ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ NH43 ଠାରୁ ପୁରୁଣାପାଣି, ଝରକଣ୍ଡଳ, ଗୁରୁଜାଙ୍ଗ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ୨୦୨୫ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଏହି କାମ ୨୦୨୭ ଜାନୁଆରୀରେ ସମାପ୍ତ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର, ଝରକଣ୍ଡଳ ରାସ୍ତା ପାଇଁ ବନ ବିଭାଗ ଅନୁମତି ମିଳିନଥିବାରୁ ଗୁରୁଜାଙ୍ଗ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ପ୍ରଥମେ ଝରକଣ୍ଡଳ ରାସ୍ତାକୁ ବାଦ୍ ଦେଇ ପୁରୁଣାପାଣି ଠାରୁ ଗୁରୁଜାଙ୍ଗ ପର୍ଯ୍ୟନ୍ତ କାମ ଚାଲୁଥିଲେ ବି, ଗତ ୨ ମାସ ହେଲା ବନ ବିଭାଗ ନିର୍ଦ୍ଦେଶରେ ଠିକା ସଂସ୍ଥା କାମ ବନ୍ଦ କରିଦେଇଛି। ଦେବଗଡ଼ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କହିବା ଅନୁସାରେ, 'ଡାଇଭରସନ୍' ପାଇଁ ବନ ବିଭାଗର ଅନୁମତି ମିଳିନଥିବାରୁ କାମ ଅଟକି ରହିଛି ଏବଂ ସେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା ଅଧାପନ୍ତରିଆ ଭାବେ ବନ୍ଦ ଥିବାରୁ ଝରକଣ୍ଡଳ ଓ ଗୁରୁଜାଙ୍ଗ ଆଦି ଦୁଇ ପଞ୍ଚାୟତର ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ରାସ୍ତାରେ ଧୂଳି ଓ ମେଟାଲ୍ ଘୋଡ଼ାଇ ହୋଇ ରହିବା ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି। ୪ ମାସ ହେଲା କାମ ଆଗେଇ ପାରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଚାଲିଥିବା ଏହି ରାସ୍ତା କାମ ୬ ମାସ ହେଲା ଅଧାପନ୍ତରିଆ ଭାବେ ପଡ଼ିରହିଛି। ଏଥିପାଇଁ ପ୍ରଶାସନକୁ ଜଣାଇ ସୁଫଳ ନମିଳିବାରୁ ୨୦୨୬ ଜୁନ୍ ୧୬ ତାରିଖରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଝରକଣ୍ଡଳ ପଞ୍ଚାୟତରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ ପ୍ରକୋଷ୍ଠରେ ତାଲା ପକାଇ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭିତରକୁ ପଶିବାକୁ ଦେଇନଥିଲେ। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ଆଜିର ଅଭିଯୋଗ ଶୁଣାଣି ବିଫଳ ହୋଇଥିଲା ଏବଂ କୌଣସି କାର୍ଯ୍ୟକ୍ରମ ନ ହୋଇ ପ୍ରଶାସନ ନିରାଶ ହୋଇ ଫେରିଯାଇଥିଲା। ତେବେ ଏହି ଗ୍ରାମବାସୀଙ୍କ ରାସ୍ତା କାମ କେବେ ଆରମ୍ଭ ହେଉଛି, ନା ଏହିଭଳି ମେଟାଲ ଗର୍ତ୍ତ ହୋଇ ଦୁର୍ଘଟଣା ଘଟୁଥିବ — ଏବଂ ବନ ବିଭାଗ କେବେ ଅନୁମତି ଦେଉଛି — ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- ଫ୍ରାନ୍ସରେ ଆୟୋଜିତ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ସାକ୍ଷାତ କରିଛନ୍ତି।1
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି ସଭା ଗୃହରେ ଏକ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୭୭ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା, ଯେଉଁଥିରେ ୫୯ଟି ବ୍ୟକ୍ତିଗତ ଓ ୧୮ଟି ଗୋଷ୍ଠିଗତ ଅଭିଯୋଗ ରହିଥିଲା। ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଏସ.ଡି.ପି.ଓ ଲରେନ୍ସ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ ମନମୁଣ୍ଡା ସି.ଏଚ୍.ସି ଡଃ ମହେନ୍ଦ୍ର ସଏ, ଏବଂ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ। ଶୁଣାଣି ସମୟରେ କିଛି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବି.ଡ଼ି.ଓ ସାମ୍ମୀ ରେଡ୍ଡୀ ଜୟଶ୍ରୀ, ତହସିଲଦାର ଶ୍ୱେତ ପଦ୍ମା ଯୋଶୀ, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ, ଏବଂ ବ୍ଲକର ସମସ୍ତ ଅଧିକାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶିବିରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍, ବୌଦ୍ଧ ଶାଖା ତରଫରୁ ସମସ୍ତ ଉପସ୍ଥିତ ବ୍ୟକ୍ତିଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା।1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳସ୍ଥିତ ରଞ୍ଜଗୋଳ ମଠ ଠାରେ ଗତ ୪୦୦ ବର୍ଷ ଧରି ପାରମ୍ପରିକ ରଜ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମଠର ମହନ୍ତ ପ୍ରେମଆନନ୍ଦ ଦାସ ମହାରାଜ ଏହି ପ୍ରାଚୀନ ପରମ୍ପରା ଏବଂ ମଠର ଅନେକ ମାହାତ୍ମ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହ ଏହାର ଆଲୌକିକ ମହିମା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।1
- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଝରାକଣ୍ଡଳ ଗ୍ରାମ ପଞ୍ଚାୟତରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଅଭିଯୋଗ ହୋଇପାରିନାହିଁ। ଗ୍ରାମବାସୀମାନେ ଏକଜୁଟ ହୋଇ ଏହାକୁ ବିରୋଧ କରିବାରୁ ଏହି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, ପୁରୁଣା ପାଣି ଛକରୁ ଝରାକଣ୍ଡଳ ଦେଇ ଗୁର୍ଜାଙ୍ଗ ଗ୍ରାମକୁ ଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାର କାମ ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ଅଧା ପଡ଼ିରହିଛି। ବନ ବିଭାଗ ଅନୁମତି ନଦେବାରୁ ଏହି କାମ ଭଗ୍ନ ଅବସ୍ଥାରେ ରହିଛି। ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାକୁ ନେଇ ବାରକୋଟ ବ୍ଲକର ଝରାକଣ୍ଡଳ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ବିରୋଧ କରିଥିଲେ। ସେମାନେ ଅଭିଯୋଗ ପ୍ରକୋଷ୍ଠରେ ତାଲା ପକାଇ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ। ଫଳରେ ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ଵେ ଆଜିର ଅଭିଯୋଗ ଶୁଣାଣୀ ବିଫଳ ହୋଇଥିଲା। ଶେଷରେ ଏଠାରେ କୌଣସି କାର୍ଯ୍ୟକ୍ରମ ନହୋଇ ପାରିବାରୁ ପ୍ରଶାସନ ନିରାଶ ହୋଇ ନିଜ ନିଜ କାର୍ଯ୍ୟାନୁଷ୍ଠାନକୁ ଫେରିଯାଇଥିଲେ।3
- ବଡବିଲ ଥାନା ଅନ୍ତର୍ଗତ ଉତ୍ତମସିଂ ହାଟିଂରେ ଥିବା ଜନୈକ ବ୍ୟକ୍ତିଙ୍କ ଗୋଦାମରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ୍ ମାଙ୍ଗାନିଜ୍ ଖଣିଜ ପଥର ଜବତ କରାଯାଇଛି। ପୋଲିସ୍, ବନ ଏବଂ ଖଣି ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମାଙ୍ଗାନିଜ୍ ସହିତ ଏକ ଲୋଡର ମେସିନ୍, ହାଇୱା ଏବଂ ଏକ ପିକଅପ୍ ଗାଡ଼ି ମଧ୍ୟ ଜବତ କରାଯାଇଥିବା ସୂଚନା ରହିଛି। ତେବେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।1
- କେନ୍ଦୁଝର ପୋଲିସ ରଜ ପର୍ବ ସମୟରେ ଅପରାଧୀ ନିୟନ୍ତ୍ରଣ ଅଭିଯାନ ଚଳାଇଥିବା ବେଳେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଏନକାଉଣ୍ଟରର ସମ୍ମୁଖୀନ ହୋଇଛି। ସେ ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି ହୋଇଛି। ପ୍ରାଥମିକ ଖବର ପାଇ ସଦର ପୋଲିସ ମଧ୍ୟରାତ୍ରରେ ତା’ର ଆଡ୍ଡା ଉପରେ ଚଢାଉ କରିଥିବା ବେଳେ ପ୍ରଭାତ ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସର ପାଲଟା ଗୁଳି ଚାଳନାରେ ତା’ର ଗୋଡ଼ରେ ଗୁଳି ବାଜିଥିଲା। ପ୍ରଭାତ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ମାମଲା ରହିଛି। କିଛି ଦିନ ପୂର୍ବରୁ ସେ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜାଣି ପୋଲିସ ତାକୁ ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା'ଠାରୁ ୧୨ ହଜାର ଟଙ୍କା ଜବତ କରାଯାଇଥିଲା। ପ୍ରଭାତ ପୋଲିସକୁ କହିଥିଲା ଯେ ବାକି ଟଙ୍କା ସଦର ଥାନା ଅନ୍ତର୍ଗତ ମହୁଲ ଡିହା ଜଙ୍ଗଲରେ ରଖିଛି। ଯେତେବେଳେ ପୋଲିସ ତାକୁ ଟଙ୍କା ଉଦ୍ଧାର ପାଇଁ ମହୁଲ ଡିହା ଜଙ୍ଗଲକୁ ନେଇଥିଲା, ସେ ଗାତରୁ ଟଙ୍କା ବାହାର କରିବା ବାହାନାରେ ସେଠାରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ନିଜର ସୁରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା, ଯାହା ଫଳରେ ପ୍ରଭାତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଏହା ପରେ ତାକୁ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।1