logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଦିଅର ନିଜ ଭାଉଜକୁ ଅପହରଣ କରିଥିବା ସୂଚନା ମିଳିଛି। ଏହି ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

17 hrs ago
user_PP NEWS ODISHA
PP NEWS ODISHA
ସିମିଳିଆ, ବାଲେଶ୍ୱର, ଓଡ଼ିଶା•
17 hrs ago

ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଦିଅର ନିଜ ଭାଉଜକୁ ଅପହରଣ କରିଥିବା ସୂଚନା ମିଳିଛି। ଏହି ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।

More news from ଓଡ଼ିଶା and nearby areas
  • ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଜନସାଧାରଣଙ୍କ ପାଇଁ SIR ସମ୍ପର୍କରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି।
    1
    ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଜନସାଧାରଣଙ୍କ ପାଇଁ SIR ସମ୍ପର୍କରେ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    18 hrs ago
  • SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।
    1
    SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଶୁଭମ ଗୁରୁକୁଳ ମଧୁବନରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅତ୍ୟନ୍ତ ଚିତାକର୍ଷକ ଥିଲା।
    1
    ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଶୁଭମ ଗୁରୁକୁଳ ମଧୁବନରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅତ୍ୟନ୍ତ ଚିତାକର୍ଷକ ଥିଲା।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି। ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ। ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।
    1
    ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି।

ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ।

ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ବୋଡକ ଅଞ୍ଚଳରେ କାଳବୈଶାଖୀର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
    1
    ବୋଡକ ଅଞ୍ଚଳରେ କାଳବୈଶାଖୀର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    12 hrs ago
  • ବାଲେଶ୍ୱର ସହରରେ ଆଗାମୀ ‘ଈଦ୍-ଉଲ୍-ଜୁହା’ ବା ବକ୍ରିଦ୍ ପର୍ବକୁ ଶାନ୍ତି, ମୈତ୍ରୀ ଓ ସାମ୍ପ୍ରଦାୟିକ ସଦ୍ଭାବନା ସହ ପାଳନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୫ ଘଟିକାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନର କର୍ମଚାରୀ ଏବଂ ମୁସଲିମ୍ ସମ୍ପ୍ରଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜସେବୀ ଯୋଗ ଦେଇଥିଲେ। ବୈଠକରେ ବାଲେଶ୍ୱରର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ, ଉପ ଜିଲ୍ଲାପାଳ ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ସଦର SDPO ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ସହର ତଥା ଆଖପାଖ ଅଞ୍ଚଳର ବିଭିନ୍ନ ମସଜିଦ୍ କମିଟିର ସଭାପତି, ସମ୍ପାଦକ, ମୌଲାନା ଏବଂ ମୁସଲିମ୍ ସମ୍ପ୍ରଦାୟର ଶତାଧିକ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ପର୍ବକୁ ସୂଚାରୁରୂପେ ପାଳନ କରିବା ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ମେ ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ବକ୍ରିଦ୍ ଉତ୍ସବ ପାଳନ କରାଯିବ, ଯେଉଁଥିରେ ମସଜିଦ୍ ଓ ଈଦ୍‌ଗାହଗୁଡ଼ିକରେ ସମୂହ ନମାଜ ପାଠ ଏବଂ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବାର ପରମ୍ପରା ରହିଛି। ବାଲେଶ୍ୱରର ସଂସ୍କୃତି ସଦାସର୍ବଦା ଭାଇଚାରାର ସଂସ୍କୃତି ହୋଇଥିବାରୁ, ଏହି ତିନି ଦିନ କିପରି ସହରରେ ସୁରକ୍ଷା ଓ ଶାନ୍ତିର ମାହୋଲ ବଜାୟ ରହିବ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ଯେ ବାଲେଶ୍ୱର ହେଉଛି ଅମାୟିକ ସଦ୍ଭାବନାର ସହର ଏବଂ ଜିଲ୍ଲା ପ୍ରଶାସନ ଏହି ପର୍ବକୁ ଅତି ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ବାତାବରଣରେ ସମ୍ପନ୍ନ କରିବା ପାଇଁ ପ୍ରତିବଦ୍ଧ। ସମସ୍ତ ମସଜିଦ୍ ନିକଟରେ ସ୍ୱଚ୍ଛତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଜନସାଧାରଣଙ୍କୁ କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଏବଂ ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ସେୟାର ନ କରିବାକୁ ଅନୁରୋଧ କରିଛନ୍ତି। ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉତ୍ସବ ସମୟରେ ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳ, ମସଜିଦ୍ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦିନରାତି ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ୍ ପ୍ରଶାସନ ପକ୍ଷରୁ ବକ୍ରିଦ୍ ପାଳନ ପାଇଁ ଅପରାହ୍ନ ୪.୦୦ ଘଟିକା ରୁ ରାତି ୧୦.୦୦ ଘଟିକା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ବାଣ ଏବଂ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ବୈଠକରେ ଉପସ୍ଥିତ ମୁସଲିମ୍ ସମ୍ପ୍ରଦାୟର ବରିଷ୍ଠ ନେତୃବୃନ୍ଦ ଏବଂ ଈଦ୍‌ଗାହ କମିଟିର ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ ସ୍ୱାଗତ କରିବା ସହ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ଏକ ସ୍ୱରରେ କହିଥିଲେ ଯେ ବକ୍ରିଦ୍ ତ୍ୟାଗ, ଦୟା ଏବଂ ମାନବିକତାର ପର୍ବ ଏବଂ ବାଲେଶ୍ୱରର ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ଥିବା ସଦ୍ଭାବନାକୁ କେହି ଭଙ୍ଗ କରିପାରିବେ ନାହିଁ, ତେଣୁ ଏହି ପର୍ବକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ।
    1
    ବାଲେଶ୍ୱର ସହରରେ ଆଗାମୀ ‘ଈଦ୍-ଉଲ୍-ଜୁହା’ ବା ବକ୍ରିଦ୍ ପର୍ବକୁ ଶାନ୍ତି, ମୈତ୍ରୀ ଓ ସାମ୍ପ୍ରଦାୟିକ ସଦ୍ଭାବନା ସହ ପାଳନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ ୫ ଘଟିକାରେ ଆରମ୍ଭ ହୋଇଥିବା ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନର କର୍ମଚାରୀ ଏବଂ ମୁସଲିମ୍ ସମ୍ପ୍ରଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜସେବୀ ଯୋଗ ଦେଇଥିଲେ। ବୈଠକରେ ବାଲେଶ୍ୱରର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ, ଉପ ଜିଲ୍ଲାପାଳ ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ସଦର SDPO ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ସହର ତଥା ଆଖପାଖ ଅଞ୍ଚଳର ବିଭିନ୍ନ ମସଜିଦ୍ କମିଟିର ସଭାପତି, ସମ୍ପାଦକ, ମୌଲାନା ଏବଂ ମୁସଲିମ୍ ସମ୍ପ୍ରଦାୟର ଶତାଧିକ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ପର୍ବକୁ ସୂଚାରୁରୂପେ ପାଳନ କରିବା ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ମେ ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ବକ୍ରିଦ୍ ଉତ୍ସବ ପାଳନ କରାଯିବ, ଯେଉଁଥିରେ ମସଜିଦ୍ ଓ ଈଦ୍‌ଗାହଗୁଡ଼ିକରେ ସମୂହ ନମାଜ ପାଠ ଏବଂ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବାର ପରମ୍ପରା ରହିଛି। ବାଲେଶ୍ୱରର ସଂସ୍କୃତି ସଦାସର୍ବଦା ଭାଇଚାରାର ସଂସ୍କୃତି ହୋଇଥିବାରୁ, ଏହି ତିନି ଦିନ କିପରି ସହରରେ ସୁରକ୍ଷା ଓ ଶାନ୍ତିର ମାହୋଲ ବଜାୟ ରହିବ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ଯେ ବାଲେଶ୍ୱର ହେଉଛି ଅମାୟିକ ସଦ୍ଭାବନାର ସହର ଏବଂ ଜିଲ୍ଲା ପ୍ରଶାସନ ଏହି ପର୍ବକୁ ଅତି ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ବାତାବରଣରେ ସମ୍ପନ୍ନ କରିବା ପାଇଁ ପ୍ରତିବଦ୍ଧ। ସମସ୍ତ ମସଜିଦ୍ ନିକଟରେ ସ୍ୱଚ୍ଛତା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଜନସାଧାରଣଙ୍କୁ କୌଣସି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଏବଂ ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ସେୟାର ନ କରିବାକୁ ଅନୁରୋଧ କରିଛନ୍ତି।

ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉତ୍ସବ ସମୟରେ ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳ, ମସଜିଦ୍ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦିନରାତି ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ୍ ପ୍ରଶାସନ ପକ୍ଷରୁ ବକ୍ରିଦ୍ ପାଳନ ପାଇଁ ଅପରାହ୍ନ ୪.୦୦ ଘଟିକା ରୁ ରାତି ୧୦.୦୦ ଘଟିକା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ବାଣ ଏବଂ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ବୈଠକରେ ଉପସ୍ଥିତ ମୁସଲିମ୍ ସମ୍ପ୍ରଦାୟର ବରିଷ୍ଠ ନେତୃବୃନ୍ଦ ଏବଂ ଈଦ୍‌ଗାହ କମିଟିର ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ ସ୍ୱାଗତ କରିବା ସହ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ଏକ ସ୍ୱରରେ କହିଥିଲେ ଯେ ବକ୍ରିଦ୍ ତ୍ୟାଗ, ଦୟା ଏବଂ ମାନବିକତାର ପର୍ବ ଏବଂ ବାଲେଶ୍ୱରର ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ଥିବା ସଦ୍ଭାବନାକୁ କେହି ଭଙ୍ଗ କରିପାରିବେ ନାହିଁ, ତେଣୁ ଏହି ପର୍ବକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ମୟୂରଭଞ୍ଜ ଜିଲ୍ଲାର ବାରିପଦା ସୁପ୍ରଭା ଗୁରୁକୁଳରେ ଏକ ବିଶେଷ ଧରଣର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି।
    1
    ମୟୂରଭଞ୍ଜ ଜିଲ୍ଲାର ବାରିପଦା ସୁପ୍ରଭା ଗୁରୁକୁଳରେ ଏକ ବିଶେଷ ଧରଣର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ମୟୁରଭଞ୍ଜ ଜିଲ୍ଲାର ଉଦଳା ମୁଖ୍ୟ ଚିକିତ୍ସାଳୟରେ ପୁଣିଥରେ ଚରମ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସର ଅନ୍ଧାରରେ ବୁଡ଼ି ରହିଥିଲା, ଯାହା ଫଳରେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଜରୁରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା, ବିଦ୍ୟୁତ ବିଭ୍ରାଟ ସମୟରେ ବିକଳ୍ପ ବ୍ୟବସ୍ଥା କେଉଁଠି ଥିଲା ଏବଂ ରୋଗୀଙ୍କ ସୁରକ୍ଷା ପ୍ରତି କିଏ ଦାୟୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା, ଯାହାକୁ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। କିନ୍ତୁ ପୁଣି ଥରେ ସମାନ ଦୃଶ୍ୟ ଦେଖାଯିବା ପରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟସେବାରେ ଏପରି ଅବହେଳା କେତେଦୂର ଗ୍ରହଣୀୟ, ସେ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।
    1
    ମୟୁରଭଞ୍ଜ ଜିଲ୍ଲାର ଉଦଳା ମୁଖ୍ୟ ଚିକିତ୍ସାଳୟରେ ପୁଣିଥରେ ଚରମ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସର ଅନ୍ଧାରରେ ବୁଡ଼ି ରହିଥିଲା, ଯାହା ଫଳରେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏଭଳି ଏକ ଜରୁରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା, ବିଦ୍ୟୁତ ବିଭ୍ରାଟ ସମୟରେ ବିକଳ୍ପ ବ୍ୟବସ୍ଥା କେଉଁଠି ଥିଲା ଏବଂ ରୋଗୀଙ୍କ ସୁରକ୍ଷା ପ୍ରତି କିଏ ଦାୟୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା, ଯାହାକୁ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। କିନ୍ତୁ ପୁଣି ଥରେ ସମାନ ଦୃଶ୍ୟ ଦେଖାଯିବା ପରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟସେବାରେ ଏପରି ଅବହେଳା କେତେଦୂର ଗ୍ରହଣୀୟ, ସେ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଆଜି ଅପରାହ୍ନରେ କରଞ୍ଜିଆ ସହରରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଲଗାଣ ବର୍ଷା ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝଡ଼ ଓ ବର୍ଷା ଯୋଗୁଁ କରଞ୍ଜିଆ-ଚଢ଼େଇଭୋଳ ଏବଂ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇବା ପରେ କରଞ୍ଜିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତା ଉପରୁ ଗଛଗୁଡ଼ିକୁ ହଟାଇ ଦିଆଯାଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବିଭାଗର ଏହି ତ୍ୱରିତ ଓ ତତ୍ପର ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
    4
    ଆଜି ଅପରାହ୍ନରେ କରଞ୍ଜିଆ ସହରରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଲଗାଣ ବର୍ଷା ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝଡ଼ ଓ ବର୍ଷା ଯୋଗୁଁ କରଞ୍ଜିଆ-ଚଢ଼େଇଭୋଳ ଏବଂ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା।

ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇବା ପରେ କରଞ୍ଜିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତା ଉପରୁ ଗଛଗୁଡ଼ିକୁ ହଟାଇ ଦିଆଯାଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବିଭାଗର ଏହି ତ୍ୱରିତ ଓ ତତ୍ପର ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.