Shuru
Apke Nagar Ki App…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
TV5ODIA 9556605993
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।1
- Post by Bighne Rana1
- ଅଦ୍ୟ ତା.17/04/2026 ରିଖ ପୂର୍ବାହ୍ନରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ତାଳବଣିଆ ଆଇଟିଆଇ ପଡିଆ ଠାରେ ମେଗା ବା ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଉଦଘାଟନ କରିବା ସହ ଏହି ନିଯୁକ୍ତି ମେଳା ମାଧ୍ୟମରେ ବେରୋଜଗାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ସୁଯୋଗ ସହ ସେମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ସହାୟକ ହେଉଛି ବୋଲି କହିଥିଲେ।ସରକାରଙ୍କ ଲକ୍ଷ୍ୟ ଯୁବବର୍ଗ ସେମାନଙ୍କ ଯୋଗ୍ୟତା ଅନୁସାରେ ଆତ୍ମ ନିର୍ଭର ହୁଅନ୍ତୁ।ବର୍ତ୍ତମାନ ସମୟରେ ଯୁବବର୍ଗ ଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି।ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ବା ନିଜେ ତାଲିମ ନେଇ ଜଣେ ସଫଳ ଉଦ୍ୟୋଗପତି ହୋଇ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀ ର ଅଧ୍ୟକ୍ଷ ପ୍ରମୋଦ କୁମାର ସାମଲ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୃଷ୍ଣ ପ୍ରସାଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ସୁନ୍ଦରାୟ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରୁଆ ର ଅଧ୍ୟକ୍ଷ ଦିପ୍ତୀ ମିଶ୍ର ପ୍ରମୁଖ ଯୋଗ ଦେଇ ନିଯୁକ୍ତି ମେଳା ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ।ଏଥିରେ ଯୋଗ ଦେଇ ନିଜ ଯୋଗ୍ୟତା ଓ ଦକ୍ଷତା ଆଧାର ରେ ନିଜକୁ ପ୍ରତିପାଦିତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେକ୍ସନ ଅଫିସର ପୁଷ୍ପ ଲତା ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ନିଯୁକ୍ତି ମେଳା ପରିଚାଳନା ରେ ସହଯୋଗ କରିଥିଲେ।ନିଯୁକ୍ତି ମେଳାରେ ୩୯ ଗୋଟି ବେସରକାରୀ ସଂସ୍ଥା ଓ ୧୦ ଗୋଟି ପିଆଇଏ ଅଂଶଗ୍ରହଣ କରିଥିଲେ। ଏଥିରେ ୧୮୬୨ ଜଣ ପଞ୍ଜିକରଣ କରିଥିବା ବେଳେ ବିଭିନ୍ନ କମ୍ପାନୀ ୧୧୮୯ ଜଣ ଙ୍କୁ ସଟଲିଷ୍ଟ କରିଥିଲେ।ସେମାନଙ୍କ ମଧ୍ୟରୁ ତତକ୍ଷଣାତ ୧୦୧ ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ୫୪୭ ଜଣ ଙ୍କୁ ଦକ୍ଷତା ବିକାଶ ତାଲିମ ପାଇଁ ପିଆଇଏ ମାନେ ମନୋନୀତ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....3
- ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି।1
- ବେଳପଡ଼ା ଗାଁରେ ସମ୍ମାନୀତ ହେଲେ ମୋର୍ ଅଧିକାର ନିର୍ମାତା ଅନିଲ ମୁଗ୍ରୀ ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଜନ mor adhikar you tube subscribe1
- ଚୋର ମାଛାଏ ସୋର1
- ଅଦ୍ୟ ତା. 17/04/2026 ରିଖ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪ ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1