Shuru
Apke Nagar Ki App…
ପମ୍ପସେଟ୍ ଚୋରି ମାମଲାରେ ୨ ଗିରଫ.. ସୋଲାର ପ୍ଲେଟ ସହ ଅଟୋ ଜବତ...
ସୋନୁ ଟାଇଗର (ନିୟୁଜ ଏଜେନ୍ସି)
ପମ୍ପସେଟ୍ ଚୋରି ମାମଲାରେ ୨ ଗିରଫ.. ସୋଲାର ପ୍ଲେଟ ସହ ଅଟୋ ଜବତ...
More news from ଓଡ଼ିଶା and nearby areas
- ନୂଆପଡ଼ା -୨୦/୦୪- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରଠାରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜ ପକ୍ଷରୁ ଏକ ବିଶାଳ ସାଂଗଠନିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଆୟୋଜିତ ଏହି ସ୍ୱତନ୍ତ୍ର ଅଧିବେଶନରେ ସମାଜର ଏକତା, ସାଂସ୍କୃତିକ ଭାଇଚାରା ଏବଂ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ନୂତନ ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ୱାଗତ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମ ସିଂ ମାଝି ଙ୍କୁ ସମ୍ବର୍ଦ୍ଧନା। ଇଚ୍ଛାପୁର ଗ୍ରାମ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସଭାରେ ତାଙ୍କୁ ସମାଜ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂହ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ଓ ତାଙ୍କ ଅଭିଭାଷଣ। ସଭାରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଖାମ ସିଂ ମାଝି ଯୋଗଦେଇ ଆଦିବାସୀ ସମାଜର ଉନ୍ନତି ଓ ସାମାଜିକ ଶୃଙ୍ଖଳା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ହେଲେ ଜିଲ୍ଲା ଉପ-ସଭାପତି ସନ୍ତ ରାମ ମାଝି, ମାତୃଶକ୍ତି ପ୍ରତିନିଧି ରୂପେ ସ୍ଵତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝି, ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ମାଝି, ସୁମିତ୍ରା ମାଝି, ଗୀତା ମାଝି ଜିଲ୍ଲା ସମ୍ପାଦକ ଚମ୍ପା ଲାଲ ମାଝି, ସହ-ସମ୍ପାଦକ ଟିକେ ରାମ ମାଝି, କୋଷାଧ୍ୟକ୍ଷ ଅର୍ଜ୍ଜୁନ ମାଝି, ସରପଞ୍ଚ ପ୍ରତିନିଧି ସୂରୁ ସିଂ ମାଝି, ଏଥିସହ ଖଡ଼ିଆଳ ବ୍ଲକ ସଭାପତି ବିକ୍ରମ ମାଝି, ସିନାପାଲି ବ୍ଲକ ସଭାପତି ରମାକାନ୍ତୀ ମାଝି, ନୂଆପଡ଼ା ବ୍ଲକ ସଭାପତି ଲାଲ ସିଂ ମାଝି, କୋମନା ବ୍ଲକ ସଭାପତି ଭଗବାନ ମାଝି ଏବଂ ବୋଡ଼େନ ବ୍ଲକ ସଭାପତି ମଝିଆ ମାଝି, ସରପଞ୍ଚ ପଲସିପାଣି ଗଙ୍ଗାରାମ ମାଝି , ସରପଞ୍ଚ ଢୋର୍ଲା ପଦ୍ମିନୀ ମାଝି, ସରପଞ୍ଚ ମୁଣ୍ଡାପଲା ରଜନୀ ମାଝି, ସରପଞ୍ଚ ଜଡ଼ାମୁଣ୍ଡା ଶୁରୁ ସିଂ ମାଝି, ପାରେଶ୍ୱର୍ ମାଝି ପ୍ରମୁଖ ମଞ୍ଚାସୀନ ରହି ସାଂଗଠନିକ ଏକତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସାଂଗଠନିକ ଆଲୋଚନା ଓ ଶାନ୍ତି ଶୃଙ୍ଖଳା ସହ ଅଧିବେଶନ ସମାପନ ହୋଇଥିଲା। କୋମନା ବ୍ଲକର ସମସ୍ତ ସର୍କଲ ସଭାପତି, ସମ୍ପାଦକ, ପଦାଧିକାରୀ ଓ ବହୁ ସଂଖ୍ୟକ ମାତୃଶକ୍ତି ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମାଜର ପରମ୍ପରାକୁ ବଜାୟ ରଖିବା ସହ ଶିକ୍ଷା ଓ ଅର୍ଥନୈତିକ କ୍ଷେତ୍ରରେ କିଭଳି ଅଗ୍ରଗତି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲା ଗୋଁଡୱାନା ଗୋଁଡ ସମାଜର ସମ୍ପାଦକ ଚମ୍ପା ଲାଲ ମାଝୀ ଏବଂ କୋମନା ବ୍ଲକ ସଭାପତି ଭଗବାନ ସିଂ ମାଝୀ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।6
- Post by SonepurSambad1
- Post by Padmanabha Naik1
- 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- Post by TV5ODIA 95566059931
- Post by Rajes Argus news1
- ଅକ୍ଷୟତୃତୀୟା ର ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ...... Live... Live1
- Post by Rajes Argus news1
- Post by Sonepur news khulasa1