logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶାରେ ଲୋକଙ୍କ ସରକାରଙ୍କ ଅଧୀନରେ ଶିଳ୍ପ ବିକାଶ ଆଜି କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେଉଛି। ଏହି ବିକାଶ ପ୍ରକ୍ରିୟା ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଗତି କରୁଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ କରାଯାଇଛି। ଏହା ସହିତ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଦ୍ରୁତ ଅଗ୍ରଗତି ଘଟିଛି, ଯାହା ଓଡ଼ିଶାକୁ ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ କରିଛି। ରାଜ୍ୟ ସରକାରଙ୍କ ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଆଜି ଓଡ଼ିଆ ଯୁବକମାନେ ନିଜ ମାଟିକୁ ଫେରୁଛନ୍ତି। ଏହା ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି।

4 hrs ago
user_ବାରକୋଟ ଖବର
ବାରକୋଟ ଖବର
Court reporter ବରକୋଟ, ଦେବଗଡ଼, ଓଡ଼ିଶା•
4 hrs ago

ଓଡ଼ିଶାରେ ଲୋକଙ୍କ ସରକାରଙ୍କ ଅଧୀନରେ ଶିଳ୍ପ ବିକାଶ ଆଜି କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେଉଛି। ଏହି ବିକାଶ ପ୍ରକ୍ରିୟା ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଗତି କରୁଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ କରାଯାଇଛି। ଏହା ସହିତ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଦ୍ରୁତ ଅଗ୍ରଗତି ଘଟିଛି, ଯାହା ଓଡ଼ିଶାକୁ ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ କରିଛି। ରାଜ୍ୟ ସରକାରଙ୍କ ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଆଜି ଓଡ଼ିଆ ଯୁବକମାନେ ନିଜ ମାଟିକୁ ଫେରୁଛନ୍ତି। ଏହା ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି।

More news from ଓଡ଼ିଶା and nearby areas
  • ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।
    1
    ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    3 hrs ago
  • AkshYarsila fish .....................................
    2
    AkshYarsila fish
.....................................
    user_Dola Pradhan
    Dola Pradhan
    ବରକୋଟ, ଦେବଗଡ଼, ଓଡ଼ିଶା•
    5 hrs ago
  • ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।
    4
    ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି।

ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।
    user_ସୁରଜ ପ୍ରତାପ ମହାନ୍ତି
    ସୁରଜ ପ୍ରତାପ ମହାନ୍ତି
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    6 hrs ago
  • କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରୁଥିବା ବେଳେ, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିସାରିଛି। ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚମ୍ପୁଆ ମହାବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ୧୯୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟର ୧୪ଟି ବିଭାଗ ମଧ୍ୟରୁ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ଗୋଟିଏ, ରାଜନୀତି ବିଭାଗରେ ଦୁଇଟି, ଅର୍ଥନୀତି ବିଭାଗରେ ଦୁଇଟି, ଗଣିତରେ ଦୁଇଟି, ଉଦ୍ଭିଦ ବିଜ୍ଞାନରେ ଗୋଟିଏ, ଭୈତିକ ବିଜ୍ଞାନରେ ଗୋଟିଏ ଏବଂ ଭୂତତ୍ତ୍ବ ବିଜ୍ଞାନରେ ଗୋଟିଏ ପଦବୀ ଖାଲି ପଡ଼ିଛି। ପାଠପଢ଼ା ନ ହେବା କାରଣରୁ ଦୂରଦୂରାନ୍ତରୁ ଅର୍ଥ ଖର୍ଚ୍ଚ କରି କଲେଜ ଆସୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଅଧ୍ୟାପକ ନିଯୁକ୍ତି ପାଇଁ ସେ ଦୁଇ ମାସ ହେବ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନିକଟକୁ ଫାଇଲ ପ୍ରସ୍ତୁତ କରି ପଠାଇଛନ୍ତି। ମାତ୍ର ସଭାପତି ଏହି ବିଷୟକୁ ଗୁରୁତ୍ଵ ଦେଉନଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।
    3
    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରୁଥିବା ବେଳେ, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିସାରିଛି। ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚମ୍ପୁଆ ମହାବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ।

୧୯୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟର ୧୪ଟି ବିଭାଗ ମଧ୍ୟରୁ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ଗୋଟିଏ, ରାଜନୀତି ବିଭାଗରେ ଦୁଇଟି, ଅର୍ଥନୀତି ବିଭାଗରେ ଦୁଇଟି, ଗଣିତରେ ଦୁଇଟି, ଉଦ୍ଭିଦ ବିଜ୍ଞାନରେ ଗୋଟିଏ, ଭୈତିକ ବିଜ୍ଞାନରେ ଗୋଟିଏ ଏବଂ ଭୂତତ୍ତ୍ବ ବିଜ୍ଞାନରେ ଗୋଟିଏ ପଦବୀ ଖାଲି ପଡ଼ିଛି। ପାଠପଢ଼ା ନ ହେବା କାରଣରୁ ଦୂରଦୂରାନ୍ତରୁ ଅର୍ଥ ଖର୍ଚ୍ଚ କରି କଲେଜ ଆସୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି।

ଏହି ସମସ୍ୟା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଅଧ୍ୟାପକ ନିଯୁକ୍ତି ପାଇଁ ସେ ଦୁଇ ମାସ ହେବ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନିକଟକୁ ଫାଇଲ ପ୍ରସ୍ତୁତ କରି ପଠାଇଛନ୍ତି। ମାତ୍ର ସଭାପତି ଏହି ବିଷୟକୁ ଗୁରୁତ୍ଵ ଦେଉନଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    1 hr ago
  • କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୂଷାଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଜଳବିଭାଜିକା ବିଭାଗ ପକ୍ଷରୁ ହୋଇଥିବା କାଜୁ ଚାରା ରୋପଣ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପ ଅଧୀନରେ କାଜୁ ଚାରା ରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥାନରେ କୌଣସି ଗଛ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ ପରିଚାଳନା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ସହ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
    2
    କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମୂଷାଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଜଳବିଭାଜିକା ବିଭାଗ ପକ୍ଷରୁ ହୋଇଥିବା କାଜୁ ଚାରା ରୋପଣ ପ୍ରକଳ୍ପରେ ବଡ଼ଧରଣର ଅନିୟମିତତା ଅଭିଯୋଗ ହୋଇଛି। ପ୍ରକଳ୍ପ ଅଧୀନରେ କାଜୁ ଚାରା ରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ସ୍ଥାନରେ କୌଣସି ଗଛ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ ପରିଚାଳନା ସଭାପତିଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସ୍ଥାନରେ କୌଣସି କାର୍ଯ୍ୟ ହୋଇନଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଇଛି। 

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ସହ, ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    23 hrs ago
  • ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଏକ ଅଭାବନୀୟ ତଥା ସ୍ପନ୍ଦନହୀନ ଘଟଣା ଦେଖିବାକୁ ମିଳିଛି। ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ବାଇକ୍ ଚଲାଉଥିବା ବେଳେ ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ନାବାଳିକାକୁ ଜୋରଦାର ଧକ୍କା ଦେଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ନାବାଳିକା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେହି ସମୟରେ ମଦ୍ୟପ ବାଇକ୍ ଚାଳକ ହିରୋ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ପାଖରେ ଥିବା ଏକ ଛୁରାରେ ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ବାରମ୍ବାର ଛୁରାମାଡ଼ କରି ଚାଲିଥିଲା। ଏହି ସାଂଘାତିକ ଛୁରାମାଡ଼ରେ ୩ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଅନ୍ୟ ୨ ଜଣ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତ ଚାଳକ ହିରୋ ମଲ୍ଲିକକୁ ଉଦ୍ଧାର କରି ଅଟକ ରଖିଛି। ଏହା ସହ ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ବାଇକ୍ ଏବଂ ରକ୍ତଭିଜା ଛୁରାକୁ ଜବତ କରିବା ସହ ମାମଲା ରୁଜୁ କରି ଏହି ବର୍ବରୋଚିତ କାଣ୍ଡର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ମଦ୍ୟପ ଚାଳକ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
    1
    ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଏକ ଅଭାବନୀୟ ତଥା ସ୍ପନ୍ଦନହୀନ ଘଟଣା ଦେଖିବାକୁ ମିଳିଛି। ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ବାଇକ୍ ଚଲାଉଥିବା ବେଳେ ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ନାବାଳିକାକୁ ଜୋରଦାର ଧକ୍କା ଦେଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ନାବାଳିକା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେହି ସମୟରେ ମଦ୍ୟପ ବାଇକ୍ ଚାଳକ ହିରୋ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ପାଖରେ ଥିବା ଏକ ଛୁରାରେ ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ବାରମ୍ବାର ଛୁରାମାଡ଼ କରି ଚାଲିଥିଲା।

ଏହି ସାଂଘାତିକ ଛୁରାମାଡ଼ରେ ୩ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଅନ୍ୟ ୨ ଜଣ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତ ଚାଳକ ହିରୋ ମଲ୍ଲିକକୁ ଉଦ୍ଧାର କରି ଅଟକ ରଖିଛି। ଏହା ସହ ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ବାଇକ୍ ଏବଂ ରକ୍ତଭିଜା ଛୁରାକୁ ଜବତ କରିବା ସହ ମାମଲା ରୁଜୁ କରି ଏହି ବର୍ବରୋଚିତ କାଣ୍ଡର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ମଦ୍ୟପ ଚାଳକ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    43 min ago
  • ଓଡ଼ିଶାରେ ଲୋକଙ୍କ ସରକାରଙ୍କ ଅଧୀନରେ ଶିଳ୍ପ ବିକାଶ ଆଜି କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେଉଛି। ଏହି ବିକାଶ ପ୍ରକ୍ରିୟା ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଗତି କରୁଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ କରାଯାଇଛି। ଏହା ସହିତ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଦ୍ରୁତ ଅଗ୍ରଗତି ଘଟିଛି, ଯାହା ଓଡ଼ିଶାକୁ ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ କରିଛି। ରାଜ୍ୟ ସରକାରଙ୍କ ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଆଜି ଓଡ଼ିଆ ଯୁବକମାନେ ନିଜ ମାଟିକୁ ଫେରୁଛନ୍ତି। ଏହା ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି।
    1
    ଓଡ଼ିଶାରେ ଲୋକଙ୍କ ସରକାରଙ୍କ ଅଧୀନରେ ଶିଳ୍ପ ବିକାଶ ଆଜି କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେଉଛି। ଏହି ବିକାଶ ପ୍ରକ୍ରିୟା ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଗତି କରୁଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ କରାଯାଇଛି। ଏହା ସହିତ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଦ୍ରୁତ ଅଗ୍ରଗତି ଘଟିଛି, ଯାହା ଓଡ଼ିଶାକୁ ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ କରିଛି।

ରାଜ୍ୟ ସରକାରଙ୍କ ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଆଜି ଓଡ଼ିଆ ଯୁବକମାନେ ନିଜ ମାଟିକୁ ଫେରୁଛନ୍ତି। ଏହା ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    4 hrs ago
  • ସମ୍ବଲପୁରର ଆଇନ୍ଠାପାଲି ଅନ୍ତର୍ଗତ ଏକ ନିର୍ମାଣାଧୀନ ପାଣି ଟାଙ୍କିରେ ପଡ଼ି ଦୁଇ ଜଣ ଶ୍ରମିକଙ୍କର ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ନିର୍ମାଣ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ସୁରକ୍ଷା ମାନଦଣ୍ଡକୁ ଅଣଦେଖା କରିବା କିମ୍ବା ଶ୍ରମିକମାନଙ୍କ ଦ୍ବାରା ଅସୁରକ୍ଷିତ ପରିସ୍ଥିତିରେ କାର୍ଯ୍ୟ କରାଇବା ଭଳି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୃତ ଶ୍ରମିକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ନ୍ୟାୟ ପ୍ରଦାନ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିପାଇଁ ସମସ୍ତ ନିର୍ମାଣ ସ୍ଥଳରେ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ।
    1
    ସମ୍ବଲପୁରର ଆଇନ୍ଠାପାଲି ଅନ୍ତର୍ଗତ ଏକ ନିର୍ମାଣାଧୀନ ପାଣି ଟାଙ୍କିରେ ପଡ଼ି ଦୁଇ ଜଣ ଶ୍ରମିକଙ୍କର ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ନିର୍ମାଣ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ସୁରକ୍ଷା ମାନଦଣ୍ଡକୁ ଅଣଦେଖା କରିବା କିମ୍ବା ଶ୍ରମିକମାନଙ୍କ ଦ୍ବାରା ଅସୁରକ୍ଷିତ ପରିସ୍ଥିତିରେ କାର୍ଯ୍ୟ କରାଇବା ଭଳି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୃତ ଶ୍ରମିକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ନ୍ୟାୟ ପ୍ରଦାନ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିପାଇଁ ସମସ୍ତ ନିର୍ମାଣ ସ୍ଥଳରେ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    27 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.