Shuru
Apke Nagar Ki App…
Narahari mahanta
- Narahari mahantaବାରିଆ, କେନ୍ଦୁଝର, ଓଡ଼ିଶାବାରିଆ ଖବର14 hrs ago
More news from ଓଡ଼ିଶା and nearby areas
- ଓଡ଼ିଶାରେ ଲୋକଙ୍କ ସରକାରଙ୍କ ଅଧୀନରେ ଶିଳ୍ପ ବିକାଶ ଆଜି କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେଉଛି। ଏହି ବିକାଶ ପ୍ରକ୍ରିୟା ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଗତି କରୁଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ କରାଯାଇଛି। ଏହା ସହିତ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଦ୍ରୁତ ଅଗ୍ରଗତି ଘଟିଛି, ଯାହା ଓଡ଼ିଶାକୁ ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ କରିଛି। ରାଜ୍ୟ ସରକାରଙ୍କ ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଆଜି ଓଡ଼ିଆ ଯୁବକମାନେ ନିଜ ମାଟିକୁ ଫେରୁଛନ୍ତି। ଏହା ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି।1
- ଭଦ୍ରକ ବ୍ଲକ ବାଉଦପୁର ପଂଚାୟତ ଓଗାଳପୁର ଗ୍ରାମରେ ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ ସହ ଏକ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରାଯାଇଛି। ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ନୂତନ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିବା ସହିତ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଛନ୍ତି।1
- ଭଦ୍ରକ ଗ୍ରାମାଞ୍ଚଳରେ ଚର୍ଚ୍ଚାରେ ଥିବା 'ମୁ ଅଲରାଉଣ୍ଡର' ନିଜର ଏକ ପୋଡକାଷ୍ଟରେ ନିଜର ବ୍ୟକ୍ତିତ୍ୱ ଏବଂ ଅଭିନୟ ସମ୍ପର୍କରେ ମତ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ବାସ୍ତବରେ ପାଗଳ ନୁହଁନ୍ତି, ବରଂ ସେ ପାଗଳାମିର ଅଭିନୟ କରୁଛନ୍ତି।1
- ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ 'ସୁଭଦ୍ରା ଯୋଜନା' ପହଞ୍ଚାଇବା ହିଁ ବର୍ତ୍ତମାନର ସରକାରଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଥିବା ହିତାଧିକାରୀମାନେ ଆସନ୍ତା ଅଗଷ୍ଟ ମାସରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ୯ନମ୍ବର ୱାର୍ଡ ବନାଯୋଡି ଗାଁ ତଳସାହିର ବାସିନ୍ଦାମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏଠାରେ ପକ୍କା ରାସ୍ତା ଏବଂ ଡ୍ରେନ ସୁବିଧା ନଥିବାରୁ ସ୍ଥାନୀୟ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ପାଞ୍ଚଥରରୁ ଅଧିକ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ବନାଯୋଡି ତଳସାହିରେ ପ୍ରାୟ ୨୫ଟି ପରିବାର ବାସ କରୁଥିବା ବେଳେ ଏଠାକାର ଜନସଂଖ୍ୟା ୧୦୦ରୁ ଅଧିକ। ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ସାମାନ୍ୟ ବର୍ଷା ହେଲେ ମାଟି ରାସ୍ତାରେ ଆଣ୍ଠୁଏ କାଦୁଅ ଜମିଯାଉଛି। ଏହାସହ ଡ୍ରେନ ସୁବିଧା ନଥିବାରୁ ଏବଂ ଜାଗାଟି ଗଡ଼ାଣିଆ ହୋଇଥିବାରୁ ବର୍ଷା ପାଣି ଲୋକଙ୍କ ଘର ଭିତରେ ପଶୁଛି। ଯାତାୟାତ ସମସ୍ୟା ଯୋଗୁଁ ଲୋକେ ସାହିର ରାଧାକୃଷ୍ଣ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯିବାକୁ ଏବଂ ନଳକୂଅରୁ ପାଣି ଆଣିବାକୁ ମଧ୍ୟ ନାପସନ୍ଦ କରୁଛନ୍ତି। ସବୁଠାରୁ ଗୁରୁତର କଥା ହେଉଛି, ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ସାହି ଭିତରକୁ ପଶିପାରୁ ନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ଭଲ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡ଼ୁଛି। ମୌଳିକ ଅଧିକାରରୁ ବଞ୍ଚିତ ହୋଇ ବନାଯୋଡି ତଳସାହିର ନାଏବ ସରପଞ୍ଚ ସଞ୍ଜୟ ଦେଣ୍ତସେନାଙ୍କ ସମେତ ନାଗେଶ୍ବର ବାରିକ୍, ଶିବନନ୍ଦ ବାରିକ୍, ଇନ୍ଦ୍ରମଣି ବାରିକ୍, ରାମଚନ୍ଦ୍ର ଦେହୁରୀ, ମନରଂଞ୍ନନ ବ୍ରହ୍ମ, ରାଘବ ବାରିକ୍, ଲକ୍ଷ୍ମୀଧର ଦଣ୍ତସେନା, ଜୀବନ ବଲ୍ଲଭ ବ୍ରହ୍ମ, ବାସନ୍ତୀ ବାରିକ୍, ଉଲପୀ ବାରିକ୍, ସବିତା ବାରିକ୍, ସୂର୍ଣ୍ଣମଣୀ ବାରିକ୍, କୁକିଳ ବ୍ରହ୍ମ, ଝୁମର ଦଣ୍ତସେନା, ଭାରୁ ଦେହୁରୀ, ସଦାନନ୍ଦ ଦେହରୁୀ, ଭଗବାନ ଦେହୁରୀ, ହିରୋଣ୍ୟ ଦେହୁରୀ, ମହେନ୍ଦ୍ର ଦେହୁରୀ, ବାସୁଦେବ ବାରିକ୍, ରଇବୁ ଦେହୁରୀ, ଅଶେաକ ଦଣ୍ତସେନା, କଳାକର ଦେହୁରି, ପ୍ରଫୁଲ୍ଲ ଦଣ୍ତସେନା, କୁଳମଣି ବାରିକ୍, ରବି ଦେହୁରୀ, ପୁରେନ୍ଦ୍ର ଦେହୁରୀ, ଶମ୍ବୁନାଥ ବାରିକ୍, ଗୋବିନ୍ଦ ବାରକ୍, ଶତ୍ରୁଘ୍ନ ନାଏକ, ସନାତନ ଖଟୁଆ, ଚେମୁଣୁ ଦେଣ୍ତସେନା, ତ୍ରିନାଥ ନାଏକ, ମାୟାଧର ଦଣ୍ତସେନା ଓ ଗୈାର ଦେଣ୍ତସେନା ପ୍ରମୁଖ ବାସିନ୍ଦା ଏକତ୍ରିତ ହୋଇ ଚଳିତ ସାଧାରଣ ନିର୍ବାଚନରେ ସମ୍ପୂର୍ଣ୍ଣ ଭୋଟ୍ ବର୍ଜନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।2
- କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଜୀବିତ ରୋଗୀଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ରୋଗୀଙ୍କର ଠିକ୍ ଭାବେ ଚିକିତ୍ସା ନକରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରବର୍ଗ ଏହି ଘଟଣାରେ ବିରୋଧ କରିବା ପରେ, ସେମାନେ ରୋଗୀଙ୍କୁ ଉକ୍ତ ମେଡିକାଲରୁ ସ୍ଥାନାନ୍ତର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟ ଅତୀତରେ ଅନେକ ଦେଶ ଗସ୍ତ କରି ଭାରତର କୂଟନୈତିକ ସମ୍ପର୍କକୁ ନୂତନ ରୂପ ଦେଇଛନ୍ତି। ସେ ୪୦ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିବା ବେଳେ, ୬୦ ବର୍ଷର ବ୍ୟବଧାନ ପରେ ଆୟର୍ଲାଣ୍ଡ ଗସ୍ତ କରି ଦୀର୍ଘ ଦିନରୁ ସୁପ୍ତ ଥିବା କୂଟନୈତିକ ସମ୍ପର୍କକୁ ପୁନର୍ଜୀବିତ କରିଛନ୍ତି। ଏହାଛଡ଼ା, ୫୬ ବର୍ଷ ପରେ ଗାୟାନା ଗସ୍ତ କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଦ୍ଵିପାକ୍ଷିକ ସମ୍ପର୍କର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିବା ଅନେକ ଭାଗୀଦାରିକୁ ପୁନର୍ଜୀବିତ କରିବା ସହ ବିଶ୍ୱସ୍ତରରେ ଭାରତର ପହଞ୍ଚକୁ ବିସ୍ତାର କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ବ୍ୟାପାରରେ କେବଳ ଅଂଶଗ୍ରହଣ କରୁନାହିଁ, ବରଂ ଜଣେ ବିଶ୍ୱସ୍ତ ସହଯୋଗୀ, ଏକ ଅଗ୍ରଣୀ ସ୍ୱର ଏବଂ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରି ବିଶ୍ୱକୁ ପ୍ରଭାବିତ କରୁଛି।1
- ଅନୁଗୁଳ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଗୋଟିଏ ହାଇୱା ସମ୍ପୂର୍ଣ୍ଣ ଜଳିଯାଇଛି। ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗଙ୍ଗାଧରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଏକ ପାଉଁଶ ବୋଝେଇ ହାଇୱା ଖମାର ପଟୁ ଯାଉଥିବା ବେଳେ ପିତିରି ପଟୁ ଆସୁଥିବା ଏକ ଖାଲି ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଧକ୍କା ପରେ ହାଇୱାଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। #ଭୟଙ୍କର_ଦୁର୍ଘଟଣା_ଜଳିଲା_ହାଇୱା1