେକ୍ଷା ନାଚର ଭିଡିଓ ଅଧିକ ଭାଇରାଲ ହେଉଛି। ତେବେ ପାଠ ପଢ଼ୁଥିବା କୋମଳମତି ଶିଶୁମାନଙ୍କୁ ଏଭଳି ଏକ ଆନ୍ଦୋଳନରେ ସାମିଲ କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଶିକ୍ଷକ ଶିକ୍ଷୟତ୍ରୀମାନେ ଶିଶୁମାନଙ୍କୁ ଭିନ୍ନ ଢଙ୍ଗରେ ବୁଝାଇ ପଢ଼ାଇପାରିଥାନ୍ତେ, ଯେପରି ସେମାନଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାନ୍ତା। କିନ୍ତୁ ସେମାନଙ୍କୁ ଏହି ପ୍ରତିବାଦରେ ସାମିଲ କରାଇ, ସେମାନଙ୍କ ସମ୍ମୁଖରେ ଜନପ୍ରତିନିଧିମାନେ ଗୀତରେ ଏଭଳି ନାଚିବାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କୋମଳମତି ଶିଶୁମାନେ ଜନପ୍ରତିନିଧିମାନଙ୍କଠାରୁ କ’ଣ ଶିଖିବେ ବୋଲି ପ୍ରଶ୍ନ ଉଠିଛି।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାସେବୀ ସଂଗଠନ 'ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ' ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି, ଯେଉଁଠାରେ ଦୈନିକ ଅନେକ ରୋଗୀ ରକ୍ତ ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମହତ ପ୍ରୟାସ ଦ୍ୱାରା ଶିବିରରୁ ସମୁଦାୟ ୮୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ୍ ଏଚଡି ଯୋଗଦେଇ ଉଦଘାଟନ କରିଥିଲେ। ଏଥିସହ ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଗୋପୀନାଥ ରାମ ମୁଖ୍ୟବକ୍ତା ଭାବେ, ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ପ୍ରିୟବ୍ରତ ରାଉତ ଏବଂ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ସଂଗଠନର ଆବାହକ ଯୁଧିଷ୍ଠିର ମହାନ୍ତ, ବିଦ୍ୟାଧର ମହାନ୍ତ, ଉପଦେଷ୍ଟା ସଞ୍ଜିବ କୁମାର ସାହୁ, ମନୋଜ ମାଝୀ, ରବିନ୍ଦ୍ର ସିଂ ଫୌଜି, ଯୋଗେଶ୍ବର ମହାନ୍ତ, ବିଜୟ ଖୁଣ୍ଟିଆ, ଲୋମ୍ବଧର ମହାନ୍ତ, ରାମଚନ୍ଦ୍ର ମାଝୀ, ବିନୋଦ ମହାନ୍ତ, ଶ୍ରୀକାନ୍ତ ସର୍କାର, ଗିରିଧାରି ମହାନ୍ତ, ଦୟା ମହାନ୍ତ, ସୁବ୍ରତ ପ୍ରଧାନ, ଗଣେଶ ନାଏକ, ବିଭୁ ପ୍ରସାଦ ମହାନ୍ତ, ବାବୁଲୁ ମହାନ୍ତ, ସୁପ୍ରିୟା ମହାନ୍ତ, ମଧୁସ୍ମିତା ମହାନ୍ତ ଏବଂ ଯୋଶବନ୍ତୀ ନାଏକଙ୍କ ସମେତ ବହୁ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ। ଶିବିରରେ କେନ୍ଦୁଝର ରକ୍ତଭଣ୍ଡାରର ମେଡିକାଲ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ ରକ୍ତଦାତାମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।2
- ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ କାର୍ ମାଣ୍ଡିଆକୁଦର ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ଏକ ତେଜରାତି ଦୋକାନ ଭିତରକୁ ପଶିଯାଇଛି। ଏହି ଦୁର୍ଘଟଣା ଫଳରେ କାର୍ରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ସେମାନଙ୍କୁ ଜେ ପି ହସ୍ପିଟାଲକୁ ପଠାଇଛନ୍ତି।1