Shuru
Apke Nagar Ki App…
ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନା ଅନୁସାରେ, ଆସନ୍ତା ଜୁନ୍ ୧ ତାରିଖ ଯାଏଁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା, ବଜ୍ରପାତ ଏବଂ କୁଆପଥର ହେବାର ସମ୍ଭାବନା ରହିଛି। ଶନିବାର ଦିନ ଏନେଇ ପୂର୍ବାନୁମାନ କରି ଏହି ସତର୍କତା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ, ସମସ୍ତ ଲୋକଙ୍କୁ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଜ୍ରପାତ, ପ୍ରବଳ ପବନ ଏବଂ କୁଆପଥରରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
Mayurbhanj Public News
ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନା ଅନୁସାରେ, ଆସନ୍ତା ଜୁନ୍ ୧ ତାରିଖ ଯାଏଁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା, ବଜ୍ରପାତ ଏବଂ କୁଆପଥର ହେବାର ସମ୍ଭାବନା ରହିଛି। ଶନିବାର ଦିନ ଏନେଇ ପୂର୍ବାନୁମାନ କରି ଏହି ସତର୍କତା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ, ସମସ୍ତ ଲୋକଙ୍କୁ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଜ୍ରପାତ, ପ୍ରବଳ ପବନ ଏବଂ କୁଆପଥରରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
More news from ଓଡ଼ିଶା and nearby areas
- SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।1
- ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଶୁଭମ ଗୁରୁକୁଳ ମଧୁବନରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅତ୍ୟନ୍ତ ଚିତାକର୍ଷକ ଥିଲା।1
- ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରିପାରନ୍ତି ବୋଲି ଏକ ଗୁପ୍ତ ସୂଚନା ମିଳିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପରେ ମୟୂରଭଞ୍ଜ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍କୁ ଆସିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମବଙ୍ଗ ସୀମାନ୍ତ ଚାନ୍ଦୁଆ ଥାନା ଅନ୍ତର୍ଗତ ଚକଶୁଳିଆପଦା ଠାରେ ଆଜିଠାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଯାଞ୍ଚ ଆରମ୍ଭ ହୋଇଛି। ଏଥିପାଇଁ ପୋଲିସ ସେଠାରେ ଏକ ସ୍ୱତନ୍ତ୍ର ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରିଛି। ପଶ୍ଚିମବଙ୍ଗ ପଟୁ ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ସମସ୍ତ ଛୋଟବଡ଼ ଯାନବାହନ, ବାଇକ୍ ଏବଂ ମାଲବାହୀ ଟ୍ରକ୍ ଗୁଡ଼ିକୁ ପୋଲିସ ଅଟକାଇ କଡ଼ା ଯାଞ୍ଚ କରୁଛି। ଗାଡ଼ି ଚାଳକ ଏବଂ ସେଥିରେ ଯାତ୍ରା କରୁଥିବା ଲୋକଙ୍କ ପରିଚୟ ପତ୍ର ମଧ୍ୟ ପୋଲିସ ଯାଞ୍ଚ କରୁଛି, ଯେପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ। ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଏବଂ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି କଡ଼ା ଚେକିଂ ପ୍ରକ୍ରିୟା ନିରନ୍ତର ଭାବେ ଜାରି ରହିବ।4
- ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ପ୍ରାଣୀ ଚିକିତ୍ସାଳୟ ଗତ ୧୫ ବର୍ଷ ଧରି ବନ୍ଦ ହୋଇ ପଡି ରହିଛି।1
- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି। ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ। ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।1
- ବାଲେଶ୍ୱରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଦୁର୍ଗା ଗାର୍ଡେନ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ପୂର୍ବାହ୍ନରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ବିଭୁ ଦତ୍ତ ପରିଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ରାଜ୍ୟ ଯୁବ ବିଜୁ ଜନତା ଦଳ ଉପସଭାପତି ମନୋଜ ସେନାପତି, ଉପସଭାପତି ଅରୂପ ଶ୍ରୀ ଚନ୍ଦନ ଓ ତାପସ ପାଣିଗ୍ରାହୀ, ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତ୍ରୀ ମୀରା ପରିଡା ଓ ଜୟରାମ ଦାସ, ରାଜ୍ୟ ବିଜୁ ଜନତା ଦଳର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ ଏବଂ ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୌଭାଗ୍ୟ ଖୁଣ୍ଟିଆ, ଅଦ୍ୟା ଆଶୁତୋଷ, ବିକାଶ କୁମାର ବେହେରା, ଅଭିଷେକ ମହାନ୍ତି, ହୃଷିକେଶ ବେହେରା, ସଂଜୀବ କୁମାର ହାତୀ, ଲକ୍ସନ ପ୍ରଧାନ, ତପନ ଦାସ, ଦୀପକ ଜେନାଙ୍କ ସମେତ ବହୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟଙ୍କ ସହଯୋଗ ମିଳିଥିଲା।1
- ଜଣେ ଦେଢଶୁରଙ୍କ ମାଡ଼ରେ ତାଙ୍କ ଭାଇବୋହୂଙ୍କ ହାତ ଭାଙ୍ଗିଯାଇଛି। ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।1
- ମୟୁରଭଞ୍ଜ ଜିଲ୍ଲାର ଉଦଳା ମୁଖ୍ୟ ଚିକିତ୍ସାଳୟରେ ପୁଣିଥରେ ଚରମ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସର ଅନ୍ଧାରରେ ବୁଡ଼ି ରହିଥିଲା, ଯାହା ଫଳରେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଜରୁରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା, ବିଦ୍ୟୁତ ବିଭ୍ରାଟ ସମୟରେ ବିକଳ୍ପ ବ୍ୟବସ୍ଥା କେଉଁଠି ଥିଲା ଏବଂ ରୋଗୀଙ୍କ ସୁରକ୍ଷା ପ୍ରତି କିଏ ଦାୟୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା, ଯାହାକୁ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। କିନ୍ତୁ ପୁଣି ଥରେ ସମାନ ଦୃଶ୍ୟ ଦେଖାଯିବା ପରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟସେବାରେ ଏପରି ଅବହେଳା କେତେଦୂର ଗ୍ରହଣୀୟ, ସେ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।1