Shuru
Apke Nagar Ki App…
ଢେଙ୍କାନାଳ ଜିଲ୍ଲା ଅlତିଣ୍ଡା ଗ୍ରାମରେ ଏକ ଅଚାନକ ଚଡ଼କ ମାରିବା ଫଳରେ ଗୋଟିଏ କଞ୍ଚା ତାଳଗଛ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗଛଟି ମାଧବ ଦାସଙ୍କର ବୋଲି ଜଣାପଡିଛି।
Tapasdas 6372788705
ଢେଙ୍କାନାଳ ଜିଲ୍ଲା ଅlତିଣ୍ଡା ଗ୍ରାମରେ ଏକ ଅଚାନକ ଚଡ଼କ ମାରିବା ଫଳରେ ଗୋଟିଏ କଞ୍ଚା ତାଳଗଛ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗଛଟି ମାଧବ ଦାସଙ୍କର ବୋଲି ଜଣାପଡିଛି।
More news from Odisha and nearby areas
- ଢେଙ୍କାନାଳ ଜିଲ୍ଲା ଅlତିଣ୍ଡା ଗ୍ରାମରେ ଏକ ଅଚାନକ ଚଡ଼କ ମାରିବା ଫଳରେ ଗୋଟିଏ କଞ୍ଚା ତାଳଗଛ ଜଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଗଛଟି ମାଧବ ଦାସଙ୍କର ବୋଲି ଜଣାପଡିଛି।1
- ଢେଙ୍କାନାଳ ସହର ଉପକଣ୍ଠ ବନମାଳୀ ପ୍ରସାଦରେ ଆଜି ରଜ ସଂକ୍ରାନ୍ତି ଅବସରରେ ଏକ ନିଆରା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ରଜକୁ ନେଇ ସମଗ୍ର ଅଞ୍ଚଳରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ବେଳେ ବନମାଳୀ ପ୍ରସାଦର ସ୍ୱତନ୍ତ୍ର ଆୟୋଜନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ରଜ ପର୍ବରେ ଓଡ଼ିଆ ଘରେ ଘରେ ପିଠାପଣାର ମହକ ସହ ରଜ ପାନ, ନୂଆ ପୋଷାକ ଏବଂ ଦୋଳି ଖେଳର ମଜା ଦେଖିବାକୁ ମିଳେ। ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ବନମାଳୀ ପ୍ରସାଦର ଯୁବଗୋଷ୍ଠୀ ପକ୍ଷରୁ ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ରଜ ଦୋଳିର ଆୟୋଜନ କରାଯାଇଛି। ବଡ଼ ବଡ଼ କାଠ ଗଣ୍ଡି, ବାଉଁଶ, ମଜବୁତ ଦଉଡ଼ି ଏବଂ ଲୁହା ପିସ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଦୋଳିଗୁଡ଼ିକ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି।1
- ରଜ ସଂକ୍ରାନ୍ତି ଅବସରରେ ଜଣେ ପରିବେଶବିତ୍ ପ୍ରତି ପରିବାରକୁ ଚାରା ବଣ୍ଟନ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି। ଜଗତସିଂହପୁର ଅଞ୍ଚଳରେ ତାଙ୍କର ଏହି ପ୍ରୟାସକୁ ନେଇ ବର୍ତ୍ତମାନ ସବୁଆଡ଼େ ଆଲୋଚନା ଚାଲିଛି।1
- ଭାଗୀରଥି ବିଶ୍ୱବିଦ୍ୟାଳୟ ଫର୍ ଆଡଭାନ୍ସଡ ଲର୍ନିଂ (Bhagirathi University for Advanced Learning) ପକ୍ଷରୁ ବକ୍ତା ବିରେନ୍ଦ୍ର ଦେବତା ଶିକ୍ଷା ଉପରେ ଏକ ଚିନ୍ତନଶୀଳ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ଏହି ପ୍ରସଙ୍ଗ ଶିକ୍ଷାର ପ୍ରାକୃତିକ ଶୈଳୀ ଓ ପରିବେଶରେ ଏହାର ମାନଦଣ୍ଡ ଏବଂ ବିଦ୍ୟାର୍ଥୀଙ୍କ ଜ୍ଞାନକୋଷର ସ୍ୱତଃ ବୃଦ୍ଧି ଉପରେ କେନ୍ଦ୍ରିତ ଥିଲା, ଯାହା ରାଜ୍ୟର ସମୃଦ୍ଧତା ଦିଗରେ ଏକ ପ୍ରୟାସ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟର ଚେତନା, ସଂବେଦନା ଏବଂ ମହତ୍ୱକାଂକ୍ଷା, ଭାଷାର ଗୁରୁତ୍ୱପୂର୍ଣ୍ଣ ଉପଯୋଗିତା, ସହଭାଗିତା ଏବଂ କୌଶଳର ଶିକ୍ଷା ସହିତ ମିଶ୍ରଣ ହିଁ ସମୃଦ୍ଧତାର ପ୍ରଥମ ସୋପାନ। ଯେକୌଣସି ବ୍ୟକ୍ତି ଏହି ଚ୍ୟାନେଲ ଦ୍ୱାରା ଆୟୋଜିତ ଅଧିବେଶନଗୁଡ଼ିକୁ ପ୍ରାୟୋଜିତ କରିବାକୁ ଆଗ୍ରହୀ କିମ୍ବା କୌଣସି ପରାମର୍ଶ, ମତାମତ, ପ୍ରଶ୍ନ ଥିଲେ, ସେମାନେ କେବଳ ସିଗ୍ନାଲ ଆପ୍ ମାଧ୍ୟମରେ @birendra.09 କୁ ବାର୍ତ୍ତା ପଠାଇ ପାରିବେ। ପୂର୍ବରୁ ପ୍ରଦତ୍ତ ଯୋଗାଯୋଗ ଠିକଣା ମଧ୍ୟ ଏବେ ବି ଉପଲବ୍ଧ ଅଛି। ବିରେନ୍ଦ୍ର ଦେବତାଙ୍କ ଦ୍ୱାରା ଏହି ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଅଧିବେଶନ ସମ୍ବନ୍ଧୀୟ ଲେଖା ପଢ଼ିବା ପାଇଁ, ପାଠକମାନେ ପ୍ରତିଲିପି (Pratilipi) ରେ "Birendra Debta" ସନ୍ଧାନ କରି କିମ୍ବା Dailyhunt ରେ profile.Dailyhunt.in/easyevolve ରେ ତାଙ୍କୁ ଲାଇକ୍, ଫଲୋ ଏବଂ ସମର୍ଥନ କରିବାକୁ ସ୍ୱାଗତ।1
- ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଦିନ 'ଅଦ୍ୱିକା ବାର୍ତ୍ତା' ମାଧ୍ୟମରେ ରାଜ୍ୟର କିଶୋର-କିଶୋରୀମାନଙ୍କ ସହ ଏକ ଅଭିନବ ରାଜ୍ୟସ୍ତରୀୟ ଆଲୋଚନାରେ ସାମିଲ ହୋଇଛନ୍ତି। ଶାସନ ଏବଂ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ସଦୃଢ଼ କରିବା ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (OSCPCR) ଏବଂ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ "ଏ ଡେ ଫର ଚିଲଡ୍ରେନ୍" (A Day for Children) କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହି ଆଲୋଚନା ଆୟୋଜିତ ହୋଇଥିଲା। ରଜ ପର୍ବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ 'ଅଦ୍ୱିକା' ଗ୍ରୁପ୍ ସହ ଜଡ଼ିତ କିଶୋର ଓ କିଶୋରୀମାନେ ଏକାଠି ହୋଇଥିଲେ। କିଛି କିଶୋର-କିଶୋରୀ ଭୁବନେଶ୍ୱର ସ୍ଥିତ କନଭେନସନ ସେଣ୍ଟରରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଭାଗ ନେଇଥିବା ବେଳେ, ସମସ୍ତ ୩୦ଟି ଜିଲ୍ଲାର ପ୍ରତିନିଧିମାନେ ଜିଲ୍ଲା ଅଧିକାରୀ ଓ ପ୍ରଶାସକମାନଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ। ଏହି ଦୁଇ ଘଣ୍ଟିଆ ଆଲୋଚନା ଚକ୍ରରେ କିଶୋର-କିଶୋରୀମାନେ ଶିକ୍ଷା, ସୁରକ୍ଷା, ଲିଙ୍ଗଗତ ସମାନତା, ଶିଶୁ ଅଧିକାର, ନେତୃତ୍ୱ ନେବାର ସୁଯୋଗ, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ଭବିଷ୍ୟତର ଆକାଂକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ମନ୍ତ୍ରୀଙ୍କୁ ସିଧା ସଳଖ ପ୍ରଶ୍ନ ପଚାରିବା ସହ ନିଜର ଅନୁଭୂତି ବାଣ୍ଟିଥିଲେ। ଏଥିସହିତ ରାଜ୍ୟରେ ଯୁବପିଢ଼ିଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଏବଂ ସେବାଗୁଡ଼ିକୁ ଅଧିକ ମଜବୁତ କରିବା ପାଇଁ ସେମାନେ ନିଜ ନିଜର ମତାମତ ଓ ପରାମର୍ଶ ମଧ୍ୟ ଉପସ୍ଥାପନ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କିଶୋର-କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପତ୍ତିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ଦୋହରାଇଥିଲେ। ସେ ଯୁବପିଢ଼ିଙ୍କୁ ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ସହ ଆଗାମୀ ଦିନର ନୀତି ନିର୍ଦ୍ଧାରଣ ଆଲୋଚନାରେ ସେମାନଙ୍କର ସମସ୍ୟା ଓ ସୁପାରିଶଗୁଡ଼ିକୁ ବିଚାରକୁ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ୟୁନିସେଫ୍ ଓଡ଼ିଶାର ଚିଫ୍ ଅଫ୍ ଫିଲ୍ଡ ଅଫିସ୍ ଶ୍ରୀ ପ୍ରଶାନ୍ତ ଦାଶ, ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ସୋଭନା ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।1
- ବଳିଆନ୍ତା ବ୍ଲକର ପୁରୁଣାଶାସନ ସ୍ଥିତ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ଏବର୍ଷର ପ୍ରଥମ ଯାଆଁଳ ଉତ୍ପାଦନ ସମ୍ପନ୍ନ ହୋଇଛି।1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳସ୍ଥିତ ରଞ୍ଜଗୋଳ ମଠ ଠାରେ ଗତ ୪୦୦ ବର୍ଷ ଧରି ପାରମ୍ପରିକ ରଜ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମଠର ମହନ୍ତ ପ୍ରେମଆନନ୍ଦ ଦାସ ମହାରାଜ ଏହି ପ୍ରାଚୀନ ପରମ୍ପରା ଏବଂ ମଠର ଅନେକ ମାହାତ୍ମ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହ ଏହାର ଆଲୌକିକ ମହିମା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।1
- ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ପଞ୍ଚାୟତରେ ରଜ ପର୍ବକୁ ନେଇ ଏକ ଭିନ୍ନ ଓ ଆକର୍ଷଣୀୟ ଆୟୋଜନ ଦେଖିବାକୁ ମିଳିଛି। "ମୋ ଗାଁ ରଜ ମହୋତ୍ସବ" କମିଟି ପକ୍ଷରୁ ଏହି ରଜ ମହୋତ୍ସବକୁ ଧୂମଧାମରେ ପାଳନ କରାଯାଉଛି। ଗତ ସାତ ବର୍ଷ ଧରି ସମାଜସେବୀ ଅଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମହୋତ୍ସବ ଆୟୋଜିତ ହୋଇଆସୁଛି। ଚଳିତ ବର୍ଷ ଜୁନ ୧୪ ତାରିଖରୁ ଆରମ୍ଭ ହୋଇ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଏହି ରଜ ଉତ୍ସବ ଚାଲିବ। ଏହି ମହୋତ୍ସବର ବିଶେଷ କଥା ହେଉଛି ଯେ, ଏଠାରେ ଦର୍ଶକଙ୍କ ପାଇଁ ସମସ୍ତ ଦୋଳି ଏବଂ ଚଟପଟି ଖାଦ୍ୟ ସମ୍ପୂର୍ଣ୍ଣ ମାଗଣାରେ ବ୍ୟବସ୍ଥା କରାଯାଇଛି।1