ବାଲେଶ୍ୱରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଦୁର୍ଗା ଗାର୍ଡେନ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ପୂର୍ବାହ୍ନରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ବିଭୁ ଦତ୍ତ ପରିଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ରାଜ୍ୟ ଯୁବ ବିଜୁ ଜନତା ଦଳ ଉପସଭାପତି ମନୋଜ ସେନାପତି, ଉପସଭାପତି ଅରୂପ ଶ୍ରୀ ଚନ୍ଦନ ଓ ତାପସ ପାଣିଗ୍ରାହୀ, ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତ୍ରୀ ମୀରା ପରିଡା ଓ ଜୟରାମ ଦାସ, ରାଜ୍ୟ ବିଜୁ ଜନତା ଦଳର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ ଏବଂ ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୌଭାଗ୍ୟ ଖୁଣ୍ଟିଆ, ଅଦ୍ୟା ଆଶୁତୋଷ, ବିକାଶ କୁମାର ବେହେରା, ଅଭିଷେକ ମହାନ୍ତି, ହୃଷିକେଶ ବେହେରା, ସଂଜୀବ କୁମାର ହାତୀ, ଲକ୍ସନ ପ୍ରଧାନ, ତପନ ଦାସ, ଦୀପକ ଜେନାଙ୍କ ସମେତ ବହୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟଙ୍କ ସହଯୋଗ ମିଳିଥିଲା।

- ବାଲେଶ୍ୱରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଦୁର୍ଗା ଗାର୍ଡେନ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ପୂର୍ବାହ୍ନରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୨୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ ଓ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ବିଭୁ ଦତ୍ତ ପରିଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରରେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ରାଜ୍ୟ ଯୁବ ବିଜୁ ଜନତା ଦଳ ଉପସଭାପତି ମନୋଜ ସେନାପତି, ଉପସଭାପତି ଅରୂପ ଶ୍ରୀ ଚନ୍ଦନ ଓ ତାପସ ପାଣିଗ୍ରାହୀ, ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତ୍ରୀ ମୀରା ପରିଡା ଓ ଜୟରାମ ଦାସ, ରାଜ୍ୟ ବିଜୁ ଜନତା ଦଳର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ ଏବଂ ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୌଭାଗ୍ୟ ଖୁଣ୍ଟିଆ, ଅଦ୍ୟା ଆଶୁତୋଷ, ବିକାଶ କୁମାର ବେହେରା, ଅଭିଷେକ ମହାନ୍ତି, ହୃଷିକେଶ ବେହେରା, ସଂଜୀବ କୁମାର ହାତୀ, ଲକ୍ସନ ପ୍ରଧାନ, ତପନ ଦାସ, ଦୀପକ ଜେନାଙ୍କ ସମେତ ବହୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟଙ୍କ ସହଯୋଗ ମିଳିଥିଲା।1
- ପ୍ରଭାତ ବିଶ୍ବାଳ, ଦେବାଶିଷ ସାମନ୍ତରାୟଙ୍କ ଅସଲ ମୁଖା ଖୋଲି ଦେଇଥିବା ସୂଚନା ମିଳିଛି।1
- ଜଣେ ଦେଢଶୁରଙ୍କ ମାଡ଼ରେ ତାଙ୍କ ଭାଇବୋହୂଙ୍କ ହାତ ଭାଙ୍ଗିଯାଇଛି। ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।1
- ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ପ୍ରାଣୀ ଚିକିତ୍ସାଳୟ ଗତ ୧୫ ବର୍ଷ ଧରି ବନ୍ଦ ହୋଇ ପଡି ରହିଛି।1
- ଯେଉଁ ଝିଅ ନିଜ ବାପାଙ୍କୁ ନିଜର ଆଦର୍ଶ ତଥା ଦୁନିଆର ସବୁଠାରୁ ଭଲ ମଣିଷ ବୋଲି ଭାବୁଥିଲା, ହଠାତ୍ ତାଙ୍କର ଏକ ଅନ୍ଧାରୀ ସତ୍ୟ ସାମ୍ନାକୁ ଆସିଛି। ଏହି ସତ୍ୟ କୌଣସି ବଡ଼ ପ୍ରତାରଣା, ଅପରାଧ କିମ୍ବା ଅତୀତର କଳା କାରନାମା ହୋଇପାରେ। ଯେତେବେଳେ ଏହି ଘଟଣା ଝିଅର ଶାଶୁଘର ଲୋକ ଏବଂ ସ୍ୱାମୀ ଜାଣିବାକୁ ପାଇଲେ, ସେତେବେଳେ ସେମାନଙ୍କ ଦୃଷ୍ଟିରେ ଝିଅଟିର ସମ୍ମାନ ମଧ୍ୟ କମିଯାଇଛି।1
- SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।1
- ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ସନ୍ଧ୍ୟାରେ ଅଭିଳାଷ ପଣ୍ଡାଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରାଯାଇଛି। ଏହି ପ୍ରତିବାଦ ସମୟରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ଇଂ. ରଞ୍ଜନ ଦାସ ଓ କଂଗ୍ରେସ ଛାତ୍ର ନେତା ଗୌତମ ସାହୁଙ୍କ ନେତୃତ୍ୱରେ ବିଦ୍ୟୁତ ମାର୍ଗର ରେଳବାଇ ଓଭରବ୍ରିଜ ଛକରୁ ଏକ ଶୋଭାଯାତ୍ରା ବାହାରି ଷ୍ଟେସନ ଛକରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦକାରୀମାନେ ଶ୍ରୀ ପଣ୍ଡାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ନେତା ସରୋଜ କୁମାର ଲେଙ୍କା, ଟାଉନ କଂଗ୍ରେସ ସଭାପତି ଅନୁପ କୁମାର ସ୍ୱାଇଁ ସମେତ ବହୁ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, ଓଡ଼ିଆ ଭାଷାକୁ ସୁରକ୍ଷା ଦେଇ ବଙ୍ଗୀୟ ଷଡ଼ଯନ୍ତ୍ରରୁ ରକ୍ଷା କରିଥିବା ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଜାତି ଓ ଭାଷାର ଅସ୍ମିତାର ପ୍ରତୀକ। ତାଙ୍କୁ ଅସମ୍ମାନ କରିବା ଦ୍ୱାରା ଶ୍ରୀ ପଣ୍ଡାଙ୍କ ଶିକ୍ଷା, ଦୀକ୍ଷା ଓ ସଂସ୍କାରର ପରିଚୟ ମିଳୁଛି ବୋଲି ସେମାନେ ମତ ଦେଇଥିଲେ। ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ ଯେ, ବାଲେଶ୍ୱରର ସାଂସଦ ଓ ବିଧାୟକମାନେ ଏହି ପ୍ରସଙ୍ଗରେ ନୀରବ ରହିବା ଦୁଃଖଦ ଓ ପରିତାପର ବିଷୟ ଏବଂ ସେମାନଙ୍କ ନୀରବତା ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ମର୍ମାହତ କରିଛି।1
- ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଦିଅର ନିଜ ଭାଉଜକୁ ଅପହରଣ କରିଥିବା ସୂଚନା ମିଳିଛି। ଏହି ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।1