Shuru
Apke Nagar Ki App…
Looking to Buy Budget : 4000 City / Locality : angul Device Category : Smartphone Variant (RAM / Storage) : 6GB / 64GB Body Condition : Old angul
Shibaram naik
Looking to Buy Budget : 4000 City / Locality : angul Device Category : Smartphone Variant (RAM / Storage) : 6GB / 64GB Body Condition : Old angul
More news from ଓଡ଼ିଶା and nearby areas
- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ -------------- ନୟାଗଡ଼, ତାରିଖ: ୨୫.୦୮.୨୦୨୬- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ନୟାଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ଶକ୍ତି ସଦନ, ତୁଳସୀପୁର ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ, ଡିମିରିଝରି ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଆଶ୍ରମ ବିଦ୍ୟାଳୟ ଏବଂ ଦଶପଲ୍ଲାସ୍ଥିତ ଶ୍ରୀ କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଛତୁଆ ୟୁନିଟ୍ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକଳାପ ଓ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ସମୟରେ ଶିଶୁମାନଙ୍କ ପାଇଁ ଉପଲବ୍ଧ ସେବା, ପୋଷଣ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଆୟୋଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ସେହିପରି ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟରେ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ରହଣି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ମଧ୍ୟ ତଥ୍ୟ ନିଆଯାଇଥିଲା। ଶିଶୁମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କୁ ଏକ ସୁରକ୍ଷିତ ଓ ଉତ୍ତମ ପରିବେଶ ଯୋଗାଇଦେବା ଏବଂ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମାନ୍ୟବର ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଶ୍ରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆୟୋଗକୁ ଆବଶ୍ୟକ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ସଦଭାବନା ଗୃହ, ନୟାଗଡ଼ ଠାରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଶିଶୁମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ବିଶେଷକରି ବାଲ୍ୟ ବିବାହ, ଶିଶୁ ଶ୍ରମ ଏବଂ ଶିଶୁ ଅଧିକାରର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମକୁ କିପରି ପ୍ରଭାବଶାଳୀ ଭାବେ ରୋକାଯାଇପାରିବ, ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ କିପରି ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ମତବିନିମୟ କରାଯାଇଥିଲା।2
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। OASIS Movement, Gujaratର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ମେହୁଲ ପଞ୍ଚାଲ, Tofanpari Foundationର ସଭାପତି ଆଡଭୋକେଟ୍ ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା ଏବଂ ପରାମର୍ଶଦାତା ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଦସ୍ୟା ସୁଶ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ Tofanpari Foundation ଓ OASIS Movementର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଇଥିଲା। ଆଡଭୋକେଟ୍ ବିଶ୍ୱଜିତ ମିଶ୍ର ଯୁବପିଢ଼ି ମଧ୍ୟରେ ନେତୃତ୍ୱ ଓ ଚରିତ୍ର ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ତୋଫାନ ପରିଡ଼ା OASIS MISAAL ପ୍ରକଳ୍ପର ଲକ୍ଷ୍ୟ, ଦୃଷ୍ଟିକୋଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l ଶେଷରେ Tofanpari Foundationର ପରାମର୍ଶଦାତା ଶ୍ରୀ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ।2
- ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ ତିନି ଲକ୍ଷ ଲୋକଙ୍କ ନିର୍ଭର କରୁଥିବା ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତର ଖାନାରେ ଡକ୍ତର ଅଭାବ #LatestNews #UpdateNews #apanankakhabara #news #OdishaNews #odisha1
- ନାଛି ଦେଲେ ନବୀନ ପଟ୍ଟନାୟକ ଙ୍କୁ ବାବୁ ସିଂ ପୂରା ଖଞ୍ଜଣା ପାଉତି କାଟି ଧରେଇ ଦେଲେ ହାତରେ1
- *दिल्लीवाले टैक्स वर्ल्ड-क्लास सिटी का भर रहे हैं और सुविधाएं थर्ड क्लास सिटी की मिल रही हैं।* _दिल्ली की पॉश कॉलोनियों से लेकर सड़कें और चौराहें इसी तरह जलमग्न हैं। लगता है हल्की सी बारिश में ही इस सरकार के चारों इंजन डूबकर सीज हो गए हैं।_1
- ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ, ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀ ଫେରୁଛନ୍ତି ରାୟଗଡ଼ା ଜିଲ୍ଲାର ଦୁନ୍ଦୁଲି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିବାର ସୂଚନା ଦେଇଛନ୍ତି ସମାଜସେବୀ ମୂର୍ତ୍ତି ମିଣିଆକା । ଏଠାରେ ଥିବା ଜନ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବିକା ଦିଦିଙ୍କ ଅନୁପସ୍ଥିତ ଯୋଗୁଁ ରୋଗୀମାନେ ସ୍ବାସ୍ଥ୍ୟ ସେବା ନପାଇ ନିରାଶାରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୧୬ଟି ଗ୍ରାମର ଲୋକେ ନିର୍ଭରଶୀଳ। ବର୍ଷା ଋତୁରେ ଏବେ ମେଲେରିଆ, ଡେଙ୍ଗୁ ଜ୍ବର, ସର୍ଦ୍ଦି କାଶ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମାଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି। ମାତ୍ର ଚିକିତ୍ସା ଦାୟିତ୍ବରେ ଥିବା ଦିଦି ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି । ସ୍ବାସ୍ଥ୍ୟ ସେବା ଏଠାରେ ଠପ୍ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।1
- ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସାମ୍ମନାରେ ଜିଲ୍ଲା କଂଗ୍ରେସ ତରଫରୁ ଆନ୍ଦୋଳନ ଛବି ରାଜ ବିଶ୍ଵାଳ ଙ୍କ ନେତୁତ ର ପ୍ରତିବାଦ ସଭା ତ କୁଶପୁତଳିକା ଦାହ1
- ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ । ବୌଦ୍ଧ ଜିଲ୍ଲାକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ଆମର ପ୍ରାଥମିକତା ହେବ :- ଜିଲ୍ଲାପାଳ l ବୌଦ୍ଧ:ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ହାଇୱେ ସୁରକ୍ଷା ଟ୍ୟାକ୍ସ ଫୋର୍ସ କମିଟି ମିଟିଂ,ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର୍ଯ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁ ସମସ୍ତଙ୍କୁ ସ୍ବାଗତ କରି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର କାର୍ଯ୍ୟାବଳୀ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ କହିଲେ ଯେ, ବୌଦ୍ଧ ଜିଲ୍ଲାବାସୀଙ୍କ ଧନ ଜୀବନ କିଭଳି ସୁରକ୍ଷିତ ରହିବ ଏହା ଆମର ପ୍ରାଥମିକତା ହେବା ଉଚିତ । ହେଲମେଟ ପରିଧାନ , ମଦ୍ୟପ ଡ୍ରାଇଭର ମାନଙ୍କୁ ନିୟମିତ ଯାଞ୍ଚ କରି ଜରିମାନା ଆଦାୟ କରାଯିବ, ରାସ୍ତାରେ କେହି ବାଲି, ମେଟାଲ ଜମା କରିବେନାହିଁ, ରାସ୍ତା ଉପରେ ଭାରିଯାନ ପାର୍କିଂ ହେବନାହିଁ । ଏଥିପାଇଁ ପରିବହନ, ପୋଲିସ, ଅବକାରୀ ବିଭାଗ ଓ ତହସିଲଦାର ମିଳିତ ପଦକ୍ଷେପ ଗ୍ରହଣ କରିବେ । ସମସ୍ତ ରାସ୍ତା ରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଆର୍ ଡି, ପୂର୍ତ୍ତ, ପରିବହନ ବିଭାଗ ଓ ତହସିଲଦାର ମିଳିତ ପଦକ୍ଷେପ ନେବେ l ସମୀକ୍ଷାରୁ ଜଣାଗଲା ଯେ, ଚଳିତ ୨୦୨୬ ମସିହାର ପ୍ରଥମ ସାତ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୬୬୯୦ଟି ଚାଲାଣ କଟାଯାଇଥିବା ବେଳେ ୧ କୋଟି ୮୪ ଲକ୍ଷ ୦୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।ଆରଟିଓ ଙ୍କ ପକ୍ଷରୁ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୮୯ଟି, ହେଲମେଟ୍ ନ ପିନ୍ଧିବା ପାଇଁ ୨୫୩୦ଟି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ପାଇଁ ୨୫୪୪ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧୬୬ଟି ମାମଲା ରୁଜୁ ହେବା ସହ ୯୨୧ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା । ସେହିପରି ପୋଲିସ ପକ୍ଷରୁ ଇ-ଚାଲାଣ ମାଧ୍ୟମରେ ହେଲମେଟ୍ ନ ପିନ୍ଧିବା ପାଇଁ ୧୩୫୫ଟି ଓ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୫୩୫ , ମଦ୍ୟପ ଗାଡ଼ି ଚାଳନା ପାଇଁ ୧୦୮ ଟି ଚାଲାଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଏ ବର୍ଷର ପ୍ରଥମ ସାତ ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଗୁରୁତର ଆହତ ହୋଇଛନ୍ତି l ଏହି ଅବସରରେ ଦୁର୍ଘଟଣାରୁ ଜୀବନ ରକ୍ଷା କରିବା ପାଇଁ ବେଷ୍ଟ୍ ସାମାରିଟାନ ହିସାବରେ ଅଧ୍ୟାପକ ତଥା ସଡ଼କ ସୁରକ୍ଷା ମାଷ୍ଟର ଟ୍ରେନର ଅଶୋକ କୁମାର ପାଣ୍ଡିଆଙ୍କୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ସମୀକ୍ଷା ବୈଠକରେ ଡି ଏସ୍ପି ଗୌରାଙ୍ଗ ଚରଣ ସାହୁ , ଆର୍ ଆଣ୍ଡ ବି ଯନ୍ତ୍ରି କୁନା ଚରଣ ସିଂ, ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ, ଏମ୍ଭିଆଇ ସଞ୍ଜୟ କୁମାର ବେହେରା, ଟ୍ରାଫିକ ଇନସ୍ପେକ୍ଟର ଦେବାଶିଷ ନାୟକ, ଏସ୍ଡିଓ ଏନ୍ଏଚ୍ ପ୍ରଶାନ୍ତ କୁମାର ସାହୁ, ଟ୍ରକ୍ ମାଲିକ ସଂଘ ସଭାପତି ଶିବ ମିଶ୍ର,ପ୍ରାଇଭେଟ୍ ବସ୍ ଆସୋସିଏସନ୍ର ଶେଖ୍ ସାମିଉଲ୍ଲା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ ।2
- ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଡାଲ ମେ କୁଛ କାଲା ହେ ଦେଶରେ ବର୍ତ୍ତମାନ ପ୍ରଚଳିତ E 20 ପେଟ୍ରୋଲ କୁ ନେଇ କଣ କହୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ #LatestNews #UpdateNews #apanankakhabara #news #OdishaNews #odisha1