logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା, କଇଁ ସାରି ଦେଓ ନଦୀ...ବନ୍ୟା ପରେ ବଢୁଛି ଦୁଃଖ ଦେଖନ୍ତୁ ପୁରା ଦୃଶ୍ୟ

1 hr ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
1 hr ago

ଉଦଳା, କଇଁ ସାରି ଦେଓ ନଦୀ...ବନ୍ୟା ପରେ ବଢୁଛି ଦୁଃଖ ଦେଖନ୍ତୁ ପୁରା ଦୃଶ୍ୟ

More news from ଓଡ଼ିଶା and nearby areas
  • ଉଦଳା, କଇଁ ସାରି ଦେଓ ନଦୀ...ବନ୍ୟା ପରେ ବଢୁଛି ଦୁଃଖ ଦେଖନ୍ତୁ ପୁରା ଦୃଶ୍ୟ
    1
    ଉଦଳା, କଇଁ ସାରି ଦେଓ ନଦୀ...ବନ୍ୟା ପରେ ବଢୁଛି ଦୁଃଖ ଦେଖନ୍ତୁ ପୁରା ଦୃଶ୍ୟ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଖଡ଼ିଆଳ ଠାରେ ଜିଲ୍ଲପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ।
    1
    ଖଡ଼ିଆଳ ଠାରେ ଜିଲ୍ଲପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    14 min ago
  • ୨୮ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ମତ୍ସ୍ୟଜୀବୀ ପଶ୍ଚମବଙ୍ଗ ଦୀଘା ସମୁଦ୍ର ଉଦ୍ଧାର ୨୮ ଦିନ ପରେ ସମୁଦ୍ରରୁ ୮ ମତ୍ସ୍ୟଜୀବୀ ଉଦ୍ଧାର ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଡଙ୍ଗା ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଆନ୍ଧ୍ରପ୍ରଦେଶରୁ ସମୁଦ୍ରକୁ ବାହାରିଥିବା ଟ୍ରଲରର ଇଞ୍ଜିନ ଖରାପ ହୋଇଯିବାରୁ ଦୀର୍ଘଦିନ ଧରି ଏହା ସମୁଦ୍ରରେ ଭାସି ଭାସି ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲା। ଶେଷରେ ଅନ୍ୟ ଏକ ମାଛଧରା ଟ୍ରଲର ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ଉଦ୍ଧାର କରାଯାଇଛି।ଆନ୍ଧ୍ରପ୍ରଦେଶରୁ ୨୮ ଦିନ ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲା ଏହି ଟ୍ରଲର। ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ନିଜ ନିୟନ୍ତ୍ରଣରେ ନଥାଇ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଧୀରେ ଧୀରେ ଭାସି ଭାସି ଟ୍ରଲରଟି ଓଡ଼ିଶା ସୀମାନ୍ତ ଦିଗକୁ ଚାଲି ଆସିଥିଲା। ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଇଞ୍ଜିନ ଅଚଳ ହୋଇଯିବା ପରେ ସେମାନେ ଅନ୍ୟ ଏକ ମାଛଧରା ଟ୍ରଲରକୁ ଦେଖି ସାହାଯ୍ୟ ମାଗିଥିଲେ। ପରେ ଦିଘା ମୁହାଣରୁ ସମୁଦ୍ରକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଏହି ଟ୍ରଲରକୁ ଠାବ କରିଥିଲେ। ଟ୍ରଲରଟି ଠାବ ହେବା ପରେ ମତ୍ସ୍ୟଜୀବୀମାନେ ୱାୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ଦୁର୍ଦ୍ଦଶା କେତେ ଯେ ଭୟଙ୍କର ଥିଲା, ତାହା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବା ଅନୁସାରେ, ଡଙ୍ଗାରେ ଥିବା ପାଣି ଶେଷ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ସେମାନେ ବରଫ ତରଳ କରି ପାଣି ଭାବେ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ। ଏହି ଘଟଣା ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଇଞ୍ଜିନ ଖରାପ ହୋଇଯିବା ପରେ ଦୀର୍ଘଦିନ ଧରି ସମୁଦ୍ରରେ ଭାସିବା ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ୮ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ିଥିଲା। ତେବେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହଯୋଗ ଏବଂ ସମୟୋଚିତ ଭାବେ ୱାୟାରଲେସ୍ ଯୋଗେ ଖବର ପହଞ୍ଚିବାରୁ ଶେଷରେ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୮ ଦିନର ଦୁର୍ଦ୍ଦଶା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୮ ଜଣ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପରିବାର ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତିର ମାହୋଲ। ସମୁଦ୍ରରୁ ଜୀବନ ଯୁଦ୍ଧରେ ଜିତି ଫେରିଥିବା ଏହି ୮ ମତ୍ସ୍ୟଜୀବୀଙ୍କ ଘଟଣା ଏବେ ଚର୍ଚ୍ଚାରେ।ପୋଲିସ 8 ଜଣ ମତ୍ସ୍ୟ ଯିବି ଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇ ଥିଲେ!
    4
    ୨୮ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ମତ୍ସ୍ୟଜୀବୀ  ପଶ୍ଚମବଙ୍ଗ ଦୀଘା ସମୁଦ୍ର ଉଦ୍ଧାର
୨୮ ଦିନ ପରେ ସମୁଦ୍ରରୁ ୮ ମତ୍ସ୍ୟଜୀବୀ ଉଦ୍ଧାର
ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଡଙ୍ଗା ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଆନ୍ଧ୍ରପ୍ରଦେଶରୁ ସମୁଦ୍ରକୁ ବାହାରିଥିବା ଟ୍ରଲରର ଇଞ୍ଜିନ ଖରାପ ହୋଇଯିବାରୁ ଦୀର୍ଘଦିନ ଧରି ଏହା ସମୁଦ୍ରରେ ଭାସି ଭାସି ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲା। ଶେଷରେ ଅନ୍ୟ ଏକ ମାଛଧରା ଟ୍ରଲର ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ଉଦ୍ଧାର କରାଯାଇଛି।ଆନ୍ଧ୍ରପ୍ରଦେଶରୁ ୨୮ ଦିନ ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲା ଏହି ଟ୍ରଲର। ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ନିଜ ନିୟନ୍ତ୍ରଣରେ ନଥାଇ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଧୀରେ ଧୀରେ ଭାସି ଭାସି ଟ୍ରଲରଟି ଓଡ଼ିଶା ସୀମାନ୍ତ ଦିଗକୁ ଚାଲି ଆସିଥିଲା।
ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଇଞ୍ଜିନ ଅଚଳ ହୋଇଯିବା ପରେ ସେମାନେ ଅନ୍ୟ ଏକ ମାଛଧରା ଟ୍ରଲରକୁ ଦେଖି ସାହାଯ୍ୟ ମାଗିଥିଲେ। ପରେ ଦିଘା ମୁହାଣରୁ ସମୁଦ୍ରକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଏହି ଟ୍ରଲରକୁ ଠାବ କରିଥିଲେ।
ଟ୍ରଲରଟି ଠାବ ହେବା ପରେ ମତ୍ସ୍ୟଜୀବୀମାନେ ୱାୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ତେବେ ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ଦୁର୍ଦ୍ଦଶା କେତେ ଯେ ଭୟଙ୍କର ଥିଲା, ତାହା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବା ଅନୁସାରେ, ଡଙ୍ଗାରେ ଥିବା ପାଣି ଶେଷ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ସେମାନେ ବରଫ ତରଳ କରି ପାଣି ଭାବେ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ।
ଏହି ଘଟଣା ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଇଞ୍ଜିନ ଖରାପ ହୋଇଯିବା ପରେ ଦୀର୍ଘଦିନ ଧରି ସମୁଦ୍ରରେ ଭାସିବା ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ୮ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ିଥିଲା। ତେବେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହଯୋଗ ଏବଂ ସମୟୋଚିତ ଭାବେ ୱାୟାରଲେସ୍ ଯୋଗେ ଖବର ପହଞ୍ଚିବାରୁ ଶେଷରେ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
୨୮ ଦିନର ଦୁର୍ଦ୍ଦଶା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୮ ଜଣ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପରିବାର ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତିର ମାହୋଲ। ସମୁଦ୍ରରୁ ଜୀବନ ଯୁଦ୍ଧରେ ଜିତି ଫେରିଥିବା ଏହି ୮ ମତ୍ସ୍ୟଜୀବୀଙ୍କ ଘଟଣା ଏବେ ଚର୍ଚ୍ଚାରେ।ପୋଲିସ 8 ଜଣ ମତ୍ସ୍ୟ ଯିବି ଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇ ଥିଲେ!
    user_Chinmay Das
    Chinmay Das
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    7 hrs ago
  • କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି। କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।” କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି। ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ। ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି। କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    2
    କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ 
କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି।
କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।”
କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି।
ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ।
ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି।
କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    23 hrs ago
  • ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ
    1
    ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ 
ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    12 hrs ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    21 hrs ago
  • ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    1
    ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    8 hrs ago
  • #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
    1
    #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ 
ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.