ଆଧାର ରେ ତ୍ରୁଟି ପାଇଁ ଅଧାରେ ଅଟକିଲା ସୁମିତା ର ପାଠ ଉଦଳା, (ରାଜୀବ ବେହେରା) : ସ୍କୁଲରେ ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଛାତ୍ରି l ଆଧାର ଭୁଲି ଥିବାରୁ ପାଠ ପଢ଼ାରେ ଡୋରି ବାନ୍ଧିଲେ ସୁମିତା ହେମ୍ବ୍ରମ l ଏ ହେଉଛି ସୁମିତା ହେମ୍ବ୍ରମ, ପିତା ରାମହେମ୍ବ୍ରମ, ମାତା ପାନୀ ହେମ୍ବ୍ରମ ..ଖୁଣ୍ଟା ଥାନା ଖୁଣ୍ଟା ବ୍ଲକ ଅଧୀନ କଉଡିଆ ଖୁଣ୍ଟା ରାଣିବନ୍ଦ ଅଞ୍ଚଳ ରେ ଏକ ଗରିବ ପରିବାର, ମୁଲ ଲାଗି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାରର ଗୁଜୁରାଣ ହୋଇ ଥାଏ, ହେଲେ ସୁମିତା ଙ୍କ ବାପା ଏବେ ଶଯ୍ୟlସାଇ ହୋଇ ଯାଇଛନ୍ତି, ପକ୍ଷାଘାତ ରୋଗରେ ପୀଡିତ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି l ତେବେ ରାମଙ୍କ ଏଭଳି ଅବସ୍ଥାରେ ପରିବାର ଟି ଦୁଃଖ ଦୁର୍ଦଶା ରେ ପୁରା ପରିବାର, ତେବେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ସୁମିତl ହେମ୍ବ୍ରମ ଆଜକୁ ଦୀର୍ଘ ଦିନ ହେବ ଆଧାର କାର୍ଡ ରେ ତ୍ରୁଟି ପାଇଁ ହଇରାଣ ହରକତ ହେଉଥିବା ଆମ ପ୍ରତିନିଧୂଙ୍କ ନଜରକୁ ଆସିଛି, ତେବେ ଆମ ପ୍ରତିନିଧିଙ୍କ ଆଗରେ ବିସ୍ତୃତ ଘଟଣାକୁ କହିଛନ୍ତି l ସୁମିତା ବର୍ତ୍ତମାନ କୁଆମରା ଟିକାୟତ ପୁର ବାଳିକା ବିଦ୍ୟାଳୟ, ମୟୁରଭଞ୍ଜ ଷଷ୍ଠ ଶ୍ରେଣୀରେ ଅଧୟନ କରୁଛନ୍ତି, ତାଙ୍କର ଆଧାରରେ ନାମର ପ୍ରଥମ ଅକ୍ଷର ସୁମିତା ହେମ୍ବ୍ରମ ଜାଗାରେ ସାର ହେମ୍ବ୍ରମ ଲେଖା ଅଛି, ତେଣୁ ଭୁଲ ଥିବାରୁ ଆଜିପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ସରକାରଙ୍କ କୌଣସି ସହାୟତା ପାଇ ବାରୁ ବଞ୍ଚିତ ହୋଇ ଛନ୍ତି, ତେବେ ସରକାର ଙ୍କ କୌଣସି ଆର୍ଥକ ସହାୟତା ପାଇବାରୁ ବଞ୍ଚିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି ସୁମିତା ଙ୍କ ବାପା,ସୁମିତା ବାପାଙ୍କ ଆର୍ଥକ ଅବସ୍ଥା ଠିକ ନଥୁବା ବେଳେ ସେମାନଙ୍କ ପାଠ ପଢ଼ୀ ବାରେ ବ୍ୟାଘାତ ସୃଷ୍ଟି ହେଉଛି, ବାରମ୍ବାର ପ୍ରଶାସନିକ ସ୍ତର ରେ ଆଧାର କାର୍ଡ ରେ ସୁଧାର ଆଣିବାକୁ ଦୌଡ଼ି ଦୌଡ଼ି ପରିବାର ଏବଂ ଅଭିଭାବକ ଥକି ପଡିଛନ୍ତି, ସୁମିତା ବିଦ୍ୟାଳୟର ମାଟି ମାଡ଼ି ଛନ୍ତି ସତ ହେଲେ ସେ ଜଣେ ଆଦିବାସୀ ପରିବାରର ହୋଇ ମଧ୍ୟ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇ ଛନ୍ତି, ଯାହା ପୁରା ପରିବାର ପାଇଁ ବଡ ଦୁଃଖର ବିଷୟ ଦେଖୁବାକୁ ମିଳିଛି, ବିଦ୍ୟାଳୟରେ ଅଭିଯୋଗ ଦେଲେ ଆଧାର କାର୍ଡ ସଂସଧନ ପାଇଁ ପଠାଇ ଦେଉଛନ୍ତି, ସେ ଆଧାର କାର୍ଡ଼ ସଂସଧନ କରିନପାରିବାରୁ ସବୁ ସୁବିଧା ରୁ ବାଦ ପଡି ଛନ୍ତି, ତେବେ ପରିବାର ପକ୍ଷରୁ କିପରି ଶୀଘ୍ର ଏହି ସମସ୍ୟା ର ସମାଧାନ ହୋଇ ପlରିବ ସେଥିପାଇଁ ପ୍ରଶାସନ ଏବଂ ସରକାରଙ୍କୁ ବିନୀତ ପ୍ରାର୍ଥନା କରି ଛନ୍ତି, ପ୍ରଥମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା, ପିଲାଙ୍କୁ ମାଗଣା ଓ ବାଧ୍ୟତାମୁଳକ ଶିକ୍ଷା ସରକାର ଘୋଷଣା କରି ଥିବା ବେଳେ ଏହି ନାବାଳିକା ଆଧାର ସମ୍ବନ୍ଧୀୟ ତ୍ରୁ. ଟି ଏବେ ସାଧାରଣ ରେ ଆଲୋଚନାର ବିଷୟ ଦେଖୁବାକୁ ମିଳିଛି, ଆଗକୁ ଦେଖୁବାକୁ ବାକି ଅଛି ଏହି ନାବାଳିକା ଆଧାର ସମସ୍ୟା କେ ସମଧାନ ହେଉଛି.