ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ମାସନ୍ତ ମେରୁ ଯାତ୍ରା ଉଦଯାପିତ,କଣ୍ଟାରେ ଗଡିଲେ ରୁମାଗଡ ଦଣ୍ଡୁଆ। ପୋଲସରା ୧୪/୦୪/୨୬ ପବିତ୍ର ଚୈତ୍ରମାସରେ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ମାଁ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପବିତ୍ର ଚୈତ୍ରମାସରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନିଜେ ନିଜର ପରମ୍ପରାକୁ ପାଥେୟ କରି ଦିର୍ଘ ୧୩ ଦିନ ଧରି ମହାସମାରୋହରେ ମାଁ ଦଣ୍ଡକାଳୀ ଗାଁ କୁ ଗାଁ ଧରି ପରିଭ୍ରମଣ କରିଥିଲେ ।ରୁମାଗଡର ମା' ଦଣ୍ଡ କାଳୀଙ୍କ ମନ୍ଦିରରେ ମାସନ୍ତ ମେରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳନ କରାଯାଉଛି । ଆସ୍ଥା ଓ ବିଶ୍ୱାସର ଏହି ପରମ୍ପରାକୁ ନେଇ ହଜାର ହଜାର ଶ୍ରଦ୍ଧାଳୁ ଏହି ମାସନ୍ତ ମେରୁ ଯାତ୍ରାରେ ସାମିଲ ହୋଇଥାନ୍ତି । ଘଣ୍ଟ ଘଣ୍ଟା ଢୋଲ ବାଜାରେ ମାଁକାଳୀଙ୍କ ଆସ୍ଥାନ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ମାନସିକ ଧାରି ଦଣ୍ଡୁଆମାନେ ଯଥା ରିତିନିତୀ ଅନୁସାରେ ଧୂଳିଦଣ୍ଡ , ପାଣି ଦଣ୍ଡ , ଗ୍ରାମ ପରିକ୍ରମା କରିବା ସହ ପୂର୍ଣ୍ଣଆହୁତିରେ ମାଁକାଳୀଙ୍କ ମନ୍ଦିର ପରିକ୍ରମା କରିଥିଲେ ।ରୁମାଗଡ ଦଣ୍ଡରେ ଥିବା ୨୫୦ ଦଣ୍ଡୁଆ ପୋଖରୀରୁ ବାଲି ଆଣି ବାଲୁକା ସ୍ତୁପ ସ୍ଥାପନ ପରେ ସମସ୍ତ ଦଣ୍ଡୁଆ ଏକ ନିଆରା ପରମ୍ପରା ଅନୁସାରେ ଜଙ୍ଗଲ ରୁ ଅଣା ଯାଇଥିବା ବଇଞ୍ଚ କୋଳି କଣ୍ଟାରେ ଗଡ଼ି ନିଜର ମାନସିକ ପୁରଣ କରିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଶେଷରେ ବେଲ କାଠରେ ନିର୍ମାଣ ହୋଇଥିବା ଦୁଇ ଖୁଣ୍ଟିରେ ମୁଖ୍ୟପାଟ ଦଣ୍ଡୁଆଙ୍କୁ ଦହିରେ ସ୍ନାନ କରାଇ ଗୋଡ଼ ଉପରକୁ ବାନ୍ଧି ମଣ୍ଡ ତଳକୁ କରି ମେରୁଅଗ୍ନି କୁଣ୍ଡରେ ଝୁଲି ମାଁକାଳୀଙ୍କୁ ସମର୍ପଣରେ ଜଗତର କଲ୍ୟାଣ କରିଥାନ୍ତି । ଏହି ଲୋକପ୍ରିୟ ଗଣଉତ୍ସବକୁ ନେଇ ପୋଲସରା ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ମୈତ୍ରୀର ସଞ୍ଚାର ହୋଇଥିଲା ।ଯାହାକୁ ନେଇ ଦଣ୍ଡଯାତ୍ରାର କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ ଦଣ୍ଡଯାତ୍ରାର ସମସ୍ତ କମିଟିବୃନ୍ଦ । ଏହି ୧୩ ଦିନ ଧରି ଦଣ୍ଡ ଯାତ୍ରା କୁ ପରିଚାଳନାରେ ଗ୍ରାମବାସୀ ବୃନ୍ଦ ସମେତ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ,ରାଣୀପଡା, ମଥୁରା,ପାଟିଗଡ,ଖଇଖତ ଓ ମାଳତେନ୍ତୁଳିଆରେ ମାସନ୍ତ ମେରୁ ପର୍ବ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଥିବାବେଳେ ମାନସିକ ଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଭକ୍ତିପୂତ ଭାବେ ହଜାର ହଜାର ଶ୍ରଦ୍ଧାଳୁ ଗହଣରେ ମାଁକାଳୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଏହି ସବୁ କାର୍ଯ୍ୟକ୍ରମ ସରିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ମାସନ୍ତ ମେରୁ ଯାତ୍ରା ଉଦଯାପିତ,କଣ୍ଟାରେ ଗଡିଲେ ରୁମାଗଡ ଦଣ୍ଡୁଆ। ପୋଲସରା ୧୪/୦୪/୨୬ ପବିତ୍ର ଚୈତ୍ରମାସରେ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ମାଁ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପବିତ୍ର ଚୈତ୍ରମାସରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନିଜେ ନିଜର ପରମ୍ପରାକୁ ପାଥେୟ କରି ଦିର୍ଘ ୧୩ ଦିନ ଧରି ମହାସମାରୋହରେ ମାଁ ଦଣ୍ଡକାଳୀ ଗାଁ କୁ ଗାଁ ଧରି ପରିଭ୍ରମଣ କରିଥିଲେ ।ରୁମାଗଡର ମା' ଦଣ୍ଡ କାଳୀଙ୍କ ମନ୍ଦିରରେ ମାସନ୍ତ ମେରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ
ପାଳନ କରାଯାଉଛି । ଆସ୍ଥା ଓ ବିଶ୍ୱାସର ଏହି ପରମ୍ପରାକୁ ନେଇ ହଜାର ହଜାର ଶ୍ରଦ୍ଧାଳୁ ଏହି ମାସନ୍ତ ମେରୁ ଯାତ୍ରାରେ ସାମିଲ ହୋଇଥାନ୍ତି । ଘଣ୍ଟ ଘଣ୍ଟା ଢୋଲ ବାଜାରେ ମାଁକାଳୀଙ୍କ ଆସ୍ଥାନ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ମାନସିକ ଧାରି ଦଣ୍ଡୁଆମାନେ ଯଥା ରିତିନିତୀ ଅନୁସାରେ ଧୂଳିଦଣ୍ଡ , ପାଣି ଦଣ୍ଡ , ଗ୍ରାମ ପରିକ୍ରମା କରିବା ସହ ପୂର୍ଣ୍ଣଆହୁତିରେ ମାଁକାଳୀଙ୍କ ମନ୍ଦିର ପରିକ୍ରମା କରିଥିଲେ ।ରୁମାଗଡ ଦଣ୍ଡରେ ଥିବା ୨୫୦ ଦଣ୍ଡୁଆ ପୋଖରୀରୁ ବାଲି ଆଣି ବାଲୁକା ସ୍ତୁପ ସ୍ଥାପନ ପରେ ସମସ୍ତ ଦଣ୍ଡୁଆ ଏକ ନିଆରା ପରମ୍ପରା ଅନୁସାରେ
ଜଙ୍ଗଲ ରୁ ଅଣା ଯାଇଥିବା ବଇଞ୍ଚ କୋଳି କଣ୍ଟାରେ ଗଡ଼ି ନିଜର ମାନସିକ ପୁରଣ କରିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଶେଷରେ ବେଲ କାଠରେ ନିର୍ମାଣ ହୋଇଥିବା ଦୁଇ ଖୁଣ୍ଟିରେ ମୁଖ୍ୟପାଟ ଦଣ୍ଡୁଆଙ୍କୁ ଦହିରେ ସ୍ନାନ କରାଇ ଗୋଡ଼ ଉପରକୁ ବାନ୍ଧି ମଣ୍ଡ ତଳକୁ କରି ମେରୁଅଗ୍ନି କୁଣ୍ଡରେ ଝୁଲି ମାଁକାଳୀଙ୍କୁ ସମର୍ପଣରେ ଜଗତର କଲ୍ୟାଣ କରିଥାନ୍ତି । ଏହି ଲୋକପ୍ରିୟ ଗଣଉତ୍ସବକୁ ନେଇ ପୋଲସରା ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ମୈତ୍ରୀର ସଞ୍ଚାର ହୋଇଥିଲା ।ଯାହାକୁ ନେଇ ଦଣ୍ଡଯାତ୍ରାର କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିଥିଲେ ଦଣ୍ଡଯାତ୍ରାର ସମସ୍ତ କମିଟିବୃନ୍ଦ
। ଏହି ୧୩ ଦିନ ଧରି ଦଣ୍ଡ ଯାତ୍ରା କୁ ପରିଚାଳନାରେ ଗ୍ରାମବାସୀ ବୃନ୍ଦ ସମେତ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ,ରାଣୀପଡା, ମଥୁରା,ପାଟିଗଡ,ଖଇଖତ ଓ ମାଳତେନ୍ତୁଳିଆରେ ମାସନ୍ତ ମେରୁ ପର୍ବ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଥିବାବେଳେ ମାନସିକ ଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଭକ୍ତିପୂତ ଭାବେ ହଜାର ହଜାର ଶ୍ରଦ୍ଧାଳୁ ଗହଣରେ ମାଁକାଳୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଏହି ସବୁ କାର୍ଯ୍ୟକ୍ରମ ସରିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
- ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- asika ganjam odisha7
- ନୂଆ ରାମଚନ୍ଦ୍ରପୁର ଗ୍ରାମରେ ଜୟ ମା ଦକ୍ଷିଣକାଳୀ ଙ୍କ ଅଲୈକିକ ଦୃଶ୍ୟ ଦର୍ଶନ କରନ୍ତୁ କୋଟି ପୂଣ୍ୟ ଫଳ ମିଳିବ । Live Odisha News Update1
- ବ୍ରହ୍ମପୁରରେ ମା' ଦଣ୍ଡ କାଳୀଙ୍କ ସନ୍ଧ୍ୟା ଆଳତୀ ଓ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ହଠାତ୍ ଏକ ବିରାଟ ନାଗ ସାପ ଆସି ପୂଜା ସ୍ଥଳ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି। ସାପଟି କାହାରି କୌଣସି କ୍ଷତି ନକରି ଶାନ୍ତ ଭାବରେ ସେଠାରେ ବୁଲୁଥିବା ବେଳେ, ଉପସ୍ଥିତ ଭକ୍ତମାନେ ଏହାକୁ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ମାନିଛନ୍ତି। ଭିଡିଓରେ ଆପଣ ଶୁଣିପାରିବେ କିପରି ଚତୁର୍ଦ୍ଦିଗରେ ଲୋକଙ୍କ 'ହର ହର ମହାଦେବ' ଧ୍ୱନି ପ୍ରକମ୍ପିତ ହେଉଛି। ଦେଖନ୍ତୁ ଏହି ଚମତ୍କାର ଭିଡିଓ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ 'ହର ହର ମହାଦେବ' ବା 'ଓମ୍ ନମଃ ଶିବାୟ'। ମା' ଦଣ୍ଡ କାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ।1
- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।1
- ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା। ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।1
- ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ଉଦ୍ୟମ ହେତୁ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। କିନ୍ତୁ ମହାରାଜାଙ୍କ ସହରରେ ଓଡିଆ ଭାଷା ପ୍ରତି ଅସମ୍ମାନ ଓ ଅବମାନନା ଦେଖିବାକୁ ମିଳିଛି। ଭାରତ ସମ୍ବିଧାନ ପ୍ରଣେତା ଡ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲଗାଯାଇଥିବା ପତାକା ଓ ଉତ୍ତରୀୟ ରେ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଯାଇଛି। ଓଡିଆ ଅସ୍ମିତା ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଇ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ ଗଜପତି ଜିଲ୍ଲା ରେ ଫେଲ୍ ମାରିଛି। ବ୍ୟୁରୋ ରିପୋର୍ଟ ଖବର ତରଙ୍ଗ1
- ଦୟାପଲ୍ଲୀ ଗ୍ରାମରେ ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ କରନ୍ତୁ Live odisha News update1