ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଆସନ୍ତାକାଲି ରାଉରକେଲା ଗସ୍ତ ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟା ଆସନ୍ତା ଏପ୍ରିଲ୍ ୨୧ ତାରିଖରେ ରାଉରକେଲା ଗସ୍ତ କରିବେ । ଏହି ଦିନିକିଆ ଅଧିକାରିକ କାର୍ଯ୍ୟକ୍ରମ ରାଉରକେଲା ସହର ପାଇଁ ଗୋଟିଏ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ଅବସର ହେବ ବୋଲି ଆଶା କରାଯାଉଛି । ତାଙ୍କ ଗସ୍ତ ସମୟରେ ସେ ରାଉରକେଲାର ବିଭିନ୍ନ ମୁଖ୍ୟ ପ୍ରକଳ୍ପ ଉଦଘାଟନ କରିବେ । ଏହା ମଧ୍ୟରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟର, ଟ୍ରାଇବାଲ ମ୍ୟୁଜିୟମ୍, ସାଇନ୍ସ ପାର୍କ ଏବଂ ପ୍ଲାନେଟୋ ରିୟମ୍ ସହ ଏକ ରିକ୍ରିଏସନାଲ୍ ପାର୍କ ଅନ୍ତର୍ଭୁକ୍ତ ଅଛି । ଏହି ପ୍ରକଳ୍ପଗୁଡ଼ିକ ରାଉରକେଲାକୁ ଏକ ସ୍ମାର୍ଟ ସିଟି ଭାବେ ଆଗକୁ ଆଣିବା ସହିତ ସାଧାରଣ ଲୋକଙ୍କ ସୁବିଧା ବୃଦ୍ଧି କରିବ ଓ ପର୍ଯ୍ୟଟନ, ଶିକ୍ଷା ଏବଂ ଅଞ୍ଚଳର ସମୃଦ୍ଧ ଆଦିବାସୀ ସଂସ୍କୃତିକୁ ପ୍ରଚାର କରିବ । ଏହା ସହିତ, ରାଷ୍ଟ୍ରପତି ସେକ୍ଟର-୧୪ ବିମାନବନ୍ଦର ପାଖରେ ଥିବା ମଇଦାନରେ ଆୟୋଜିତ ଏକ ବୃହତ୍ ସାଧାରଣ ସଭାରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ୧୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ସହ ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ଓ ସାଧାରଣ ନାଗରିକଙ୍କ ଉପସ୍ଥିତି ରହିବା ଆଶା କରାଯାଉଛି । ବିଭିନ୍ନ ସାଂସ୍କୃତିକ ଦଳଙ୍କ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ମଧ୍ୟ ହେବ, ଯାହା ଏହି ଅବସରକୁ ଅଧିକ ଆକର୍ଷଣୀୟ ଓ ଉତ୍ସବମୟ କରିବ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ମଧ୍ୟ ଯୋଗ ଦେବେ ।

- Post by ମିଲନ କୁମାର ନାଏକ1
- * ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସମାରୋହରେ ସ୍କୁଲର ଚେୟାରମ୍ୟାନ୍, ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି। *ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*1
- ଭାରତ ର ମହା ମହିମ ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗ୍ରସ୍ତ ଥିବାରୁ ଆସନ୍ତା ୨୧ତା ଝାରସୁଗୁଡ଼ା ଡ୍ରୋନ୍ ଉଡାଣ ରେ କଟକଣା ଜାରି କଲା ଝାରସୁଗୁଡ଼ା ପ୍ରସାଶନ ।1
- ଜମନକିରା ବ୍ଲକ୍ ସଦର ମହକୁମା ରେ ଭଲ Patho Labs ଟିଏ ନ ଥିଲା। ଯେଉଁ ହାତ ଗଣତି Patho Labs ଥିଲା ସେଥିରେ ଅଳ୍ପ କିଛି ରକ୍ତ ପରୀକ୍ଷା ହୋଇପାରୁଥିଲା। ଫଳରେ ଉନ୍ନତମାନର ରକ୍ତପରୀକ୍ଷା ପାଇଁ ସମ୍ବଲପୁର ଓ ବୁର୍ଲା ସହର ଉପରେ ନିର୍ଭର କରିବାକୁ ପଡୁଥିଲା। ଆଜି ଠାରୁ Pathkind Labs ହେବା ଫଳରେ ଜମନକିରା ଓ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ୍ ୧୬ ଗୋଟି ଅଞ୍ଚଳ ର ଲୋକେ ଉପକୃତ ହୋଇପାରିବେ।3
- ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ ଅନେକ ପ୍ରକାର ବିଷଧର ସରୀସୃପ ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।1
- Post by Titu Dehuru1
- ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?1
- ଆଜି ପବିତ୍ର ଅକ୍ଷୟ ତୃତୀୟା ଆଜି ଠାରୁ ମହାପ୍ରଭୁଙ୍କ ରଥଯାତ୍ରା ର ରଥକାଠ ଅନୁକୂଳ ହୋଇଥାଏ ଏବଂ ଚାଷୀ ଭାଇମାନେ କ୍ଷେତରେ ଧାନ ବୁଣା ଆରମ୍ଭ କରିଥାନ୍ତି।1