Shuru
Apke Nagar Ki App…
କେନ୍ଦୁଝର ସଦର ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଏନକାଉଣ୍ଟର କରି ୪୦ଟି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପ୍ରଭାତ ମଲ୍ଲିକକୁ ଗୁଳି କରି ଆହତ କରିଛି। ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନ ଧରି ପ୍ରଭାତ ମଲ୍ଲିକ କେନ୍ଦୁଝର ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଫେରାର ଥିଲା। ପ୍ରଭାତ ମଲ୍ଲିକ ନାମରେ କିଛି ଦିନ ପୂର୍ବରୁ ସଦର ଥାନା ଅଞ୍ଚଳରୁ ବନ୍ଧୁକରେ ବ୍ଲାଙ୍କ ଫାୟାର କରି ଭତ୍ତା ଟଙ୍କା ୮ ଲକ୍ଷରୁ ଅଧିକ ଲୁଟିଥିବା ଅଭିଯୋଗ ରହିଥିଲା। ତା' ବିରୋଧରେ ସଦର ଥାନାରେ ମାଳ ମାଳ ଅଭିଯୋଗ ରହିଥିଲା। ଗତକାଲି ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ପୋଲିସ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା। ଏହାର ଜବାବରେ ସଦର ପୋଲିସ ତା' ଗୋଡକୁ ଗୁଳି କରି ଆହତ କରିଥିଲା। ଏହି ସଫଳତା ପାଇଁ ସମଗ୍ର କେନ୍ଦୁଝର ଅଞ୍ଚଳରେ ସଦର ପୋଲିସ ଟିମ୍କୁ ଶୁଭେଚ୍ଛା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି।
WASIM AKRAM
କେନ୍ଦୁଝର ସଦର ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଏନକାଉଣ୍ଟର କରି ୪୦ଟି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପ୍ରଭାତ ମଲ୍ଲିକକୁ ଗୁଳି କରି ଆହତ କରିଛି। ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନ ଧରି ପ୍ରଭାତ ମଲ୍ଲିକ କେନ୍ଦୁଝର ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଫେରାର ଥିଲା। ପ୍ରଭାତ ମଲ୍ଲିକ ନାମରେ କିଛି ଦିନ ପୂର୍ବରୁ ସଦର ଥାନା ଅଞ୍ଚଳରୁ ବନ୍ଧୁକରେ ବ୍ଲାଙ୍କ ଫାୟାର କରି ଭତ୍ତା ଟଙ୍କା ୮ ଲକ୍ଷରୁ ଅଧିକ ଲୁଟିଥିବା ଅଭିଯୋଗ ରହିଥିଲା। ତା' ବିରୋଧରେ ସଦର ଥାନାରେ ମାଳ ମାଳ ଅଭିଯୋଗ ରହିଥିଲା। ଗତକାଲି ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ପୋଲିସ ତାକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସେ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା। ଏହାର ଜବାବରେ ସଦର ପୋଲିସ ତା' ଗୋଡକୁ ଗୁଳି କରି ଆହତ କରିଥିଲା। ଏହି ସଫଳତା ପାଇଁ ସମଗ୍ର କେନ୍ଦୁଝର ଅଞ୍ଚଳରେ ସଦର ପୋଲିସ ଟିମ୍କୁ ଶୁଭେଚ୍ଛା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି।
More news from ଓଡ଼ିଶା and nearby areas
- ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ NH43 ଠାରୁ ପୁରୁଣାପାଣି, ଝରକଣ୍ଡଳ, ଗୁରୁଜାଙ୍ଗ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ୨୦୨୫ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଏହି କାମ ୨୦୨୭ ଜାନୁଆରୀରେ ସମାପ୍ତ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର, ଝରକଣ୍ଡଳ ରାସ୍ତା ପାଇଁ ବନ ବିଭାଗ ଅନୁମତି ମିଳିନଥିବାରୁ ଗୁରୁଜାଙ୍ଗ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ପ୍ରଥମେ ଝରକଣ୍ଡଳ ରାସ୍ତାକୁ ବାଦ୍ ଦେଇ ପୁରୁଣାପାଣି ଠାରୁ ଗୁରୁଜାଙ୍ଗ ପର୍ଯ୍ୟନ୍ତ କାମ ଚାଲୁଥିଲେ ବି, ଗତ ୨ ମାସ ହେଲା ବନ ବିଭାଗ ନିର୍ଦ୍ଦେଶରେ ଠିକା ସଂସ୍ଥା କାମ ବନ୍ଦ କରିଦେଇଛି। ଦେବଗଡ଼ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କହିବା ଅନୁସାରେ, 'ଡାଇଭରସନ୍' ପାଇଁ ବନ ବିଭାଗର ଅନୁମତି ମିଳିନଥିବାରୁ କାମ ଅଟକି ରହିଛି ଏବଂ ସେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା ଅଧାପନ୍ତରିଆ ଭାବେ ବନ୍ଦ ଥିବାରୁ ଝରକଣ୍ଡଳ ଓ ଗୁରୁଜାଙ୍ଗ ଆଦି ଦୁଇ ପଞ୍ଚାୟତର ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ରାସ୍ତାରେ ଧୂଳି ଓ ମେଟାଲ୍ ଘୋଡ଼ାଇ ହୋଇ ରହିବା ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି। ୪ ମାସ ହେଲା କାମ ଆଗେଇ ପାରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଚାଲିଥିବା ଏହି ରାସ୍ତା କାମ ୬ ମାସ ହେଲା ଅଧାପନ୍ତରିଆ ଭାବେ ପଡ଼ିରହିଛି। ଏଥିପାଇଁ ପ୍ରଶାସନକୁ ଜଣାଇ ସୁଫଳ ନମିଳିବାରୁ ୨୦୨୬ ଜୁନ୍ ୧୬ ତାରିଖରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଝରକଣ୍ଡଳ ପଞ୍ଚାୟତରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ ପ୍ରକୋଷ୍ଠରେ ତାଲା ପକାଇ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭିତରକୁ ପଶିବାକୁ ଦେଇନଥିଲେ। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ଆଜିର ଅଭିଯୋଗ ଶୁଣାଣି ବିଫଳ ହୋଇଥିଲା ଏବଂ କୌଣସି କାର୍ଯ୍ୟକ୍ରମ ନ ହୋଇ ପ୍ରଶାସନ ନିରାଶ ହୋଇ ଫେରିଯାଇଥିଲା। ତେବେ ଏହି ଗ୍ରାମବାସୀଙ୍କ ରାସ୍ତା କାମ କେବେ ଆରମ୍ଭ ହେଉଛି, ନା ଏହିଭଳି ମେଟାଲ ଗର୍ତ୍ତ ହୋଇ ଦୁର୍ଘଟଣା ଘଟୁଥିବ — ଏବଂ ବନ ବିଭାଗ କେବେ ଅନୁମତି ଦେଉଛି — ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ସୁରକ୍ଷାଗତ କାରଣରୁ ଜୁନ୍ ୨୦ ତାରିଖରେ ଉଭୟ ଭିଭିଆଇପିଙ୍କ ପାହାଡ଼ପୁର ଗସ୍ତ ସମୟରେ ସେଠାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୂର୍ବରୁ ଚିଠି ମାଧ୍ୟମରେ ସୂଚିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସାମ୍ବାଦିକ ବନ୍ଧୁମାନଙ୍କ ସହଯୋଗ କାମନା କରାଯାଇଛି।2
- ମୟୂରଭଞ୍ଜ ଜିଲ୍ଲାରେ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ସରପଞ୍ଚମାନଙ୍କର ଗତ ତିନି ମାସର ଭତା ବକେୟା ଥିବାରୁ ଏହାକୁ ତୁରନ୍ତ ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି।1
- ବଡବିଲ ଥାନା ଅନ୍ତର୍ଗତ ଉତ୍ତମସିଂ ହାଟିଂରେ ଥିବା ଜନୈକ ବ୍ୟକ୍ତିଙ୍କ ଗୋଦାମରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ୍ ମାଙ୍ଗାନିଜ୍ ଖଣିଜ ପଥର ଜବତ କରାଯାଇଛି। ପୋଲିସ୍, ବନ ଏବଂ ଖଣି ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମାଙ୍ଗାନିଜ୍ ସହିତ ଏକ ଲୋଡର ମେସିନ୍, ହାଇୱା ଏବଂ ଏକ ପିକଅପ୍ ଗାଡ଼ି ମଧ୍ୟ ଜବତ କରାଯାଇଥିବା ସୂଚନା ରହିଛି। ତେବେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।1
- ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଗୀତ ଏବେ ଚାରିଆଡେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।1
- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଝରାକଣ୍ଡଳ ଗ୍ରାମ ପଞ୍ଚାୟତରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଅଭିଯୋଗ ହୋଇପାରିନାହିଁ। ଗ୍ରାମବାସୀମାନେ ଏକଜୁଟ ହୋଇ ଏହାକୁ ବିରୋଧ କରିବାରୁ ଏହି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, ପୁରୁଣା ପାଣି ଛକରୁ ଝରାକଣ୍ଡଳ ଦେଇ ଗୁର୍ଜାଙ୍ଗ ଗ୍ରାମକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାର କାମ ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ଅଧା ପଡ଼ିରହିଛି। ବନ ବିଭାଗ ଅନୁମତି ନଦେବାରୁ ଏହି କାମ ଭଗ୍ନ ଅବସ୍ଥାରେ ରହିଛି। ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାକୁ ନେଇ ବାରକୋଟ ବ୍ଲକର ଝରାକଣ୍ଡଳ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ବିରୋଧ କରିଥିଲେ। ସେମାନେ ଅଭିଯୋଗ ପ୍ରକୋଷ୍ଠରେ ତାଲା ପକାଇ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ। ଫଳରେ ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ଵେ ଆଜିର ଅଭିଯୋଗ ଶୁଣାଣୀ ବିଫଳ ହୋଇଥିଲା। ଶେଷରେ ଏଠାରେ କୌଣସି କାର୍ଯ୍ୟକ୍ରମ ନହୋଇ ପାରିବାରୁ ପ୍ରଶାସନ ନିରାଶ ହୋଇ ନିଜ ନିଜ କାର୍ଯ୍ୟାନୁଷ୍ଠାନକୁ ଫେରିଯାଇଥିଲେ।3
- କେନ୍ଦୁଝର ପୋଲିସ ରଜ ପର୍ବ ସମୟରେ ଅପରାଧୀ ନିୟନ୍ତ୍ରଣ ଅଭିଯାନ ଚଳାଇଥିବା ବେଳେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଏନକାଉଣ୍ଟରର ସମ୍ମୁଖୀନ ହୋଇଛି। ସେ ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି ହୋଇଛି। ପ୍ରାଥମିକ ଖବର ପାଇ ସଦର ପୋଲିସ ମଧ୍ୟରାତ୍ରରେ ତା’ର ଆଡ୍ଡା ଉପରେ ଚଢାଉ କରିଥିବା ବେଳେ ପ୍ରଭାତ ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସର ପାଲଟା ଗୁଳି ଚାଳନାରେ ତା’ର ଗୋଡ଼ରେ ଗୁଳି ବାଜିଥିଲା। ପ୍ରଭାତ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। କିଛି ଦିନ ପୂର୍ବରୁ ସେ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜାଣି ପୋଲିସ ତାକୁ ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା'ଠାରୁ ୧୨ ହଜାର ଟଙ୍କା ଜବତ କରାଯାଇଥିଲା। ପ୍ରଭାତ ପୋଲିସକୁ କହିଥିଲା ଯେ ବାକି ଟଙ୍କା ସଦର ଥାନା ଅନ୍ତର୍ଗତ ମହୁଲ ଡିହା ଜଙ୍ଗଲରେ ରଖିଛି। ଯେତେବେଳେ ପୋଲିସ ତାକୁ ଟଙ୍କା ଉଦ୍ଧାର ପାଇଁ ମହୁଲ ଡିହା ଜଙ୍ଗଲକୁ ନେଇଥିଲା, ସେ ଗାତରୁ ଟଙ୍କା ବାହାର କରିବା ବାହାନାରେ ସେଠାରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ନିଜର ସୁରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା, ଯାହା ଫଳରେ ପ୍ରଭାତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଏହା ପରେ ତାକୁ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।1