Shuru
Apke Nagar Ki App…
ବାଲେଶ୍ୱର ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣା ରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି.
Pradeep Jena 9090008815
ବାଲେଶ୍ୱର ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣା ରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି.
More news from ଓଡ଼ିଶା and nearby areas
- ବାଲେଶ୍ୱର ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣା ରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି.1
- ସନ୍ତାନକୁ ସତ୍ୟ, ଧର୍ମ, ଆଦର୍ଶର ପୁରୋହିତ ସଜାଇବାରେ ମା ପ୍ରେରଣାର ଉତ୍ସ୍ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦନେଶ୍ୱରରେ ମାତୃସମ୍ମିଳନୀ : ସନ୍ତାନକୁ ସତ୍ୟ, ଧର୍ମ, ଆଦର୍ଶର ପୁରୋହିତ ସଜାଇବାରେ ମା ପ୍ରେରଣାର ଉତ୍ସ୍ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦନେଶ୍ୱରରେ ମାତୃସମ୍ମିଳନୀ : ଭୋଗରାଇ , ୧୪/୯ ବାଲେଶ୍ୱର ଜିଲ୍ଲା ଭୋଗରାଇର ଶଙ୍ଖାରୀ ପଞ୍ଚାୟତର ନାଫରାଇ ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଦ୍ବାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦନେଶ୍ୱର ପରିସରରେ ସୋମବାର ଗଣେଷ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରବିନ୍ଦ୍ରନାଥ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ଗ୍ରାମ୍ଯ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଓଡିଆ ବିଭାଗ ଅଧ୍ଯାପିକା ବନ୍ଦିତା ପ୍ରଧନ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ଦାସ, ଶିକ୍ଷାବିତ ଶ୍ରୀପତୀ ସଁ ପ୍ରମୁଖ ଶୣଙ୍ଖଳିତ ଓ ଚରିତ୍ରବାନ ମା ମାନଙ୍କ ଭୂମିକା ଓ ମାତୃପୂଜନ ଆବଶ୍ୟକତା ଉପରେ କବ୍ତବ୍ଯ ରଖିଥିଲେ। ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ଗୁରୁଜୀ ପଙ୍କଜ କୁମାର ଆଇଚ, ଆଭିମୁଖ୍ୟ କଥନ ଗୁରୁମା ତୣପ୍ତି ଦାସ ଓ ପରିଚାଳନା କମିଟିର ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ଯାମନ୍ଦିରର ୨୫ଜଣ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।2
- *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହଣ* *ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’* *୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟାଙ୍କ ସାମୂହିକ ଅଂଶଗ୍ରହବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ନିକଟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଫେଡେରେସନ୍ ଏବଂ ବ୍ଲକସ୍ତରୀୟ ଫେଡେରେସନ୍ର ୩୦୦ରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ଯୋଗଦେଇ ସମୂହ ଦୀପଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ସେ ସେବା ସଂକଳ୍ପ ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସାମୂହିକ ପ୍ରୟାସ ଓ ସହଭାଗିତା ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ସେ ମହିଳାମାନଙ୍କ ସାମୂହିକ ସହଭାଗିତା, ଆତ୍ମନିର୍ଭରତା ଓ ସେବା ମନୋଭାବର ଗୁରୁତ୍ୱ ଉପରେ ପ୍ରକାଶ କରିବା ସହ ଏକତା ଓ ପରସ୍ପର ସହଯୋଗ ମାଧ୍ୟମରେ ନିଜ ପରିବାର ଓ ସମାଜର ପ୍ରଗତିରେ ମହିଳାମାନେ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ଆହ୍ୱାନ ଦେଇଥିଲେ । ଦୀପଦାନ ପୂର୍ବରୁ ମହିଳା ସଦସ୍ୟାମାନଙ୍କ ପକ୍ଷରୁ ବିଭିନ୍ନ ରଙ୍ଗରେ ଆକର୍ଷଣୀୟ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ସୁନ୍ଦର ଭାବେ ପ୍ରସ୍ତୁତ ରଙ୍ଗୋଲି ମଧ୍ୟରେ ଦୀପ ସ୍ଥାପନ କରାଯାଇ ସମସ୍ତେ ଏକତ୍ରିତ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ । ଅନେକ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଆଲୋକିତ ହୋଇ ସେବା, ଏକତା ଓ ସାମୂହିକ ସଂକଳ୍ପର ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା । ସାମୂହିକ ଅଂଶଗ୍ରହଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ, ଏକତା ଓ ସାମୂହିକ ସଂକଳ୍ପର ଏକ ସୁନ୍ଦର ପ୍ରତୀକ ଭାବେ ପରିଲକ୍ଷିତ ହୋଇଥିଲା । ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମିଶନ ଶକ୍ତି ବିଭାଗର ସମନ୍ୱୟରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନ୍ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ସମେତ ବିଭାଗୀୟ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍ର ମହିଳା ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସଫଳ କରିଥିଲେ । ###4
- ଭସାଣି ସମୟରେ ମୁଣ୍ଡ ଫଟା ଫଟି | Odisha Reporter 5 ଜଣ ମିଶି ମୋ ଭାଇକୁ ପଛପଟୁ ଆକ୍ରମଣ କଲେ ।1
- ଭଦ୍ରକ ରେ ଆରମ୍ଭ ହେଲା ଲଘୁଚାପ ଜନିତ ବର୍ଷା, କିଛିଦିନ ର ବ୍ୟବଧାନ ପରେ ପୁଣି ଲଘୁଚାପ ବର୍ଷା ଆରମ୍ଭ1
- ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି। ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।1
- କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି1
- ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ : ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି: ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ : ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି: ଭୋଗରାଇ , ୧୬/୯ ପ୍ରତିବର୍ଷ ସେପ୍ଟେମ୍ବର ୧୬ତାରିଖକୁ ଆରସିଏମ ଅଭିଯାନର ପ୍ରତିଷ୍ଠାତା ତିଲୋକ ଚାନ୍ଦ ଛାଦ୍ରାଙ୍କ ଜନ୍ମଦିନକୁ ଆରସିଏମ ସେବା ଦିବସ ଭାବେ ସାରା ଭାରତବର୍ଷରେ ପାଳିତ ହେବା ଅବସରରେ ଭୋଗରାଇର ନିମାତପୁର ପଞ୍ଚାୟତର କୁଚିଳାଡଙ୍ଗର ସ୍ଥିତ ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ ହୋଇଛି। ବିଶିଷ୍ଟ ଶିକ୍ଷାବିତ ଉତ୍ସବ କୁମାର କରଙ୍କ ଅଧ୍ଯକ୍ଷତାରେ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ନିମାତପୁର ସରପଞ୍ଚ ରାଜେନ୍ଦ୍ର ଦଳାଇ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅନୁପରିଦର୍ଶକ ସୁରେନ୍ଦ୍ର ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ହରିଶ ଚନ୍ଦ୍ର ପରିଡା, ଅରିସିଏମ ଅଭିଯାନର ବରିଷ୍ଠ ସେବକ ଶ୍ରୀମନ୍ତ ସାହୁ ଯୋଗଦେଇ ସ୍ବାସ୍ଥ୍ୟରକ୍ଷା, ଆତ୍ମନିର୍ଭର ଭାରତ ଓ ମହିଳା ସଶକ୍ତିକରଣ ଏବଂ ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି ବୋଲି କହିଥିଲେ। ଚଳିତ ବର୍ଷ ଆରସିଏମ ତରଫରୁ ସ୍ବାସ୍ଥ୍ୟ ସଚେତନତା, ମହିଳାଙ୍କ ମାସିକ ଧର୍ମ ସ୍ବଚ୍ଛତା, ରକ୍ତଦାତା ପଞ୍ଜିକରଣ ଓ ରକ୍ତଦାନ, ବୣକ୍ଷରୋପଣ, ସମଗ୍ରଶିକ୍ଷା ପ୍ରତି ଗୁରୁତ୍ୱାରୋପ, ନିଶାମୁକ୍ତ ଅଭିଯାନ ଅଦି ବିଷୟରେ କାର୍ଯ୍ଯକ୍ରମ ହେବ ବୋଲି ଉତ୍ସବ କୁମାର କର ସୂଚନା ଦେଇଥିବା ବେଳେ ନିଶାମୁକ୍ତ ଭାରତ ଓ ଆଦର୍ଶ ନାଗରିକ ହେବାକୁ ଶପଥପାଠ କରାଯାଇଛି। ଯୋଗ ଶିକ୍ଷକ ପ୍ରଦୀପ କୁମାର କାମିଳା ଆରସିଏମ ସେବକ ଓ ଉପସ୍ଥିତ ବ୍ଯକ୍ତିବିଶେଷଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ସେବକ ହେମନ୍ତ ମଣ୍ଡଳ ମଞ୍ଚ ଆହ୍ୱାନ ଓ ସେବକ ଅଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।1