ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ,ସ୍ଥାନ -: କରଡାବହାଳି କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବିଲେଇନାଳି ଗ୍ରାମପଞ୍ଚାୟତର କରଡାବହାଳି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଆଶାକର୍ମୀଙ୍କ ସମେତ ଗ୍ରାମର ବିଭିନ୍ନ ସଦସ୍ୟ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କୁ ଜୀବନ ପ୍ରତି ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଭଳି ସମ୍ବେଦନଶୀଳ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଭଳି ଘଟଣା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ, ସେନେଇ ସଚେତନ କରାଯାଇଥିଲା। ବାଲ୍ୟ ବିବାହ ଓ ଶିଶୁ ଶ୍ରମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏଥିସହ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷାରେ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଦିପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଶିଶୁମାନଙ୍କୁ ନିରାପଦ ପରିବେଶ ଯୋଗାଇବା ସହ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା

- ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍କେ ଗୁଡୁ ଓ ସମ୍ପାଦକ ଏସ୍କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍କେ ଗୁଡୁ ଓ ସମ୍ପାଦକ ଏସ୍କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।1
- ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।1
- #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ1
- ନେପାଳ ରେ ବଡ଼ ଧରଣର ସ୍ୟଲାବ ଆଶିଛି ଯାହା ଅନେକ ଳୋକ ବସବାସ ହରେଇ ଛନ୍ତି ନେପାଳ ରେ ବଡ଼ ଧରଣର ସ୍ୟଲାବ ଆଶିଛି ଯାହା ଅନେକ ଳୋକ ବସବାସ ହରେଇ ଛନ୍ତି1
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମହାନଦୀ ରେ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀର ଦେଖି ଲୋକେ ଆତଙ୍କିତ।1
- ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.1