logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)

1 hr ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
1 hr ago

​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ

କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ

ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା

ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)

More news from ଓଡ଼ିଶା and nearby areas
  • ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର।

ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି।
​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    1
    ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    user_Rajesh Samantaray
    Rajesh Samantaray
    Bank Sadar, Puri•
    7 hrs ago
  • ସୌମ୍ୟ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ, ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ
    1
    ସୌମ୍ୟ ହତ୍ୟା ମାମଲାରେ କଂଗ୍ରେସର ଆନ୍ଦୋଳନ, ସିପି ଅଫିସ ବାହାରେ ଖଣ୍ଡଯୁଦ୍ଧ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 min ago
  • ସୌମ୍ୟଙ୍କ ମାମୁଁ କଣ କହୁଛନ୍ତି ଶୁଣନ୍ତୁ ... #BaliantaCase #baliantanews
    1
    ସୌମ୍ୟଙ୍କ ମାମୁଁ କଣ କହୁଛନ୍ତି ଶୁଣନ୍ତୁ ...    #BaliantaCase    #baliantanews
    user_SUDAM DAS
    SUDAM DAS
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ମାମଲା; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦୌଡ଼ିଲେ କନେଷ୍ଟବଳ।
    1
    ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ମାମଲା; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ।
ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦୌଡ଼ିଲେ କନେଷ୍ଟବଳ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    1
    ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    9 hrs ago
  • ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ। ​ ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ। ​ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ​ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ​ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ।
​
ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ।
​ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।
​ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ  ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
​ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.