Shuru
Apke Nagar Ki App…
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳସ୍ଥିତ ରଞ୍ଜଗୋଳ ମଠ ଠାରେ ଗତ ୪୦୦ ବର୍ଷ ଧରି ପାରମ୍ପରିକ ରଜ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମଠର ମହନ୍ତ ପ୍ରେମଆନନ୍ଦ ଦାସ ମହାରାଜ ଏହି ପ୍ରାଚୀନ ପରମ୍ପରା ଏବଂ ମଠର ଅନେକ ମାହାତ୍ମ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହ ଏହାର ଆଲୌକିକ ମହିମା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।
BIKRAM SAHU
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳସ୍ଥିତ ରଞ୍ଜଗୋଳ ମଠ ଠାରେ ଗତ ୪୦୦ ବର୍ଷ ଧରି ପାରମ୍ପରିକ ରଜ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମଠର ମହନ୍ତ ପ୍ରେମଆନନ୍ଦ ଦାସ ମହାରାଜ ଏହି ପ୍ରାଚୀନ ପରମ୍ପରା ଏବଂ ମଠର ଅନେକ ମାହାତ୍ମ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହ ଏହାର ଆଲୌକିକ ମହିମା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳସ୍ଥିତ ରଞ୍ଜଗୋଳ ମଠ ଠାରେ ଗତ ୪୦୦ ବର୍ଷ ଧରି ପାରମ୍ପରିକ ରଜ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମଠର ମହନ୍ତ ପ୍ରେମଆନନ୍ଦ ଦାସ ମହାରାଜ ଏହି ପ୍ରାଚୀନ ପରମ୍ପରା ଏବଂ ମଠର ଅନେକ ମାହାତ୍ମ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହ ଏହାର ଆଲୌକିକ ମହିମା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।1
- ଢେଙ୍କାନାଳ ଜିଲ୍ଲା ଅlତିଣ୍ଡା ଗ୍ରାମରେ ଏକ ଅଚାନକ ଚଡ଼କ ମାରିବା ଫଳରେ ଗୋଟିଏ କଞ୍ଚା ତାଳଗଛ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗଛଟି ମାଧବ ଦାସଙ୍କର ବୋଲି ଜଣାପଡିଛି।1
- କଂଗ୍ରେସ ନେତା ମନୋଜ କୁମାର ସାହୁ ନୟାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।1
- ବିଭିର୍ନ୍ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଧାରାବାହିକ ଅଭିନେତ୍ରୀ ସନ୍ଧ୍ୟା କହିଛନ୍ତି ଯେ କଳାକାରଙ୍କ ଠାରୁ କିଛି ବଡ଼ ନାହିଁ କି କଳାକାରଙ୍କ ଠାରୁ କିଛି କଷ୍ଟ କାମ ନାହିଁ।1
- ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।1
- ବଳିଆନ୍ତା ବ୍ଲକର ପୁରୁଣାଶାସନ ସ୍ଥିତ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ଏବର୍ଷର ପ୍ରଥମ ଯାଆଁଳ ଉତ୍ପାଦନ ସମ୍ପନ୍ନ ହୋଇଛି।1
- ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।1
- ଢେଙ୍କାନାଳ ସଦର ବ୍ଲକର କାଇମାଟି ତାରିଣୀ ଛକରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଦୀର୍ଘ ଦିନ ଧରି ବିଦ୍ୟୁତ ସମସ୍ୟାରେ ଅତିଷ୍ଠ ହୋଇ ଶତାଧିକ ଗ୍ରାମବାସୀ ଏବଂ ଚାଷୀମାନେ ଏହାର ପ୍ରତିବାଦ କରିଛନ୍ତି। ବିଦ୍ୟୁତ ସେବାରେ ବାରମ୍ବାର ବ୍ୟାଘାତ ଯୋଗୁଁ ସେମାନେ ଆଜି ଢେଙ୍କାନାଳ-ଭୁବନ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଶେଷରେ ବିଭାଗୀୟ ଅଧିକାରୀ, ତହସିଲ ପ୍ରଶାସନ ଏବଂ ପୋଲିସର ହସ୍ତକ୍ଷେପ ପରେ ରାସ୍ତାରୋକ ହଟାଇ ଦିଆଯାଇଥିଲା।1