Shuru
Apke Nagar Ki App…
କଣ୍ଟାମାଳ ବ୍ଲକ ପଲସାଗୋରା ଡ୍ରାଇଭର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଆଡମ୍ବରରେ ପାଳିତ
ଜୟ କୁମାର ମହାରଣା
କଣ୍ଟାମାଳ ବ୍ଲକ ପଲସାଗୋରା ଡ୍ରାଇଭର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଆଡମ୍ବରରେ ପାଳିତ
More news from ଓଡ଼ିଶା and nearby areas
- କଣ୍ଟାମାଳ ୟଙ୍ଗଷ୍ଟାର ଏସୋସିଏସନ ପକ୍ଷରୁ ମେଡିକାଲ ଛକରେ ନୂଆଁଖାଇ ଭେଟଘାଟର ସାଂସ୍କୃତିକ ସଭା,1
- ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।1
- ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା । ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।1
- ଖଟଖଟିଆ ବିଶ୍ୱକର୍ମା ଓଲଡିଂ ଗେରେଜ ରେ ବିଶ୍ୱକର୍ମା ପୂଜା ପାଳିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଖଟଖଟିଆ ଛକ ବିଶ୍ୱକର୍ମା ଓଲଡିଂ ଗେରେଜ ଠାରେ ପାଳିତ ହୋଇଯାଇଛି।ଗେରେଜ ର ମାଲିକ ବିନୋଦ ନାଏକ ଙ୍କ ଦ୍ୱାରା ଏହି ପୂଜାରେ ୫୦୦ ଜଣଙ୍କୁ ଅନ୍ନ ଦାନ ସହିତ ଅନ୍ଧ ମୁକ ବଧିର ମାନଙ୍କ ଦ୍ୱାରା ସୁର ସଂଗୀତ ଭୋଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ଦେଶ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଗେରେଜ ର କର୍ମ କର୍ତ୍ତା ମାନେ ୧୦୮ ଦୀପଦାନ ପ୍ରଜ୍ବଳନ କରାଯାଇଥିବା ସୂଚନା ଦେଇଛନ୍ତି ଗେରେଜ ର ଅନର ବିନୋଦ ନାଏକ।4
- ଏମିତି_ଦୁଃଖ_କାହା_ଜୀବନରେ_ନଆସୁ ସାମ୍ନାକୁ ଆସିଲା ଦୁଖଃଦ ଖବର.... ସାମ୍ନାକୁ ଆସିଲା ଦୁଖଃଦ ଖବର....1
- କୁମ୍ଭାରୀ ଓ ବିଶିପାଲିରେ ହୋଇଥିବା ନୂଆଁଖାଇ ଭେଟ ଘାଟରେ ସମାଜସେବୀ ନରେନ୍ଦ୍ର କୁମାର ହୋତାଙ୍କ ଓଜସ୍ୱନି ଅଭିଭାଷଣ । ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ତଥା ପ୍ରଜାବହୁଲ ଗାଁ କୁମ୍ଭାରୀ ଓ ବିଶିପାଲିରେ ହୋଇଥିବା ନୂଆଁଖାଇ ଭେଟ ଘାଟରେ ସମାଜସେବୀ ନରେନ୍ଦ୍ର କୁମାର ହୋତାଙ୍କ ଓଜସ୍ୱନି ଅଭିଭାଷଣ ।1
- କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।2
- କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ ବରଗଡ଼ : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜାଦ କ୍ଲବ୍ ପକ୍ଷରୁ ୪୧ତମ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁଖାଇର ପରମ୍ପରା, ଭାଇଚାରା, ସାମାଜିକ ସମ୍ପର୍କ ଓ ଲୋକକଳାକୁ ଉତ୍ସାହିତ କରାଯାଇଆସୁଛି।କ୍ଲବ୍ର ସଭାପତି ସେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ନରେନ୍ଦ୍ର ହୋତା, ନାଟ୍ୟକାର ଅରୁଣ ନାୟକ ଓ ଡ. ସଂଜୀବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଉତ୍ପନ୍ନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ଅତିଥିମାନେ ନୂଆଁଖାଇ କେବଳ ନୂଆ ଧାନ ଖାଇବାର ଏକ ପର୍ବ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ସୁଦୃଢ଼ କରୁଥିବା ଏକ ମହାନ ଲୋକପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆଁଖାଇ ଭେଟ୍ଘାଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ନିଜ ମାଟି, ପରମ୍ପରା, ଲୋକସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇପାରିବ ବୋଲି ସେମାନେ କହିଥିଲେ। ସଭା ପୂର୍ବରୁ ନାଟ୍ୟ ମହର୍ଷି ସ୍ୱର୍ଗତ ଭଗବାନ ସାହୁ, ବ୍ରଜେଶ୍ୱରୀ ଦେବୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ଓ ଆୟୋଜକମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ପପୁନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଦାମ ପଧାନ କ୍ଲବ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜାଦ କ୍ଲବ୍ର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ବିଭିନ୍ନ ବର୍ଗର ଲୋକେ ଉତ୍ସବରେ ଯୋଗଦେଇ ନୂଆଁଖାଇର ଆନନ୍ଦ ବାଣ୍ଟିଥିଲେ।ଦୀର୍ଘ ୪୧ ବର୍ଷ ଧରି କୁମ୍ଭାରୀରେ ଆୟୋଜିତ ହୋଇଆସୁଥିବା ଏହି ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ନୂଆଁଖାଇର ମହତ୍ତ୍ୱ ଓ ଓଡ଼ିଆ ଲୋକସଂସ୍କୃତିକୁ ଆହୁରି ବ୍ୟାପକ କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।1
- ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ1