logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ଆୟବ୍ୟୟର ହିସାବ ପ୍ରଦାନ କରାଯାଉ ନଥିବା ପ୍ରତିବାଦରେ ଦୁଇଜଣ କଂଗ୍ରେସ କାଉନସିଲର ଜୁନ ୨୨, ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୧ନଂ. ୱାର୍ଡର ଅଜୟ କୁମାର ନାୟକ ଏବଂ ୧୩ନଂ ୱାର୍ଡର ଆଲୋକ କୁମାର ନାୟକ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଛନ୍ତି। ସେମାନେ ୫ଟି ପ୍ରମୁଖ ଅଭିଯୋଗ ଏବଂ ୪ଟି ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କର ୫ଟି ପ୍ରମୁଖ ଅଭିଯୋଗ ମଧ୍ୟରେ ନିର୍ବାଚିତ ହେବା ଦିନଠାରୁ ଏନ୍ଏସିର ଆୟ-ବ୍ୟୟର ହିସାବ ପ୍ରଦାନ କରାଯାଇନାହିଁ, କାଉନସିଲର ବୈଠକ ନିୟମିତ ଭାବେ ହେଉନାହିଁ, ବିନା ରେଜୋଲ୍ୟୁସନରେ ବିଭିନ୍ନ କାର୍ଯ୍ୟ କରାଯାଇଛି, ଯେଉଁ ସ୍ଥାନରେ କାମ ହେବାକୁ ଅନୁମୋଦନ ମିଳୁଛି, ସେହି କାମ ଅନ୍ୟ ସ୍ଥାନରେ କରାଯାଇଛି ଏବଂ ସରକାରୀ ଅର୍ଥର ଅପବ୍ୟବହାର ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସେମାନଙ୍କର ୪ଟି ଦାବି ହେଉଛି ବାଲିଗୁଡ଼ା ଏନ୍ଏସିର ଆୟ-ବ୍ୟୟର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରାଯାଉ, ସମସ୍ତ ବିକାଶମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯାଉ, ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟ ଭନ୍ମୋଚନ କରାଯାଉ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନଙ୍କର ଲକ୍ଷ୍ୟ 'ସ୍ଵଚ୍ଛ ପ୍ରଶାସନ ଓ ଦୁର୍ନୀତିମୁକ୍ତ ବାଲିଗୁଡା ଗଠନ' ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ କରାଯାଇଛି। ଧାରଣାରତ କାଉନସିଲରମାନେ ପ୍ରଶାସନ ଓ ପୁଲିସକୁ ଏନେଇ ଅବଗତ କରାଇଛନ୍ତି ଏବଂ ଧାରଣାରୁ ନହଟିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଡିଟ୍ କରି ସମସ୍ତ ତଥ୍ୟ ପ୍ରଦାନ କରାଯାଇନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ। ଏହାସହ ସେମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି କୁଜିନେତା ଏନ୍ଏସି ବୈଠକ ପରିଚାଳନା କରୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
1 hr ago
99b590dd-7a8f-4cf9-89ab-194900626e53

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ଆୟବ୍ୟୟର ହିସାବ ପ୍ରଦାନ କରାଯାଉ ନଥିବା ପ୍ରତିବାଦରେ ଦୁଇଜଣ କଂଗ୍ରେସ କାଉନସିଲର ଜୁନ ୨୨, ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୧ନଂ. ୱାର୍ଡର ଅଜୟ କୁମାର ନାୟକ ଏବଂ ୧୩ନଂ ୱାର୍ଡର ଆଲୋକ କୁମାର ନାୟକ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଛନ୍ତି। ସେମାନେ ୫ଟି ପ୍ରମୁଖ ଅଭିଯୋଗ ଏବଂ ୪ଟି ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କର ୫ଟି ପ୍ରମୁଖ ଅଭିଯୋଗ ମଧ୍ୟରେ ନିର୍ବାଚିତ ହେବା ଦିନଠାରୁ ଏନ୍ଏସିର ଆୟ-ବ୍ୟୟର ହିସାବ ପ୍ରଦାନ କରାଯାଇନାହିଁ, କାଉନସିଲର ବୈଠକ ନିୟମିତ ଭାବେ ହେଉନାହିଁ, ବିନା ରେଜୋଲ୍ୟୁସନରେ ବିଭିନ୍ନ କାର୍ଯ୍ୟ କରାଯାଇଛି, ଯେଉଁ ସ୍ଥାନରେ କାମ ହେବାକୁ ଅନୁମୋଦନ ମିଳୁଛି, ସେହି କାମ ଅନ୍ୟ ସ୍ଥାନରେ କରାଯାଇଛି ଏବଂ ସରକାରୀ ଅର୍ଥର ଅପବ୍ୟବହାର ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ସେମାନଙ୍କର ୪ଟି ଦାବି ହେଉଛି ବାଲିଗୁଡ଼ା ଏନ୍ଏସିର ଆୟ-ବ୍ୟୟର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରାଯାଉ, ସମସ୍ତ ବିକାଶମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯାଉ, ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟ ଭନ୍ମୋଚନ କରାଯାଉ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନଙ୍କର ଲକ୍ଷ୍ୟ 'ସ୍ଵଚ୍ଛ ପ୍ରଶାସନ ଓ ଦୁର୍ନୀତିମୁକ୍ତ ବାଲିଗୁଡା ଗଠନ' ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ କରାଯାଇଛି। ଧାରଣାରତ କାଉନସିଲରମାନେ ପ୍ରଶାସନ ଓ ପୁଲିସକୁ ଏନେଇ ଅବଗତ କରାଇଛନ୍ତି ଏବଂ ଧାରଣାରୁ ନହଟିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଡିଟ୍ କରି ସମସ୍ତ ତଥ୍ୟ ପ୍ରଦାନ କରାଯାଇନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରହିବ। ଏହାସହ ସେମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି କୁଜିନେତା ଏନ୍ଏସି ବୈଠକ ପରିଚାଳନା କରୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।

More news from ଓଡ଼ିଶା and nearby areas
  • କଣ୍ଟାମାଳ ପୋଲିସ ଦୁଇ ଜଣ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହିତ ୪ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ମାଫିଆମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଣ୍ଟାମାଳ ଥାନା ପକ୍ଷରୁ ସୂଚନା ମିଳିଛି।
    1
    କଣ୍ଟାମାଳ ପୋଲିସ ଦୁଇ ଜଣ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହିତ ୪ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ମାଫିଆମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଣ୍ଟାମାଳ ଥାନା ପକ୍ଷରୁ ସୂଚନା ମିଳିଛି।
    user_Biswamitra padhi
    Biswamitra padhi
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 day ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
  • ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ କଦଳିପାଲିସ୍ଥିତ ଦେବଦେବ ମହାଦେବ ମନ୍ଦିର ସମ୍ମୁଖରେ ଥିବା ମହାତ୍ତମ୍ କଂପ୍ଲେକ୍ସରେ ଏକ ନୂଆ ସ୍କୁଟି ଶୋରୁମ୍ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ଏହାକୁ ବିଜେପିର କୁମ୍ଭାରୀ ମଣ୍ଡଳ ସଭାପତି ପ୍ରଦୀପ ପଧାନ ଏବଂ ଆଗଲପୁର ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ ନାଲିଫିତା କାଟି ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ନୂଆ ଶୋରୁମ୍ ଖୋଲିବା ପରେ ସ୍କୁଟି କିଣିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଛି।
    1
    ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ କଦଳିପାଲିସ୍ଥିତ ଦେବଦେବ ମହାଦେବ ମନ୍ଦିର ସମ୍ମୁଖରେ ଥିବା ମହାତ୍ତମ୍ କଂପ୍ଲେକ୍ସରେ ଏକ ନୂଆ ସ୍କୁଟି ଶୋରୁମ୍ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ଏହାକୁ ବିଜେପିର କୁମ୍ଭାରୀ ମଣ୍ଡଳ ସଭାପତି ପ୍ରଦୀପ ପଧାନ ଏବଂ ଆଗଲପୁର ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ ନାଲିଫିତା କାଟି ଶୁଭ ଉଦ୍‌ଘାଟନ କରିଛନ୍ତି।

ଏହି ନୂଆ ଶୋରୁମ୍ ଖୋଲିବା ପରେ ସ୍କୁଟି କିଣିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ପରିସରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସମାଜସେବୀ ସୁନୀଲ ମୁଦୁଲି ଏବଂ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଯୋଗ ଶିକ୍ଷକ ସୁଧାଂଶୁ ଶେଖର ଥଲାପତି ଓ ମୀନା କୁମାରୀ ନାୟକ ଉପସ୍ଥିତ ରହି ଲୋକଙ୍କୁ ପ୍ରାଣାୟାମ ଓ ଯୋଗାସନର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଯୋଗ ଶିବିରରେ କୁନି ପିଲାଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ମହିଳାମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ସମସ୍ତେ ଯୋଗକୁ ନିଜର ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସଂକଳ୍ପ ନେଇଛନ୍ତି।
    1
    ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ପରିସରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସମାଜସେବୀ ସୁନୀଲ ମୁଦୁଲି ଏବଂ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଯୋଗ ଶିକ୍ଷକ ସୁଧାଂଶୁ ଶେଖର ଥଲାପତି ଓ ମୀନା କୁମାରୀ ନାୟକ ଉପସ୍ଥିତ ରହି ଲୋକଙ୍କୁ ପ୍ରାଣାୟାମ ଓ ଯୋଗାସନର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ଯୋଗ ଶିବିରରେ କୁନି ପିଲାଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ମହିଳାମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ସମସ୍ତେ ଯୋଗକୁ ନିଜର ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସଂକଳ୍ପ ନେଇଛନ୍ତି।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    23 hrs ago
  • ସିୱାନରେ ୧୧,୦୦୦ ଭୋଲ୍ଟ ବିଦ୍ୟୁତ୍ ତାର ଛିଣ୍ଡିବା ଏବଂ ଏଥିଯୋଗୁଁ ଅନେକ ଲୋକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଘଟଣା ସଠିକ୍ ଅଟେ। ତେବେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ "୬ରୁ ଅଧିକ ଲୋକ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି", କିନ୍ତୁ ଏହି ସଂଖ୍ୟାକୁ କୌଣସି ବିଶ୍ୱସନୀୟ ସରକାରୀ ରିପୋର୍ଟ ଦ୍ୱାରା ନିଶ୍ଚିତ କରାଯାଇନାହିଁ।
    1
    ସିୱାନରେ ୧୧,୦୦୦ ଭୋଲ୍ଟ ବିଦ୍ୟୁତ୍ ତାର ଛିଣ୍ଡିବା ଏବଂ ଏଥିଯୋଗୁଁ ଅନେକ ଲୋକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଘଟଣା ସଠିକ୍ ଅଟେ। ତେବେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ "୬ରୁ ଅଧିକ ଲୋକ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି", କିନ୍ତୁ ଏହି ସଂଖ୍ୟାକୁ କୌଣସି ବିଶ୍ୱସନୀୟ ସରକାରୀ ରିପୋର୍ଟ ଦ୍ୱାରା ନିଶ୍ଚିତ କରାଯାଇନାହିଁ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    51 min ago
  • କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ପାଟଖଣ୍ଡା ମନ୍ଦିର ନିକଟରେ ଏକ ବାହାଘର ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
    2
    କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ପାଟଖଣ୍ଡା ମନ୍ଦିର ନିକଟରେ ଏକ ବାହାଘର ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
    user_Alphans
    Alphans
    Farmer ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    11 hrs ago
  • ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୨ ଜୁନ ୨୦୨୬ ରେ ଲୋକସେବା ଭବନ, କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬ (SLNCC) ରେ ଯୋଗ ଦେଇଥିଲେ।
    1
    ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୨ ଜୁନ ୨୦୨୬ ରେ ଲୋକସେବା ଭବନ, କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬ (SLNCC) ରେ ଯୋଗ ଦେଇଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଚଳିତ ବର୍ଷ ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳେ ମୌସୁମୀ ବର୍ଷା କିମ୍ବା ଲଘୁଚାପଜନିତ ବର୍ଷା ହୋଇନାହିଁ। ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ ବର୍ଷା ଆରମ୍ଭ ହେବା ସହ ଚାଷୀମାନେ ଧାନ ବୁଣା ଓ ତଳି ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ମାତ୍ର ବର୍ଷାର ଅଭାବ ଯୋଗୁଁ ଚାଷକାର୍ଯ୍ୟ ଗୁରୁତର ଭାବେ ବିଳମ୍ବିତ ହୋଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ମରୁଡ଼ି ଆଶଙ୍କା ବଢ଼ିଛି। ବୀରମହାରାଜପୁର ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ମୁଖ୍ୟତଃ ଲଘୁଚାପ ଓ ମୌସୁମୀ ବର୍ଷାକୁ ଭରସା କରି ଚାଷ କରିଥାନ୍ତି। ହରିହର ଯୋର ଉପରେ ନିର୍ମିତ ଠେଙ୍ଗୋ ଡ୍ୟାମ ମଧ୍ୟମ ଜଳସେଚନ ପ୍ରକଳ୍ପର ସୁବିଧା ମଧ୍ୟ ତହସିଲର ଅତି କମ୍ ଅଞ୍ଚଳକୁ ମିଳୁଛି। ବର୍ଷା ଅଭାବରୁ ଅଧିକାଂଶ ଜମିରେ ଏପର୍ଯ୍ୟନ୍ତ ହଳ ହୋଇପାରି ନାହିଁ ଏବଂ ଧାନ ତଳି ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହୋଇଛି। ଚାଷ ଋତୁର ଗୁରୁତ୍ୱପୂର୍ଣ୍ଣ ସମୟ ଅତିକ୍ରମ ହେଉଥିବାରୁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଚଳିତ ବର୍ଷ ଏଲ୍‌-ନିନୋ ପ୍ରଭାବ ଯୋଗୁଁ ସ୍ୱାଭାବିକ ତୁଳନାରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଜୁନ୍ ମାସରେ ସାଧାରଣତଃ ୧୫୦-୨୦୦ ମିଲିମିଟର ବର୍ଷା ହେବା କଥା, ଯାହା ଖରିଫ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି ଦୃଷ୍ଟିରୁ ୫୦-୭୫ ମିଲିମିଟର ବର୍ଷା ହେଲେ ଜମି ପ୍ରସ୍ତୁତି ଆରମ୍ଭ ହୋଇପାରେ ଏବଂ ୧୫୦ ମିଲିମିଟରରୁ ଅଧିକ ବର୍ଷା ଧାନ ବୁଣା ଓ ତଳି ପ୍ରସ୍ତୁତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ୍ ମାସରେ ଆଜି ପର୍ଯ୍ୟନ୍ତ କେବଳ ତିନି ଦିନ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୀରମହାରାଜପୁର ବ୍ଲକରେ ଗତ ଜୁନ୍ ୧୦ ତାରିଖରେ ୧୭ ମିଲିମିଟର, ୧୭ ତାରିଖରେ ୪୭ ମିଲିମିଟର ଏବଂ ୧୮ ତାରିଖରେ ୧୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି, ଯାହାର ସମୁଦାୟ ପରିମାଣ ୭୬ ମିଲିମିଟର। ଏପରି ସ୍ଥିତିରେ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତି ଦେଖାଦେବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଅମରପାଲି ଗ୍ରାମର ଚାଷୀ ବିମ୍ବାଧର ସାହୁ କହିଛନ୍ତି ଯେ ବର୍ଷା ନ ହେବା ଯୋଗୁଁ ଚାଷ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ସେହିପରି ପିତାମହୁଲ ଗ୍ରାମର ଯୁବ ଚାଷୀ ଦିବ୍ୟ ଲୋଚନ ଗଡୁଆ ମଧ୍ୟ ଚଳିତ ବର୍ଷର ବର୍ଷାକୁ ଦେଖି ମରୁଡ଼ି ଆଶଙ୍କା କରିଛନ୍ତି। ଏଭଳି ପରିସ୍ଥିତିରେ, ଚଳିତ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିକଳ୍ପ ଫସଲ, ବିଳମ୍ବିତ ଚାଷ ପଦ୍ଧତି ଏବଂ ଜଳ ସଂରକ୍ଷଣ ସମ୍ପର୍କିତ ବିଶେଷ ପରାମର୍ଶ ପ୍ରଦାନ କରିବାକୁ ଦାବି ହେଉଛି। ଏଥିସହ ଆବଶ୍ୟକ ପଡ଼ିଲେ ସରକାର ପକ୍ଷରୁ ମରୁଡ଼ି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ଚାଷୀମାନେ ଦାବି କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଚଳିତ ବର୍ଷ ଜୁନ୍ ମାସ ଶେଷ ହେବାକୁ ବସିଥିବା ବେଳେ ମୌସୁମୀ ବର୍ଷା କିମ୍ବା ଲଘୁଚାପଜନିତ ବର୍ଷା ହୋଇନାହିଁ। ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ ବର୍ଷା ଆରମ୍ଭ ହେବା ସହ ଚାଷୀମାନେ ଧାନ ବୁଣା ଓ ତଳି ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ମାତ୍ର ବର୍ଷାର ଅଭାବ ଯୋଗୁଁ ଚାଷକାର୍ଯ୍ୟ ଗୁରୁତର ଭାବେ ବିଳମ୍ବିତ ହୋଇଛି ଏବଂ ଚାଷୀମାନଙ୍କ ମଧ୍ୟରେ ମରୁଡ଼ି ଆଶଙ୍କା ବଢ଼ିଛି।

ବୀରମହାରାଜପୁର ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ। ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ମୁଖ୍ୟତଃ ଲଘୁଚାପ ଓ ମୌସୁମୀ ବର୍ଷାକୁ ଭରସା କରି ଚାଷ କରିଥାନ୍ତି। ହରିହର ଯୋର ଉପରେ ନିର୍ମିତ ଠେଙ୍ଗୋ ଡ୍ୟାମ ମଧ୍ୟମ ଜଳସେଚନ ପ୍ରକଳ୍ପର ସୁବିଧା ମଧ୍ୟ ତହସିଲର ଅତି କମ୍ ଅଞ୍ଚଳକୁ ମିଳୁଛି। ବର୍ଷା ଅଭାବରୁ ଅଧିକାଂଶ ଜମିରେ ଏପର୍ଯ୍ୟନ୍ତ ହଳ ହୋଇପାରି ନାହିଁ ଏବଂ ଧାନ ତଳି ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହୋଇଛି। ଚାଷ ଋତୁର ଗୁରୁତ୍ୱପୂର୍ଣ୍ଣ ସମୟ ଅତିକ୍ରମ ହେଉଥିବାରୁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ଚଳିତ ବର୍ଷ ଏଲ୍‌-ନିନୋ ପ୍ରଭାବ ଯୋଗୁଁ ସ୍ୱାଭାବିକ ତୁଳନାରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ଜୁନ୍ ମାସରେ ସାଧାରଣତଃ ୧୫୦-୨୦୦ ମିଲିମିଟର ବର୍ଷା ହେବା କଥା, ଯାହା ଖରିଫ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି ଦୃଷ୍ଟିରୁ ୫୦-୭୫ ମିଲିମିଟର ବର୍ଷା ହେଲେ ଜମି ପ୍ରସ୍ତୁତି ଆରମ୍ଭ ହୋଇପାରେ ଏବଂ ୧୫୦ ମିଲିମିଟରରୁ ଅଧିକ ବର୍ଷା ଧାନ ବୁଣା ଓ ତଳି ପ୍ରସ୍ତୁତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ୍ ମାସରେ ଆଜି ପର୍ଯ୍ୟନ୍ତ କେବଳ ତିନି ଦିନ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୀରମହାରାଜପୁର ବ୍ଲକରେ ଗତ ଜୁନ୍ ୧୦ ତାରିଖରେ ୧୭ ମିଲିମିଟର, ୧୭ ତାରିଖରେ ୪୭ ମିଲିମିଟର ଏବଂ ୧୮ ତାରିଖରେ ୧୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି, ଯାହାର ସମୁଦାୟ ପରିମାଣ ୭୬ ମିଲିମିଟର। ଏପରି ସ୍ଥିତିରେ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତି ଦେଖାଦେବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଅମରପାଲି ଗ୍ରାମର ଚାଷୀ ବିମ୍ବାଧର ସାହୁ କହିଛନ୍ତି ଯେ ବର୍ଷା ନ ହେବା ଯୋଗୁଁ ଚାଷ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ସେହିପରି ପିତାମହୁଲ ଗ୍ରାମର ଯୁବ ଚାଷୀ ଦିବ୍ୟ ଲୋଚନ ଗଡୁଆ ମଧ୍ୟ ଚଳିତ ବର୍ଷର ବର୍ଷାକୁ ଦେଖି ମରୁଡ଼ି ଆଶଙ୍କା କରିଛନ୍ତି।

ଏଭଳି ପରିସ୍ଥିତିରେ, ଚଳିତ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିକଳ୍ପ ଫସଲ, ବିଳମ୍ବିତ ଚାଷ ପଦ୍ଧତି ଏବଂ ଜଳ ସଂରକ୍ଷଣ ସମ୍ପର୍କିତ ବିଶେଷ ପରାମର୍ଶ ପ୍ରଦାନ କରିବାକୁ ଦାବି ହେଉଛି। ଏଥିସହ ଆବଶ୍ୟକ ପଡ଼ିଲେ ସରକାର ପକ୍ଷରୁ ମରୁଡ଼ି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ଚାଷୀମାନେ ଦାବି କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
  • ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ସତଲମା ଗ୍ରାମ ପଞ୍ଚାୟତର ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ୱରେ ଥିବା ବରଗଡ଼ କେନାଲ ବ୍ରିଜ୍ ତଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କ ସୂଚନାକ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ ଏବଂ ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରିଥିଲେ। ପରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନରେ ସହଯୋଗ କରିଥିଲେ। ଏହି ଘଟଣାରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଯାଇଛି।
    4
    ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ସତଲମା ଗ୍ରାମ ପଞ୍ଚାୟତର ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ୱରେ ଥିବା ବରଗଡ଼ କେନାଲ ବ୍ରିଜ୍ ତଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କ ସୂଚନାକ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ ଏବଂ ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରିଥିଲେ। ପରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନରେ ସହଯୋଗ କରିଥିଲେ।

ଏହି ଘଟଣାରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଯାଇଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.