ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।
ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି
ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ
ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ଘଟଣାରେ
ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।
- ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଜର୍ଡ଼l ବନାଞ୍ଚଳ ଅଧୀନ ଉଲସୁରା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନିୟମିତ ପଦଯାତ୍ରା ପାଟ୍ରୋଲିଂ ସମୟରେ ରାମଛିଣ୍ଡା ସେକ୍ସନର ଫରେଷ୍ଟରଙ୍କ ନେତୃତ୍ୱରେ ବନରକ୍ଷୀ, ବନ କର୍ମଚାରୀ ଏବଂ ସୁରକ୍ଷା ଦଳର ଏକ ଟିମ୍ ବୃହତ୍ ବେଆଇନ ଅତିକ୍ରମଣ ଓ ଜଙ୍ଗଲ ଜମି ବିନାଶକୁ ଠାବ କରିଛନ୍ତି। ବନ ଅଧିକାରୀମାନଙ୍କୁ ଦେଖି ଅଧିକାଂଶ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରୁ କେତେକ ବ୍ୟକ୍ତି ବେଆଇନ ଭାବେ ଗଛ କାଟିବା, ଗଛର ଛାଲ ଛଡ଼ାଇବା, ଡାଳ କାଟିବା ଏବଂ ଜଙ୍ଗଲ ଜମି ସଫା କରି ଅତିକ୍ରମଣ କରିବା ସହ ବେଆଇନ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯାନ ସମୟରେ ବନ ବିଭାଗ ଟିମ୍ ୪ଟି କୁରାଡ଼ି, ୪ଟି ଦାଉଲି, ୨ଟି ଫାଶ ଫନ୍ଦା, ୧ଟି ଧନୁ ଏବଂ ୪ଟି ତୀର ଜବତ କରିଛି। ଘଟଣାସ୍ଥଳ ଯାଞ୍ଚରୁ ପ୍ରାୟ ୭୪୨ଟି ଗଛର ଛାଲ ଛଡ଼ାଯାଇଥିବା ଏବଂ ୨୩ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ସଫା କରାଯାଇଥିବା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଅଭିଯାନର ତଥ୍ୟ ଡ୍ରୋନ ଭିଡିଓ ଏବଂ ଫଟୋ ମାଧ୍ୟମରେ ସଂଗ୍ରହ କରାଯାଇଛି। ଏହି ଘଟଣାରେ ଓଡ଼ିଶା ବନ ଆଇନ, ୧୯୭୨ ର ପ୍ରାସଙ୍ଗିକ ଧାରା ଅନୁଯାୟୀ OR Case No. 35J of 2026–27 ନାମରେ ଏକ ବନ ଅପରାଧ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଫେରାର ଥିବା ଅବଶିଷ୍ଟ ଅପରାଧୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ଜାରି ରହିଛି।4
- ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।1
- AkshYarsila fish .....................................2
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରୁଥିବା ବେଳେ, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିସାରିଛି। ସାରା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚମ୍ପୁଆ ମହାବିଦ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ୧୯୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟର ୧୪ଟି ବିଭାଗ ମଧ୍ୟରୁ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ଗୋଟିଏ, ରାଜନୀତି ବିଭାଗରେ ଦୁଇଟି, ଅର୍ଥନୀତି ବିଭାଗରେ ଦୁଇଟି, ଗଣିତରେ ଦୁଇଟି, ଉଦ୍ଭିଦ ବିଜ୍ଞାନରେ ଗୋଟିଏ, ଭୈତିକ ବିଜ୍ଞାନରେ ଗୋଟିଏ ଏବଂ ଭୂତତ୍ତ୍ବ ବିଜ୍ଞାନରେ ଗୋଟିଏ ପଦବୀ ଖାଲି ପଡ଼ିଛି। ପାଠପଢ଼ା ନ ହେବା କାରଣରୁ ଦୂରଦୂରାନ୍ତରୁ ଅର୍ଥ ଖର୍ଚ୍ଚ କରି କଲେଜ ଆସୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଅଧ୍ୟାପକ ନିଯୁକ୍ତି ପାଇଁ ସେ ଦୁଇ ମାସ ହେବ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ନିକଟକୁ ଫାଇଲ ପ୍ରସ୍ତୁତ କରି ପଠାଇଛନ୍ତି। ମାତ୍ର ସଭାପତି ଏହି ବିଷୟକୁ ଗୁରୁତ୍ଵ ଦେଉନଥିବାରୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।3
- ସୁନ୍ଦରଗଡ଼ ଜିଲ୍ଲାର ବାଲିସଙ୍କରା ବ୍ଲକରେ ଯୁଗିଯୁଗେନ ସଂଗ୍ରାମ ସମିତି ପକ୍ଷରୁ ଡ୍ୟାମ ବନ୍ଦ ପ୍ରସଙ୍ଗକୁ ନେଇ ଏକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।1
- ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ସମିତି ସଭା ଗୃହରେ ଯୁଗୀ ଯୁଗୀଏନ ଡ୍ୟାମ ନିର୍ମାଣ ବିରୁଦ୍ଧରେ ଏକ ବିଶାଳ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁଗୀ ଯୁଗୀଏନ ଡ୍ୟାମ ନିର୍ମାଣକୁ ବିରୋଧ କରି ଏହି ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା।1
- ଓଡ଼ିଶାରେ ଲୋକଙ୍କ ସରକାରଙ୍କ ଅଧୀନରେ ଶିଳ୍ପ ବିକାଶ ଆଜି କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେଉଛି। ଏହି ବିକାଶ ପ୍ରକ୍ରିୟା ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଗତି କରୁଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ କରାଯାଇଛି। ଏହା ସହିତ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଦ୍ରୁତ ଅଗ୍ରଗତି ଘଟିଛି, ଯାହା ଓଡ଼ିଶାକୁ ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ କରିଛି। ରାଜ୍ୟ ସରକାରଙ୍କ ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ନିବେଶକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଆଜି ଓଡ଼ିଆ ଯୁବକମାନେ ନିଜ ମାଟିକୁ ଫେରୁଛନ୍ତି। ଏହା ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି।1
- ସମ୍ବଲପୁରର ଆଇନ୍ଠାପାଲି ଅନ୍ତର୍ଗତ ଏକ ନିର୍ମାଣାଧୀନ ପାଣି ଟାଙ୍କିରେ ପଡ଼ି ଦୁଇ ଜଣ ଶ୍ରମିକଙ୍କର ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ନିର୍ମାଣ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ସୁରକ୍ଷା ମାନଦଣ୍ଡକୁ ଅଣଦେଖା କରିବା କିମ୍ବା ଶ୍ରମିକମାନଙ୍କ ଦ୍ବାରା ଅସୁରକ୍ଷିତ ପରିସ୍ଥିତିରେ କାର୍ଯ୍ୟ କରାଇବା ଭଳି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୃତ ଶ୍ରମିକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ନ୍ୟାୟ ପ୍ରଦାନ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିପାଇଁ ସମସ୍ତ ନିର୍ମାଣ ସ୍ଥଳରେ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ।1