ଦେବଗଡ଼ ଜିଲ୍ଲାର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍ରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା. ୧୯. ୦୬. ୨୦୨୬ ରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଫୁଟବଲ୍ ଲିଗ୍ ୨୦୨୬-୨୭ ର ଶୁଭ ଉଦ୍ଘାଟନ ଓ ଉଦ୍ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ୍ରେ ଜିଲ୍ଲାର ୪ଟି ଦଳ – ଝରମୁଣ୍ଡା କ୍ଲବ୍, କେ ଆଇ ସି ତିଲେଇବଣି, ପ୍ରଧାନପାଟ କ୍ଲବ୍ ଏବଂ ମୋନରମା କ୍ଲବ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଉପ ନିବନ୍ଧକ ଓ ବିବାହ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଲିଗ୍ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ କେ ଆଇ ସି ତିଲେଇବଣି ଏବଂ ପ୍ରଧାନପାଟ କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେ ଆଇ ସି ତିଲେଇବଣି ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ୨-୦ ଗୋଲ୍ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଅନ୍ତିମ ମ୍ୟାଚ୍ କେ ଆଇ ସି ତିଲେଇବଣି ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ପୁଣି ୨-୦ ଗୋଲ୍ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲା। କେ ଆଇ ସି ତିଲେଇବଣି ରନରଅପ୍ ହୋଇଥିବା ବେଳେ ମୋନରମା କ୍ଲବ୍ ଦେବଗଡ଼ ଚାମ୍ପିଅନ୍ ହୋଇଥିଲା। ମୁଖ୍ୟ ଅତିଥି ଓ ବରୋଣ୍ୟ ଅତିଥିମାନେ ବିଜୟୀ ଦଳମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ପ୍ରଦୀପ କିସାନ, ବୁଲି ମୁଣ୍ଡା ଏବଂ ରିନା ମୁଖୀ ଏହି ଖେଳକୁ ପରିଚାଳନା କରିଥିଲେ। ଖେଳରେ ସୁନ୍ଦର ଭାବେ ଗୋଲ୍ ଦେଇଥିବା ଶୁଭଶ୍ରୀ ଖାଡ଼ିଆ ଏବଂ ମଧୁସ୍ମିତା ମହାନ୍ତିଙ୍କୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଶତପଥି ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।

- ଦେବଗଡ଼ ଜିଲ୍ଲାର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍ରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା. ୧୯. ୦୬. ୨୦୨୬ ରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଫୁଟବଲ୍ ଲିଗ୍ ୨୦୨୬-୨୭ ର ଶୁଭ ଉଦ୍ଘାଟନ ଓ ଉଦ୍ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ୍ରେ ଜିଲ୍ଲାର ୪ଟି ଦଳ – ଝରମୁଣ୍ଡା କ୍ଲବ୍, କେ ଆଇ ସି ତିଲେଇବଣି, ପ୍ରଧାନପାଟ କ୍ଲବ୍ ଏବଂ ମୋନରମା କ୍ଲବ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଉପ ନିବନ୍ଧକ ଓ ବିବାହ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଲିଗ୍ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ କେ ଆଇ ସି ତିଲେଇବଣି ଏବଂ ପ୍ରଧାନପାଟ କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେ ଆଇ ସି ତିଲେଇବଣି ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ୨-୦ ଗୋଲ୍ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଅନ୍ତିମ ମ୍ୟାଚ୍ କେ ଆଇ ସି ତିଲେଇବଣି ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ପୁଣି ୨-୦ ଗୋଲ୍ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲା। କେ ଆଇ ସି ତିଲେଇବଣି ରନରଅପ୍ ହୋଇଥିବା ବେଳେ ମୋନରମା କ୍ଲବ୍ ଦେବଗଡ଼ ଚାମ୍ପିଅନ୍ ହୋଇଥିଲା। ମୁଖ୍ୟ ଅତିଥି ଓ ବରୋଣ୍ୟ ଅତିଥିମାନେ ବିଜୟୀ ଦଳମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ପ୍ରଦୀପ କିସାନ, ବୁଲି ମୁଣ୍ଡା ଏବଂ ରିନା ମୁଖୀ ଏହି ଖେଳକୁ ପରିଚାଳନା କରିଥିଲେ। ଖେଳରେ ସୁନ୍ଦର ଭାବେ ଗୋଲ୍ ଦେଇଥିବା ଶୁଭଶ୍ରୀ ଖାଡ଼ିଆ ଏବଂ ମଧୁସ୍ମିତା ମହାନ୍ତିଙ୍କୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଶତପଥି ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।1
- ସୁନ୍ଦରଗଡ଼ ଜିଲ୍ଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟରେ ନିମ୍ନ ମାନର କାର୍ଯ୍ୟକୁ ନେଇ ଠିକାଦାର ସଂଘ ପକ୍ଷରୁ ଆଜି ଘେରାଉ କରାଯାଇଛି। କଉଧର (୨) ଚେକ୍ ଡ୍ୟାମ୍ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ପରେ ଏହି ଘେରାଉ କରାଯାଇଥିଲା। ଏହି କାମ ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଅଧୀନ ଲହୁଣିପଡ଼ା ଗଣିଘସା ନିକଟରେ ଚାଲିଛି ଏବଂ ଏହାର ବ୍ୟୟ ଅଟକଳ ୬୨ ଲକ୍ଷ ୪୯ ହଜାର ରହିଛି। ଏହି କାର୍ଯ୍ୟ ଠିକାଦାର ନିଭା ମିଶ୍ର କରୁଛନ୍ତି। ନିମ୍ନ ମାନର କାମ ସମ୍ପର୍କରେ ଠିକାଦାର ମହାସଂଘ ଅଭିଯୋଗ ପାଇବା ପରେ ସଭାପତି ତାପସ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତଦନ୍ତ ପାଇଁ ବଣାଇଁରେ ପହଞ୍ଚିଥିଲେ। ତେବେ, ବଣାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଠିକାଦାରମାନେ ଉପ ବିଭାଜନ କାର୍ଯ୍ୟାଳୟକୁ ଘେରାଉ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଠିକାଦାର ସଂଘ ଏହି ତଦନ୍ତ ସଂଘର ଉପସ୍ଥିତିରେ କରିବାକୁ ଦାବି କରିଥିଲା। ଏହି ସର୍ତ୍ତରେ ସଂଘ କର୍ମକର୍ତ୍ତାମାନେ ତଦନ୍ତରେ ସହଯୋଗ କରିବାକୁ ରାଜି ହୋଇଥିଲେ।4
- କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।1
- ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବେଲପାହାଡ଼ ଠାରେ ଥିବା ଶୈବପୀଠରେ ହରପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।4
- ବିଶ୍ୱ ଗୁରୁ ଭାରତଙ୍କ ଦ୍ୱାରା କରାଯାଇଥିବା ସୃଷ୍ଟି ରଚନାର ପ୍ରମାଣ ଦେଖିବାକୁ ଏକ ଆହ୍ୱାନ କରାଯାଇଛି।1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗରିବଙ୍କ ପାଇଁ ଚାଲୁଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଆଜି ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶା ସବୁବେଳେ ଅର୍ଥନୈତିକ କାର୍ଯ୍ୟକଳାପ, ନିବେଶ ଏବଂ ଶିଳ୍ପକୁ ଆକର୍ଷିତ କରିଛି। ରାଜ୍ୟରେ ନୂଆ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ବହୁତ ଚେଷ୍ଟା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।1
- କେନ୍ଦୁଝର ଜିଲ୍ଲାରେ ଘଟିଥିବା ଏକ ହତ୍ୟା ମାମଲାରେ ସଦର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି, ଯାହା ସମଗ୍ର ଅଞ୍ଚଳରେ ପ୍ରଥମେ ସୃଷ୍ଟି ହୋଇଥିବା ଆଲୋଡ଼ନ ପରେ ବର୍ତ୍ତମାନ ଆଶ୍ୱସ୍ତିର ବାତାବରଣ ଖେଳାଇ ଦେଇଛି। ଗତକାଲି ସକାଳୁ ସକାଳୁ ଅଁରା ନିକଟସ୍ଥ ଭରାଳିସାହିର ଅଲେଖ ମହିମା ବାବା ଶ୍ରୀକାନ୍ତ ମହାକୁଡ଼ଙ୍କୁ ପୋଖରୀ ତୁଠରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇ ଅଭିଯୁକ୍ତ ପାଟେଶ୍ୱର ବାରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସଦର ଥାନା ଆଇଆଇସି ଅମିତ୍ କୁମାର ଭୂୟାଁଙ୍କ ଦକ୍ଷ ଟିମ୍ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ପୋଲିସ ଟିମ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ପାଟେଶ୍ୱର ବାରିକକୁ ଧରିବାରେ ସଫଳ ହୋଇଛି। ଗିରଫ ପରେ ପୋଲିସ ଅଭିଯୁକ୍ତର ବୟାନ ଆଧାରରେ ହତ୍ୟା ପାଇଁ ବ୍ୟବହୃତ ପଥର, ଯାହାକୁ ଏକ ଲଟା ମୂଳେ ଲୁଚାଇ ରଖାଯାଇଥିଲା, ତାହାକୁ ମଧ୍ୟ ଉଦ୍ଧାର କରିଛି। ତଦନ୍ତର ଅଂଶସ୍ୱରୂପ, ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିୟେସନ କରାଇଥିବା ଜଣାପଡ଼ିଛି। ଜଣେ ଧର୍ମପରାୟଣ ଅଲେଖ ବାବାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଆଲୋଡ଼ନ ଏବଂ ବିବ୍ରତ ସୃଷ୍ଟି କରିଥିଲା। ତେବେ ପୋଲିସର ଏହି ତ୍ୱରିତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ଫଳରେ ସ୍ଥାନୀୟ ଯୁବକ ତଥା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସମଗ୍ର ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ଘଟଣାରେ ସଦର ପୋଲିସର ତତ୍ପରତା ଓ ଦକ୍ଷତା ପୁଣିଥରେ ପ୍ରମାଣିତ କରିଛି ଯେ, କେନ୍ଦୁଝର ପୋଲିସ କାହାକୁ ମାଫ୍ କରେ ନାହିଁ ଏବଂ ସବୁବେଳେ ଆଗରେ ରହିଥାଏ।1
- Post by Sitaram dikhit1